ଅପରାଧ | ବାଲେଶ୍ୱର

ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି

ମୋବାଇଲ ଟାୱାରରୁ ବ୍ୟାଟେରୀ  ଚୋରି

ଭଦ୍ରକଅଫିସ, ୮।୨: ଭଦ୍ରକ ଜିଲାରେ ବ୍ୟାଟେରୀ  ଚୋର  ର଼୍ୟାକେଟ  ସକ୍ରିୟ   ହୋଇଉଠିଛନ୍ତି। ଗୁରୁବାର ରାତିରେ ଦୁଇଟି ମୋବାଇଲ ଟାୱାର ଗୁଆମାଳ ଓ କୁବେରାରୁ ୭୨ ଟି ବେଟେରୀ ଚୋରି ହୋଇଛି। ଏହାକୁ ମିଶାଇ ଗତ ତିନି ଦିନରେ ୫ଟି ଟାୱାରରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରି ହୋଇଥିବା ଜଣାପଡ଼ିଛି।

All Right Reserved By

ଅପରାଧ | ବାଲେଶ୍ୱର

ବ୍ଲିଚିଂ ପାଉଡର ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

ବ୍ଲିଚିଂ ପାଉଡର ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ୍‌,୨୧।୨- ବ୍ଲିଚିଂ ପାଉଡର୍‌ ଖାଇ ଜଣେ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ପୋଲସରା ଥାନା ଅଧୀନ ସୋଡକ ନିକଟସ୍ଥ ମଦରଙ୍ଗପଲ୍ଲୀ ଗ୍ରାମର ହୀନ ନାହାକ (୫୫) ା ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘରେ ଥିବା ବ୍ଲିଚିଂ ପାଉଡର୍‌ ହୀନ ଖାଇ  ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାରବର୍ଗ ତାଙ୍କୁ ଗୁରୁତର  ଅବସ୍ଥାରେ ପ୍ରଥମେ ପୋଲସରା ମେଡିକାଲ ପରେ ବ୍ରହ୍ମପୁର ବଡ ମେଡିକାଲରେ  ଭର୍ତ୍ତି କରିଥିଲେ। ଗୁରୁବାର ଭୋର୍‌ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ବଡ ମେଡିକାଲ ଫାଣ୍ଡିରେ ନଂ. ୯୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସ୍‌ଆଇ ବୀରେନ୍ଦ୍ର ପ୍ରଧାନ କହିଛନ୍ତି ।

ମାଉଜର ଦେଖାଇ ଆତଙ୍କ ଉଦ୍ୟମ, ଜଣେ ଗିରଫ

ବ୍ରହ୍ମଗିରି, ୨୧ା୨(ଡି.ଏନ୍‌.ଏ.)-ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣାନୂଆଗାଁ ଗ୍ରାମରେ ବୁଧବାର ରାତିରେ ଜଣେ ଯୁବକ ମାଉଜର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି। 

ଅସିହା ଗଡ଼ ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅସିହା ଗଡ଼ ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ,୨୧।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅସିହା ଗଡ଼ ପାହାଡ଼ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଅସିହା ଗଡ଼ ଗ୍ରାମର ଚୈତନ୍ୟ ଦେହୁରୀଙ୍କ ପୁଅ ନଟି ଦେହୁରୀ(୨୪)। 

କୁଲଡ଼ିହା ବନବିଭାଗ ଦ୍ୱାରା ୫ ଟ୍ରକ୍‌ ଜବତ

କୁଲଡ଼ିହା ବନବିଭାଗ ଦ୍ୱାରା ୫ ଟ୍ରକ୍‌ ଜବତ

ସଜନାଗଡ଼,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିର କୁଲଡ଼ିହା ବନବିଭାଗ ଏସିଏଫ୍‌ଓ ଲକ୍ଷ୍ମଣ ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ରାତିରେ ୫ଟି ଟ୍ରକ ଜବତ କରିଛନ୍ତି।

ଗହୀରମଥାରୁ ୧୦ ମତ୍ସ୍ୟଜୀବୀ ଗିରଫ,୧ ଟ୍ରଲର ଜବତ

ଗହୀରମଥାରୁ ୧୦ ମତ୍ସ୍ୟଜୀବୀ ଗିରଫ,୧ ଟ୍ରଲର ଜବତ

ରାଜନଗର, ୨୦।୨(ଡି.ଏନ୍‌.ଏ.): କଇଁଚ୍ଛଙ୍କ ଏନ୍ତୁଡ଼ିଶାଳ ଭାବେ ଆଖ୍ୟାୟିତ ଗହୀରମଥା ନିଷିଦ୍ଧାଞ୍ଚଳରୁ ବେଆଇନଭାବେ ମାଛ ଧରୁଥିବାବେଳେ ରାଜନଗର ବନ ବିଭାଗ ପାଟ୍ରୋଲିଂ ଟିମ୍‌ ବୁଧବାର ଚଢ଼ାଉକରି ୧୦ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି।

ଚୋରା କୋଇଲା ବୋଝେଇ ୪ ଟ୍ରକ୍‌କୁ ଧରିଲା ପୋଲିସ: ୫୫ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ, ୪ ଗିରଫ

ଚୋରା କୋଇଲା ବୋଝେଇ ୪ ଟ୍ରକ୍‌କୁ ଧରିଲା ପୋଲିସ: ୫୫ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ, ୪ ଗିରଫ

ଛେଣ୍ଡିପଦା,୨୦।୨(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ସନ୍ତାରାବନ୍ଧରୁ କୋଶଳା  ଜରପଡା ରାସ୍ତା ଦେଇ ବାହାରକୁ ଚାଲାଣ ହେଉଥିବା ୩ଟି ଚୋରା କୋଇଲା ବୋଝେଇ ଟ୍ରକକୁ ବୁଧବାର ଭୋର ୪ଟାରେ ଛେଣ୍ଡିପଦା ପୋଲିସ ଜବତ କରିଛି।

ଡକାୟତ ଗ୍ୟାଙ୍ଗର ୮ ଗିରଫ: ୬ ବାଇକ୍‌, ୭୬ ହଜାର ଟଙ୍କା, ସୁନା ଅଳଙ୍କାର, ୧୦ ମୋବାଇଲ ଜବତ

ଡକାୟତ ଗ୍ୟାଙ୍ଗର ୮ ଗିରଫ: ୬ ବାଇକ୍‌, ୭୬ ହଜାର ଟଙ୍କା, ସୁନା ଅଳଙ୍କାର, ୧୦ ମୋବାଇଲ ଜବତ

କଟକ ଅଫିସ, ୨୦।୨- କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଜାନୁୟାରୀ ୧ ତାରିଖରେ ଏକ ଲୁଟ୍‌ ଘଟଣାର ତଦନ୍ତ କରିବାକୁ ଯାଇ ମଙ୍ଗଳବାର ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ପୋଲିସ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ ବାଇକ୍‌, ସୁନା ଅଳଙ୍କାର, ୧୦ ମୋବାଇଲ, ନଗଦ ୭୬ ହଜାର ଟଙ୍କା ସହ ଅନ୍ୟ ଜିନିଷ ଜବତ କରିଛି। 

ଅନୁଗୋଳର ନାବାଳିକା କଟକରେ ବିକ୍ରି, ବନ୍ଦ ଘରେ ୪ ଦିନ ଗଣବଳାତ୍କାର: ୫ ଇଞ୍ଜିନିୟରିଂ ଛାତ୍ର କରିଥିଲେ

ଅନୁଗୋଳର ନାବାଳିକା କଟକରେ ବିକ୍ରି, ବନ୍ଦ ଘରେ ୪ ଦିନ ଗଣବଳାତ୍କାର: ୫ ଇଞ୍ଜିନିୟରିଂ ଛାତ୍ର କରିଥିଲେ

କଟକ ଅଫିସ,  ୨୦।୨-ଅନୁଗୋଳର ଜଣେ ନାବାଳିକାଙ୍କୁ କଟକରେ ବିକ୍ରି ପରେ ଗଣବଳାତ୍କାର କରାଯାଇଛି। ୫ଜଣ ଇଞ୍ଜିନିୟରିଂ ଛାତ୍ର ସମ୍ପୃକ୍ତ ନାବାଳିକାଙ୍କୁ ଏକ ବନ୍ଦ ଘରେ ରଖି ୪ଦିନ ଧରି ବଳାତ୍କାର କରିଛନ୍ତି। ମଙ୍ଗଳାବାଗ ଥାନାଞ୍ଚଳରେ ଏହି ସ୍ପର୍ଶକାତର ଘଟଣା ଘଟିଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ରେଳ ଷ୍ଟେଶନରୁ ଉଦ୍ଧାର କରାଯିବା ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। 

ବେଆଇନ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିଲେ; ୬ ଦେଶୀ ବନ୍ଧୁକ, ୧୨ ଗୁଳି ଜବତ: ୩ ଗିରଫ

ବେଆଇନ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିଲେ; ୬ ଦେଶୀ ବନ୍ଧୁକ, ୧୨ ଗୁଳି ଜବତ: ୩ ଗିରଫ

କଟକ ଅଫିସ/ ଚୌଦ୍ୱାର (ଡି.ଏନ୍‌.ଏ), ୨୦।୨- ବେଆଇନ ଭାବେ ବନ୍ଧୁକ  ରଖି  ବନ୍ୟଜନ୍ତୁ ଶିକାର କରୁଥିଲେ। ଏହି ଘଟଣାରେ ଚୌଦ୍ୱାର ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଗୋଡଧୁଆ ଗ୍ରାମର ସାଧୁଆ ପୁର୍ତ୍ତି ଓରଫ ସର୍ଜନ୍‌(୩୫), ମାଛଖଣ୍ଡିଆ ଗ୍ରାମର ମନୋଜ ଡରେଇ (୨୯) ଓ ରଘୁନାଥ ଡରେଇ (୪୫) ା ସେମାନଙ୍କ ଠାରୁ ପୋଲିସ ୬ ଦେଶୀ ବନ୍ଧୁକ ସହିତ ୧୨ଟି ଅଫୁଟା ଗୁଳି ଜବତ କରିଛି। ଏନେଇ ପୋଲିସ ଆମର୍‌ସ ଆକ୍ଟ ୨୫(ଆଇ)(ଏ)ରେ ଏକ ମାମଲା(୪୯/୧୯) ରୁଜୁ କରି ଅଧିକ ଖୋଳତାଡ଼ କରୁଛି।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।