ରାଜ୍ୟ |

ଦୁର୍ଘଟଣା ରୋକିବା ପାଇଁ ୬ ଗୋଲ୍ଡେନ ନିୟମ:ଟୁଇଟ୍‌ କରି ଜଣାଇଲେ ଡିଜିପି

ଦୁର୍ଘଟଣା ରୋକିବା ପାଇଁ ୬ ଗୋଲ୍ଡେନ ନିୟମ:ଟୁଇଟ୍‌ କରି ଜଣାଇଲେ ଡିଜିପି

କଟକ ଅଫିସ, ୧୦।୨:୩୦ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ରବିବାର ଶେଷ ହେଉଛି। ଲୋକମାନଙ୍କୁ ଟ୍ରାଫିକ୍‌ ନିୟମ, ଗାଡି ଚାଳନା ଉପରେ ସଚେତନ କରିବା ପାଇଁ ଓଡ଼ିଶାର ସମସ୍ତ ପୋଲିସ ଜିଲା ଏବଂ କମିଶନରେଟ୍‌ ପୋଲିସ ପକ୍ଷରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦୁର୍ଘଟଣା ରୋକିବାକୁ ପୋଲିସ ଏବଂ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯେତେ ପ୍ରୟାସ କରାଯାଉଥିଲେ ମଧ୍ୟ ଦୁର୍ଘଟଣା କମିବା ବଦଳରେ ବଢିବାରେ ଲାଗିଛି। ଏହି ଅବସରରେ ଶନିବାର ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସଡ଼କ ସୁରକ୍ଷା ସମ୍ପର୍କିତ ୬ଟି ଗୋଲ୍ଡେନ ନିୟମ ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି। ଏହି ନିୟମଗୁଡିକ ହେଲା ରାସ୍ତାରେ ନିର୍ଦ୍ଧାରିତ ହୋଇଥିବା ବେଗରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ଚାରି ଚକିଆ ଯାନ ଚଳାଉଥିଲେ ସିଟ୍‌ ବେଲ୍ଟ ପିନ୍ଧି ଗାଡି ଚଳାଇବା, ବାଇକ୍‌ ଚଳାଉ ଥିବାବେଳେ ହେଲମେଟ୍‌ ପିନ୍ଧିବା, ରାସ୍ତାରେ ଷ୍ଟପ୍‌ ଅବା ବନ୍ଦ ଲେଖାଯାଇଥିଲେ ଗାଡ଼ିର ଗତି କମାଇବା ସହ ସେଠାରେ ରଖିଦେବା, ନିଶାରେ ଗାଡ଼ି ନ ଚଳାଇବାକୁ ସେ କହିଛନ୍ତି। ବିଶେଷକରି ଯୁବପିଢିଙ୍କ ଉଦ୍ଦେଶ୍ୟରେ ଡିଜିପି ଗୋଲ୍ଡେନ ନିୟମ ବିଷୟରେ କହିଥିବା ସାମାଜିକ କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି।

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।