
ଖୋର୍ଦ୍ଧା ଅଫିସ,୮।୨: ଅବକାରୀ ବିଭାଗ ଓ ଜିଲା ଫ୍ଲାଇଙ୍ଗ ସ୍କ୍ବାର୍ଡ ମିଳିତ ଚଢ଼ାଉ କରି ସାମନ୍ତରାପୁର ସ୍ବପ୍ନେଶ୍ୱର ବସ୍ତିରୁ ୧୨୮ ଗ୍ରାମର ବ୍ରାଉନ୍ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ସାମନ୍ତରାପୁର ଜବରଦସ୍ତପୁର ଅଞ୍ଚଳର ସୁନିଲ ଦଳେଇ। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୮୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।