ସମ୍ପାଦକୀୟ |

ସଂରକ୍ଷଣ ବ୍ୟବସ୍ଥା ଓ ଦୁର୍ନୀତି

 ସଂରକ୍ଷଣ ବ୍ୟବସ୍ଥା ଓ ଦୁର୍ନୀତି
ବୈକୁଣ୍ଠନାଥ ମିଶ୍ର ଯଦି ମୋତେ କେହି ପ୍ରଶ୍ନ କରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ ତେବେ ମୁଁ ନିଃସନ୍ଦେହରେ ଦୁଇଟି କଥାକୁ ଗୁରୁତ୍ୱ ଦେଇପାରେ। ପ୍ରଥମତଃ ସଂରକ୍ଷଣ ବ୍ୟବସ୍ଥା ଓ ଦ୍ୱିତୀୟଟି ଦୁର୍ନୀତି। ଏ ଥିଲା ଗୁଜରାଟ ହାଇକୋର୍ଟର ବରିଷ୍ଠ ବିଚାରପତି ଜେ.ବି. ପାର୍ଡିଓ୍ବାଲାଙ୍କ ମତ। ସ୍ବାଧୀନତାର ସତୁରି ବର୍ଷ ପରେ ଏ ଦେଶର କିଛି ପରିବାର ସଂରକ୍ଷଣର ସୁବିଧା ହାସଲ କରୁଛନ୍ତି, ଯଦିଓ ସେମାନେ ଅର୍ଥନୈତିକ ଦୃଷ୍ଟିରୁ ଆଉ ଦୁର୍ବଳ ନୁହନ୍ତି। ଡ. ଆମ୍ବେଡକରଙ୍କ ସଭାପତିତ୍ୱରେ ପ୍ରଣୀତ ସମ୍ବିଧାନ ଅର୍ଥନୈତିକ ତଥା ସାମାଜିକ ଅନଗ୍ରସର ଜାତି ଓ ଜନଜାତିଙ୍କୁ ଦଶବର୍ଷ ପାଇଁ ଚାକିରି ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ସୁବିଧା ପ୍ରଦାନର ବ୍ୟବସ୍ଥା କରିଥିଲା। ଉଦ୍ଦେଶ୍ୟ ଥିଲା ଉକ୍ତ ଦଶବର୍ଷ ମଧ୍ୟରେ ସେମାନେ ଦାରିଦ୍ର୍ୟରୁ ମୁକ୍ତ ହୋଇ ମହାଭାରତୀୟ ସ୍ରୋତରେ ସାମିଲ ହେବେ। ମହାତ୍ମା ଗାନ୍ଧୀ ସେମାନଙ୍କୁ ହରିଜନ ଓ ଗିରିଜନ ଭାବେ ନାମିତ କରି ସମାଜର ଏକ ବଡ ବ୍ୟାଧି ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସ୍ବାଧୀନୋତ୍ତର ଭାରତବର୍ଷରେ ସାମାଜିକ ସ୍ତରରେ ଅନେକାଂଶରେ ସମାନତା ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅସ୍ପୃଶ୍ୟତାର ଘୃଣ୍ୟ ସତ୍ତା ଲୋପ ପାଇଛି। ସବୁ ମଣିଷ ଗୋଟିଏ ଜାତି ବୋଲି ସମାଜ ଗ୍ରହଣ କରିସାରିଥିଲେ ମଧ୍ୟ ସରକାରୀ ସ୍ତରରେ ଏହା ଉଜ୍ଜୀବିତ ରହିଛି ଓ ଆଉ କେତେକାଳ ଯେ ରହିବ ତା’ର ଠିକଣା ନାହିଁ। ଭୋଟ ରାଜନୀତି ପାଇଁ ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ରାଜନୈତିକ ଦଳଗୁଡ଼ିକ ମନେକରନ୍ତି। ଏଲ୍‌ପିଜି ସବ୍‌ସିଡି ତ୍ୟାଗ କରିବାକୁ ସରକାର ଯେପରି ସ୍ବଚ୍ଛଳ ବର୍ଗଙ୍କୁ ଆହ୍ବାନ ଦେଉଛନ୍ତି, ସେହିପରି ଆର୍ଥିକ ସ୍ବଚ୍ଛଳତା ହାସଲ କରିଥିବା ତଫସିଲଭୁକ୍ତ ପରିବାରକୁ ସଂରକ୍ଷଣ ତ୍ୟାଗ କରିବାକୁ ଆହ୍ବାନ ଦେବେ କି? ସେମାନେ ମଧ୍ୟ ସ୍ବତଃ ଏହା ତ୍ୟାଗ କରିବାକୁ ଆଗଭର ହେବା ଉଚିତ। ସେମାନଙ୍କ ପିଲାଙ୍କୁ କେହି ଅଙ୍ଗୁଳି ନିର୍ଦ୍ଦେଶ ନ କରୁ ଯେ ସେମାନେ ନିଜ ଯୋଗ୍ୟତାରେ ନୁହେଁ, ବରଂ ସଂରକ୍ଷଣ ବଳରେ ତାଙ୍କ ସ୍ଥିତି ଲାଭ କରିଛନ୍ତି। ସଂରକ୍ଷଣ ଜାତି ଭିତ୍ତିରେ ନ ହୋଇ ଆର୍ଥିକ ଭିତ୍ତିରେ ହେବା ଉଚିତ। କିନ୍ତୁ ସଂରକ୍ଷଣ ତ୍ୟାଗ ତ ଦୂରର କଥା, ବରଂ ଅଧିକରୁ ଅଧିକ ସମ୍ପ୍ରଦାୟ ନିଜକୁ ଏଥିରେ ସାମିଲ କରିବା ପାଇଁ ଆନ୍ଦୋଳନ କରୁଛନ୍ତି। ଉଦାହରଣସ୍ବରୂପ, ଗୁଜରାଟରେ ପଟେଲମାନଙ୍କୁ ସଂରକ୍ଷଣ ଅନ୍ତର୍ଭୁକ୍ତ କରିବା ପାଇଁ ହାର୍ଦ୍ଦିକ ପଟେଲଙ୍କ ଆନ୍ଦୋଳନ ସାରା ଦେଶରେ ଚହଳ ପକାଇଥିଲା। ହରିୟାଣାର ଜାଠ୍‌ମାନଙ୍କ ଆନ୍ଦୋଳନ ଅନ୍ୟ ଏକ ଦୃଷ୍ଟାନ୍ତ। ଆଦିବାସୀ ମାନ୍ୟତା ପାଇଁ ଓଡ଼ିଶାର କୁଡୁମୀ ସମ୍ପ୍ରଦାୟର ଆନ୍ଦୋଳନ ଜାରି ରହିଛି। ସଂରକ୍ଷଣ ଅନ୍ତର୍ଭୁକ୍ତ ନ ହୋଇଥିବା କିଛି ଜନଜାତିଙ୍କର ସଂରକ୍ଷଣ ଦାବି ଚାଲୁ ରହିଛି। ସଂରକ୍ଷଣର ମାତ୍ରା ପଚାଶ ପ୍ରତିଶତକୁ ନ ଟପିବା ପାଇଁ ସୁପ୍ରିମକୋର୍ଟଙ୍କର ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ରାଜ୍ୟ ସରକାରମାନେ ଏହାକୁ ବୃଦ୍ଧି କରିଚାଲିଛନ୍ତି। ସ୍ବାଧୀନତୋତ୍ତର ଭାରତରେ ଇତିମଧ୍ୟରେ କେତେ ପଞ୍ଚବାର୍ଷିକ ଯୋଜନା, କେତେ ଅର୍ଥକମିଶନ ବସିବା ପରେ ମଧ୍ୟ ଅନୁସୂଚିତ ବର୍ଗଙ୍କର ଯଦି ଆର୍ଥିକ ପ୍ରଗତି ହୋଇ ନ ପାରିଲା, ତେବେ ଏହାର କାରଣ ଖୋଜିବାର ଆବଶ୍ୟକତା ରହିଛି। ଏହା ମୂଳରେ ଯେ ଦୁର୍ନୀତି ଅଛି, ଏଥିରେ ଦ୍ୱିରୁକ୍ତି ନାହିଁ। ଯୋଜନା ପ୍ରସ୍ତୁତ ହେଉଛି, ମାତ୍ର ଫଳ ଶୂନ। ଦୁର୍ନୀତି ଏକ ଓଲଟ ବୃକ୍ଷ ସଦୃଶ, ଯାହା ତଳୁ ଉପରକୁ ନ ଯାଇ ଉପରୁ ତଳକୁ ଆସିଛି। ଯେତେ ପ୍ରତିକାର କଲେ ମଧ୍ୟ ସବୁ ବୃଥା। କାରଣ ଡାଳ କାଟିଲେ ଗଛ ମରେ ନାହିଁ। ବାଡ ଆଜି କ୍ଷେତ ଖାଉଛି। ସେବ୍ୟ ଓ ସେବକର ସମ୍ପର୍କ ଆଜି ଓଲଟିଯାଇଛି। ସେଦିନ ପଶ୍ଚିମ ଓଡ଼ିଶାର ଆଦିବାସୀ ବୃଦ୍ଧା ଜଣକ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଖୋଦ୍‌ ଜିଲାପାଳଙ୍କ ହାତକୁ ପନ୍ଦରଶହ ଟଙ୍କାର ନୋଟ୍‌ ବିଡାଟି ବଢାଇଦେଇ କହିଲା, ବାବୁ ଏ ଟଙ୍କାତକ ନିଅ, ଆଉ ମୋ କାମ କରିଦିଅ। ସବୁଠାରୁ ନିରାଶ ହେଲା ପରେ ତୁମ ପାଖକୁ ଆସିଛି। ବୃଦ୍ଧା ଜଣକ ନିଃସନ୍ତାନ। ସ୍ବାମୀଙ୍କର ମୃତ୍ୟୁ ପରେ ଜଣେ ପ୍ରଭାବଶାଳୀ ପଡୋଶୀ ଚଞ୍ଚକତା କରି ତା’ର ପାଞ୍ଚ ଏକର ଜମିକୁ ନିଜ ନାମରେ କରାଇନେଇଛି। ବିଚାରୀ ବୃଦ୍ଧା ପାଞ୍ଚବର୍ଷ ହେଲା ତହସିଲ କାର୍ଯ୍ୟାଳୟଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ହତାଶ ହେବା ପରେ କେହି ଜଣେ ହିତାକାଂକ୍ଷୀର ପରାମର୍ଶ ଅନୁଯାୟୀ ଖୋଦ୍‌ ଜିଲାପାଳଙ୍କୁ ଲାଞ୍ଚ ଯାଚନାର ଧୃଷ୍ଟତା କରିଛି। ଜିଲାପାଳ ହତଚକିତ। ଏ ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତି ପାଇଁ ସେ ଆଦୌ ପ୍ରସ୍ତୁତ ନ ଥିଲେ। କିନ୍ତୁ ଏହା ହେଉଛି ସାମ୍ପ୍ରତିକ ସମୟର ଏକ ନିରାଟ ବାସ୍ତବତା। ଜିଲାପାଳ ନିଜ କ୍ରୋଧ ଓ ବିରକ୍ତିକୁ ଚାପିରଖି ସ୍ବକୀୟ ମାନବିକତା ପ୍ରଦର୍ଶନ କଲେ। ସମ୍ପୃକ୍ତ ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ। ବୃଦ୍ଧା ତାଙ୍କ ପ୍ରାପ୍ୟ ପାଇଲେଣି କି ନାହିଁ ଜଣାନାହିଁ। କିନ୍ତୁ ସାଧାରଣ ଅଶିକ୍ଷିତା ଜନଜାତି ବୃଦ୍ଧା ଜଣକ ବୁଝିପାରିଛି ଯେ ଏ ଦେଶରେ ଲାଞ୍ଚ ବିନା ନ୍ୟାୟ ମିଳେନା। ୨୦୧୫ ମସିହାରେ କଲିକତାର ହାଓଡ଼ାଠାରେ ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡି ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା। ଫ୍ଲାଇଓଭରର ପ୍ରତ୍ୟେକ ଖମ୍ବ ପଚାଶ ଫୁଟ୍‌ ଗଭୀର ହେବା ପାଇଁ ବ୍ୟବସ୍ଥା ଥିବାସ୍ଥଳେ ଦୁର୍ନୀତିଖୋର ଇଞ୍ଜିନିୟର, ଠିକାଦାର ଓ ରାଜନେତାଙ୍କର ମଧୁଚନ୍ଦ୍ରିକାରେ ଖମ୍ବଗୁଡିକର ଗଭୀରତା ୨୦/୨୫ ଫୁଟ ମଧ୍ୟରେ ସୀମିତ ଥିଲା ବୋଲି ତଦନ୍ତରୁ ଜଣାପଡିଲା। ନବକଳେବର ସମୟରେ ପୁରୀର ମାଳତୀପାଟପୁର ଓଭରବ୍ରିଜ ନିର୍ମାଣ ସରି କାର୍ଯ୍ୟରେ ଲାଗିବା ପୂର୍ବରୁ ପୋଲ ଦବିଯାଇ ଗମନାଗମନ ଅନୁପଯୋଗୀ ହୋଇପଡିଲା। ବୁଗୁଡା ସେତୁ, ଗୁରୁପ୍ରିୟା ସେତୁ ଓ ବରଗଡ ଜିଲାର ଜିରାନଦୀରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡି ପଡିଛି। ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଦୁର୍ଘଟଣା ଦୁର୍ନୀତି ଗନ୍ଧ ବହନ କରୁଥିବା ଅନ୍ୟତମ ନମୁନା। ନିର୍ମାଣ ଶେଷ ହେବା ପୂର୍ବରୁ ଏହା ମରଣଯନ୍ତା ପାଲଟିଲା। ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପିସି କାରବାର ଚାଲିଥିବାର ପରୋକ୍ଷ ସ୍ବୀକାରୋକ୍ତି। ପିସି ସବୁ ମୂଳରେ ଥିଲା ଏବଂ ଏକ ଦୁରାରୋଗ୍ୟ ବ୍ୟାଧି ପରି ପ୍ରଗତିକୁ ରୁଗ୍‌ଣ କରିସାରିଛି। ପିସି କାରବାର ବା ଲାଞ୍ଚଖୋର ମନୋବୃତ୍ତି ଏକ ଦୁର୍ବଳ ମାନସିକତାର ପରିଚାୟକ। ସେଥିପାଇଁ ଧାର୍ମିକ ଚେତନା ଓ ଆଧ୍ୟାତ୍ମିକ ଭାବନାର ଆବଶ୍ୟକତା ରହିଛି। ସଚେତନତାର ପବିତ୍ର ଜଳଧାରା ଦୁର୍ନୀତିର ପାପକୁ ଧୋଇଦେଉ। ଦେଶକୁ ସ୍ବଚ୍ଛ କରିବାଠାରୁ ଚରିତ୍ରର ସ୍ବଚ୍ଛତା ପ୍ରାଥମିକତା ବହନ କରୁ। ସବୁକିଛି ଛାଏଁ ଛାଏଁ ଠିକ୍‌ ହୋଇଯିବ। ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...