ଅପରାଧ | ବାଲେଶ୍ୱର

କମେଣ୍ଟ ମାରିବା ସହ ଆକ୍ରମଣ ମାମଲା: ଦୋଷୀଙ୍କୁ ୨ ବର୍ଷ ଜେଲ

କମେଣ୍ଟ ମାରିବା ସହ ଆକ୍ରମଣ ମାମଲା: ଦୋଷୀଙ୍କୁ ୨ ବର୍ଷ ଜେଲ

ଭଦ୍ରକ ଅଫିସ,  ୮।୨  - ଏକ କମେଣ୍ଟ ମରା ଓ ଆକ୍ରମଣ ମାମଲାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅମିୟ ରଞ୍ଜନ ଜେନା ଦୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୧୫ ଜୁନ ୩୦ ତାରିଖ ସନ୍ଧ୍ୟାରେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ସାଳନ୍ଦୀ କଲୋନୀର ରାଜୀବ କୁମାର ଦାସ ତାଙ୍କ ସାଙ୍ଗ ସହ ଯାଉଥିବା ବେଳେ ସେହି କଲୋନୀର ଶୁଶୃତ ଶେଖର ପରିଡା ତାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ ମାରିଥିଲେ। ରାଜୀବ ପ୍ରତିବାଦ କରିବାରୁ ଶୁଶୃତ ଏକ ଲୁହାରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ରାଜୀବ ଭଦ୍ରକ ଟାଉନ ଥାନାରେ ଏତଲା ଦେବା ପରେ ଏକ ମାମଲା(ନଂ.୨୧୯/୧୫) ରୁଜୁ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ଶୁଶୃତଙ୍କ ନାମରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। କୋର୍ଟ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅଭିଯୁକ୍ତ ଶୁଶୃତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍‌ ଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଆଡିସନାଲ ପିପି  ଯତିକାନ୍ତ ନାୟକ ଉକ୍ତ ମାମଲା ପରିଚାଳନା କରୁଥିଲେ।

All Right Reserved By

ଅପରାଧ | ବାଲେଶ୍ୱର

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଦିଗପହଣ୍ଡି,୧୬।୨(ଡି.ଏନ.ଏ.)- ଦିଗପହଣ୍ଡି-ଚିକିଟି ଲେନରେ ଅବସ୍ଥିତ ଗୁପ୍ତେଶ୍ୱର ଶୈବ ମନ୍ଦିରରୁ ଶୁକ୍ରବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଲୁଟି ନେଇଛନ୍ତି। ଘଟଣା ସମ୍ପର୍କରେ ମନ୍ଦିର କମିଟି ସଭାପତି ବିଚିତ୍ର ପଟ୍ଟନାୟକ ଜାଣିପାରି ଏ ନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ତଦନ୍ତ ଜାରି ରହିିଛି। ଶୁକ୍ରବାର ମଧ୍ୟରାତ୍ରିରେ ମନ୍ଦିର ପରିସରରେ ରାତ୍ରି ଜଗୁଆଳି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପଶିଥିଲେ। ମନ୍ଦିର ପରିସରରେ ଥିବା ଚାରୋଟି କୋଠାରି  ତାଲା ଭାଙ୍ଗି ପାଣି ମୋଟର, ବେତାର ଯନ୍ତ୍ର ଓ ପୂଜା ପିତଳ ସାମଗ୍ରୀ ଏହିପରି ଭାବେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରି କରି ନେଇଛନ୍ତି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...

ତିହିଡ଼ି,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ କଁାପଡ଼ାବିନ୍ଧା ଗ୍ରାମରେ ଜଣେ ମହିଳାଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ବିନି ଦାସ। ବିନିଙ୍କର ଗତବର୍ଷ ବିବାହ ହୋଇଥିଲା। କିନ୍ତୁ ତାଙ୍କ ସ୍ବାମୀଙ୍କର ଅନ୍ୟ ଝିଅ ସହ ପରକୀୟା ପ୍ରୀତି ଥିବା ଜାଣିପାରି ବିନି ଏହାକୁ ବିରୋଧ କରୁଥିଲେ।

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

ବେଦବ୍ୟାସ,୧୬।୨: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ସହ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନର କାନ୍ଥ ତାଡ଼ି ଚୋରମାନେ ୩୦ଲକ୍ଷ ଟଙ୍କାର ମୋବାଇଲ ସମେତ ଗ୍ରୋସେରୀ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। 

ଚୋରା କାଠ ବୋଝେଇ ୪୦୭ ଜବତ

ଚୋରା କାଠ ବୋଝେଇ ୪୦୭ ଜବତ

ଭଦ୍ରକ ଅଫିସ,୧୬।୨: ଭଦ୍ରକ ବନ ବିଭାଗ ରେଞ୍ଜରଙ୍କ ଦ୍ୱାରା ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ହଳଦୀଡ଼ିହ ବାଇପାସ୍‌ ନିକଟରୁ ଚୋରାକାଠ ବୋଝେଇ ୪୦୭କୁ ଜବତ କରାଯାଇଛି। ବନବିଭାଗ କର୍ମଚାରୀଙ୍କୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ବନବିଭାଗ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିଟି ଭଦ୍ରକରୁ ଧାମରା ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

କଟକ ଅଫିସ, ୧୬।୨: ସିଡିଏ କାଠଯୋଡ଼ି ବିହାର ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା ଦୈନିକ ନୂଆମୋଡ଼ ନେବାରେ ଲାଗିଛି। ସାନଭଉଣୀ ଘରକୁ ଫେରି ମା’ଙ୍କ ସହ ମର୍କତନଗର ଥାନାକୁ ଯାଇ ଅପହରଣ ଅଭିଯୋଗ କରିଥିଲେ। ଏହାର ୧୨ ଘଣ୍ଟା ମଧ୍ୟରେ ସେ ଆତ୍ମହତ୍ୟା କରିଥିଲେ। ଗୁରୁବାର ତାଙ୍କ ବଡ଼ଭଉଣୀ ଉଦ୍ଧାର ହେବା ପରେ ମା’ ପାଖରେ ରହିବାକୁ ରାଜି ହୋଇନାହାନ୍ତି।

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ।