ସମ୍ପାଦକୀୟ |

ଭିଗନ୍‌ଙ୍କ ପାଇଁ ବ୍ୟବସାୟ ସୁଯୋଗ

ଭିଗନ୍‌ଙ୍କ ପାଇଁ ବ୍ୟବସାୟ ସୁଯୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭି ଗନ୍‌ (ଶୁଦ୍ଧ ନିରାମିଷାଶୀ, ଯେଉଁମାନେ ଆମିଷ, କ୍ଷୀର, ମହୁ ପ୍ରଭୃତି ଖାଆନ୍ତି ନାହିଁ କିମ୍ବା କୌଣସି ପ୍ରକାର ପ୍ରାଣିଜ ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ)ଙ୍କ ପାଇଁ ବ୍ୟବସାୟ ସୁଯୋଗ ସମ୍ପର୍କରେ ଏହା ମୋର ତୃତୀୟ ନିବନ୍ଧ। ପ୍ରଥମ ଦୁଇଟି ଥିଲା କିପରି ଭିଗନ୍‌ ସାମଗ୍ରୀର ଉତ୍ପାଦନ, ବିପଣନ କରାଯିବ ଓ ସେବା ଯୋଗଯିବ, ତା’ ଉପରେ ପର୍ଯ୍ୟବସିତ। ଏ ନିବନ୍ଧଟି ମୁଁ ଭିଗନ୍‌ ହୋଟେଲ ଓ ରିଟ୍ରିଟ୍‌ (ଏକାନ୍ତ ବାସ ପାଇଁ ଉପଯୁକ୍ତ ସ୍ଥାନ) ଉପରେ ଲେଖୁଛି। 

ବେଡ୍‌ ଆଣ୍ଡ୍‌ ବ୍ରୋକୋଲି (ହୋଟେଲ)- www.bedandbroccoli.com.au ହେଉଛି ଅଷ୍ଟ୍ରେଲିଆର ଭିଗନ୍‌ ବେଡ୍‌ ଆଣ୍ଡ୍‌ ବ୍ରେକ୍‌ଫାଷ୍ଟ (ଏକ ପ୍ରକାର ହୋଟେଲ ଯେଉଁଠି ରାତିରେ ରହିବା ଓ ସକାଳେ ଜଳଖିଆ ଖାଇବାର ବ୍ୟବସ୍ଥା ଥାଏ)। ଏହା ଶୁଦ୍ଧ ନିରାମିଷ ଖାଦ୍ୟ, ସସ୍‌, ଜାମ୍‌, ଚଟଣି, ସାବୁନ, ଭିଗନ୍‌ ସଫାକରା ସାମଗ୍ରୀ ପ୍ରଭୃତି ଯୋଗେଇଥାଏ ଏବଂ ପ୍ରାଣୀମାନଙ୍କ ହିତାର୍ଥେ କାମ କରନ୍ତି।  ତା’ଛଡ଼ା ସେମାନେ ପରିତ୍ୟକ୍ତ ପ୍ରାଣୀମାନଙ୍କୁ ଉଦ୍ଧାର କରନ୍ତି। ପ୍ରତ୍ୟେକ ଗ୍ରାହକ ସେଠାରେ ମେଳାପି କୁକୁର ଓ ବିରାଡ଼ିମାନଙ୍କ ସଙ୍ଗଲାଭ କରିବାର ଅନୁଭୂତି ପାଇପାରିବେ।  ଏହାର ମାଲିକଙ୍କ କହିବା ଅନୁସାରେ, ସେ ନିଜେ ଜଣେ ଭିଗନ୍‌। ସେ ଯୁଆଡ଼େ ଯାଆନ୍ତି, କେଉଁଠି ବି ଭିଗନ୍‌ଙ୍କ ଉପଯୋଗୀ ରହିବା ଓ ଖାଇବାର ସୁବିଧା ପାଆନ୍ତି ନାହିଁ। ତେଣୁ ସେ ବ୍ୟବସାୟ ଉଦ୍ଦେଶ୍ୟରେ ଏହି ବେଡ୍‌ ଆଣ୍ଡ୍‌ ବ୍ରୋକୋଲି ଆରମ୍ଭ କରିଛନ୍ତି। 

ସାରା ପୃଥିବୀରେ ଏପରି ହଜାର ହଜାର ଛୋଟ ହୋଟେଲ ଅଛି। ନିରାମିଷାଶୀ ହୋଟେଲଗୁଡ଼ିକ ପାଇଁ ଗୋଟିଏ ଓ୍ବେବ୍‌ସାଇଟ ଅଛି, ଯାହାକୁ ଦୁଇଜଣ ଜର୍ମାନ୍‌ ବ୍ୟକ୍ତି ଆରମ୍ଭ କରିଥିଲେ। ମୁଁ ଏବେ ଗୁଗ୍‌ଲରେ ଭିଗନ୍‌ ହୋଟେଲ ବୋଲି ସର୍ଚ୍ଚ ମାରିବାରୁ ୧୨.୪୦ କୋଟି ଫଳାଫଳ ପାଇଲି। ସବା ଉପରେ ଥିଲା veganhotels.com ଏବଂ ଏଥିରେ ଖୁବ୍‌ ସୁନ୍ଦର ସୁନ୍ଦର ସ୍ଥାନର ବିଜ୍ଞାପନ ଦିଆଯାଇଛି। ଭାରତ ମହାସାଗର, ମାଳଦ୍ୱୀପ ପ୍ରଭୃତି ସମେତ ଏପରି ସ୍ଥାନର ବିଜ୍ଞାପନ ଅଛି, ଆପଣ ଭାବିବେ ସେଠାରେ ଆମିଷ ଛଡ଼ା ଅନ୍ୟ କିଛି ଖାଦ୍ୟ ମିଳୁ ନ ଥିବ। କିନ୍ତୁ ସେଠି ଏପରି ସବୁ ରୁଚିକର ଭିଗନ୍‌ ଖାଦ୍ୟ ମିଳୁଛି, ଯାହା ମାଂସାଶୀମାନଙ୍କ ଖାଦ୍ୟାଭ୍ୟାସ ବଦଳାଇଦେଇ ପାରିବ। ଯଦି ଆପଣ ଭାରତରେ ଏପରି ହୋଟେଲ ଆରମ୍ଭ କରନ୍ତି, ତେବେ ନିଶ୍ଚୟ ଏହି ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରିବେ। ଆପଣ ମଧ୍ୟ ଭିଗନ୍‌ ନେଚର ରିଟ୍ରିଟ୍‌ ଆରମ୍ଭ କରିପାରିବେ, ଯେଉଁଥିରେ ସ୍ବାସ୍ଥ୍ୟକର ଭିଗନ୍‌ ଖାଦ୍ୟ ଆଦି ଯୋଗାଇବା ସହିତ କର୍ମଶାଳା, ଧ୍ୟାନ, ଫିଟ୍‌ନେସ କେନ୍ଦ୍ର, ସ୍ପା ଓ ଚାଲିବାର ବନ୍ଦୋବସ୍ତ କରିପାରିବେ। ଆପଣ ସେଠାରେ ତେଲ ଓ ଅନ୍ୟ ଉତ୍ପାଦ ବିକ୍ରି କରିପାରିବେ, ଯାହା ପ୍ରାଣୀଙ୍କଠାରେ ପରୀକ୍ଷା କରାଯାଇ ନ ଥିବ। କିନ୍ତୁ ଆପଣ ସେଠାରେ କ୍ଷୀର ବା କୌଣସି ପ୍ରକାର କ୍ଷୀର ଜାତୀୟ ଖାଦ୍ୟ ବ୍ରକି କରିବେ ନାହିଁ, କାରଣ ତାହା ଭିଗନ୍‌ ନୁହେଁ। ଆପଣ ମଧ୍ୟ ଉକ୍ତ ରିଟ୍ରିଟ୍‌କୁ ସୌରଶକ୍ତିରେ ଚଳାଇବାର ବ୍ୟବସ୍ଥା କରିପାରିବେ। 

ଆପଣ ଯଦି ଭିଗନ୍‌ ହୋଇଥାନ୍ତି, ତେବେ ଆପଣ ନିଜ ରହିବା ଘରକୁ ଭିଗନ୍‌ ଯାତ୍ରୀଙ୍କ ରହିବା ପାଇଁ ଦେଇପାରିବେ। ଟଙ୍କା ଉପାର୍ଜନର ଆଉ ଗୋଟିଏ ବାଟ ହେଲା, ଗ୍ରୀଷ୍ମ ଓ ଶୀତ ଛୁଟିରେ ପିଲାମାନଙ୍କ ପାଇଁ ଭିଗନ୍‌ କ୍ୟାମ୍ପର ବ୍ୟବସ୍ଥା କରିବା। କାର୍ଯ୍ୟକ୍ରମର ତାଲିକା ଅନୁଯାୟୀ ଏହି କ୍ୟାମ୍ପ ଦୁଇଦିନ ବା ଦୁଇସପ୍ତାହ ପାଇଁ କରାଯାଇପାରେ। ପର୍ବତାରୋହଣ, ପାହାଡ଼ିଆ ରାସ୍ତାରେ ଓ ସହରରେ ପଦଯାତ୍ରା ଆଦି କାର୍ଯ୍ୟକ୍ରମ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରେ। ଏସବୁ କାର୍ଯ୍ୟକ୍ରମ ଓ ଶୁଦ୍ଧ ନିରାମିଷ ଖାଦ୍ୟ ଗ୍ରହଣ ଛଡ଼ା ଭିଗନ୍‌ ପିଲାମାନେ ପରସ୍ପର ସହ ପରିଚିତ ହୋଇପାରିବେ ଏବଂ ସଚେତନ ଜୀବନଚଳନ ସମ୍ବନ୍ଧରେ ଶିକ୍ଷାଲାଭ କରିପାରିବେ। ଫିଲ୍ମ ଜରିଆରେ ସ୍ବାସ୍ଥ୍ୟକର ଖାଦ୍ୟ ସମ୍ବନ୍ଧରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇପାରିବ। ଏପରି କାର୍ଯ୍ୟକ୍ରମ କିପରି ପରିଚାଳନା କରିବେ ସେ ସମ୍ବନ୍ଧରେ ଜାଣିବା ପାଇଁ kidsmakeadifference.org ଓ vegancamp.org ଓ୍ବେବ୍‌ସାଇଟ ଦୁଇଟିର ସାହାଯ୍ୟ ନେଇପାରନ୍ତି। ବିଦେଶରେ ଏପରି କ୍ୟାମ୍ପ ଶହ ଶହ ପିଲାଙ୍କୁ ଭିଗନ୍‌ରେ ପରିଣତ କରିପାରିଛି। 

ୟୁଥ୍‌ ଏମ୍ପାଓ୍ବାର୍ଡ ଆକ୍ସନ କ୍ୟାମ୍ପ - www.yeacamp.org - ହେଉଛି ପୃଥିବୀରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ୧୨ରୁ ୧୭ ବର୍ଷୀୟ ତରୁଣମାନଙ୍କର ଏକ ସମର କ୍ୟାମ୍ପ। ଏହି କ୍ୟାମ୍ପରେ ଯୁବ କର୍ମୀମାନଙ୍କୁ ବିଭିନ୍ନ ଜ୍ଞାନ, କୌଶଳ, ଆତ୍ମବିଶ୍ୱାସ ସମ୍ବନ୍ଧରେ ତାଲିମ ଦିଆଯାଏ ଏବଂ ଏଠାରେ କେବଳ ଭିଗନ୍‌ ଖାଦ୍ୟ ପରଷାଯାଏ। ଯଦିଚ ଏହା ଏକ ଆମେରିକୀୟ ସଂସ୍ଥା, ଭାରତରେ ବି ଏପରି ସଂସ୍ଥା ଖୋଲାଯାଇପାରିବ। ବିଭିନ୍ନ ସାମାଜିକ ମଙ୍ଗଳକାରୀ ସଂସ୍ଥା ଯଥା ଅଣଲାଭକାରୀ ସଂସ୍ଥା, ଡକ୍ୟୁମେଣ୍ଟାରୀ ଫିଲ୍ମ, ପ୍ରାଣୀ ସପକ୍ଷ ଅଭିଯାନ, ପୁସ୍ତକ, ସ୍ବାସ୍ଥ୍ୟ/କଲ୍ୟାଣ ଓ ଭିଗନ୍‌ ଉତ୍ପାଦ ପ୍ରଭୃତି ଲାଗି ସେବା ଯୋଗାଣ ନିମନ୍ତେ ଇଭଲୋଟସ୍‌ ପବ୍ଲିକ୍‌ ରିଲେଶନ ଏଜେନ୍ସି ଆରମ୍ଭ କରାଯାଇଥିଲା। ସେମାନଙ୍କର ଉଦ୍ଦେଶ୍ୟ ହେଲା ଏକ ଉନ୍ନତ ଓ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ନିମନ୍ତେ ସମଧର୍ମା ସଂସ୍ଥା ଓ ବ୍ୟବସାୟଗୁଡ଼ିକ ଯେପରି ପରସ୍ପର ଭିତରେ ଭାବର ଆଦାନପ୍ରଦାନ କରିବେ ଏବଂ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିବେ। 

ଶ୍ୱେତା ଠାକୁର ବାଙ୍ଗାଲୋରରେ ଗ୍ରାଫିଟି କୋଲାବୋରେଟିଭ୍‌ ନାମରେ ଏକ ଜନସମ୍ପର୍କ କମ୍ପାନୀ ଆରମ୍ଭ କରିଛନ୍ତି। ଏଥିରେ ସଫଳତା ପାଇବା ପରେ ସେ ନିଜେ ଭିଗନ୍‌ ହେବା ସହ ତାଙ୍କ ସଂସ୍ଥାକୁ ଭିଗନ୍‌ କମ୍ପାନୀ ଓ ଉତ୍ପାଦଗୁଡ଼ିକର ପ୍ରସାର କାର୍ଯ୍ୟରେ ଲଗାଇଛନ୍ତି।  କିଛିମାସ ତଳେ ସେ ମୋତେ ଦେଖାକରିବାକୁ ଆସିଥିଲେ। ଏହାପରେ ମୁଁ ସ୍ଥିର କଲି ଆମ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜୈବ ମେଳାରେ ଭିଗନ୍‌ ଦୋକାନ ଖୋଲିବାକୁ। ବର୍ତ୍ତମାନ ଓ୍ବାଇଲ୍‌ଡରଫେଷ୍ଟ ନାମକ ତାଙ୍କର ଏକ ସ୍ଥାୟୀ ଭିଗନ୍‌ ମେଳା ଅଛି। ପ୍ରଥମେ ବାଙ୍ଗାଲୋରରେ ସେ ଏହା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଦିଲ୍ଲୀର ସିଲେକ୍ଟସିଟି ମଲ୍‌ରେ ବି ଏକ ମେଳା ଆରମ୍ଭ କରିଛନ୍ତି, ଯେଉଁଥିରେ ଶହ ଶହ ଭିଗନ୍‌ ଉତ୍ପାଦ ବିକ୍ରି ହେଉଛି। ତା’ ଛଡ଼ା ସେ ବିଭିନ୍ନ ଆନିମଲ ଗ୍ରୁପ୍‌ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଜନସମ୍ପର୍କର ଆୟୋଜନ କରନ୍ତି। ମଣିଷ ଦୁଃଖ ପାଏ ସେତେବେଳେ, ଯେତେବେଳେ ସେ ନିଜେ ଯାହା ନୁହେଁ, ତାହା କରେ, ଯେମିତି ଜୈନମାନେ ଜେଲାଟିନ୍‌ ବିକ୍ରି କରୁଛନ୍ତି। 

ଭିଗନ୍‌ ଏଜ୍‌ କନ୍‌ସଲ୍‌ଟିଙ୍ଗ୍‌ - simon@veganedgeconsulting.com - ସାରା ବିଶ୍ୱରେ ପରିଚାଳିତ ଏକ ବ୍ୟବସାୟିକ ବିକାଶ ଓ ବିପଣନ ସଂସ୍ଥା, ଯାହା ଭିଗନ୍‌ ବ୍ୟବସାୟ ଓ ଉଦ୍ୟୋଗଗୁଡ଼ିକ ପାଇଁ କାମ କରୁଛି। ସେମାନେ ବ୍ୟବସାୟିକ ଷ୍ଟ୍ରାଟେଜି ଓ ପ୍ଲାନିଂ, ବ୍ରାଣ୍ଡିଂ ଓ ମାର୍କେଟିଙ୍ଗ୍‌, ଓ୍ବେବ୍‌ ଡେଭ୍‌ଲପ୍‌ମେଣ୍ଟ ଓ ଗ୍ରାଫିକ୍‌ ଡିଜାଇନ୍‌ ସେବା ଯୋଗାଉଛନ୍ତି। ସେମାନେ ମଧ୍ୟ ଅନେକ ଭିଗନ୍‌ ଫେସ୍‌ବୁକ୍‌ ପେଜ୍‌: ଭିଗନ୍‌ ବିଜ୍‌ନେସ୍‌ ଗାଇଡ୍‌, ଟରଣ୍ଟୋ ଭିଗନ୍‌ ଗାଇଡ୍‌ ପ୍ରଭୃତି ଖୋଲିଛନ୍ତି। ଭିଗନ୍‌ ହୁଅନ୍ତୁ ଓ ଭିଗନ୍‌ କୁଶଳୀ ହୁଅନ୍ତୁ। ଭାରତରେ ବି ଏପରି ଆର୍ଥିକ ସେବା ଯୋଗାଣ ସଂସ୍ଥା ଆରମ୍ଭ କରାଯାଇପାରିବ। ଆଉ କିଛି କାମ ଅଛି, ଯେଉଁଥିରେ ଆପଣଙ୍କୁ ଖୁବ୍‌ ବେଶି ପୁଞ୍ଜି ଖଟାଇବାକୁ ପଡ଼ିବ ନାହିଁ। ଆପଣ ଚାହିଁଲେ ଏକ ଭିଗନ୍‌ ପ୍ରଫେଶନାଲ୍‌ସ ଫେସ୍‌ବୁକ୍‌ ଗ୍ରୁପ୍‌ ଆରମ୍ଭ କରିପାରିବେ। ଭିଗନ୍‌ମାନେ ଶିକ୍ଷା, ସେବା, ସତ୍‌ ବ୍ୟବସାୟ, ସମ୍ବେଦନା ଓ ଜୀବେ ଦୟା ବା ସର୍ବଜୀବେ ପ୍ରେମ ପାଇଁ ପ୍ରତିବଦ୍ଧ ହୋଇପାରିବେ। ଏହାଠାରୁ ଅଧିକ ଆପଣ କ’ଣ ଚାହାନ୍ତି? 

Email: gandhim@nic.in

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri