ମନୋରଞ୍ଜନ |

ଏବେବି ଲାଗେ ସସ୍ମିତା ମୋ ପାଖରେ ଅଛନ୍ତି...

ଏବେବି ଲାଗେ ସସ୍ମିତା ମୋ ପାଖରେ ଅଛନ୍ତି...

”ଦୁଃଖକୁ ବାଦ୍‌ ଦେଇ କଳାକାରର ଜୀବନ କ’ଣ ସମ୍ପୂର୍ଣ୍ଣ? ଦୁଃଖ ଦେଇ ଈଶ୍ୱର ତା’ର ପାରିବାପଣିଆକୁ ପରଖୁ ଥାଆନ୍ତି। ସେଥିଲାଗି ସେ ବାରମ୍ବାର କଳାକାରକୁ ଦୁଃଖ ଦେଇ ଚାଲିଥାନ୍ତି।“ ଏକଥା କହନ୍ତି ଯାତ୍ରାଜଗତର ଅନ୍ୟତମ ବରିଷ୍ଠ ନିର୍ଦ୍ଦେଶକ ତଥା ଅଭିନେତା ସୁବୋଧ କୁମାର ମିଶ୍ର। ଏବେ କଳା ତାଙ୍କର ପତ୍ନୀ ଆଉ କଳା ବି ତାଙ୍କର ପ୍ରେମିକା। ତେବେ ଦିନଥିଲା ତାଙ୍କ ଆସିବା ବାଟକୁ ଅନେଇ ବସୁଥିଲା କେହି ଜଣେ। ସେ ଆଉ କେହି ନ ଥିଲେ; ସେ ଥିଲେ ତାଙ୍କର ପ୍ରେମମୟୀ ପତ୍ନୀ ସସ୍ମିତା ମିଶ୍ର। ସସ୍ମିତାଦେବୀ ଜଣେ ବ୍ୟାଙ୍କ ଅଫିସର ଥିଲେ। ଉଭୟ ସୁବୋଧ ଓ ସସ୍ମିତାଙ୍କ କୋଳକୁ ଆସିଥିଲା ଝିଅ ଶିଖା ଓରଫ ସୌମ୍ୟାଶ୍ରୀ ମିଶ୍ର। ଏକ ପରିପୂର୍ଣ୍ଣ ସଂସାରର ମଣିଷ ଥିଲେ ସୁବୋଧ। ପତ୍ନୀ ସସ୍ମିତାଦେବୀ ଚାହୁଁଥିଲେ ସ୍ବାମୀ କଳା ଆଉ ଅଭିନୟର ଶୀର୍ଷକୁ ସ୍ପର୍ଶ କରନ୍ତୁ। ତାଙ୍କରି ପ୍ରେରଣା ନେଇ ଆଗକୁ ଆଗକୁ ମାଡ଼ି ଚାଲୁଥିଲେ ସୁବୋଧ। ସେତେବେଳକୁ ସେ ବହୁ ନାଟକର ନିର୍ଦ୍ଦେଶନା ଦେଇ ସାରିଛନ୍ତି। ସେତିକିନୁହେଁ ‘ବାଜେ ବଇଁଶି ନାଚେ ଘୁଙ୍ଗୁର’, ‘ଭୁଲି ହୁଏନା’, ‘ଏଇ ସଂଘର୍ଷ’, ‘ହସ ଲୁହ ଭରା ଦୁନିଆ’, ‘ରଣଭୂମି’ ଭଳି ବହୁ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସହ ନିର୍ଦ୍ଦେଶକର ଦାୟିିତ୍ୱ ନିର୍ବାହ କରି ସାରିଥାନ୍ତି। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସମ୍ଭବତଃ ଏତେ ସୁଖ ଈଶ୍ୱରଙ୍କୁ ବରଦାସ୍ତ ହେଲାନାହିଁ। ସସ୍ମିତାଦେବୀ ବାପଘରକୁ ଯାଇଥାନ୍ତି। ଗ୍ୟାସଚୁଲାରେ ଚା’ କରୁଥାନ୍ତି। ନିଅଁା ଲାଗିଗଲା ଶାଢ଼ିରେ। ପାଖାପାଖି ଦଶ ପ୍ରତିଶତ ପୋଡ଼ି ହୋଇଗଲେ। ମେଡ଼ିକାଲରେ ଭର୍ତ୍ତି କରାଗଲା।  