ଅନଗୁଳ-ଢେଙ୍କାନାଳ

୩ କନ୍ୟାରତ୍ନଙ୍କୁ ସମ୍ବର୍ଦ୍ଧନା

୩ କନ୍ୟାରତ୍ନଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ ଅଫିସ, ୭।୨: ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ଜିଲାରେ ପାଇଲଟ ପ୍ରକଳ୍ପ ଭାବେ ଚାଲୁଥିବା ବିଜୁ କନ୍ୟାରତ୍ନ ଯୋଜନାର ୨୬ତମ ଜିଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ବୁଧବାର ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଲକରେ ଏହି ଯୋଜନାର ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥିସହ କନ୍ୟା ସନ୍ତାନମାନଙ୍କ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ଉତ୍ସାହିତ କରିବା ପାଇଁ ୩ ଜଣ ଝିଅଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଆନ୍ତର୍ଜାତିକ ଶିଶୁ କଳା ପ୍ରତିଯୋଗିତାର ପଦକ ଓ ସମ୍ମାନଧାରୀ ନାଲ୍‌କୋନଗର କାଣ୍ଡସର ଗ୍ରାମର ଯସ୍ମ୍ମିନ ପ୍ରଧାନ, ୨୦୧୯ ମଧୁସ୍ମୃତିରେ ପ୍ରଥମ ହୋଇଥିବା ଅମଲାପଡ଼ାର ସୌମ୍ୟଶ୍ରୀ ଦାସ ଓ ସହପାଠିନୀଙ୍କୁ ଟ୍ରେନ୍‌ ଦୁର୍ଘଟଣାରୁ ବଞ୍ଚାଇଥିବା ତାଳଚେର ଘଣ୍ଟପଡ଼ାର ଶ୍ରୀମତୀ ବଦ୍ରା। ଜାତୀୟ ସାହସିକତା ପୁରସ୍କାର ପାଇଁ ବଦ୍ରାଙ୍କ ନାମ ସୁପାରିସ କରାଯିବ ବୋଲି ଏହି ଅବସରରେ ଜିଲାପାଳ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟରେ ଆୟୋଜନ କରିବାକୁ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେହିପରି ପ୍ରତ୍ୟେକ ବିଦ୍ୟାଳୟରେ ଜେଣ୍ଡର ଚାମ୍ପିୟନ ଭାବେ ଜଣେ ଝିଅ ଓ ପୁଅଙ୍କୁ ରଖାଯିବ। ସେମାନେ କନ୍ୟା ସନ୍ତାନଙ୍କ ଗୁରୁତ୍ୱ ସମ୍ପର୍କରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ସଚେତନ କରିବେ। ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୌରୀଶଙ୍କର ବେହେରା ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ କ୍ଷୀରୋଦ କୁମାର ସାହୁ, ଅନୁପମା ରାଉତ ଓ ବୁଦ୍ଧଦେବ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସମ୍ବର୍ଦ୍ଧିତ କନ୍ୟାରତ୍ନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୨୦ା୩: ମହିମାଧର୍ମର ମୌଳିକ ତତ୍ତ୍ୱକୁ ଜନମାନସରେ ପ୍ରଚାର କରିବା ଉଦ୍ଦେଶ୍ୟରେ  କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତର କମଗରାପାଟଣା ମହିମା ଟୁଙ୍ଗିରୁ ବାହାରିଥିବା ମହିମା ବ୍ରହ୍ମଜ୍ୟୋତିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୨୦।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍‌ର ସାଆନ୍ଦା ପଞ୍ଚାୟତ ସାଆନ୍ଦା ହାଟ ପଡ଼ିଆରେ ବୁଧବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  "ହକ୍‌ ମାଗୁଛି ଓଡିଶା"ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଅନୁଗୋଳ ଅଫିସ, ୨୦।୩- ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୨୦ା୩(ଡି.ଏନ.ଏ.)(ସ୍ବ.ପ୍ର.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ଅନୁଗୋଳ ଅଫିସ, ୨୦।୩- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି।

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୨୦।୩- ଢେଙ୍କାନାଳ ସଦର ଥାନା ବାଙ୍ଗୁଆଳ ଗ୍ରାମରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ସଙ୍ଗଠିତ ଘରପୋଡ଼ି ମାମଲାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ନ୍ୟାୟ ଦାବି କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୨୦।୩- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ସୋମବାର ମଧ୍ୟାହ୍ନରେ ୬ଷ୍ଠ ମହିମା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ଚୋରା କାଠ ଚାଲାଣ:ଜିଲାପାଳଙ୍କୁ ଅଭିଯୋଗ କଲା ନାଗରିକ ମଞ୍ଚ

ବଇଣ୍ଡା,୨୦।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ ଥିବା ମଇମୁରା, କେଞ୍ଚୁଆନାଳୀ, ବିପ୍ରଡ଼ିହ, କଂସାବ ଜଙ୍ଗଲରୁ କିଛି ମାସ ହେବ ମୂଲ୍ୟବାନ କାଠ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଶହେ ପେଟି ମଦ ଜବତ, ୨ ଗିରଫ

ଶହେ ପେଟି ମଦ ଜବତ, ୨ ଗିରଫ

ତାଳଚେର,୧୯ା୩(ନି.ପ୍ର.)- କଲିୟାରୀ ପୋଲିସ ସୋମବାର ରାତିରେ ତାଳଚେର ବ୍ଲକ ଡଅଁରା ଗ୍ରାମରୁ ଏକ ଗାଡ଼ି ସହ ଶହେ ପେଟି ବିଦେଶୀ ମଦ ଜବତ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା