ସମ୍ପାଦକୀୟ |

କେବଳ ସରକାରଙ୍କ ଦୋଷ ନୁହେଁ

କେବଳ ସରକାରଙ୍କ ଦୋଷ ନୁହେଁ

ମନ-ମାନଚିତ୍ର/ ଡ. ନରହରି ବେହେରା

ଏ ପ୍ରବନ୍ଧ ସରକାରଙ୍କର ସ୍ତୁତି ନୁହେଁ କି ଜନସାଧାରଣଙ୍କୁ ଆକ୍ଷେପ ନୁହେଁ। ଏହା ହେଉଛି କ୍ଷେତ୍ରୀୟ କାର୍ଯ୍ୟର କିଛି ରୂପରେଖ, ଯାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ। କିଛିଦିନ ତଳେ ଖବରକାଗଜରୁ ଗ୍ରାମୀଣ ଆବାସ ଯୋଜନା ସମ୍ପର୍କରେ ଦୁଇଟି ପ୍ରସଙ୍ଗ ଦୃଷ୍ଟିଗୋଚର ହୋଇଥିଲା। ଗୋଟିଏ ଥିଲା, ସରକାର ସମସ୍ତଙ୍କୁ ପକ୍କାଘର ଯୋଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରିପାରି ନାହାନ୍ତି। ଅନ୍ୟଟି ଥିଲା ଖୋର୍ଦ୍ଧା ଜିଲାର ନିରାକାରପୁରବାସୀ ଲକ୍ଷ୍ମୀଧର ବେହେରା ଘରଟିଏ ନ ପାଇ ଆତ୍ମହତ୍ୟା କରିବା ଘଟଣା। ଏ ଦୁଇଟି ପ୍ରସଙ୍ଗ ଆଲୋଚନା କରିବା ପରିପ୍ରେକ୍ଷୀରେ ଗ୍ରାମୀଣ ଆବାସ ଯୋଜନା ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ଦେବା ଆବଶ୍ୟକ। ପୂର୍ବରୁ ଗରିବ ଲୋକମାନଙ୍କୁ ପଲ୍ଲିସଭା ଏବଂ ଗ୍ରାମସଭା ମାଧ୍ୟମରେ ଚୟନ କରି ଘର ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ଏକ ପାଞ୍ଚବର୍ଷିଆ ୱେଟ୍‌ ଲିଷ୍ଟ କରାଯାଇ କ୍ରମାନ୍ବୟରେ ଘର ପାଇଁ ଅର୍ଥ ପ୍ରଦାନ କରାଯାଉଥିଲା। ମାତ୍ର ତା’ପରେ ଏହି ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ୨୦୧୧ ମସିହାରେ ସାମାଜିକ, ଆର୍ଥିକ ଓ ଜାତି ଭିତ୍ତିରେ ଗଣନା କରାଯାଇ ଏକ ସ୍ଥାୟୀ ତାଲିକା ପ୍ରସ୍ତୁତ କରାଯାଇଛି। ଏବେ ସେ ତାଲିକାର କ୍ରମାଙ୍କ ଅନୁଯାୟୀ କଚ୍ଚାଘର ଥିବା ହିତାଧିକାରୀଙ୍କୁ ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସ୍ଥାୟୀ ତାଲିକାରେ ଉପରେ ଥିବା ଜଣେ ହିତାଧିକାରୀଙ୍କୁ ବାଦ୍‌ଦେଇ ତା’ ତଳ ହିତାଧିକାରୀଙ୍କୁ ଘର ପାଇଁ ଆର୍ଥିକ ସହାୟତା ଦିଆଯାଇ ପାରିବନାହିଁ। ଜଣେ ହିତାଧିକାରୀ ଘର କରିବା ପାଇଁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଏବଂ ଷୋଳ ହଜାର ତିନିଶହ ଅଶୀ ଟଙ୍କା ଦିଆଯାଇଥାଏ। କେତେକ ଜିଲାରେ ଏହାଠାରୁ ଅଧିକ ଅର୍ଥ ମଧ୍ୟ ଦିଆଯାଉଛି। ପୂର୍ବରୁ ହିତାଧିକାରୀମାନେ ଘର ଆରମ୍ଭ କରିବା ପରେ ଟଙ୍କାର କିସ୍ତି ଦିଆଯାଉଥିଲା। ଜଣେ ଗରିବମଣିଷ ଘର ଆରମ୍ଭ କରିବା ପାଇଁ ଅର୍ଥ ବାଧକ ସାଜୁଛି ବୋଲି ଚିନ୍ତାକରି ଏବେ ଘର ଆରମ୍ଭ କରିବାପୂର୍ବରୁ ପ୍ରଥମ କିସ୍ତି କୋଡ଼ିଏ ହଜାର ଟଙ୍କା ଦିଆଯାଉଛି। ଏହା ବ୍ୟତୀତ ହିତାଧିକାରୀଙ୍କୁ ଶୀଘ୍ର ଘର ଶେଷ କରିବା ପାଇଁ ଉତ୍ସାହିତ କରିବା ସକାଶେ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। ଯେଉଁ ହିତାଧିକାରୀ ଚାରିମାସରେ ଘର ସମ୍ପୂର୍ଣ୍ଣ କରିଥାନ୍ତି ସେମାନଙ୍କୁ କୋଡ଼ିଏ ହଜାର ଏବଂ ଯେଉଁମାନେ ଛଅମାସରେ ଘର କରିଥାନ୍ତି ସେମାନଙ୍କୁ ଦଶହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥାଏ।

