ସମ୍ପାଦକୀୟ |

ପ୍ରେମ ଓ ପ୍ରାର୍ଥନାର କବି

ପ୍ରେମ ଓ ପ୍ରାର୍ଥନାର କବି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଦେଶର ସ୍ବାଧୀନତା ଆନ୍ଦୋଳନ ସମୟରେ ଯେଉଁ କେତେଜଣ କବୀ/ଲେଖିକା ସେମାନଙ୍କ ଲେଖନୀ ଦ୍ୱାରା ବିପ୍ଳବର ବହ୍ନି ଜାଳି ଦେଇଥିଲେ, ତନ୍ମଧ୍ୟରୁ କୁନ୍ତଳା କୁମାରୀଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ। ତାଙ୍କୁ କେବଳ କବୀ ବା ଲେଖିକା କହିଲେ ତାଙ୍କ ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ମୂଲ୍ୟାୟନ ହେବନାହିଁ। ଏକାଧାରରେ ସେ ଥିଲେ ଡାକ୍ତର, ଲେଖିକା, କବୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ। ଅନେକେ ହୁଏ ତ ଏ କଥା ଜାଣି ନ ଥିବେ ଯେ, ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଡାକ୍ତର। ଉଭୟ ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ସେ ନିଜର ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି। ଏହି ଆଲେଖ୍ୟର କ୍ଷୁଦ୍ର ପରିସର ଭିତରେ କୁନ୍ତଳା କୁମାରୀଙ୍କର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ମୂଲ୍ୟାୟନ ହୁଏ ତ ସମ୍ଭବ ହୋଇ ନ ପାରେ, କିନ୍ତୁ ଏହି ଆଲେଖ୍ୟରେ ଆମେ କୁନ୍ତଳା କୁମାରୀଙ୍କର ଓଡ଼ିଆ ସାହିତ୍ୟରେ ଥିବା ଭୂମିକା ବିଷୟରେ ଯତ୍‌କିଞ୍ଚତ୍ତ ଆଲୋଚନା କରିବା।

ସାହିତି୍ୟକା ଭାବେ କୁନ୍ତଳା କୁମାରୀଙ୍କୁ ଦୁଇ ଭାଗରେ ବିଚାର କରାଯାଇପାରେ- ଔପନ୍ୟାସିକା ଓ କବୀ। ତାଙ୍କ ସମୟରେ ଫକୀରମୋହନ ସେନାପତିଙ୍କର ୩-୪ଟି ଉପନ୍ୟାସକୁ ଛାଡ଼ିଦେଲେ ବୋଧହୁଏ ପଠନୋପଯୋଗୀ ଉପନ୍ୟାସ ନ ଥିଲା କହିଲେ ଚଳେ। ଦୀର୍ଘବର୍ଷର ନୀରବତା ପରେ ଓଡ଼ିଶାର ବାଣୀମନ୍ଦିର ମଣ୍ଡିତ କଲା କୁନ୍ତଳା କୁମାରୀଙ୍କ ଗଳ୍ପ ଓ ଉପନ୍ୟାସ। ଏ ଦିଗରେ ତାଙ୍କର ଐତିହାସିକ ଗୁରୁତ୍ୱ ଅଛି, ଯାହାକୁ ଅସ୍ବୀକାର କରିହେବ ନାହିଁ।

ଫକୀରମୋହନ ଓ କୁନ୍ତଳା କୁମାରୀ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ନେଇ ଗଳ୍ପ ବା ଉପନ୍ୟାସ ରଚନା କରିଛନ୍ତି। ଫକୀରମୋହନ ସମାଜର ଯେଉଁ ଯେଉଁ ସ୍ତରରେ ଆଖି ପକାଇ ନ ଥିଲେ, କୁନ୍ତଳା ସେଗୁଡ଼ିକୁ ନେଇ ଆମ ସାହିତ୍ୟରେ ସ୍ଥାନ ଦେଲେ। ଫକୀରମୋହନଙ୍କ ଉପନ୍ୟାସରେ ସ୍ଥାନ ପାଇଛନ୍ତି ଗଁାର ଜମିଦାର, ତନ୍ତୀ, ଚଷା, ବାରିକ, ବ୍ରାହ୍ମଣ ଇତ୍ୟାଦି ପେସାଦାର ଚରିତ୍ର। କିନ୍ତୁ ଇଂଲିଶ ଶିକ୍ଷାର ଅଭ୍ୟୁଦୟ ପରେ ଯେଉଁ ନୂତନ ଗୋଷ୍ଠୀ ଯଥା- କିରାଣି, ଶିକ୍ଷକ, ଡାକ୍ତର ଇତ୍ୟାଦିଙ୍କ ଆବିର୍ଭାବ ହେଲା, ସେମାନେ ହେଲେ କୁନ୍ତଳା କୁମାରୀଙ୍କ ଗଳ୍ପ ବା ଉପନ୍ୟାସର ଉପଜୀବ୍ୟ।

କୁନ୍ତଳା କୁମାରୀଙ୍କ ବାଲ୍ୟ ଜୀବନ କଟିଲା ସୁଦୂର ବର୍ମାରେ। ଯୌବନ ବିତିଲା ଓଡ଼ିଶାର ସ୍କୁଲ ହଷ୍ଟେଲରେ ଏବଂ ପରିଣତ ଜୀବନ ଅତିବାହିତ କଲେ ଦିଲ୍ଲୀରେ। ସୁତରାଂ ସେ ଓଡ଼ିଶାର ପାରିବାରିକ ଓ ସାମାଜିକ ଚଳଣି ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ନ ଥିଲେ। ତେଣୁ ତାଙ୍କ ଗଳ୍ପ ବା ଉପନ୍ୟାସରେ ପ୍ରତିଫଳିତ ଚରିତ୍ରର ବାସ୍ତବତା ସମୁଦାୟ ଫୁଟି ପାରିନାହିଁ। କାବ୍ୟକବିତା ପରି ସେ ଉପନ୍ୟାସକୁ ମଧ୍ୟ ତାଙ୍କର ଦେଶପ୍ରେମ ଓ ଅନ୍ୟାନ୍ୟ ବିଶ୍ୱାସର ବାହକ ରୂପେ ବ୍ୟବହାର କରିବସିଛନ୍ତି।

କୁନ୍ତଳା କୁମାରୀଙ୍କ ବ୍ୟକ୍ତିତ୍ୱର ଉନ୍ମେଷ ଓ ଉତ୍ତରଣ ବିଶେଷ ଭାବେ ଘଟିଛି ତାଙ୍କ ରଚିତ କାବ୍ୟକବିତାରେ। ଏଥିରେ ସେ ସାଧିକା ଓ ଭକ୍ତ, ପ୍ରଣୟିନୀ ଓ ପ୍ରେମିକା, ଶିଳ୍ପୀ ଓ ଦେଶପ୍ରେମୀ। ତାଙ୍କ କବିତା ପାଠକଲେ ଜଣାଯାଏ, ଏକ ଛଳଛଳ ନାରୀପ୍ରାଣ କେବଳ ବହିଯିବାକୁ ସତେଯେପରି ଚେଷ୍ଟା କରୁଛି! ଉଚ୍ଛ୍ବାସରେ ସେ ଆଉ କାହାକୁ ନ ପାଇ ତାରା ଓ ଗଙ୍ଗଶିଉଳି ଫୁଲକୁ ଶୁଣାଇଛନ୍ତି ନିଜ ଅନ୍ତରର କଥା। ତା’ପରେ କହିଛନ୍ତି ନିଜ ଦେଶ, ବୃହତ୍ତର ପୃଥିବୀ ଏବଂ ଈଶ୍ୱରଙ୍କ କଥା।

କୁନ୍ତଳା କୁମାରୀଙ୍କ କବିତାରେ ନାହିଁ ଭକ୍ତକବି ମଧୁସୂଦନଙ୍କ ଗୁରୁଗାମ୍ଭୀର୍ଯ୍ୟ ଅଥବା ନାହିଁ ରାଧାନାଥ ଓ ମେହେରଙ୍କ ବର୍ଣ୍ଣନାଚାତୁରୀ କିମ୍ବା ନାହିଁ ନନ୍ଦକିଶୋରଙ୍କ ପଲ୍ଲୀର ରୂପଶ୍ରୀ, କିନ୍ତୁ ଏପରି କିଛି ଅଛି, ଯାହା ସୃଷ୍ଟି କରେ ପାଠକ ମନରେ ଉଦ୍ଦୀପନା।

କବିଙ୍କ ବ୍ୟକ୍ତିଗତ ଜୀବନ ଥିଲା ଦୁଃଖମୟ, କିନ୍ତୁ ସେ ଏଥିରେ ଭାଙ୍ଗିଯାଇ ନାହାନ୍ତି। ‘ଶେଫାଳି ପ୍ରତି’ କବିତାରେ ଲେଖିଛନ୍ତି- ”ଶେଫାଳି, ତୋହ ପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ/ହସେ ବାସେ ରସେ ମାତ୍ର ଫୁଟି ଅଛି କ୍ଷଣିକ/ ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ/ ତଥାପି ମୋ ଆତ୍ମାଫୁଲ ନ ଯିବରେ ମଉଳି/ ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳି।“

କୁନ୍ତଳା ଖ୍ରୀଷ୍ଟିଆନ ଥିଲେ ବି ପରେ ଆର୍ଯ୍ୟସମାଜ ମତରେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ। ତେଣୁ ଧର୍ମକୁ ନେଇ ତାଙ୍କ ଲେଖନୀରେ ସଂକୀର୍ଣ୍ଣତା ସ୍ଥାନ ପାଇନାହିଁ। କବି କହିଛନ୍ତି, ”କୃଷ୍ଣ କହି କେହି କରେ ଆରାଧନା/ଖ୍ରୀଷ୍ଟ କହି କେହି କରଇ ବନ୍ଦନା/ସବୁ ତ ପ୍ରାର୍ଥନା, ସବୁ ତ ସାଧନା/ସବୁ ସତ୍ୟ ମିଥ୍ୟା ନୁହେଁ।“ କହିବା ବାହୁଲ୍ୟ ଯେ, ଏହି କବିତାଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଏତେ ଉଦ୍‌ବୁଦ୍ଧ କଲା ଯେ, ସେ ଏହାକୁ ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରାର୍ଥନା ରୂପେ ଗ୍ରହଣ କରିଥିଲେ। ତେବେ ପ୍ରତିଭା ବିକାଶର ଉତ୍ତୁଙ୍ଗ ଶିଖରରେ ପହଞ୍ଚତ୍ଲା ବେଳକୁ ମାତ୍ର ୩୮ବର୍ଷ ବୟସରେ ସେ ଏ ଧରାଧାମରୁ ବିଦାୟ ନେଲେ। 

ମୋ- ୯୪୩୮୦୭୨୮୫୦

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri