ଅନଗୁଳ-ଢେଙ୍କାନାଳ

ବନବିଭାଗ ସଚିବଙ୍କ ଅଚାନକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଗସ୍ତ

ବନବିଭାଗ ସଚିବଙ୍କ ଅଚାନକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଗସ୍ତ


ବନ୍ତଳାଁ,୭।୨(ଡି.ଏନ.ଏ)- ରାଜ୍ୟ ବନବିଭାଗ ସଚିବ ସୁରେଶ ମହାପାତ୍ର ଗୁରୁବାର ସକାଳେ ଅଚାନକ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଗସ୍ତ କରିଛନ୍ତି। ପ୍ରଥମେ ସଚିବ ବଙ୍ଗଳାରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ  ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିଦ୍ଦେର୍ର୍ଶକ ଡ଼ ସୁଦର୍ଶନ ପଣ୍ଡା, ସାତକୋଶିଆ ଡିଏଫଓ ପି ରାମସ୍ବାମୀ, ଅନଗୁଳ ଡିଏଫଓ ଭି  କାର୍ତ୍ତିକ, ଏସିଏଫ ଏଚ .ଡି . ଧନରାଜ, ସାତକୋଶିଆ ଏସିଏଫ ସରୋଜ କୁମାର ପଣ୍ଡା, ସାତକୋଶିଆ ପ୍ରାଣୀ ବିଭାଗ ଡାକ୍ତର ଡ. କିଶୋର ସାହୁ, ବନ୍ତଳା ରେଞ୍ଜର ଡିଲେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ସଚିବ ମହାପାତ୍ର ବନ୍ତଳା ଦେଇ ରାଇଗୁଡାରେ ଏନ୍‌କ୍ଲୋଜରରେ  ପହଞ୍ଚି  ବାଘୁଣୀ ସୁନ୍ଦରୀ  ବିଷୟରେ ତଦାରଖ କରିଥିଲେ।


All Right Reserved By

ଅନଗୁଳ-ଢେଙ୍କାନାଳ

ଜଗନ୍ନାଥ ମହୋତ୍ସବ ଓ ପାଞ୍ଚରାତ୍ର ଉତ୍ସବ ଉଦ୍‌ଘାଟନ କଲେ ଗଜପତି

ଜଗନ୍ନାଥ ମହୋତ୍ସବ ଓ ପାଞ୍ଚରାତ୍ର ଉତ୍ସବ ଉଦ୍‌ଘାଟନ କଲେ ଗଜପତି

ବଅଁରପାଳ, ୨୬।୩ (ଡି.ଏନ୍‌.ଏ)ଅନୁଗୋଳ ନାଲ୍‌କୋ ସ୍ଥିତ ମୀନାବଜାର ପଡ଼ିଆରେ ସୋମବାର ଶ୍ରୀ ଜଗନ୍ନାଥ ମହେତ୍ସବ ଓ ପାଞ୍ଚରାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହି ଅବସରରେ ଗଜପତି କହିଥିଲେ ଯେ, ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ରହିଲେ ଜଣେ ନିଶ୍ଚିନ୍ତ ଆଗକୁ ବଢିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନାର ଅଭାବ ପରିଲକ୍ଷିତ ହେଉଛି।

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ:ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ:ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା

କାମାକ୍ଷାନଗର, ୨୬ା୩(ଡି.ଏନ.ଏ.)ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କରୋଗଳା ପଞ୍ଚାୟତ ଡଙ୍ଗାପାଳ ଗ୍ରାମର ଆମ୍ବତଇଲାଠାରୁ ଗତ ୪ ତାରିଖରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ମୃତା ତେଲକୋଇ ଥାନା ଗଳଦା ଗ୍ରାମର ବୁଦୁନି ଟୁଡୁ ଓରଫ ମହାରଣା ବୋଲି ଜଣାପଡିଥିବାବେଳେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି। ଘଟଣାରେ ଅଭିଯୁକ୍ତ କାନପୁରା ଗ୍ରାମର ବିପ୍ର ଓରଫ ବିପ୍ରବର ମହାନ୍ତିଙ୍କୁ ଗିରଫ କରାଯାଇଛି।

୪ ମାସ ହେବ ଭଗ୍ନ ଅବସ୍ଥାରେ ବସ୍‌ଷ୍ଟାଣ୍ଡ ବିଶ୍ରାମାଗାର

୪ ମାସ ହେବ ଭଗ୍ନ ଅବସ୍ଥାରେ ବସ୍‌ଷ୍ଟାଣ୍ଡ ବିଶ୍ରାମାଗାର

ବଅଁରପାଳ, ୨୬।୩ (ଡି.ଏନ୍‌.ଏ.)ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ କାରଖାନାର ଅତି ନିକଟରେ ଥିବା ନାଲ୍‌କୋ ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ମିଳୁନି ସର୍ବନିମ୍ନ ସୁବିଧା। ଏଠାରେ ପାନୀୟ ଜଳ, ପରିସ୍ରାଗାର କି ବିଶ୍ରାମାଗାର ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ଜିଲା ଯୁବ ବିଜେଡି ସଭାପତି ଯଶୋବନ୍ତ ହତ୍ୟାକାଣ୍ଡକୁ ବର୍ଷେ ପୂରିଲା : ଫେରାର ଅଛନ୍ତି ଆଉ ୨ ଅଭିଯୁକ୍ତ

କାମାକ୍ଷାନଗର, ୨୬ା୩(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗରର ବାସିନ୍ଦା ତଥା ବିଜେଡିର ଢେଙ୍କାନାଳ ଜିଲା ପୂର୍ବତନ ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି। ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲେ ହେଁ ଏ ଯାଏ ଆହୁରି  ୨ ଜଣ ଫେରାର ଅଛନ୍ତି। 

ଢେଙ୍କାନାଳ ଲୋକ ସଭା, ବିଧାନସଭା କ୍ଷେତ୍ର:ପ୍ରାର୍ଥୀ ଘୋଷଣାରେ ବିଳମ୍ବ ବଢ଼ାଉଛି ଉତ୍କଣ୍ଠା

ଢେଙ୍କାନାଳ ଲୋକ ସଭା, ବିଧାନସଭା କ୍ଷେତ୍ର:ପ୍ରାର୍ଥୀ ଘୋଷଣାରେ ବିଳମ୍ବ ବଢ଼ାଉଛି ଉତ୍କଣ୍ଠା

ଢେଙ୍କାନାଳ ଅଫିସ,୨୬ା୩ ସାଧାରଣ ନିର୍ବାଚନ ଯେତିକି ପାଖଉଛି ଢେଙ୍କାନାଳ ଜିଲାର ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି। ଇତିମଧ୍ୟରେ ଭାଜପା ପକ୍ଷରୁ ଜିଲାର ଲୋକ ସଭା ଓ ୪ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ସରିଛି। କିନ୍ତୁ ବିଜେଡି ଓ କଂଗ୍ରେସ ଏ କ୍ଷେତ୍ରରେ ପଛରେ ପଡ଼ିଛନ୍ତି। ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ସେ ନେଇ ଏଯାଏ ସ୍ଥିତି ସ୍ପଷ୍ଟ କରୁ ନ ଥିବାରୁ ସାଧାରଣରେ ଏହାକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି। ସେହିପରି ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଅଧୈର୍ଯ୍ୟ ହୋଇପଡୁଥିବା ଦେଖାଯାଉଛି। 

ନାବାଳିକାଙ୍କୁ ଅପହରଣ ମାମଲା:  ଅଭିଯୁକ୍ତ କୋର୍ଟଚାଲାଣ

ନାବାଳିକାଙ୍କୁ ଅପହରଣ ମାମଲା: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନ,୨୫ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଯମୁନାକୋଟ ଗ୍ରାମର କାର୍ତ୍ତିକ ନାୟକ (୧୯)କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। 

୨ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

୨ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ପରଜଙ୍ଗ,୨୫ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ରବିବାର ରାତିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

ଜଳିଗଲା ୪ ବଖରା

ଜଳିଗଲା ୪ ବଖରା

ମାଧପୁର, ୨୫ା୩- ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତର ବାଙ୍କପାଲ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି।

ଟ୍ରକ ଧକ୍କାରେ ଯୁବକଙ୍କ ଜୀବନ ଗଲା

ଟ୍ରକ ଧକ୍କାରେ ଯୁବକଙ୍କ ଜୀବନ ଗଲା

କଣିହାଁ,୨୫।୩(ଡି.ଏନ.ଏ.)-କଣିହାଁ ବ୍ଲକ ରେଙ୍ଗାଳୀ ଥାନା ବଜ୍ରକୋଟ ଗ୍ରାମ ହାଟ ଛକରେ ସୋମବାର ଅପରାହ୍ନରେ  ଏକ ଟ୍ରକ ଧକ୍କାରେ ସେହି ଗ୍ରାମର ଶଙ୍କର ନାୟକଙ୍କ ମୃତ୍ୟୁ ଘଟିଛି।

ସରିଲାଣି ଭାଜପା, କଂଗ୍ରେସ ପ୍ରାର୍ଥୀ ଘୋଷଣା: ବିଜେଡିରେ ଛିଣ୍ଡୁନି ଅଙ୍କ

ସରିଲାଣି ଭାଜପା, କଂଗ୍ରେସ ପ୍ରାର୍ଥୀ ଘୋଷଣା: ବିଜେଡିରେ ଛିଣ୍ଡୁନି ଅଙ୍କ

ଛେଣ୍ଡିପଦା,୨୫ା୩(ଡି.ଏନ.ଏ.)/(ସ୍ବ.ପ୍ର.) ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି।

ଥାନା ଘେରିଲେ ନାକିଚି ଗ୍ରାମବାସୀ

ଥାନା ଘେରିଲେ ନାକିଚି ଗ୍ରାମବାସୀ

ବଇଣ୍ଡା,୨୫।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକିଚି ଗ୍ରାମରେ ଦୋଳ ଶୋଭାଯାତ୍ରାବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି। 

ଲୁଟେରା ଗ୍ୟାଙ୍ଗର ୧୨ ଗିରଫ

ଲୁଟେରା ଗ୍ୟାଙ୍ଗର ୧୨ ଗିରଫ

ଅନୁଗୋଳ ଅଫିସ, ୨୫।୩: ହୋଲି ଦିନ ଅନୁଗୋଳ ପୋଲିସ ହାତରେ ଧରାପଡିଥିବା ଲୁଟେରା ଗ୍ୟାଙ୍ଗର ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।


Model This Week

ରଶ୍ମି
Why Dharitri