ସରକାର ଗରିବ ଅବହେଳିତ ଲୋକମାନଙ୍କୁ ଛାତଘରଟିଏ ନିର୍ମାଣ କରିବା ପାଇଁ ଏତେ ପନ୍ଥା ନିର୍ଦ୍ଧାରଣ କରିଛନ୍ତି। ପ୍ରତିବର୍ଷ ମାର୍ଚ୍ଚ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିଥାନ୍ତି। ସ୍ଥାୟୀ ତାଲିକାରେ ହିତାଧିକାରୀମାନେ ନିଜ ନାମ ଦେଖିବାରେ ସୁବିଧା ହେବ ବୋଲି ଗ୍ରାମପଞ୍ଚାୟତ କାନ୍ଥରେ ସେମାନଙ୍କ ତାଲିକା ପ୍ରକାଶ କରାଯାଇଛି। ଅନ୍‌ ଲାଇନ୍‌ରେ ସେମାନଙ୍କ ନାମର କ୍ରମାଙ୍କ ଦେଖିବାର ସୁବିଧା ମଧ୍ୟ ଅଛି। ଏହି ସୁବିଧା ପ୍ରଦାନର ମୂଳ ଲକ୍ଷ୍ୟ ହେଉଛି, ସାଧାରଣ ହିତାଧିକାରୀମାନେ ମୁନାଫାଖୋରମାନଙ୍କ ଶିକାର ନ ହୁଅନ୍ତୁ। ଅପରପକ୍ଷରେ ସରକାର ହିତାଧିକାରୀଙ୍କୁ ଗୃହ ନିର୍ମାଣରେ ସହାୟତା ଏବଂ ପରାମର୍ଶ ଦେବା ପାଇଁ ବ୍ଲକ୍‌ର ବିଡିଓ, ଏବିଡିଓ, ସିପି, ଏସିପି, ଜେଇ ପ୍ରମୁଖଙ୍କୁ ନିୟୋଜିତ କରିଛନ୍ତି। 

ଏତେ ଯୋଜନା ଓ ପରିକଳ୍ପନା ସତ୍ତ୍ୱେ ଶହେରୁ ପ୍ରାୟ ଚାଳିଶ ଜଣ ହିତାଧିକାରୀ ଏବେ ବି ଘରକାମ ସମ୍ପୂର୍ଣ୍ଣ କରୁନାହାନ୍ତି। ଏଣେ ହିତାଧିକାରୀମାନେ ଘର ସମ୍ପୂର୍ଣ୍ଣ ନ କଲେ ବ୍ଲକ୍‌ ପ୍ରଶାସନର କର୍ମଚାରୀ ବିଭିନ୍ନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। କାଉ ଦୋଷ କଲେ ହଂସ ଦଣ୍ଡପାଇବା ପରି ଏ ବ୍ୟବସ୍ଥା। କିନ୍ତୁ ଜଣେ ହିତାଧିକାରୀ ଘର ନ କଲେ ତାଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ଏହାର ବାସ୍ତବ ଉତ୍ତର କାହା ପାଖରେ ନାହିଁ। କାରଣ ହିତାଧିକାରୀ ଜଣେ ଗରିବ ମଣିଷ ବୋଲି ବିବେଚନା କରାଯାଉଥିବାରୁ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ଚିନ୍ତା କରିନାହାନ୍ତି। ତେଣୁ କିଛି ହିତାଧିକାରୀ ଏ ଘର ନିର୍ମାଣ ଦିଗରେ ଖୁବ୍‌ ବେପରୱା ଏବଂ କିଛି ହିତାଧିକାରୀ ପରିସ୍ଥିତି ଚାପରେ ଘର କରିପାରୁନାହାନ୍ତି। ତେଣୁ କ୍ଷେତ୍ରୀୟ ତଦାରଖ ସମୟରେ ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ପୁଅ ସୁରଟରେ ଚାକିରି କରିଛି, ସେହି ଆଶାରେ ଧାର୍ଯ୍ୟ ଆକାରଠାରୁ ବଡ଼ଘର କରିଦେଇ ହିତାଧିକାରୀ ସମ୍ପୂର୍ଣ୍ଣ କରିପାରୁନାହାନ୍ତି। ଅନେକ କ୍ଷେତ୍ରରେ ଜମିଜମା ବିବାଦ ମଧ୍ୟ ତୁଟୁନାହିଁ। ଘରେ କାହାର ଦେହ ଅସୁସ୍ଥ ହୋଇଛି, ତେଣୁ ଘରକାମ ଆରମ୍ଭ ହୋଇପାରୁନାହିଁ। ଏହା ବ୍ୟତୀତ ଅନ୍ଧବିଶ୍ୱାସ ହେତୁ ମଧ୍ୟ ଅନେକ ଘର ହୋଇପାରୁନାହିଁ। ଯଥା ଅମୁକ କହିଛନ୍ତି, ଏ ଘର ଛାତ ପଡ଼ିଲେ ମୁଣ୍ଡ ଚାଲିଯିବ। ପରିବାରର ଜଣେ ମରିଯାଇଛି, ବର୍ଷିକିଆ ନ ଗଲେ ଘର କରି ହେବନାହିଁ। ଚୈତ୍ରମାସ, ପୌଷମାସ ନିଷ୍ଫଳା ମାସ ହୋଇଥିବାରୁ ବନ୍ଧ ପକେଇ ହେବନାହିଁ ଇତ୍ୟାଦି। କିଛି ବେପରୱା ହିତାଧିକାରୀଙ୍କ ଉତ୍ତର ମଧ୍ୟ ଦେଖନ୍ତୁ- ସରକାର ଯେତିକି ଟଙ୍କା ଦେଇଛନ୍ତି ସେଥିରେ କ’ଣ ଘର ହୋଇଯିବ? ଟଙ୍କା ହେଲେ କରିବି ନା, ବାରମ୍ବାର ମୋ ଘରକୁ କାହିଁକି ଆସୁଛ? ପୁଣି କେହି କହନ୍ତି- ଟଙ୍କା ତ ଦେଇଛ, ମୁଁ କ’ଣ ପଳାଇଯାଉଛି? ସରକାରଙ୍କ ସମସ୍ତ ଯୋଜନାର ସଫଳତା ନିର୍ଭର କରେ ଜନସାଧାରଣଙ୍କ ମାନସିକତା ଏବଂ ସହଯୋଗିତା ଉପରେ। ସେମାନେ ପାଇଥିବା ଅର୍ଥ ବା ସୁବିଧା ସୁଯୋଗକୁ ଠିକ୍‌ ବିନିଯୋଗ ନ କଲେ କୌଣସି ଯୋଜନା ସଫଳ ହେବନାହିଁ। ତେଣୁ ଏଥିପାଇଁ କେବଳ ସରକାର କିମ୍ବା ସରକାରୀ କର୍ମଚାରୀଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ।