ଭଲ ହୋଇ ଆସୁଥିଲେ। ମାତ୍ର ହଠାତ ପୋଡ଼ି ଯାଇଥିବା ସ୍ଥାନ ସବୁ ସଂକ୍ରମିତ ହେବା ଆରମ୍ଭ କଲା। ହାର ମାନିଲେନି ସୁବୋଧ। ସସ୍ମିତାଦେବୀ ଥିଲେ ତାଙ୍କର ଜୀବନ। ତାଙ୍କୁ ବଞ୍ଚେଇବା ପାଇଁ ସବୁ କିଛି କରିବାକୁ ସେ ପ୍ରସ୍ତୁତ ଥିଲେ। ହେଲେ ଈଶ୍ୱର ଚାହୁଁ ନ ଥିଲେ ସୁବୋଧଙ୍କ ପାଖକୁ ସସ୍ମିତା ଫେରି ଆସନ୍ତୁ। ମେଡ଼ିକାଲ ବେଡରେ ଶୋଇଥାନ୍ତି ସସ୍ମିତା। ପାଖରେ ବସିଥାନ୍ତି ସୁବୋଧ। ସସ୍ମିତା ତାଙ୍କ ମୁଣ୍ଡକୁ କୋଳରେ ରଖିବା ପାଇଁ ସୁବୋଧଙ୍କୁ କହିଲେ। ସସ୍ମିତାଙ୍କ ମୁଣ୍ଡକୁ ଆଣି ନିଜ କୋଳରେ ରଖିଲେ ସୁବୋଧ। ସସ୍ମିତା କହିଲେ: ମୁଁ ଯଦି ଚାଲିଯିବି ତା’ହେଲେ ତମେ କ’ଣ ଆଉଥରେ ମ୍ୟାରେଜ କରିବ। ସୁବୋଧ ବିରକ୍ତ ହେଲେ। ଆଖିକୁ ଲୁହ ପଳେଇ ଆସୁଥାଏ। କହିଲେ: ଏମିତି କାହିଁକି କହୁଛ। ଡାକ୍ତରମାନେ କହୁଛନ୍ତି ପରା ଆମେ ଘରକୁ ଫେରିଯିବା। ସସ୍ମିତା କହିଲେ: ଆଜି ମୋର ସିନ୍ଦୂର ଶଙ୍ଖା ନାଇବାକୁ ଭାରି ଇଚ୍ଛା ହେଉଛି। ସୁବୋଧ ସସ୍ମିତାଙ୍କୁ ଶଙ୍ଖା ଓ ସିନ୍ଦୂର ପିନ୍ଧେଇଦେଲେ। ହେଲେ ସେ ଜାଣି ନ ଥିଲେ ଯେ, ଏହା ପରେ ସେ ଆଉ କେବେ ବି ସସ୍ମିତାଙ୍କୁ ପାଇବେ ନାହିଁ। ସେଦିନ ଥିଲା ଫେବୃଆରୀ ୨୭ ତାରିଖ। ସୁବୋଧ କହନ୍ତି : ଏହି ତାରିଖରେ ସସ୍ମିତାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ଠିକ୍‌ ସେଇ ତାରିଖରେ ସସ୍ମିତା ତାଙ୍କ ହାତ ଛାଡ଼ି ଚାଲିଗଲେ।  ଝିଅକୁ ଧରି ନୀରବରେ କାନ୍ଦୁଥାନ୍ତି ସୁବୋଧ। ଅନେଇ ରହିଥାନ୍ତି କୋକେଇରେ ଶୋଇଥିବା ତାଙ୍କର ପ୍ରାଣପ୍ରିୟା ସସ୍ମିତାଙ୍କୁ। ମାର୍ଚ୍ଚ ୮ ତାରିଖରେ ତାଙ୍କର ବିବାହ। ସେହିଦିନ ସସ୍ମିତାଙ୍କର ଦଶାହ ପଡ଼ିଲା। ଦଶହାଣ୍ଡି ଉଠିଲା। ମା’ ଯେ ଆଉ ନାହିଁ ସେକଥା ଝିଅ ଶିଖା ବୁଝିପାରୁ ନ ଥାଏ। ଅନେକେ ତାଙ୍କୁ କହିଛନ୍ତି ଦ୍ୱିତୀୟ ବିବାହ କରିବା ପାଇଁ। ମାତ୍ର ସମସ୍ତଙ୍କୁ ନାହିଁ କରିଦେଇଛନ୍ତି ସୁବୋଧ। ସବୁବେଳେ ଅନୁଭବ କରିଛନ୍ତି ସସ୍ମିତା ତାଙ୍କ ପାଖେପାଖେ ଅଛନ୍ତି। ଆଉ ଝିଅକୁ ଏବଂ ତାଙ୍କୁ ଜଗି ରହିଛନ୍ତି।


All Right Reserved By

ମନୋରଞ୍ଜନ |

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri