ଅନ୍ତର୍ଜାତୀୟ |

ପାସଓ୍ବାର୍ଡ ସହ ପରଲୋକରେ ସିଇଓ; ଫସିଗଲା ୧୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି

ପାସଓ୍ବାର୍ଡ ସହ   ପରଲୋକରେ ସିଇଓ; ଫସିଗଲା ୧୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି

ଟରେଣ୍ଟୋ,୭-୨:  କାନାଡାର ସର୍ବବୃହତ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ମଧ୍ୟରେ ଅନ୍ୟତମ କ୍ୱାଡ୍ରିଗା ସିଏକ୍ସ ପାଇଁ ଏବେ ମୁଣ୍ଡବ୍ୟଥା ବଢ଼ିଯାଇଛି। କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଗେରାଲ୍ଡ କୋଟେନ ମୃତ୍ୟୁବରଣ କରିଛନ୍ତି। ମାତ୍ର ୩୦ ବର୍ଷ ବୟସରେ ଏହି ଯୁବ ସିଇଓଙ୍କର ଅଚାନକ ମୃତ୍ୟୁ ଯୋଗୁ ଏବେ ନିବେଶକାରୀଙ୍କ ପ୍ରାୟ ୧୯୦ ମିଲିୟନ ଡଲାର ମୂଲ୍ୟର ବିଟ୍‌କଏନ ସମେତ ଅନ୍ୟ କ୍ରିପ୍ଟୋକରେନ୍ସି ଫଶିଯାଇଛି। କାରଣ କେବଳ କୋଟେନ ହିଁ ପାସଓ୍ବାର୍ଡ ଜାଣିଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ପରେ କ୍ୱାଡ୍ରିଗା ସିଏକ୍ସ ବନ୍ଦ ହୋଇଯାଇଛି।

କୋଟେନଙ୍କ ମୃତ୍ୟୁ ଖବର ଜାନୁୟାରୀ ୧୪ରେ ମିଳିଥିଲା। କ୍ୱାଡ୍ରିଗା ସିଏକ୍ସ ଏକ୍ସଚେଞ୍ଜର ଫେସବୁକ୍‌ ପେଜ୍‌ରେ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିଲା। ଭାରତ ଗସ୍ତରେ ଯାଇଥିବା ଅବସରରେ ଦୂରାରୋଗ୍ୟ କ୍ରୋନ୍ସ ଡିଜିଜ୍‌(ଅଗ୍ନ୍ୟାଶୟ ସମ୍ବନ୍ଧିତ ଏକ ରୋଗ)ରେ ପୀଡିତ ହୋଇ କୋଟେନ ୨୦୧୮ ଡିସେମ୍ବର ୯ରେ ମୃତ୍ୟୁବରଣ କରିଛନ୍ତି ଏବଂ ଭାରତରେ ଅନାଥାଶ୍ରମ ପ୍ରତିଷ୍ଠା ଲାଗି ସେ ସେଠାକୁ ଯାଇଥିଲେ ବୋଲି ଫେସବୁକ୍‌ରେ ଦର୍ଶାଯାଇଛି। ତାଙ୍କର ମୃତ୍ୟୁ ପରେ ଶୀର୍ଷ ସିକ୍ୟୁରିଟି ବିଶେଷଜ୍ଞମାନେ ପାସଓ୍ବାର୍ଡକୁ ଭାଙ୍ଗିବା ଲାଗି ପ୍ରୟାସ କରି ବିଫଳ ହୋଇଛନ୍ତି। ବାଧ୍ୟ ହୋଇ କ୍ୱାଡ୍ରିଗା ସିଏକ୍ସ ଏକ୍ସଚେଞ୍ଜ ଓ କୋଟେନଙ୍କ ପତ୍ନୀ ଜେନିଫର ରବର୍ଟସନଙ୍କ ପକ୍ଷରୁ ଗତ ସପ୍ତାହରେ କାନାଡାର ସୁପ୍ରିମକୋର୍ଟ ଅଫ୍‌ ନୋଭା ସ୍କୋଟିଆରେ କ୍ରେଡିଟ ପ୍ରୋଟେକ୍ସନ ଲାଗି ଏକ ଆବେଦନ କରାଯାଇଥିଲା। ଏହାପରେ ପାସଓ୍ବାର୍ଡ ନ ଥିବା କାରଣରୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଲକ୍‌ ହୋଇଥିବା ସୂଚନା ପଦାକୁ ଆସିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ କ୍ୱାଡ୍ରିଗା ଜରିଆରେ ବିଟ୍‌କଏନ, ଲାଇଟକଏନ, ଇଥ୍ରିରିୟମ କଏନ ଭଳି ଏକାଧିକ କ୍ରିପ୍ଟୋକରେନ୍ସିରେ କାରବାର ହେଉଥିଲା। ଏକ୍ସଚେଞ୍ଜ ଲକ୍‌ ହେବା କାରଣରୁ ପ୍ରାୟ ୧.୧୫ ଲକ୍ଷ ଗ୍ରାହକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ଏକ୍ସଚେଞ୍ଜରେ ପ୍ରାୟ ୩.୬୩ ଲକ୍ଷ ପଞ୍ଜୀକୃତ ଗ୍ରାହକ ରହିଛନ୍ତି। କୋଟେନଙ୍କ ପତ୍ନୀ ଜେନିଫର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ବାମୀଙ୍କ ମୁଖ୍ୟ କମ୍ପ୍ୟୁଟରରେ କ୍ରିପ୍ଟୋକରେନ୍ସିର କୋଲ୍ଡ ଓ୍ବାଲେଟ ରହିଛି, ଯାହା କେବଳ ବ୍ୟକ୍ତିଗତ ଭାବେ ଖୋଲାଯାଇପାରିବ। ଏହାର ପାସଓ୍ବାର୍ଡ କେବଳ ସ୍ବାମୀ ହିଁ ଜାଣିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଏହି ଓ୍ବାଲେଟ୍‌ରେ ଥିବା କ୍ରିପ୍ଟୋକରେନ୍ସି ଫସିଯାଇଛି। ସ୍ବାମୀଙ୍କ ବ୍ୟବସାୟ ସହ ଜଡ଼ିତ ନ ଥିବାରୁ ସେ ପାସଓ୍ବାର୍ଡ ଜାଣି ନ ଥିଲେ ବୋଲି ସତ୍ୟପାଠରେ ଜେନିଫର ଦର୍ଶାଇଛନ୍ତି। କୋଟେନଙ୍କ ଅନ୍ୟ ଏକ କମ୍ପ୍ୟୁଟରରୁ କିଛି କଏନ ହାସଲ କରାଯାଇପାରିଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏକ୍ସଚେଞ୍ଜର ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ମଞ୍ଜୁର କରିଛନ୍ତି ଏବଂ ୩୦ ଦିନ ଭିତରେ ଏହାକୁ ବିକ୍ରି କରିଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଅର୍ନେଷ୍ଟ ଆଣ୍ଡ ୟଙ୍ଗ କମ୍ପାନୀକୁ ନିଯୁକ୍ତ କରାଯାଇଛି। ଏହି ଘଟଣା ଜଣାପଡିବା ପରେ ନିବେଶକମାନେ କୋଟେନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ସେମାନେ ଏ ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ବହୁ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କୋଟେନ ମୃତ୍ୟୁ ପୂର୍ବରୁ ଏକ ଓ୍ବିଲ୍‌ କରିଯାଇଛନ୍ତି, ଯାହାକୁ ତାଙ୍କ ପତ୍ନୀ କାର୍ଯ୍ୟକାରୀ କରିବେ। ଏଥିରେ ସେ ତାଙ୍କର ଅତିପ୍ରିୟ ୨ ପାଳିତ ପଶୁଙ୍କ ପାଇଁ ୧ ଲକ୍ଷ ଡଲାର, ଗୋଟିଏ ବିମାନ, ବ୍ରିଟିଶ କଲମ୍ବିଆ ଓ ନୋଭା ସ୍କୋଟାରେ କିଛି ସମ୍ପତ୍ତି ଛାଡ଼ି ଯାଇଛନ୍ତି। 


All Right Reserved By

ଅନ୍ତର୍ଜାତୀୟ |

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଲଣ୍ଡନ,୨୧।୨: ସିରିଆ ଆଇଏସ୍‌ ସଂଗଠନରେ ସାମିଲ୍‌ ହୋଇ ଜଣେ ଆତଙ୍କବାଦୀଙ୍କୁ ବିବାହ କରିଥିବା ଜେହାଦୀ ଦୁହ୍ଲନ୍‌ ଶାମିମା ବେଗମ୍‌ଙ୍କୁ ପୃଥିବୀର କୌଣସି ଦେଶ ଶରଣ ଦେବାକୁ ପ୍ରସ୍ତୁତ ନୁହଁନ୍ତି। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।

ବ୍ରୋଏକରଙ୍କ ପରଲୋକ:‘ଗ୍ଲୋବାଲ ଓ୍ବାର୍ମିଂ’ ଶବ୍ଦକୁ ଲୋକପ୍ରିୟ କରାଇଥିଲେ

ବ୍ରୋଏକରଙ୍କ ପରଲୋକ:‘ଗ୍ଲୋବାଲ ଓ୍ବାର୍ମିଂ’ ଶବ୍ଦକୁ ଲୋକପ୍ରିୟ କରାଇଥିଲେ

ନ୍ୟୁୟର୍କ,୨୧।୨(ପି.ଟି.): ଗ୍ଲୋବାଲ ଓ୍ବାର୍ମିଂ (ବିଶ୍ୱ ଉତ୍ତାପୀକରଣ ଶବ୍ଦକୁ ଲୋକପ୍ରିୟ କରାଇଥିବା ଜଳବାୟୁ ବୈଜ୍ଞାନିକ ଓ୍ବାଲାସେ ସ୍ମିଥ୍‌ ବ୍ରୋଏକରଙ୍କର ୮୭ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି।

‘ଆତଙ୍କବାଦୀଙ୍କୁ କାଠଗଡ଼ାକୁ ଟାଣ’

‘ଆତଙ୍କବାଦୀଙ୍କୁ କାଠଗଡ଼ାକୁ ଟାଣ’

ଜାତିସଂଘ, ୨୧।୨: ପୁଲଓ୍ବାମା ଆକ୍ରମଣକୁ ଜାତିସଂଘ କଡ଼ା ନିନ୍ଦା କରିଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଏଚ୍‌ଆର୍‌) ମିଶେଲ ବାଚେଲେଟ୍‌ ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ାକରାଇବା ପାଇଁ ବୁଧବାର ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଛନ୍ତି। l

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୬୯ ଜୀବନ୍ତ ଦଗ୍ଧ

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୬୯ ଜୀବନ୍ତ ଦଗ୍ଧ

ଢ଼ାକା,୨୧।୨: ବାଂଲାଦେଶରେ ଏକ ରାସାୟନିକ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। 

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌: ମୁଶାରଫ

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌: ମୁଶାରଫ

ଇସଲମାବାଦ/ନୂଆଦିଲ୍ଲୀ, ୨୦।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ।

ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଆମେରିକା: ଟ୍ରମ୍ଫ କହିଲେ ‘ଭୟଙ୍କର ପରିସ୍ଥିତି’

ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଆମେରିକା: ଟ୍ରମ୍ଫ କହିଲେ ‘ଭୟଙ୍କର ପରିସ୍ଥିତି’

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୦।୨: ପୁଲଓ୍ବାମା ଆତଙ୍କବାଦ ଆକ୍ରମଣ ଘଟଣାରେ ପାକିସ୍ତାନକୁ ପୁଣି ଚେତାବନୀ ଦେଇଛି ଆମେରିକା।

 ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ

ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ

ନୂଆଦିଲୀ/ପ୍ୟାରିସ, ୨୦।୨: ଜୈଶ-ଇ-ଅହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ମିିଳିତ ଜାତିସଂଘ ନିକଟକୁ ପ୍ରସ୍ତାବ ଦେବ ଫ୍ରାନ୍ସ। 

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍‌

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍‌

ଇସଲାମାବାଦ୍‌, ୨୦।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନୀରବତା ଅବଲମ୍ବନ କରିଥିଲେ। ତେବେ ପରେ ସେ ଦେଇଥିଲେ ସଫେଇ।

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।