ସମ୍ପାଦକୀୟ |

ଆଜିର ଅର୍ଥନୀତି/ ଅସାର ବଜେଟ

ଆଜିର ଅର୍ଥନୀତି/ ଅସାର ବଜେଟ

ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଫେବୃୟାରୀ ପହିଲାରେ ଯେଉଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି, ତାହା ବାହାରକୁ ଦେଖିବାକୁ ବେଶ୍‌ ଭଲ ଓ ଲୋକପ୍ରିୟ ହୋଇଥିଲେ ମଧ୍ୟ ବାସ୍ତବରେ ତାହା ଅତ୍ୟନ୍ତ ଅସାର। ବାହାରକୁ ଦେଖିବାକୁ ଭଲ କାରଣ ତାହା ସମ୍ପୂର୍ଣ୍ଣରୂପେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ସ୍ତରର ଲୋକଙ୍କୁ ସନ୍ତୁଷ୍ଟ କଲା ଭଳି କରାଯାଇଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ବଜେଟ ମାଧ୍ୟମରେ ଏନ୍‌ଡିଏ ସରକାରର କେତେକ ଦୋଷତ୍ରୁଟିକୁ ଘୋଡ଼ାଇବା ଓ ସମ୍ମାନ ରକ୍ଷା କରିବା ଲାଗି ଉଦ୍ୟମ କରାଯାଇଛି। ସତ କଥା ହେଲା ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ଯେ କୌଣସି ବି ସରକାର ବଜେଟ ଉପସ୍ଥାପନ କରନ୍ତି, ତାହାକୁ ସେମାନେ ଲୋକପ୍ରିୟ କରିବାକୁ ବାଧ୍ୟ ହୁଅନ୍ତି। ଏନ୍‌ଡିଏ ସରକାର ବା ସେଥିରୁ ବାଦ୍‌ ଯାଆନ୍ତା କିପରି? କିନ୍ତୁ ଏ ଅନ୍ତରୀଣ ବଜେଟରେ ଯେଉଁସବୁ ପଦକ୍ଷେପ ଓ ଦୁଃସାହସିକତା ଦେଖିବାକୁ ମିଳିଛି, ତାହା ଆଗରୁ ଦେଖାଯାଇ ନ ଥିଲା। ଏହାକୁ ଅସାର କହିବାର କାରଣ ଏଥିରେ କୃଷକମାନଙ୍କୁ ବାର୍ଷିକ ଯେଉଁ ୬୦୦୦ ଟଙ୍କା ସହାୟତା ଓ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଯେଉଁ ପେନ୍‌ସନ ଦିଆଯିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି, ତାକୁ ଯଦି ନୂଆ ସରକାର ଚାହିଁବେ ତେବେ ତାହା କାର୍ଯ୍ୟକାରୀ ହେବ। କିନ୍ତୁ ତାହା କାର୍ଯ୍ୟକାରୀ ହେବ, ଏହା ଆପାତତଃ ନିଶ୍ଚିତ, କାରଣ ତାହାକୁ କାର୍ଯ୍ୟକାରୀ ନ କରିବା ଏକ ରାଜନୈତିକ ଆତ୍ମଘାତୀ ନିଷ୍ପତ୍ତି ହେବ। ପୁଣି ଏହି ଅନ୍ତରୀଣ ବଜେଟରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଇଛି। ବ୍ୟକ୍ତିଗତ ଆୟକରରେ ଯେଉଁ ପରିବର୍ତ୍ତନ କରାଯାଇଛି, ତାହା ବିଭ୍ରାନ୍ତି ସୃଷ୍ଟି କରୁଛି। 

ଏପରି କି ଅନ୍ତରୀଣ ବଜେଟ ଉପସ୍ଥାପନର ସପ୍ତାହେ ପରେ ବି ଗୋୟଲ ଯେଉଁ ଟିକସ ସୁବିଧା ଘୋଷଣା କରିଛନ୍ତି, ତାହା ଟିକସଦାତାମାନଙ୍କ ପାଇଁ ବାସ୍ତବରେ କିଛି ଫରକ ଆଣିବ କି ନା ସେ ନେଇ ସନ୍ଦେହ ଦୂର ହୋଇପାରି ନାହିଁ। ଗୋୟଲ ତାଙ୍କ ବଜେଟ ଅଭିଭାଷଣରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ପାଇଁ ପୂର୍ଣ୍ଣ ରିହାତି ଘୋଷଣା କରିଥିଲେ। ଗଣମାଧ୍ୟମ ତାହାର ମୂଳ ତତ୍ତ୍ୱକୁ ନ ଯାଇ ଉକ୍ତ ଘୋଷଣାର ଅର୍ଥ ବୁଝାଇଲେ ଯେ, ବର୍ତ୍ତମାନ ଯେଉଁ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କା ରହିଛି, ତାକୁ ଦ୍ୱିଗୁଣିତ କରି ୫ ଲକ୍ଷ ଟଙ୍କା କରାଗଲା। କିନ୍ତୁ ଅର୍ଥ ବିଲ୍‌ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଅଢ଼େଇ ଲକ୍ଷ ଓ ୫ ଲକ୍ଷ ଟଙ୍କା ମଧ୍ୟରେ ସ୍ଲାବ୍‌ ଯେମିତି ଥିଲା, ସେମିତି ରହିଛି ଏବଂ କେବଳ ଟିକସ ହାର ୫ ପ୍ରତିଶତ ରହିବ। ଗୋଟିଏ ଗୋଷ୍ଠୀ ଲୋକ ଦାବି କରୁଛନ୍ତି ଯେ, ବେତନଭୋଗୀ ଶ୍ରେଣୀ ପାଇଁ ଏହା ଏକ ଉପହାର। କିନ୍ତୁ ବିଶ୍ଳେଷକମାନଙ୍କ କହିବା ଅନୁସାରେ ଏହା ଏକ ରିହାତି ମାତ୍ର, ପୂର୍ଣ୍ଣ ଛାଡ଼ ନୁହେଁ। ଏହା ସେହି ଲୋକମାନଙ୍କୁ ସାହାଯ୍ୟ କରିବ, ଯେଉଁମାନଙ୍କ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ନୁହେଁ। ପ୍ରସ୍ତାବିତ ପରିବର୍ତ୍ତନରେ ଅନେକ ସଂଶୟ ରହିଥିଲେ ମଧ୍ୟ ସରକାର କିଛି ସ୍ପଷ୍ଟୀକରଣ ନ ଦେଇ ଆରାମରେ ଚୁପ୍‌ଚାପ୍‌ ବସିଯାଇଛନ୍ତି। 

ପିଏମ୍‌-କିଷାନ ଯୋଜନା ଯଦି କାର୍ଯ୍ୟକାରୀ ହୁଏ, ତେବେ ତାହା ଦେଶରେ ଜମି-ମାଲିକଙ୍କ ମଧ୍ୟରେ ଅନେକ ବିଭାଜନ ସୃଷ୍ଟି କରିବ। ଦୁଇ ହେକ୍ଟରରୁ କମ୍‌ ଜମି ଥିବା କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦିଆଯିବ ବୋଲି ଯେଉଁ ଘୋଷଣା କରାଯାଇଛି, ସେଥିପାଇଁ ଅଧିକ ଜମି ଥିବା ପରିବାରରେ ବାପ-ପୁଅ, ଭାଇ-ଭାଇ ଭିନ୍ନେ ହୋଇ ନଗଦ ଟଙ୍କା ପାଇବା ଲାଗି ନିଜର ଜମି ପରିମାଣ ଦୁଇ ହେକ୍ଟରରୁ କମ୍‌ ବୋଲି ଦର୍ଶାଇବାକୁ ଉଦ୍ୟମ କରିବେ। ଜମି ଭାଗ ଭାଗ ହେଲେ ତାହାର ଉତ୍ପାଦକତା ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ଏହା ମଧ୍ୟ ଗ୍ରାମୀଣ ଭାରତରେ ଅନେକ ସାମାଜିକ ଉତ୍ତେଜନା ଓ ଗଣ୍ଡଗୋଳ ସୃଷ୍ଟି କରିବ। କାରଣ ପରିବାର ଭାଗ ଭାଗ ହୋଇଗଲେ ତାହା ପାରିବାରିକ ବନ୍ଧନକୁ ଶିଥିଳ କରିବ। ଚାଷରେ ମାତ୍ରାଧିକ ଅନିଶ୍ଚୟତାର ସମ୍ମୁଖୀନ ହେଉଥିବା କ୍ଷୁଦ୍ରଚାଷୀମାନେ ନଗଦ ରାଶି ପାଇ ଜମି ପଡ଼ିଆ ରଖିବା କଥା ଚିନ୍ତା କରିପାରନ୍ତି। ପୁନଶ୍ଚ ଯଦି ସେମାନେ ଅନ୍ୟ କିଛି ଅଣ-କୃଷି ବେଉସା ପାଇଯାନ୍ତି ଏବଂ ତା’ ସହ ବାର୍ଷିକ ନଗଦ ରାଶି ବି ପାଆନ୍ତି, ତେବେ ମଧ୍ୟ ଜମି ପଡ଼ିଆ ରଖିବା କଥା ବିଚାର କରିପାରନ୍ତି। ତା’ ଛଡ଼ା ଯଦି ବି ପରବର୍ତ୍ତୀ ସରକାର ଖୁବ୍‌ ଦୂରଦୃଷ୍ଟିସମ୍ପନ୍ନ ହୁଅନ୍ତି, ତଥାପି ସେମାନେ ଏ ସମ୍ପର୍କରେ କିଛି କରିବାର ଅବସ୍ଥାରେ ରହି ନ ପାରନ୍ତି। ଆସନ୍ତା ଏପ୍ରିଲରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷ ଲାଗି ଏ ବଜେଟ ଉଦ୍ଦିଷ୍ଟ, ଯେଉଁ ସମୟ ବେଳକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବ ଏବଂ ଏ ସରକାର ବଜେଟ କାର୍ଯ୍ୟକାରୀ କରିବା ଅବସ୍ଥାରେ ନ ଥିବ।


All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..