ଜୀବନଚର୍ଯ୍ୟା |

ସୌନ୍ଦର୍ଯ୍ୟ: ଡ୍ରାଏ ସ୍କିନ୍‌ ପାଇଁ ମେକ୍‌ଅପ୍‌

ସୌନ୍ଦର୍ଯ୍ୟ: ଡ୍ରାଏ ସ୍କିନ୍‌ ପାଇଁ ମେକ୍‌ଅପ୍‌

ଡ୍ରାଏ ସ୍କିନ୍‌ ବା ଶୁଷ୍କ ତ୍ୱଚା ଅନେକ ସମୟରେ ଚିନ୍ତାର ବିଷୟ ପାଲଟିଯାଏ। ମୁହଁ ଶୁଷ୍କ ଦେଖାଯିବା ସହ ମେକ୍‌ଅପ୍‌ ନେବାବେଳେ ବି ସତର୍କ ରହିବାକୁ ହୁଏ। କାରଣ ସବୁ ପ୍ରକାର ମେକ୍‌ଅପ୍‌ ଏଭଳି ସ୍କିନ୍‌କୁ ସୁଟ୍‌ କରି ନ ଥାଏ। ତେବେ ଏଭଳି ତ୍ୱଚା ପାଇଁ କେମିତିି ମେକ୍‌ଅପ୍‌ ନେବେ ଜାଣନ୍ତୁ ସେ ସମ୍ପର୍କରେ... -ପ୍ରଥମେ ମୁହଁକୁ ଭଲଭାବେ ଧୋଇ ସଫା କରନ୍ତୁ। ଏହା ଏକ ବେସିକ୍‌ ଟିପ୍ସ ଯାହାକୁ ଅଏଲି ଏବଂ ଡ୍ରାଏ ସ୍କିନ୍‌ ମହିଳାମାନେ ଆପଣାଇବା ଜରୁରୀ। -ଏହାପରେ କ୍ଲିଜିଂ ମିଲ୍କ ସାହାଯ୍ୟରେ ମୁହଁକୁ ସଫା କରନ୍ତୁ। ଏହା ସ୍କିନ୍‌ରୁ ଡେଡ୍‌ ସେଲ୍‌ ହଟେଇବା ସହ ତ୍ୱଚାକୁ ମୁଲାୟମ କରିଥାଏ। ପରେ ମୁହଁକୁ ଧୋଇ ଟାଓ୍ବେଲରେ ପୋଛିଦିଅନ୍ତୁ। ମୁହଁକୁ କିଛି ସମୟ ପାଇଁ ଏମିତି ଖାଲି ଛାଡ଼ି ଦିଅନ୍ତୁ। ଏହା ଉପରେ ମେକ୍‌ଅପ୍‌ ଲଗାନ୍ତୁ। -ତେବେ ମେକ୍‌ଅପ୍‌ ଆପ୍ଲାଏ କରିବା ପୂର୍ବରୁ ଜେଲ୍‌ ବଦଳରେ କ୍ରିମି ବ୍ଲଶ୍‌ ଲଗାନ୍ତୁ। -ଶୁଷ୍କ ତ୍ୱଚାରେ ହୋଇଥିବା ଡାର୍କ ସ୍ପଟ୍‌, ମୁଖ ବ୍ରଣକୁ ଲୁଚେଇବା ପାଇଁ ଫାଉଣ୍ଡେଶନ ସହ ହାଲୁକା କନ୍‌ସିଲର ପ୍ରୟୋଗ କରନ୍ତୁ। -ଫାଉଣ୍ଡେଶନ ଏବଂ ମଶ୍ଚରାଇଜର ମିଶାଇ ବ୍ୟବହାର କରନ୍ତୁ।

All Right Reserved By

ଜୀବନଚର୍ଯ୍ୟା |

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

କାନ୍ଦ ବି’ ଶରୀର ପାଇଁ ହିତକର

କାନ୍ଦ ବି’ ଶରୀର ପାଇଁ ହିତକର

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ମୂଳାଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ତେବେ ମୂଳା ପ୍ରାୟତଃ ଶୀତଦିନେ ହୋଇଥାଏ। ତେଣୁ ଏହି ସମୟରେ ଅଭ୍ୟାସ କରି ପ୍ରତିଦିନ ମୂଳାଶାଗ ଖାଇଲେ ରକ୍ତହୀନତାରୁ ମୁକ୍ତି ମିଳେ ବୋଲି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ବିବାହ ସମୟରେ ନବବଧୂଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଯିବା ପରମ୍ପରା ଭାରତରେ ରହିଛି। ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ଏହା ନ ପିନ୍ଧିବା ଯାଏ ବିବାହ ପୂର୍ଣ୍ଣ ହୁଏ ନାହିଁ ।

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଆଲିଙ୍ଗନ କଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

ରାତିରେ ମହିଳାଙ୍କୁ ମୁଣ୍ଡ କୁଣ୍ଡାଇବାକୁ ମନା କରାଯାଏ କାହିଁକି

ରାତିରେ ମହିଳାଙ୍କୁ ମୁଣ୍ଡ କୁଣ୍ଡାଇବାକୁ ମନା କରାଯାଏ କାହିଁକି

ଭାରତୀୟ ପରମ୍ପରାରେ ରାତିରେ ମହିଳାମାନଙ୍କୁ ମୁଣ୍ଡ କୁଣ୍ଡାଇବାକୁ ବାରଣ କରାଯାଇଥାଏ। ଏହାଦ୍ୱାରା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି କେତେକଙ୍କର ରହିଛି ବିଶ୍ୱାସ। ଏହା ସହିତ ରାତିରେ ମୁଣ୍ଡ କୁଣ୍ଡାଇଲେ ପ୍ରେତାତ୍ମା ଶରୀରରେ ପ୍ରବେଶ କରିଥାନ୍ତି। ଲମ୍ବା କେଶ ପ୍ରତି ପ୍ରେତାତ୍ମାର ଲୋଭ ରହିଥାଏ।

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ପଣମାନେ ଖରା ଆଉ ଗୁଳୁଗୁଳିରେ ବଡ଼ ସନ୍ତୁଳି ହେଉଥିଲେ। ମୌସୁମୀ ଆସିଯିବାରୁ ଅସ୍ବସ୍ତିରୁ ମୁକ୍ତି ମିଳିଗଲା। ମୌସୁମୀ ସିନା ଆଶ୍ୱସ୍ତି ଆଣିଦେଲା, ହେଲେ ସେ ଏକା ଆସିନି। ସେ ସାଥିରେ ଧରି ଆସିଛି ଅନେକ ବେପାର। ତେଣୁ ଯଥେଷ୍ଟ ସାବଧାନ ନ ହେଲେ ବର୍ଷାଋତୁକାଳୀନ ବେମାରଗୁଡ଼ିକର ଶିକାର ହୋଇପଡ଼ିବା କିଛି ଅସମ୍ଭବ ନୁହେଁ।

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

ବ୍ଲଡ୍‌ ଗ୍ରୁପ୍‌ରୁ ଜଣକୁ କେଉଁ ପ୍ରକାର ରୋଗ ହେବ ତାହା ସହଜରେ ଜାଣିହେବ। ଏନେଇ ନିକଟରେ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ଲଡ୍‌ ଗ୍ରୁପ୍‌ ‘ଏ’ର ବ୍ୟକ୍ତିଙ୍କଠାରେ ବିଶେଷ କରି ଆଲର୍ଜି ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ଆମକୁ ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଆବଶ୍ୟକତାଠାରୁ ଅଧିକ ଦିନ ଔଷଧ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

Model This Week

ରୂପେଶ