ସମ୍ପାଦକୀୟ |

ଦୁଃସାହସିକା ଉଦ୍ୟୋଗୀ

ଦୁଃସାହସିକା ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ


‘ତୁ ମକୁ ଏକ ସୁନାର ପାତ୍ର ମିଳିଲେ ତାହାକୁ ନେଇ କ’ଣ କରିବ’ ବୋଲି ୬ ବର୍ଷର ଜଣେ ଛାତ୍ରକୁ ଶିକ୍ଷକ ଏକ ପ୍ରବନ୍ଧ ଲେଖିବାକୁ ଦେଇଥିଲେ। ସେତେବେଳେ ଛାତ୍ର ଲେଖିଥିଲେ, ‘ ଯଦି ସେ ଏଭଳି ଏକ ସୁନାର ପାତ୍ର ପାଆନ୍ତି, ତାହା ହେଲେ ତାହାକୁ ସେ ତାଙ୍କ ପିଉସୀଙ୍କୁ ଦେଇଦେବେ। ତାହାକୁ ନେଇ ପିଉସୀଙ୍କ କମ୍ପାନୀ ଅତି ଦୁଃସାଧ୍ୟ ରୋଗ ପାଇଁ ଉତ୍ତମ ଔଷଧ ପ୍ରସ୍ତୁତ କରିପାରିବ’। ଆମେରିକାର କାଲିଫର୍ନିଆସ୍ଥିତ ବର୍କଲେଠାରେ ଗବେଷଣା କରୁଥିବା ଜଣେ ପିଏଚ୍‌ଡି ଛାତ୍ରଙ୍କ ଏହା ଥିଲା ସେତେବେଳର ଚିନ୍ତାଧାରା। ତେବେ ଯେଉଁ ପିଉସୀଙ୍କ ବିଷୟରେ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ ସେ ହେଉଛନ୍ତି, ଔଷଧ ନିର୍ମାଣକାରୀ କମ୍ପାନୀ ‘ବାୟୋକନ୍‌’ ମୁଖ୍ୟ କିରଣ ମଜୁମଦାର ଶ। ଓ୍ବାଶିଂଟନ ଡିସିସ୍ଥିତ ମର୍ଯ୍ୟାଦାଜନକ ଆମେରିକା ନ୍ୟାଶନାଲ ଏକାଡେମୀ ଅଫ୍‌ ଇଞ୍ଜିନିୟରିଂ (ଏନ୍‌ଏଇ)ର ସଦସ୍ୟା ହେବା ଭଳି ସମ୍ମାନ ମିଳିଥିବାରୁ କିରଣଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଏନ୍‌ଏଇରେ ବିଶ୍ୱର ଶ୍ରେଷ୍ଠ ଇଞ୍ଜିନିୟରମାନେ ଏହି ସଦସ୍ୟକୁ ନିର୍ବାଚିତ କରିଥାଆନ୍ତି। ଚଳିତବର୍ଷ ୨୦୦୦ ପ୍ରତିଭାଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ ଫେଲୋଙ୍କୁ ନିର୍ବାଚିତ କରାଯାଇଛି, ଯେଉଁଥିରେ କିରଣ ପ୍ରଥମ ଭାରତୀୟ ମହିଳା ଭାବେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି।  ବିଲ୍‌ ଗେଟ୍ସଙ୍କ ଭଳି ବ୍ୟକ୍ତି ଥିବା ଏଭଳି ଖ୍ୟାତିସମ୍ପନ୍ନ କ୍ଲବରେ ସଦସ୍ୟା ହେବା ନିଶ୍ଚିତ ଭାବେ ଏକ ଗର୍ବର ବିଷୟ ବୋଲି ଏହି ଭାରତୀୟ ମହିଳା ଉଦ୍ୟୋଗପତି କହିଛନ୍ତି। 

