ସମ୍ପାଦକୀୟ |

ପ୍ରକୃତ ନେତା

ପ୍ରକୃତ ନେତା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ 

ଗୀତାରେ ଅଛି- ”ଯଦ୍‌ ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନାଃ। ସ ଯତ୍‌ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ।ା“ (୩ା୨୧) ଅର୍ଥାତ୍‌ ଶ୍ରେଷ୍ଠ ବ୍ୟକ୍ତି ଯେଭଳି ଆଚରଣ କରନ୍ତି ସାଧାରଣ ଜନତା ତାହା ଅନୁସରଣ କରନ୍ତି ଏବଂ କୌଣସି ବିଷୟର ଭଲମନ୍ଦ ବିଚାରକରି ନିଜର ବାସ୍ତବ ଅଭିଜ୍ଞତା ଦ୍ୱାରା ସେ ଯାହା ପ୍ରମାଣ କରନ୍ତି ସାଧାରଣ ଜନତା ସେହି ପଥରେ ଚାଲନ୍ତି। ବାସ୍ତବରେ ସମାଜ ସବୁବେଳେ ଏପରି ଜଣେ ନେତା ଆବଶ୍ୟକ କରେ, ଯିଏ ବାସ୍ତବ ଆଚରଣ ଭିତରଦେଇ ଲୋକଙ୍କୁ ଶିକ୍ଷା ଦେଇପାରୁଥିବେ, ପଥପ୍ରଦର୍ଶନ କରିପାରୁଥିବେ। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମଧ୍ୟ କହିଛନ୍ତି, ”ଯିଏ ଆଗେ ଝାମ୍ପ ଦେଇଛି, ଆଗେ ପଥ ଦେଖାଇଛି, ସେ ହିଁ ନେତା, ନତୁବା କେବଳ କଥାରେ କି ନେତା ହୋଇ ହୁଏ?“ (ସତ୍ୟାନୁସରଣ)। ଆଜାଦ ହିନ୍ଦ୍‌ ଫୌଜ ଗଠିତ ହେବା ପରେ ନେତାଜୀ ସୁଭାଷଚନ୍ଦ୍ର ନିଜେ ଜଣେ ସାଧାରଣ ସୈନିକ ଭଳି ରାଇଫଲ ଧରି ସେନା ଛାଉଣୀ ବାହାରେ ରାତିରେ ପହରା ଦେଉଥିଲେ। ଯେଉଁମାନେ ଦେଶର ନେତା, ଲୋକପ୍ରତିନିଧି କିମ୍ବା ରାଷ୍ଟ୍ରନାୟକ ସେମାନଙ୍କର ଆଚରଣ ଏବଂ ବ୍ୟକ୍ତିତ୍ୱ ଦେଶର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥାଏ। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷଚନ୍ଦ୍ର ପ୍ରମୁଖଙ୍କ ଭଳି ନେତୃବୃନ୍ଦଙ୍କ ଜୀବନାଦର୍ଶ ବହୁ ଲୋକଙ୍କ ଜୀବନକୁ ଉତ୍କର୍ଷମଣ୍ଡିତ କରିପାରିଥିଲା। କିନ୍ତୁ ଆମ ଦେଶର ସାମ୍ପ୍ରତିକ ନେତୃବୃନ୍ଦଙ୍କୁ ଲକ୍ଷ୍ୟ କଲେ ଦେଖାଯାଏ ଅଧିକାଂଶଙ୍କ ଜୀବନ ଆଦର୍ଶହରା, ଅନିୟନ୍ତ୍ରିତ, ନୈତିକତାହୀନ, ପରନିନ୍ଦାପରାୟଣ, ଛନ୍ଦକପଟପୂର୍ଣ୍ଣ, ମିଥ୍ୟାଭାଷଣସର୍ବସ୍ବ, ଏପରିକି ଅନେକ ସ୍ଥଳରେ ଜାତୀୟ ସ୍ବାର୍ଥର ବିରୋଧୀ ହୋଇଉଠିଛି। ଏଭଳି ନେତୃତ୍ୱ ପ୍ରଭାବରେ ଦେଶର ସାଧାରଣ ଜନତାଙ୍କ ଜୀବନ ଏବଂ ଚରିତ୍ର ମଧ୍ୟ କ୍ରମାଗତ ଭାବରେ ନିମ୍ନଗାମୀ ହେବାରେ ଲାଗିଛି। ଯେନତେନ ପ୍ରକାରେ ରାଜନୈତିକ କ୍ଷମତା ହାସଲ କରିବା ଅଥବା କ୍ଷମତାର ସିଂହାସନକୁ ଜାବୁଡ଼ି ଧରିବା, ପରସ୍ପରର କୁତ୍ସାରଟନାରେ ମତ୍ତହେବା, ଲୋକଙ୍କୁ ନାନା ଭାବରେ ପ୍ରଲୋଭିତ ଅଥବା ବିଭ୍ରାନ୍ତ କରି ଜନସମର୍ଥନ ଆଦାୟ କରିବା, ନାନା ପ୍ରକାର ହୀନ ପନ୍ଥା ଅବଲମ୍ବନ କରି ନିର୍ବାଚନରେ ଜୟଲାଭ କରିବା ଆଜି ନେତୃତ୍ୱର ପରିଭାଷା ହୋଇଉଠିଛି।

