ଅପରାଧ | ବ୍ରହ୍ମପୁର

ବାପାଙ୍କୁ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବାପାଙ୍କୁ ପିଟି  ହତ୍ୟା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ୍‌,୭ା୨- ବ୍ରହ୍ମପୁର ସଦରଥାନା ଅଧୀନ ଲାଠି ଗ୍ରାମର ଦଣ୍ଡାସୀ ସାହିରେ ଗୁରୁବାର ଭୋର୍‌ରେ ଏକ ହତ୍ୟାକାଣ୍ଡ ଘଟିଛି ା ସାହି ଦାଣ୍ଡରେ ନିଜ ବାପାଙ୍କୁ ନିଶାସକ୍ତ ପୁଅ ଅମାନୁଷିକ ଭାବେ ପିଟି ହତ୍ୟା କରିଥିବା ଦେଖିବାକୁ ମିଳିଛି ା ମୃତକ ହେଲେ ଅଭିମନ୍ୟୁ ନାୟକ(୬୦) ା ଏନେଇ ଅଭିମନ୍ୟୁଙ୍କ ସାନଭାଇ ଶିବରାମଙ୍କ ଏତଲାକୁ ଭିତ୍ତିକରି  ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପୁଅ ସୀମାଞ୍ଚଳ ନାୟକଙ୍କୁୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ା ଏ ନେଇ ଥାନାରେ ନଂ. ୨୭/୧୯ରେ ମାମଲା ରୁଜୁ ହୋଇଛି ।   ଗତ କିଛି ଦିନ ହେଲା ଲାଠି ଗ୍ରାମର ଅଭିମନ୍ୟୁ ସିକିରିସ୍ଥିତ ନିଜ ବଡପୁଅ ନରସିଂହ ନାୟକଙ୍କ ଘରେ ରହିଆସୁଥିଲେ ା ଅଭିମନ୍ୟୁଙ୍କ ସାନ ପୁଅ ସୀମାଞ୍ଚଳ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଗତ କିଛି ଦିନ ହେଲା ଗଁାକୁ ଆସିଥିଲେ ା ଗତ ମଙ୍ଗଳବାର ନିଜ ବାପା ଓ ବଡ ଭାଇଙ୍କୁ ଭେଟିବା ପାଇଁ ସୀମାଞ୍ଚଳ ସିକିରି ଗଁାକୁ ଯାଇଥିଲେ। ହେଲେ ସେଠାରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳି ହୋଇଥିଲା ା ଫଳରେ ସୀମାଞ୍ଚଳ ଲାଠି ଗ୍ରାମରେ ଥିବା ନିଜ ପୈତୃକ ଘରକୁ ଫେରିଯାଇଥିଲେ ା ବୁଧବାର ରାତିରେ ଅଭିମନ୍ୟୁ ନିଜ ସାନପୁଅ ସୀମାଞ୍ଚଳଙ୍କ ପାଖକୁ କଳହର ସମାଧାନ କରିବାକୁ ଆସିଥିଲେ ା ହେଲେ ନିଶାସକ୍ତ ଅବସ୍ଥାରେ  ଥିବା ସୀମାଞ୍ଚଳ ତାଙ୍କୁ ଦେଖି ଉତ୍‌କ୍ଷିପ୍ତ ହୋଇଯାଇଥିଲେ ା ଗୁରୁବାର ଭୋରରେ ବାପା ଅଭମନ୍ୟୁଙ୍କୁ ଘରୁ ବାହାର କରି  ସାହି ରାସ୍ତାରେ ସୀମାଞ୍ଚଳ ବାରମ୍ବାର ମୁଥ, ଗୋଇଠା ମାରି ପିଟିବା ପରେ ରାସ୍ତା ପାର୍ଶ୍ୱରେ ଥିବା ଏକ ପଥର ଗଦା ଉପରକୁ ଠେଲି ଦେଇଥିଲେ ା ପଥର ଅଭିମନ୍ୟୁଙ୍କ ମୁଣ୍ଡରେ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା ା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ହତ୍ୟାକାରୀ ପୁଅ ସୀମାଞ୍ଚଳଙ୍କୁ କାବୁକରି ପୋଲିସକୁ ଖବର ଦେଇଥିଲେ ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ା  ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା ବେଳେ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି ା 

ସୂଚନାଯୋଗ୍ୟ, ଅଭିଯୁକ୍ତ ସୀମାଞ୍ଚଳ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ସମୟରେ ଘରେ କଳି କରୁଥିଲେ ା ଫଳରେ ବାପା ଅଭିମନ୍ୟୁ  ବଡପୁଅ ଘରେ ରହିବା ପାଇଁ ସିକିରି ଗ୍ରାମକୁ ଚାଲିଯାଇଥିଲେ ା  

All Right Reserved By

ଅପରାଧ | ବ୍ରହ୍ମପୁର

ନକଲି ବିଦେଶୀ ମଦ କାରଖାନା ଠାବ, ୪ ଗିରଫ

ନକଲି ବିଦେଶୀ ମଦ କାରଖାନା ଠାବ, ୪ ଗିରଫ

ସୋର, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଗୋଇନ୍ଦା ବିଭାଗ, ମୋବାଇଲ ସ୍କ୍ବାଡ଼, ସୋର ଅବକାରୀ ଓ ନୀଳଗିରି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଖଇରା ଓ ସିମୁଳିଆ ଥାନା ଅଧିନରେ ନକଲି ମଦ କାରଖାନା ଠାବ କରାଯାଇଛି।

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ଦଲକ ସାହିରେ ଶନିବାର ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ପୋଲସରା, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଶୁକ୍ରବାର ରାତିରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

ଯାଜପୁରରୋଡ଼ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୩ ଗିରଫ

ଯାଜପୁରରୋଡ଼ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୩ ଗିରଫ

ଯାଜପୁରରୋଡ଼ ୧୯।୪(ନି.ପ୍ର.): ଯାଜପୁରରୋଡ କେନ୍ଦୁଝର ରେଳଷ୍ଟେଶନ ସାଇ ମନ୍ଦିର ଲେଭଲକ୍ରସିଂ ନିକଟରୁ ଯାଜପୁରରୋଡ଼ ପୋଲିସ ଚଢାଉକରି ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଝାରପଡ଼ା ଜେଲକୁ ଆସିଛନ୍ତି  ଟିଟୋ।

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l


Model This Week

କ୍ରିଷ୍ଣା
Why Dharitri