ସମ୍ପାଦକୀୟ |

ମିଛ ପରିସଂଖ୍ୟାନ

ମିଛ ପରିସଂଖ୍ୟାନ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ପରିସଂଖ୍ୟାନ ଆୟୋଗର କାର୍ଯ୍ୟକାରୀ ମୁଖ୍ୟଙ୍କ ସମେତ ଏହାର ଦୁଇଜଣ ବେସରକାରୀ ସଦସ୍ୟ ମୋଦି ସରକାର ସହ ମତାନ୍ତର ଯୋଗୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହି ସ୍ବୟଂଶାସିତ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ତଥା ଭାରତୀୟ ପରିସଂଖ୍ୟାନ ସେବାର ପୂର୍ବତନ ସଦସ୍ୟ ପି.ସି. ମୋହାନନ ଏବଂ ଏହାର ଅନ୍ୟତମ ସଦସ୍ୟ ତଥା ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସର ପ୍ରଫେସର ଜେ.ଭି. ମୀନାକ୍ଷୀ ଇସ୍ତଫା ଦେବା ପରେ ଆୟୋଗରେ ଆଉ କୌଣସି ବାହ୍ୟ ସଦସ୍ୟ ନାହାନ୍ତି। ଏଥିରେ ବର୍ତ୍ତମାନ ମାତ୍ର ଆଉ ଦୁଇଜଣ ସଦସ୍ୟ ଅଛନ୍ତି- ମୁଖ୍ୟ ପରିସଂଖ୍ୟାନବିତ୍‌ ପ୍ରବୀଣ ଶ୍ରୀବାସ୍ତବ ଓ ନୀତି ଆୟୋଗର ଅମିତାଭ କାନ୍ତ। ଯାହା ଜଣାଯାଏ, ଗତବର୍ଷର ନିଯୁକ୍ତି ସର୍ଭେ ଓ ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟକୁ ନେଇ ଉଭୟ ମୋହାନନ ଓ ମୀନାକ୍ଷୀ ସରକାରଙ୍କ ଉପରେ ଖୁସି ନ ଥିଲେ। ଉପା ସରକାର ତୁଳନାରେ ଏନ୍‌ଡିଏ ସରକାର ଅମଳରେ ଦେଶର ଅର୍ଥନୀତି ଯଥେଷ୍ଟ ଆଗେଇଛି ବୋଲି ଏହି ତଥ୍ୟ ପ୍ରକାଶ ପାଇଥିଲା। ଉକ୍ତ ଦୁଇ ବାବୁଙ୍କ ଇସ୍ତଫା ନିଶ୍ଚୟ ବିରୋଧୀ ଦଳକୁ ସୁହାଇବ, ଯେଉଁମାନେ ନିଯୁକ୍ତି ଓ ଜିଡିପି ତଥ୍ୟକୁ ନେଇ ସରକାର ନିଜକୁ ସୁହାଇଲା ଭଳି ଜାଲିଆତି କରୁଛନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ ଜାତୀୟ ପରିସଂଖ୍ୟାନ ଆୟୋଗରେ ୭ ଜଣ ସଦସ୍ୟ ରହିବା କଥା। ଉକ୍ତ ଦୁଇ ବାବୁ ଇସ୍ତଫା ଦେବା ପୂର୍ବରୁ ତିନୋଟି ପଦବୀ ଖାଲି ପଡ଼ିଥିଲା। ବର୍ତ୍ତମାନ ମାତ୍ର ଦୁଇଜଣରେ ସଂସ୍ଥା ଚାଲିଛି। 

ନୀତି ଆୟୋଗ ନବୀକରଣ ପ୍ରସ୍ତାବ 

ପୂର୍ବତନ ଅର୍ଥ ସଚିବ ତଥା ପୂର୍ବତନ ଅର୍ଥ ଆୟୋଗ ଅଧ୍ୟକ୍ଷ ବିଜୟ କେଲ୍‌କାର ନୀତି ଆୟୋଗର ନବୀକରଣ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ଆୟୋଗ ତା’ର ନୂଆ ଅବତାରରେ ରାଜ୍ୟଗୁଡ଼ିକୁ ପୁଞ୍ଜି ଓ ଆର୍ଥିକ ଅନୁଦାନ ମଞ୍ଜୁର କରିପାରିବ। ସରକାର ଯୋଜନା ଆୟୋଗ ସ୍ଥାନରେ ନୀତି ଆୟୋଗ ପ୍ରତିଷ୍ଠା କରିବାର ପାଞ୍ଚବର୍ଷ ନ ପୂରୁଣୁ ଏପରି ପ୍ରସ୍ତାବ ଆସିଛି। କେଲ୍‌କାରଙ୍କ ପ୍ରସ୍ତାବ ଅନୁସାରେ, ଅର୍ଥନୀତିରେ ଆଞ୍ଚଳିକ ଅସମାନତା ଦୂର କରିବାରେ ନୂଆ ଆୟୋଗ ଭୂମିକା ଗ୍ରହଣ କରିବ। ତାଙ୍କ ମତରେ ପୂର୍ବର ଯୋଜନା କମିଶନ ଅଭିବୃଦ୍ଧିରେ ଆଞ୍ଚଳିକ ସମତୁଲତା ରକ୍ଷା କରୁଥିଲା, ଯାହା ନୀତି ଆୟୋଗ ଦ୍ୱାରା ସମ୍ଭବ ହେଉନାହିଁ। କାରଣ ଆୟୋଗର କୌଣସି ରାଜ୍ୟକୁ ପାଣ୍ଠି ମଞ୍ଜୁର କରିବାର କ୍ଷମତା ନାହିଁ। ଏହା କେବଳ ସରକାରଙ୍କୁ ସୁପାରିସ କରିବା ଛଡ଼ା ଅନ୍ୟ କିଛି କରିପାରୁ ନାହିଁ। ବର୍ତ୍ତମାନ ପାଣ୍ଠି ମଞ୍ଜୁର କରିବା କେବଳ ଅର୍ଥ ମନ୍ତ୍ରଣାଳୟର କ୍ଷମତା ପରିସରଭୁକ୍ତ। କିନ୍ତୁ ଆଗରୁ ଯୋଜନା କମିଶନ ମଧ୍ୟ ପାଣ୍ଠି ମଞ୍ଜୁର କରିପାରୁଥିଲା। ତା’ଛଡ଼ା ଏହା ରାଜ୍ୟ ସରକାରଙ୍କ ଉପରେ କିଛି ନୀତି ଲଦିଦେଇ ପାରୁଥିଲା, ଯାହା ସେମାନେ ପାଳନ କରିବାକୁ ବାଧ୍ୟ ହେଉଥିଲେ। ସର୍ବୋଚ୍ଚ ସ୍ତରରେ ସରକାରଙ୍କ ନୀତି ନିର୍ଦ୍ଧାରଣରେ ଯଦି ନୀତି ଆୟୋଗ ଅଂଶ ଗ୍ରହଣ କରିବାର ଅଧିକାର ପାଇଥାନ୍ତା, ତେବେ ଏହା ଅଧିକ ଫଳପ୍ରଦ ହୋଇପାରିଥାନ୍ତା ବୋଲି କେଲ୍‌କାର କହିଛନ୍ତି। ତେବେ ଏପରି ଜଣେ ଖ୍ୟାତନାମା ଅର୍ଥନୀତିଜ୍ଞଙ୍କ ମତକୁ କ’ଣ ସରକାର ଗ୍ରହଣ କରିବେ?