ଏ ସମ୍ବନ୍ଧରେ ଶ୍ରୀଶ୍ରୀଠାକୁରଙ୍କ ପ୍ରଦତ୍ତ କତିପୟ ଦିଗ୍‌ଦର୍ଶନ ଉଲ୍ଲେଖ କରିବା ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ହେବ। ସତ୍ୟାନୁସରଣରେ ସେ କହିଛନ୍ତି (୧) ଆଗେ ଅନ୍ୟ ପାଇଁ ଯଥାସର୍ବସ୍ବ ଢାଳିଦିଅ, (୨) ଦଶଜଣଙ୍କ ପାଦରେ ମଥା ବିକ୍ରୟ କର, (୩) ଆଉ କାହାରି ଦୋଷ ବୋଲି ଦୋଷ ଦେଖିବା ଭୁଲିଯାଅ, (୪) ସେବାରେ ଆତ୍ମହରା ହୁଅ, ତେବେ ନେତା, ତେବେ ଦେଶର ହୃଦୟ, ତେବେ ଦେଶର ରାଜା, ନତୁବା ସେସବୁ କେବଳ ମୁହେଁ ମୁହେଁ ହୁଏନାହିଁ। ଏବଂ ଯଦି ନେତା ହେବାକୁ ଚାହଁ ତେବେ (୫) ନେତୃତ୍ୱର ଅହଂକାର ତ୍ୟାଗ କର, (୬) ନିଜର ଗୁଣଗାନ ଛାଡ଼ିଦିଅ, (୭) ପରହିତରେ ଯଥାସର୍ବସ୍ବ ପଣ କର, (୮) ଆଉ ଯାହା ମଙ୍ଗଳ ଓ ସତ୍ୟ ନିଜେ ତାହା କରି ଦେଖାଅ, (୯) ସମସ୍ତଙ୍କୁ ପ୍ରେମର ସହିତ କୁହ, ଦେଖିବ ହଜାର ହଜାର ଲୋକ ତୁମକୁ ଅନୁସରଣ କରିବେ।

ଆମ ଦେଶର ନେତାମାନେ ବହୁତ ଭଲ ଭଲ କଥା କହନ୍ତି କିନ୍ତୁ ନିଜେ ଆଚରଣ କରନ୍ତି ନାହିଁ। ଦ୍ୱିତୀୟତଃ ସେମାନେ ଧରି ନେଇଛନ୍ତି, ଯେକୌଣସି ଦଳର ନେତା ହେବାକୁ ହେଲେ ଅନ୍ୟ ଦଳ ଏବଂ ଅନ୍ୟ ନେତାଙ୍କର ନିନ୍ଦା ଓ ସମାଲୋଚନା କରିବାକୁ ହେବ। ଜଣେ ନେତା ଅନ୍ୟ ଜଣେ ନେତାଙ୍କୁ ଭଲ କାମ ପାଇଁ ସହଜ ଭାବରେ ପ୍ରଶଂସା କରିବା କ୍ୱଚିତ୍‌ ଦେଖିବାକୁ ମିଳେ। ସେମାନେ ବୁଝନ୍ତି ନାହିଁ ଯେ, ଅଯଥାରେ ଅନ୍ୟର ନିନ୍ଦା କଲେ ନିଜର ମଧ୍ୟ ଅପ୍ରତିଷ୍ଠା ଆସିଥାଏ ଏବଂ ଅନ୍ୟକୁ ସତ୍‌ ଭାବରେ ପ୍ରଶଂସା କରିବା ଦ୍ୱାରା ପ୍ରକାରାନ୍ତରେ ନିଜର ମଧ୍ୟ ପ୍ରତିଷ୍ଠା ଆସିଥାଏ। ଆଉ ଗୋଟିଏ କଥା ହେଲା-ଆତ୍ମପ୍ରଚାର ଅର୍ଥାତ୍‌ ନିଜକୁ ବହୁତ ବଡ଼ କରି ପ୍ରଚାର କରିବା। ଶ୍ରୀଶ୍ରୀଠାକୁର କହିଛନ୍ତି, ଭୁଲରେ ବି ନିଜକୁ ପ୍ରଚାର କରିବାକୁ ଯାଅ ନାହିଁ ବା ନିଜକୁ ପ୍ରଚାର କରିବାକୁ କାହାକୁ ଅନୁରୋଧ କରନାହିଁ। ତା’ହେଲେ ସମସ୍ତେ ତୁମକୁ ଘୃଣା କରିବେ ଆଉ ତୁମଠାରୁ ଦୂରେଇଯିବେ। ସେ କହନ୍ତି, ‘ଯିଏ କଥାରେ କମ୍‌ କାମରେ ବେଶି ସେ ହିଁ ପ୍ରଥମ ଶ୍ରେଣୀର କର୍ମୀ’ (ସତ୍ୟାନୁସରଣ)। ତେଣୁ ଆମର ନେତାମାନେ ଯଦି କେବଳ ପ୍ରଚାରସର୍ବସ୍ବ ନ ହୋଇ ଜନଗଣଙ୍କର ପ୍ରକୃତ ଉନ୍ନତି ଏବଂ ମଙ୍ଗଳ ପାଇଁ କାର୍ଯ୍ୟ କରିଚାଲିବେ ତେବେ ଦେଶର ପ୍ରକୃତ ଉନ୍ନତି ହେବା ସଙ୍ଗେ ସଙ୍ଗେ ଜନମାନସରେ ସେମାନଙ୍କର ଆସନ ମଧ୍ୟ ପକ୍କା ହୋଇଯିବ।

