ସମ୍ପାଦକୀୟ |

ପ୍ରତିମୂର୍ତ୍ତି ସ୍ଥାପନ ପରମ୍ପରା

ପ୍ରତିମୂର୍ତ୍ତି ସ୍ଥାପନ ପରମ୍ପରା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ପ୍ରତିମୂର୍ତ୍ତି ସ୍ଥାପନ ଓ ବିସ୍ଥାପନକୁ ନେଇ ଭାରତରେ ଅନେକ ସମୟରେ ରାଜନୈତିକ ବାଦବିବାଦର ସୂତ୍ରପାତ ହୋଇଛି। ତ୍ରିପୁରାରେ ସରକାର ପରିବର୍ତ୍ତନ ହେବା ପରେ ଲେଲିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଗଲା। ପରେ ପରେ ଉତ୍ତରପ୍ରଦେଶ ଓ ତାମିଲନାଡୁରେ ଆମ୍ବେଡକର ଓ ପେରିୟାରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଗଲା। ପ୍ରତିକ୍ରିୟାସ୍ବରୂପ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଆକ୍ରମଣର ଶିକାର ହେଲା। ପ୍ରତିମୂର୍ତ୍ତି ଯେଉଁ ଆଦର୍ଶକୁ ପ୍ରତିନିଧିତ୍ୱ କରେ ସେହି ଆଦର୍ଶରେ ବିଶ୍ୱାସ କରୁ ନ ଥିବାବେଳେ ଲୋକେ ସେହି ପ୍ରତିମୂର୍ତ୍ତିକୁ ଭାଙ୍ଗିଦିଅନ୍ତି। ମାତ୍ର ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଗଣତନ୍ତ୍ରରେ ବିଭିନ୍ନ ଆଦର୍ଶର ସୁସ୍ଥ ସହାବସ୍ଥାନ ରହିବା ଆବଶ୍ୟକ। ସୁଖର କଥା ବାଲେଶ୍ୱର ଜିଲାର ବସ୍ତା ନିକଟସ୍ଥ ଦାଣ୍ଡି ଗଁାରେ ଭିନ୍ନ ଭିନ୍ନ ଆଦର୍ଶର ପ୍ରବକ୍ତା ଗାନ୍ଧୀ ଓ ଲେଲିନ୍‌ଙ୍କ ପ୍ରତିମୂର୍ତ୍ତି ଗୋଟିଏ ସ୍ଥାନରେ ସ୍ଥାପିତ ହୋଇଛି। ଅନ୍ୟମାନଙ୍କ ସହ ଅସମ୍ମତ ହେବା ପାଇଁ ସମ୍ମତ ହେବା ହେଉଛି ଏକ ସୁସ୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଆଜି ଭାରତରେ ଏହି ସୁସ୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧ ଭୁଶୁଡ଼ିଯାଉଛି।

ପ୍ରାଚୀନ ଗ୍ରୀସ୍‌ ଓ ରୋମ୍‌ରେ ପ୍ରଶାସକମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପରମ୍ପରା ଥିଲା। ମାତ୍ର ଇଂରେଜମାନେ ଭାରତକୁ ଶାସନ କରିବା ପୂର୍ବରୁ ଭାରତରେ ଏହି ପରମ୍ପରା ନ ଥିଲା। ଅବଶ୍ୟ ଭାରତରେ ଦେବଦେବୀଙ୍କ ମୂର୍ତ୍ତି ଓ ବୁଦ୍ଧ, ଜୀନ ଭଳି ବିଶିଷ୍ଟ ଧର୍ମପ୍ରଚାରକମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାର ଧାରା ପ୍ରଚଳିତ ଥିଲା। ୧୮୫୮ ମସିହା ପରେ ଭାରତରେ ବ୍ରିଟିଶ ଶାସନ ସମୟରେ ରାଣୀ ଭିକ୍ଟୋରିଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା ପରେ ଭାରତସାରା ବ୍ରିଟିଶ ଶାସକ ଓ ପ୍ରଶାସକମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା। ସ୍ବାଧୀନତା ପରବର୍ତ୍ତୀ ଭାରତରେ ଏହି ଧାରା ତ୍ୱରାନ୍ବିତ ହୋଇ ଶୀର୍ଷରେ ପହଞ୍ଚିଲା। ରାସ୍ତାକଡ଼ରେ ପ୍ରତିମୂର୍ତ୍ତି ହୋଇ ଛିଡ଼ାହେଲେ ଗାନ୍ଧୀ, ନେହେରୁ, ସୁଭାଷ ବୋଷ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି। ନିକଟରେ ଗୁଜରାଟରେ ସର୍ଦ୍ଦାର ପଟେଲଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି ତିନି ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ପ୍ରତିମୂର୍ତ୍ତି ସ୍ଥାପନର ଉଦ୍ଦେଶ୍ୟ ହେଉଛି ସେହି ମହାପୁରୁଷମାନଙ୍କ କୀର୍ତ୍ତି ସମ୍ପର୍କରେ ମନେ ପକାଇଦେଇ ସେମାନଙ୍କ ଆଦର୍ଶରେ ଆଗାମୀ ଯୁବପିଢ଼ିକୁ ଉଦ୍‌ବୁଦ୍ଧ କରିବା। ମାତ୍ର ବିଡ଼ମ୍ବନାର ବିଷୟ ଯେ, ସ୍ବାଧୀନତା ପରବର୍ତ୍ତୀ ଭାରତରେ ଅଧିକାଂଶ ଯୁବତୀଯୁବକ ସେହି ପ୍ରତିମୂର୍ତ୍ତିଗୁଡ଼ିକୁ ଚିହ୍ନନ୍ତି ନାହିଁ, ସେମାନଙ୍କ ଆଦର୍ଶରେ ଉଦ୍‌ବୁଦ୍ଧ ହେବା ତ ଦୂରର କଥା। 

ଏହି ଲେଖକ କଲେଜ ଅଧ୍ୟକ୍ଷ ଥିବାବେଳର ଏକ ଅନୁଭୂତି ଅଧ୍ୟାପକମାନଙ୍କ ସାଧାରଣ କକ୍ଷରେ ଟଙ୍ଗା ହୋଇଥିବା ଭାରତର ବିଭିନ୍ନ ବରପୁତ୍ରଙ୍କ ପ୍ରତିକୃତିକୁ ଚିହ୍ନେଇଦେବା ପାଇଁ କେତେଜଣ ଛାତ୍ରଙ୍କୁ କୁହନ୍ତେ ଅଧିକାଂଶ ସେଗୁଡ଼ିକୁ ଚିହ୍ନିତ କରିପାରି ନ ଥିଲେ। ସ୍କୁଲ କଲେଜରେ ଏହି ବରପୁତ୍ରମାନଙ୍କ ସମ୍ପର୍କରେ ପରିଚୟ ଦେବା ପାଇଁ ଓ ସେମାନଙ୍କ ପ୍ରତି ସମ୍ମାନବୋଧ ସୃଷ୍ଟି କରିବା ଲାଗି କୌଣସି ପାଠ୍ୟକ୍ରମ ନାହିଁ। ଯେଉଁ ପାଠ ପଢ଼ିଲେ ଅର୍ଥକରୀ ଚାକିରି ମିଳିବ ସେହି ପାଠ୍ୟକ୍ରମ ଉପରେ ଜୋର ଦିଆଯାଉଛି। ଆମ ମହାପୁରୁଷମାନଙ୍କୁ ରାସ୍ତାଘାଟରେ ପ୍ରତିମୂର୍ତ୍ତି ଭାବରେ ଛିଡ଼ା କରାଇଦେଇ ଓ ବର୍ଷକୁ ଥରେ ସେମାନଙ୍କ ଜନ୍ମଦିନରେ ଫୁଲମାଳଟିଏ ଗଳାରେ ଚଢ଼ାଇଦେଇ ଆମେ ଆତ୍ମସନ୍ତୋଷ ଲାଭ କରୁଛୁ। ପରବର୍ତ୍ତୀ ସମୟରେ ସେହି ପ୍ରତିମୂର୍ତ୍ତିଗୁଡ଼ିକ ପକ୍ଷୀମାନଙ୍କର ବସାଘରରେ ପରିଣତ ହେଉଛି। ଆଜି ସେହି ପ୍ରତିମୂର୍ତ୍ତିଗୁଡ଼ିକ ଯୁବପିଢ଼ିକୁ ଉଦ୍‌ବୁଦ୍ଧ କରିବାର ସ୍ମାରକୀ ହୋଇ ରହିନାହିଁ। ହୁଏତ ଏମିତି ଦିନ ଆସିବ ଲୋକେ ଏହି ବରପୁତ୍ରମାନଙ୍କୁ ଚିହ୍ନି ନ ପାରି ସେଗୁଡ଼ିକୁ ବିସ୍ଥାପନ କରିବା ପାଇଁ କିମ୍ବା ଉତ୍ପାଟନ କରି ଫୋପାଡ଼ି ଦେବା ପାଇଁ କୁଣ୍ଠାବୋଧ କରିବେ ନାହିଁ। ଏହି ପ୍ରସଙ୍ଗରେ ମନକୁ ଆସେ ବିଶିଷ୍ଟ କଥାକାର ଆର୍‌.କେ. ନାରାୟଣନ୍‌ଙ୍କ ଏକ ପ୍ରସିଦ୍ଧ କାହାଣୀ ‘ଲଲେ ରୋଡ୍‌’।

ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷର କଥା। ମାଲଗୁଡ଼ି ପୌର ପରିଷଦର ଅଧ୍ୟକ୍ଷ ଚାହିଁଲେ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବେ। ନିଷ୍ପତ୍ତି ନିଆଗଲା ଯେ ସହରରେ ସ୍ଥାପିତ ହୋଇଥିବା ବ୍ରିଟିଶ ଶାସନର ସ୍ମାରକୀ ପ୍ରତିମୂର୍ତ୍ତିଗୁଡ଼ିକୁ ହଟାଇ ଦିଆଯାଇ ସେହି ସ୍ଥାନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଓ ରାସ୍ତା ତଥା ପାର୍କଗୁଡ଼ିକୁ ସେମାନଙ୍କ ନାମରେ ନାମିତ କରାଯିବ। ବୈଠକରେ ମହାତ୍ମା ଗାନ୍ଧୀ, ନେତାଜୀ, ନେହେରୁଙ୍କ ଭଳି ବିଶିଷ୍ଟ ଜନନାୟକମାନଙ୍କ ନାମକୁ ଅଧିକାଂଶ ସଦସ୍ୟ ପସନ୍ଦ କରନ୍ତେ ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଶେଷରେ ଚାରିଗୋଟି ବିଭିନ୍ନ ରାସ୍ତାକୁ ଜଣଙ୍କ ନାମରେ ନାମିତ କରାଯାଇ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା। ଏହି ତଥାକଥିତ ଦେଶପ୍ରେମର ନିଦର୍ଶନ ସୃଷ୍ଟି କଲା ଏକ ବଡ଼ ସମସ୍ୟା। ଯେଉଁଠି ଚିଠି ପହଞ୍ଚିବା କଥା ନୁହେଁ ସେଠି ଚିଠି ପହଞ୍ଚିଲା। ଡାକପିଅନକୁ ଚିଠିର ଠିକ୍‌ ଠିକଣା ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ତା’ସତ୍ତ୍ୱେ ପୌର ପରିଷଦର ଅଧ୍ୟକ୍ଷ ଆଉ କିଛି ଦେଶପ୍ରେମ ଉଦ୍ଦୀପକ କାର୍ଯ୍ୟ କରିବାକୁ ଚାହିଁଲେ। ଲଲେ ଏକ୍ସଟେନ୍‌ଶନ ନାମରେ ଥିଲା ଏକ ଅଞ୍ଚଳ। ତାକୁ ପରିବର୍ତ୍ତନ କରାଯାଇ ଗାନ୍ଧୀନଗର ନାମ ରଖାଗଲା। ଏଣୁ ସେଠି ସ୍ଥାପିତ ହୋଇଥିବା ଫ୍ରେଡ୍‌ରିକ ଲଲେ ନାମଧାରୀ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଅପ୍ରାସଙ୍ଗିକ ହୋଇଗଲା। ସେ କିଏ ସେ ସମ୍ପର୍କରେ କେହି କେବେ ଚିନ୍ତା କରି ନ ଥିଲେ। ପ୍ରତିମୂର୍ତ୍ତିର ଚେହେରା ଓ ବେଶଭୂଷାରୁ ଲୋକେ ଅନୁମାନ କରିନେଲେ ଯେ ସେ ଥିଲେ ଜଣେ ଦୁର୍ଦ୍ଧର୍ଷ ଏକଚ୍ଛତ୍ରବାଦୀ ବ୍ରିଟିଶ ଶାସକ। ସେ ଭାରତୀୟମାନଙ୍କୁ ଯୁଦ୍ଧରେ ପରାଜିତ କରି ତାଙ୍କ ବିରୋଧୀମାନଙ୍କୁ ଦମନ କରିଥିଲେ। ଏଣୁ ସମସ୍ତେ କହିଲେ ଏଭଳି ଜଣେ ଦୁର୍ଦ୍ଧର୍ଷ ଅତ୍ୟାଚାରୀ ଶାସକଙ୍କ ପ୍ରତିମୂର୍ତ୍ତି ସ୍ବାଧୀନ ଭାରତରେ ଅବସ୍ଥାପିତ ହେବା ଅପମାନଜନକ। ଏଣୁ ସେହି ପ୍ରତିମୂର୍ତ୍ତିକୁ ସେଠାରୁ ହଟାଇବା ପାଇଁ ଟେଣ୍ଡର ଆହ୍ବାନ କରାଗଲା। ପ୍ରତିମୂର୍ତ୍ତିଟି ୨୦ ଫୁଟ୍‌ ଉଚ୍ଚ ପ୍ରକାଣ୍ଡ ହୋଇଥିବାରୁ ତାକୁ ଉତ୍ପାଟନ କରିବା ଅତ୍ୟନ୍ତ ବ୍ୟୟସାପେକ୍ଷ ହେଲା। ଏଣୁ କେହି ସେହି ଟେଣ୍ଡର ଗ୍ରହଣ କଲେ ନାହିଁ। ଶେଷରେ ନିଜ ଖର୍ଚ୍ଚରେ ଯିଏ ସେହି ପ୍ରତିମୂର୍ତ୍ତିକୁ ଉତ୍ପାଟନ କରିବ, ତାକୁ ତାହା ବିନା ମୂଲ୍ୟରେ ଦିଆଯିବ ବୋଲି ଘୋଷଣା କରାଯାଆନ୍ତେ ଜଣେ ଭଦ୍ରଲୋକ ପ୍ରତିମୂର୍ତ୍ତିରେ ବ୍ୟବହୃତ ହୋଇଥିବା ଧାତୁର ମୂଲ୍ୟକୁ ବିଚାରକରି ତାହା ଲାଭଦାୟକ ହେବ ଭାବି ସେହି ପ୍ରସ୍ତାବରେ ରାଜି ହେଲେ। ପଚାଶ ଜଣ ଶ୍ରମିକଙ୍କ ୧୩ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ମୂର୍ତ୍ତିଟି ଉତ୍ପାଟିତ ହେଲା ଓ ବହୁ କଷ୍ଟରେ ଏକ ଶଗଡ଼ରେ ସେହି ଭଦ୍ରବ୍ୟକ୍ତି ତାକୁ ନେଇ କବୀର ଲେନ୍‌ରେ ଥିବା ତାଙ୍କ ଘରେ ରଖିଲେ। 

ଏହି ଖବରଟି ଚାରିଆଡେ ପ୍ରଚାରିତ ହେଲା। ସଙ୍ଗେ ସଙ୍ଗେ ଚାରିଆଡୁ ଐତିହାସିକମାନଙ୍କ ପ୍ରତିବାଦର ସୁଅ ଛୁଟିଲା। ସେହି ପ୍ରତିମୂର୍ତ୍ତିକୁ ଯେଉଁ ଏକଚ୍ଛତ୍ରବାଦୀ ଶାସକ ଫ୍ରେଡ୍‌ରିକ ଲଲେଙ୍କର ଭାବି ପୌର ପରିଷଦର ଅଧ୍ୟକ୍ଷ ତାକୁ ଉତ୍ପାଟନ କରାଇଥିଲେ, ତାହା ପ୍ରକୃତରେ ଥିଲା ଏକ ଭିନ୍ନ ଫ୍ରେଡ୍‌ରିକ ଲଲେଙ୍କ ପ୍ରତିମୂର୍ତ୍ତି। ସେ ଥିଲେ ଓ୍ବାରେନ ହେଷ୍ଟିଙ୍ଗ୍‌ସଙ୍କ ସମୟର ଜଣେ ସାମରିକ ଶାସକ। ସେ ମାଲଗୁଡ଼ି ସହରକୁ ପ୍ରତିଷ୍ଠା କରି ବହୁ ଜନହିତକର କାର୍ଯ୍ୟ କରିଥିଲେ ଓ ମାଲଗୁଡ଼ିବାସୀଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ହିଁ ଦିନେ କହିଥିଲେ, ଇଂରେଜମାନେ ଭାରତକୁ ଛାଡ଼ି ଚାଲିଯିବା ଉଚିତ। ଏହି ତଥ୍ୟ ପ୍ରକାଶ ପାଇବା ପରେ ପୌରାଧ୍ୟକ୍ଷ ବିବ୍ରତ ହୋଇପଡ଼ିଲେ। ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିଲା। ମାତ୍ର ବହୁ ଅର୍ଥ ବ୍ୟୟରେ ପ୍ରତିମୂର୍ତ୍ତି ଉତ୍ପାଟନ କରାଇଥିବା ଭଦ୍ରବ୍ୟକ୍ତି ତାକୁ ଫେରାଇଦେବା ପାଇଁ ରାଜି ହେଲେ ନାହିଁ। ଶେଷରେ ଅଧ୍ୟକ୍ଷ ଅନନ୍ୟୋପାୟ ହୋଇ ପ୍ରତିମୂର୍ତ୍ତି ସଂରକ୍ଷିତ ଥିବା କବୀର ଲେନ୍‌ରେ ସେହି ଭଦ୍ରଲୋକଙ୍କ ଘରଟିକୁ କିଣିନେଲେ ଓ ତାକୁ ଏକ ଜାତୀୟ ପାର୍କ ଭାବରେ ଘୋଷଣା କରି ସେହି ରାସ୍ତାର ପୂର୍ବ ନାମ କବୀର ଲେନକୁ ପରିବର୍ତ୍ତନ କରି ଲଲେ ରୋଡ ଘୋଷଣା କଲେ। ସ୍ବାଧୀନ ଭାରତରେ ସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ନାଗରିକମାନଙ୍କ ପର୍ଯ୍ୟନ୍ତ ଅଧିକାଂଶ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ପ୍ରତିମୂର୍ତ୍ତିଗୁଡ଼ିକୁ ଚିହ୍ନନ୍ତି ନାହିଁ। ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ଆଗାମୀ ଦିନରେ ବହୁସଂଖ୍ୟାରେ ପ୍ରତିଷ୍ଠା କରାଯାଉଥିବା ପ୍ରତିମୂର୍ତ୍ତିକୁୁ ଫ୍ରେଡ୍‌ରିକ ଲଲେଙ୍କ ଅବସ୍ଥା ଭୋଗିବାକୁ ପଡ଼ିବ ନାହିଁ ତ!

ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ- ୯୪୩୭୩୨୯୨୬୩

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..