କର୍ନାଟକର ବାଙ୍ଗାଲୋରଠାରେ କିରଣଙ୍କ ପିଲାଦିନ କଟିଛି। ତାଙ୍କ ପିତା ୟୁନାଇଟେଡ୍‌ ବ୍ରିଓରିଜ୍‌ରେ ମଦ ପ୍ରସ୍ତୁତି ପର୍ଯ୍ୟବେକ୍ଷକ ବା ବ୍ରିଓ୍ବେମାଷ୍ଟର ଥିଲେ। ବିଶପ୍‌ କଟନ ଗାର୍ଲସ ସ୍କୁଲରେ ପଢ଼ା ଶେଷ କରିବା ପରେ କିରଣ ବାଙ୍ଗାଲୋରସ୍ଥିତ ସେଣ୍ଟ୍ରାଲ କଲେଜକୁ ଯାଇଥିଲେ ଓ ସେ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ସେ ଆଦ୍ୟ ଜୀବନ ବିଷୟରେ ଉଲ୍ଲେଖ କରିବା ବେଳେ ସ୍ମୃତି ରୋମନ୍ଥନ କରିଥାଆନ୍ତି। ପିତା ଜଣେ ସଚ୍ଚୋଟ ବ୍ୟକ୍ତି ହୋଇଥିବାରୁ ଜୀବନରେ ସତ୍‌ପଥରେ ଯିବାକୁ କହିଥିଲେ। କିରଣ ଡାକ୍ତରୀ ପଢ଼ିବାକୁ ଇଚ୍ଛା କରିଥିଲେ। କିନ୍ତୁ ଭେଲୋରସ୍ଥିତ ସେଣ୍ଟ ଜନ୍ସ ମେଡିକାଲ କଲେଜ ଏବଂ ଦାଭାଙ୍ଗିରିର ଜେଏମ୍‌ଏମ୍‌ ମେଡିକାଲ କଲେଜରେ ମେରିଟ୍‌ରେ ସିଟ୍‌ ପାଇ ନ ଥିଲେ। ସେଥିପାଇଁ ସେ ପିତାଙ୍କ ପାଖରେ ଅଳି କରିଥିଲେ ୧୦ ହଜାର ଟଙ୍କା ଦେଲେ ଡାଭାଙ୍ଗିରିରେ ଡାକ୍ତରୀ ପାଠ ପଢ଼ିପାରିବେ। ପିତା ସିଧାସିଧା ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏତିକିରେ ମନକଷ୍ଟ କରି ସେ ପିତାଙ୍କୁ କହିଥିଲେ ଯେ, ଝିଅ ହୋଇଥିବାରୁ ତାଙ୍କୁ ଏଭଳି ସୁଯୋଗରୁ ବଞ୍ଚିତ କରାଗଲା। ତାଙ୍କ ସ୍ଥାନରେ ତାଙ୍କ ଭାଇ ରବି ହୋଇଥିଲେ ନିଶ୍ଚିତ ପଢ଼ିପାରିଥାଆନ୍ତା। ପିତା ତଥାପି  ଜିଦ୍‌ରେ ଅଟଳ ଥିଲେ ଓ କହିଥିଲେ, କାହାରି ପାଇଁ ସେ ଏଭଳି କରିବେ ନାହିଁ। ଏହା ପରେ ସେ ତାଙ୍କ ଝିଅକୁ ବୁଝାଇଥିଲେ ନିଜ ପ୍ରତିଭାବଳରେ ଉପରକୁ ଉଠିବା ଦରକାର। ସେତିକି କଥା କିରଣଙ୍କୁ ଆଗକୁ ବଢ଼ିବା ପାଇଁ ଶକ୍ତି ଦେଇଥିଲା। ଏପରି କି ପିତା ତାଙ୍କୁ ଦୁଃସାହସିକ କ୍ୟାରିୟର ବାଛିିବାକୁ ଉପଦେଶ ଦେଇଥିଲେ। ଫଳରେ ସେ  ବ୍ରିଓ୍ବେରିଂରେ କ୍ୟାରିୟର କରିବା ପାଇଁ ଅଷ୍ଟ୍ରେଲିଆର ବାଲାରାଟ୍‌ କ୍ଲାରେନ୍‌ଡନ୍‌ କଲେଜ ଯାଇଥିଲେ। ସେଠାରେ ବିଭିନ୍ନ ଦେଶରୁ ପଢ଼ୁଥିବା ୧୨ ଜଣଙ୍କ ମଧ୍ୟରେ ଥିଲେ ଏକମାତ୍ର ଝିଅ । ୧୯୭୫ରେ ସେଠାରୁ ସେ  ସ୍ନାତକରେ ଟପ୍‌ ହେବାର ଗୌରବ ଅର୍ଜନ କରିଥିଲେ। ଭାରତ ଫେରିଆସି ଚାକିରି ଖୋଜିବା ବେଳେ ଜଣେ ଝିଅକୁ ମଦ ପ୍ରସ୍ତୁତକାରୀ କମ୍ପାନୀ ନିଯୁକ୍ତି ଦେବାକୁ ରାଜି ହୋଇ ନ ଥିଲେ। ଏହା ପରେ ସେ ବିଦେଶରେ ଚାକିରି କରିବା ପାଇଁ ମନ ବଳାଇଥିଲେ। ସଂଯୋଗବଶତଃ ସେହି ସମୟରେ ଆଇରିଶ୍‌ ଉଦ୍ୟୋଗୀ ଲେଜ୍‌ ଅଚିନ୍‌କ୍ଲସ୍‌ ତାଙ୍କ ବିଷୟରେ ଶୁଣିବାକୁ ପାଇଥିଲେ। ସେତେବେଳେ ଲେଜ୍‌ଙ୍କ ବାୟୋକନ୍‌ ବାୟୋକେମିକାଲ୍ସ ଭାରତରୁ କଞ୍ଚାମାଲ ଆମଦାନୀ କରୁଥିଲା। ଭାରତରେ ଏହାର ଶାଖା ପ୍ରତିଷ୍ଠା ପାଇଁ ସେ ସମ୍ଭାବ୍ୟ ପାର୍ଟନର ଚାହୁଁଥିଲେ। ସମୟକ୍ରମେ କିରଣ ୧୯୭୮ରେ ଭାରତରେ ବାୟୋକନ୍‌ ପ୍ରତିଷ୍ଠା କରିଥିଲେ। ତେବେ ଏତିକି ବାଟ ଆସିବା ପାଇଁ ତାଙ୍କୁ ବହୁ ଝଡ଼ଝଞ୍ଜା ସହିବାକୁ ପଡ଼ିଥିଲା। କେବଳ ମଦ ସମ୍ପର୍କିତ କମ୍ପାନୀରେ ସୀମିତ ନ ରହି ୧୯୯୮ରେ ବାୟୋଫାର୍ମାରେ ପାଦ ଥାପିଲେ। ସେହି ସମୟରେ ତାଙ୍କର ଭେଟ ହୋଇଥିଲା ଜନ୍‌ ଶ’ଙ୍କ ସହିତ। କିରଣଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ପ୍ରଭାବିତ ହୋଇ ଜନ୍‌ ତାଙ୍କୁ ବିବାହ କରିଥିଲେ। ଏବେ ବାୟୋକନ୍‌ ବିଶ୍ୱର ଏକ ଅଗ୍ରଣୀ ବାୟୋଫାର୍ମା କମ୍ପାନୀ ଭାବେ ପ୍ରସିଦ୍ଧି ଲାଭ କରି ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ପାଇଁ ଔଷଧ ତିଆରି କରୁଛି।  


All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri