ଜୀବନଚର୍ଯ୍ୟା |

କ୍ୟାନ୍‌ସର ନିରୋଧୀ ବ୍ରୋକୋଲି

କ୍ୟାନ୍‌ସର ନିରୋଧୀ ବ୍ରୋକୋଲି

ବ୍ରୋକୋଲିକୁ ପରିବା ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଥିବାରୁ ଏହା କ୍ୟାନ୍‌୍‌ସର ବିରୋଧୀ ଅଟେ। ଏଥିରେ ଜଣେ ବୟସ୍କ ଲୋକର ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁତ ରହିଛି। ଏହାର ବୈଜ୍ଞାନିକ ନାମ ବ୍ରାସିକା ଓଲେରାସିଆ। ଏହା ବ୍ରାସିକାସିଆ ପରିବାର ଅନ୍ତର୍ଭୁକ୍ତ। 


ବ୍ରୋକୋଲିରେ ଡାଇଲେଷ୍ଟ୍ରୋଲିଲ ମେଥିନ ରହିଛି। ଏହା ଶରୀରର ପ୍ରତିରୋଧକ ଶକ୍ତିକୁ ଶବଳ କରେ ଏବଂ ଏହାର ବାକ୍ଟେରିଆ, ଭାଇରସ ଓ କ୍ୟାନ୍ସର ବିରୋଧୀ ଗୁଣ ରହିଛି। ଏଥିରେ ଗ୍ଲୁକୋସିନୋଲେଟ ରହିଛି। ଯାହା ଆଇସୋଥିଓସିଆନେସ୍‌ରେ ପରିବର୍ତ୍ତନ ହୋଇଥାଏ। ଏହା ଏକ କ୍ୟାନ୍‌ସର ବିରୋଧୀ ରସାୟନ। ଗ୍ଲୁକୋରାଫାନିନ୍‌ ନାମକ ଅନ୍ୟ ଏକ ରସାୟନ ପଦାର୍ଥ ମଧ୍ୟ ଏଥିରେ ରହିଛି। ଏହା କେତେକ ପ୍ରକ୍ରିୟା ଦ୍ୱାରା ପରିବର୍ତ୍ତନ ହୋଇ ସଲଫୋରାଫାନ୍‌ ପ୍ରସ୍ତୁତ କଲେ। ଏହି ଦ୍ରବ୍ୟଟି ମଧ୍ୟ କ୍ୟାନ୍ସର ବିରୋଧୀ। ବ୍ରୋକୋଲିର ପତ୍ରକୁ ମଧ୍ୟ ଖିଆଯାଏ। ଏଥିରେ ବିଟାକାରୋଟିନ୍‌ ଥାଏ। ସେଥିପାଇଁ ବ୍ରୋକୋଲିକୁ ନିୟମିତ ଭାବରେ ଦୈନିକ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କଲେ ଏହା ବିଭିନ୍ନ ପ୍ରକାରର କ୍ୟାନ୍‌ସରକୁ ବିରୋଧ କରିବା ସହିତ ବିଶେଷତଃ ପ୍ରୋଷ୍ଟେଟ କ୍ୟାନ୍‌ସରର ପ୍ରତିରୋଧ କରିଥାଏ। ବୟଷ୍କ ବ୍ୟକ୍ତିଙ୍କ ପାଇଁ ଏହା ରକ୍ଷାକାରୀ ଔଷଧ ଭାବେ କାମ କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ବ୍ରୋକୋଲିକୁ ଫ୍ରିଜ୍‌ରେ ରଖିଲେ ଏଥିରୁ କିଛି ପରିମାଣରେ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ। ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସିଝାଇଲେ ୭୭ ପ୍ରତିଶତ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ। ତେଣୁ ଏହାକୁ ଅଳ୍ପ ଶିଝାଇ ବା କଞ୍ଚା ସାଲାଡ଼୍‌ ରୂପେ ଖାଇବା ଅଧିକ ଲାଭଦାୟକ।

All Right Reserved By

ଜୀବନଚର୍ଯ୍ୟା |

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ। 

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। 

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। 

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...

ଗର୍ଭାବସ୍ଥାରେ  ଲୁପସ୍‌

ଗର୍ଭାବସ୍ଥାରେ ଲୁପସ୍‌

ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦମେଟୋସସ୍‌ ଏକ ଗୁରୁତର ଅଟୋଇମ୍ୟୁନ୍‌ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ  କରିଥିବା ବିଷଦ୍ରବ୍ୟକୁ  ଧ୍ୱଂସ କରିବା ପାଇଁ  ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ । 

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ମାଛ ସ୍ତନ କର୍କଟ ସମସ୍ୟାର ଦୂର କରିଥାଏ।

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି । 

ଔଷଧ ବ୍ୟବହାର

ଔଷଧ ବ୍ୟବହାର

ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ଖୁସି ଖବର।