ସିବିଆଇ ମାଡ଼

ସିବିଆଇ ଏବେ ଉପା ଅମଳର ଆଉ ଏକ ଦୁର୍ନୀତିର ତଦନ୍ତ କାର୍ଯ୍ୟରେ ନିୟୋଜିତ ହୋଇଛି। ଦେଶର ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏବେ ପୂର୍ବତନ ଏୟାର ଇଣ୍ଡିଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ଯାଦବ ଏବଂ ଏୟାର ଇଣ୍ଡିଆର ଆଉ ଚାରିଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ ୨୦୧୦ରେ ବିଭିନ୍ନ ନିଯୁକ୍ତି ଓ ପଦୋନ୍ନତିରେ କରିଥିବା ଅନିୟମିତତାର ତଦନ୍ତ କରୁଛି। ଯାଦବଙ୍କ ଛଡ଼ା ସିବିଆଇ ପୂର୍ବତନ ମହାପ୍ରବନ୍ଧକ (ମେଡିକାଲ ସେବା) ଏଲ୍‌.ପି. ନାଖଓ୍ବା (ବର୍ତ୍ତମାନ ଅବସରପ୍ରାପ୍ତ) ଏବଂ ତତ୍‌କାଳୀନ ଅତିରିକ୍ତ ମହାପ୍ରବନ୍ଧକ ଏ. କାଠପାଳିଆ, ଅମିତାଭ ସିଂ ଓ ରୋହିତ ଭାସିନଙ୍କ ବିରୋଧରେ ତଦନ୍ତ କରୁଛି। ୨୦୦୯-୧୦ରେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀମାନଙ୍କ ନିଯୁକ୍ତିରେ ନୀତିନିୟମ ପାଳନ କରି ନ ଥିବା ଅଭିଯୋଗରେ ଆପରାଧିକ ଷଡ଼ଯନ୍ତ୍ର ସମ୍ବନ୍ଧିତ ଆଇପିସିର ବିଭିନ୍ନ ଧାରା ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଉକ୍ତ ପୂର୍ବତନ ବାବୁମାନଙ୍କ ବିରୋଧରେ ଅଭିଯୋଗ ଦାଏର କରାଯାଇଛି। ଏତଲା ଅନୁସାରେ ମହାପ୍ରବନ୍ଧକ-ଅପରେଶନ୍ସ ପାଇଁ ନିର୍ଦ୍ଦିଷ୍ଟ ପ୍ରାର୍ଥୀମାନଙ୍କୁ ପଦୋନ୍ନତି ଦେବା ଲାଗି ଯାଦବ ଏକ ‘ବେଆଇନ’ ତିନିଜଣିଆ ଚୟନ କମିଟି ଗଠନ କରିଥିଲେ।  ଆପରାଧିକ ମାମଲା ଥିବା ଓ ଭିଜିଲାନ୍ସ ଅଭିଯୋଗ ଥିବା ପ୍ରାର୍ଥୀମାନଙ୍କୁ ସେ ପଦୋନ୍ନତି ଦେଇଥିଲେ। କାଠପାଳିଆ, ସିଂ ଓ ଭାସିନଙ୍କ ସମେତ ପାଞ୍ଚଜଣଙ୍କ ନାମ ପ୍ୟାନେଲ ସୁପାରିସ କରିଥିଲା। କାଠପାଳିଆଙ୍କ ନାମରେ ଆପରାଧିକ ମାମଲା ଥିଲେ ମଧ୍ୟ ତାଙ୍କୁ ଭିଜିଲାନ୍ସ କ୍ଲିୟରାନ୍ସ ମିଳିଥିବା ଅଭିଯୋଗ ହୋଇଛି। ଅନ୍ୟ ଦୁଇଜଣଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଥିଲେ ମଧ୍ୟ ସେମାନଙ୍କୁ ଚୟନ କରାଯାଇଥିଲା। ଏହି ନିଯୁକ୍ତିରେ ଉପଯୁକ୍ତ ପଦ୍ଧତି ଅନୁସରଣ କରାଯାଇ ନ ଥିବା ସିବିଆଇ ଦାବି କରିଛି। ଆର୍ଥିକ ଅଭାବ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ପାଇଁ ସିବିଆଇର ଏହି ପଦକ୍ଷେପ ଏକ ଧକ୍କା ସଦୃଶ ହୋଇଛି। ତେବେ ଏୟାର ଇଣ୍ଡିଆ ପାଇଁ ଏହା କେବଳ ଆର୍ଥିକ ଅସୁବିଧା ନୁହେଁ, ପରିଚାଳନାଗତ ସଙ୍କଟ ମଧ୍ୟ ସୃଷ୍ଟି କରିଛି।   

Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..