ପ୍ରକୃତ ଜନନେତା ହେବାକୁ ହେଲେ ଜଣକର ଆଦର୍ଶନିଷ୍ଠା, ସେବାପ୍ରାଣତା, ଚରିତ୍ରବତ୍ତା ଏବଂ ନିଜର ଐତିହ୍ୟ, ସଂସ୍କୃତି ପ୍ରତି ଆନୁଗତ୍ୟ ତଥା ସ୍ବଦେଶପ୍ରୀତି ରହିବା ବାଞ୍ଛନୀୟ । ଯେଉଁ ବ୍ୟକ୍ତି କୌଣସି ସତ୍‌ ଆଦର୍ଶ ସହିତ ଯୁକ୍ତ ନୁହନ୍ତି ତାଙ୍କ ନିଜର ଜୀବନ ହିଁ ଅନିୟନ୍ତ୍ରିତ। ତେଣୁ ସେ କିପରି ଅନ୍ୟମାନଙ୍କୁ ନିୟନ୍ତ୍ରଣ କରିପାରିବେ? ଯାହାଙ୍କର କୌଣସି ପଥପ୍ରଦର୍ଶକ ନାହାନ୍ତି ସେ କିପରି ଅନ୍ୟମାନଙ୍କର ପଥପ୍ରଦର୍ଶକ ବା ନେତା ହେବେ? ମୌର୍ଯ୍ୟସମ୍ରାଟ୍‌ ଚନ୍ଦ୍ରଗୁପ୍ତଙ୍କ ଜୀବନରେ ଆଦର୍ଶ ଥିଲେ ମହାପଣ୍ଡିତ ଚାଣକ୍ୟ ଏବଂ ଛତ୍ରପତି ଶିବାଜୀଙ୍କ ଜୀବନର ଆଦର୍ଶ ଥିଲେ ଗୁରୁ ରାମଦାସ। ତେଣୁ ସେମାନେ ସଫଳ ରାଷ୍ଟ୍ରନାୟକ ହୋଇପାରିଥିଲେ। ଅନିୟନ୍ତ୍ରିତ ନେତା ନିଜର ଅନୁଗାମୀମାନଙ୍କୁ ମଧ୍ୟ ବିଧ୍ୱସ୍ତି ଆଡ଼କୁ ନେଇଯାଇଥାନ୍ତି। ଆଦର୍ଶନିଷ୍ଠା ଅଭାବରୁ ଆମ ଦେଶର ନେତାମାନେ ଉଡ଼ା ଚଢ଼େଇ ଭଳି ଏ ଡାଳ ସେ ଡାଳ ହୋଇ ସାରା ଜୀବନ ବିତାଇଦିଅନ୍ତି। ଏଣୁ ଆଜିର ନେତୃବୃନ୍ଦଙ୍କୁ ଶ୍ରୀଶ୍ରୀଠାକୁରଙ୍କର ଅମିୟ ସନ୍ଦେଶ- ”ପରିପୂରଣୀ ଆଦର୍ଶରେ ଅଚ୍ୟୁତିର ସହିତ ସବୁ ରକମରେ ନୀତ ହୁଅ- ତେବେ ତୁମେ ନେତା ହୋଇଉଠିବ, ଆଉ ସେ ନେତୃତ୍ୱରେ ସମସ୍ତଙ୍କୁ ସର୍ବତୋଭାବରେ ଉତ୍କର୍ଷମୁଖର କରି ତୋଳିବ ହିଁ ତୋଳିବ; ତୁମର ସେହି ଆଦର୍ଶାନତି ବିଚ୍ଛୁରିତ ହୋଇ, ସମସ୍ତଙ୍କୁ ତୁମଠାରେ ଆନତ କରି ତୋଳିବ,- ସଂଘବଦ୍ଧ ହେବେ ସମସ୍ତେ- ଶକ୍ତି ପାଇବେ ସମସ୍ତେ- ଶକ୍ତି, ବୃଦ୍ଧି, କାନ୍ତି ଓ ଚେଷ୍ଟା ଉଦ୍‌ବର୍ଦ୍ଧିତ ହୋଇଉଠିବ ସାଫଲ୍ୟରେ।“ (ସମ୍ବିତୀ-୧୪୪)। (୧୦ା୦୨- ଭୁବନେଶ୍ୱର ସତ୍‌ସଙ୍ଗ ମନ୍ଦିର ଉଦ୍‌ବୋଧନ ସ୍ମୃତି-ମହୋତ୍ସବ ଉପଲକ୍ଷେ)

ମୋ-୯୪୩୭୨୮୭୯୬୪

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..