ଗ୍ରାମୀଣ ଆବାସ ଯୋଜନା କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ତ ତ୍ରୁଟିବିଚ୍ୟୁତିକୁ ଦୂର କରିବା ପାଇଁ ଏବେ ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି। ଉଦ୍ଦେଶ୍ୟ ହେଉଛି, ଏ ଯୋଜନାର ସବୁ କାର୍ଯ୍ୟ ଅଧିକ ସ୍ବଚ୍ଛ ହେବ ଏବଂ ସମସ୍ତେ ନିଜ ଘରେ ବସି ନିଜର ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ। ତେଣୁ କାହା ପଛରେ ଦୌଡ଼ିବା ବା ଲାଞ୍ଚ ଦେବା ଆବଶ୍ୟକ ପଡ଼ିବ ନାହିଁ। ଅନ୍ୟପକ୍ଷରେ ବିଭିନ୍ନ ପ୍ରଚାର ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କୁ ଲାଞ୍ଚ ନ ଦେବା ପାଇଁ ସଚେତନ କରାଯାଉଛି। ଏହା ସତ୍ତ୍ୱେ କିଏ କାହାକୁ କାହିଁକି ଲାଞ୍ଚ ଦେଉଛନ୍ତି ତାହା ବିଚାର୍ଯ୍ୟ। କ୍ଷେତ୍ରୀୟ କାର୍ଯ୍ୟରେ କେଉଁଠି କେଉଁଠି ଦୁଷ୍ଟ ବ୍ରଣମାନେ ନ ଥିବେ ସେ କଥାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରାଯାଇ ନ ପାରେ। ଏ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମସ୍ୟାର ସମାଧାନ କରାଯାଇପାରେ। ସରକାରଙ୍କୁ ଏଥିରେ ଦୋଷ ଦେଲେ ସମସ୍ୟାର ସମାଧାନ ହେବନାହିଁ।

ଏଥର ନିରାକାରପୁର ଲକ୍ଷ୍ମୀଧରଙ୍କ ଘଟଣାଟିକୁ ବିଚାର କରାଯାଇପାରେ। ଖବରକାଗଜରୁ ଜଣାଯାଇଛି ତିତ୍‌ଲିରେ ତାଙ୍କର ଆଜ୍‌ବେଷ୍ଟସ ଘର ଭାଙ୍ଗିଯାଇଥିଲା, ସେ ଘରଟିଏ ପାଇଁ ବିଡିଓ, ତହସିଲଦାର ଓ ଅନ୍ୟମାନଙ୍କୁ ଅନୁରୋଧ କରିଥିଲେ। ତା’ଙ୍କୁ କେହି କେହି ୧୫ ଓ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ସେ ନିରାଶ ହୋଇ ଆତ୍ମହତ୍ୟା କଲେ। ପ୍ରକୃତ ଘଟଣା କ’ଣ ଜଣାନାହିଁ। ତାଙ୍କର ଅଭିଯୋଗକୁ ଭିତ୍ତିକରି ଏତିକି କୁହାଯାଇପାରେ ତିତ୍‌ଲି ବାତ୍ୟା ହୋଇଥିଲା ଅକ୍ଟୋବରରେ। ଆବାସ ଯୋଜନାର ହିତାଧିକାରୀ ଚୟନ ଏବଂ କିସ୍ତି ପ୍ରଦାନ ସାଧାରଣତଃ ମେ-ଜୁନ୍‌ ସୁଦ୍ଧା ଶେଷ ହୋଇଥାଏ। ତେଣୁ ସେତେବେଳେ ଘରଟିଏ ଦେବା କୌଣସି ବିଡିଓଙ୍କ ପକ୍ଷରେ ସମ୍ଭବ ନୁହେଁ। ତାଙ୍କୁ ଯଦି କେହି ଲାଞ୍ଚ ମାଗିଥିଲେ ସେ ସମ୍ପର୍କରେ ଜିଲାପାଳ କିମ୍ବା ସରକାରଙ୍କୁ ଅବଗତ କରାଇ ପାରିଥାନ୍ତେ, ମାତ୍ର ତାହା କଲେନାହିଁ। କେବଳ ହିତାଧିକାରୀଙ୍କ ଧୈର୍ଯ୍ୟ ଅଭାବରୁ ହିଁ ଲାଞ୍ଚ ବା ପିସି କାରବାର ହୋଇଥାଏ। ଖୁସିର କଥା, ତିତ୍‌ଲିରେ ଘର ହରାଇଥିବା ହିତାଧିକାରୀଙ୍କୁ ଏବେ ବିଜୁ ପକ୍କାଘର ଦେବା ପାଇଁ ଯୋଜନା କରାଯାଇଛି। ସରକାରଙ୍କ ଯୋଜନା ଏକ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ହୋଇଥାଏ। ହିତାଧିକାରୀମାନେ ଏହି ନିୟମକୁ ଭଲଭାବେ ଅନୁଧ୍ୟାନ କରିବା ଉଚିତ।  

narahari1965@gmail.com

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..