ସମ୍ପାଦକୀୟ |

ଅବହେଳିତ ଶିଶୁ ସାମ୍ରାଜ୍ୟ

ଅବହେଳିତ ଶିଶୁ ସାମ୍ରାଜ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର

ଯେ ସମ୍ରାଟ, ଯା’ର ସାମ୍ରାଜ୍ୟ ଅଛି, ସେ ପୁଣି ଅବହେଳିତ? କଥାଟା ଅନେକଙ୍କୁ ଅଡୁଆ ଲାଗିପାରେ। କିନ୍ତୁ ତାହାହିଁ ସତ୍ୟ, କାରଣ ସେ ମୁକୁଟବିହୀନ ସମ୍ରାଟ! ଓଡ଼ିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍‌, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ କ୍ଷୋଭ ପ୍ରକାଶ କରି କହିଲେ ଯେ, ବୋଧହୁଏ ଶିଶୁର ଉଚ୍ଚତା ଓ ଆକାର ଅନୁଯାୟୀ ତାକୁ ଗୁରୁତ୍ୱ ଦିଆଯାଉଛି। ଯେହେତୁ ସେ ଦେଖିବାକୁ ଛୋଟ, ତା’ର ସମସ୍ୟା ମଧ୍ୟ ଛୋଟ ! ଗୁରୁତ୍ୱହୀନ! ତା’ ଛଡ଼ା ସେମାନଙ୍କର କୌଣସି ସଂଗଠନ ନାହିଁ କି କେହି ନେତା ନାହାନ୍ତି ଯେ ସେମାନଙ୍କୁ ଧରି ଲୋୟର ପିଏମ୍‌ଜିରେ ଧାରଣା ଦେବେ!

ସରକାରୀ ସ୍ତରରେ ଯାହା କରାଯାଏ ତାହା ଶିଶୁର ବାହ୍ୟ ଜୀବନ ପାଇଁ ଉଦ୍ଦିଷ୍ଟ। ମୁଖ୍ୟତଃ ତାହା ସ୍ବାସ୍ଥ୍ୟକୈନ୍ଦ୍ରିକ, ଶୋଷଣବିରୋଧୀ, ସୁରକ୍ଷା ପ୍ରଦାନକାରୀ ପଦକ୍ଷେପ। କିନ୍ତୁ ଶିଶୁଟିର ସୁକୁମାର ମନର ଯତ୍ନ କେଉଁ ସରକାର ନିଅନ୍ତି ନାହିଁ ବା ନେଇପାରିବେ ନାହିଁ। ଯେଉଁମାନେ ତା’ର ‘ମନର ସେବା’ କରିବା କଥା, ସେମାନେ କେତେବେଳେ ପଳାତକ ତ କେତେବେଳେ ଶାସକ। ପ୍ରାଥମିକ ଅବସ୍ଥାରେ ଶିଶୁଟି ଯାହାଙ୍କଠୁ ବେଶି ‘ସୁକୁମାର ସେବା’ ପାଆନ୍ତା, ସେମାନେ କର୍ମଜୀବୀ ଅବା ସାମାଜିକ ଶିଡ଼ିରେ ଉପରକୁ ଚଢ଼ିବା ପାଇଁ ଭିନ୍ନ ଭିନ୍ନ ଅପକର୍ମରେ ଲିପ୍ତ। ‘ଶିଶୁସେବା’ ପାଇଁ ସେମାନଙ୍କର ସମୟ ନାହିଁ। ଶିଶୁର ମନ, ସ୍ବାସ୍ଥ୍ୟ, ଶିକ୍ଷା ପାଇଁ ସେମାନେ ଖଞ୍ଜି ଦିଅନ୍ତି ସେବକ, ସେବିକା, ଯେଉଁମାନେ ବସ୍ତୁତଃ ‘ଛୁଆଜଗା’, ଆଉ ସାମୟିକ ନିଯୁକ୍ତି ପାଇଥିଲେ ସେମାନଙ୍କର ମୁଖ୍ୟକାମ କାନ୍ଥଘଣ୍ଟା ଉପରେ ନଜର ରଖିବା। ଅନୁଷ୍ଠାନ ସ୍ତରରେ ଯାହାଙ୍କୁ ଶିକ୍ଷାର ଦାୟିତ୍ୱ ଦିଆଯାଏ, ସେମାନେ ଶିଶୁର ମନ ଅପେକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ମନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ପାଠ କିପରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରିବ, ଟାର୍ଗେଟ କିପରି ପୂରଣ ହେବ ତାହାହିଁ ସେମାନଙ୍କ ମୁଖ୍ୟ ଚିନ୍ତା। ସେମାନେ ଶିଶୁମାନଙ୍କୁ ଗୋଟିଏ ଗୋଠ ବୋଲି ଭାବନ୍ତି। ପ୍ରତ୍ୟେକ ଶିଶୁ ଯେ ଅଦ୍ୱିତୀୟ ଏବଂ ସେମାନେ କିଛିଟା ପୃଥକ୍‌ ଧ୍ୟାନ ଆବଶ୍ୟକ କରନ୍ତି ସେ କଥା ଗୋଷ୍ଠୀ ପାଠପଢ଼ାରେ ନ ଥାଏ। 

ଶିଶୁଟିର ଅଦ୍ୱିତୀୟତା ତା’ ଚେହେରାରେ ନ ଥାଏ। ଥାଏ ତା’ର ସର୍ଜ୍ଜନଶୀଳ, ଅନୁସନ୍ଧିତ୍ସାପ୍ରବଣ ନିରୀହ ମନରେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାର ଯେମିତି ଏକ ନିର୍ଦ୍ଦିଷ୍ଟ ଭାଷା ରହିଛି, ତା’ର ଏକ ସ୍ବତନ୍ତ୍ର ବ୍ୟାକରଣ ଅଛି, ସେହିପରି ଶିଶୁ ମନର ଏକ ସ୍ବତନ୍ତ୍ର ବ୍ୟାକରଣ ଅଛି, ଗଣିତ ବି ଅଛି। ଆନୁଷ୍ଠାନିକ ଶିକ୍ଷାଲାଭ ପୂର୍ବରୁ ଅତି ପ୍ରାଥମିକ ଅବସ୍ଥାରେ ସେମାନଙ୍କଠି ଦେଖିବାକୁ ମିଳେ ମହାକବିସୁଲଭ ଭାଷା ବ୍ୟବହାରର ଦକ୍ଷତା। ସେମାନଙ୍କର ଶବ୍ଦବିନ୍ୟାସ, ବାକ୍ୟଗଠନ ଶୈଳୀ ବେଳେବେଳେ ପ୍ରାପ୍ତବୟସ୍କଙ୍କୁ ଅଭିଭୂତ କରେ। ଜଣେ ବୟସ୍କ ଭଦ୍ରବ୍ୟକ୍ତି କହିଲେ, ‘ମୋ ନାତିପିଲା ବଢ଼ିଆ କଥାଟି କହିଲା। ସେଦିନ ମୁଁ ଟିକେ ରାତିରେ ସଅଳ ଶୋଇପଡ଼ିଥିଲି। ସକାଳୁ ଉଠିଲାରୁ ନାତି କହୁଛି, ”ଜେଜେ, ତୁମେ କାଲି କେତେ ଶୋଇଲ? ଶୋଇ ଶୋଇ ରାତିଟାକୁ ସକାଳ କରିଦେଲ?“ ଅନ୍ୟ ବନ୍ଧୁ ଜଣକ କହୁଥିଲେ, କିପରି ତାଙ୍କ ନାତୁଣୀ କ୍ରିୟାରୂପରେ ପ୍ରକାଶିତ ହୋଇପାରୁ ନ ଥିବା ‘କାଠୁଆ’ ବିଶେଷ୍ୟ ପଦ ଯେପରି ବେଙ୍ଗ, ଅସରପାଗୁଡ଼ିକୁ ସୁନ୍ଦର ଭାବରେ କ୍ରିୟାପଦ ହିସାବରେ ବ୍ୟବହାର କରି ମଜାଦାର ବାକ୍ୟଗଠନ କରୁଛି। 

ଆଉ ମନର ଗଣିତ କଥା ପ୍ରସଙ୍ଗରେ ମନେପଡ଼େ ଇଂରାଜୀ କବି ୱାର୍ଡସୱାର୍ଥଙ୍କ କବିତା ‘ଆମେ ସାତଜଣ’ (ଉଇ ଆର୍‌ ସେଭେନ୍‌)। ଛୋଟପିଲାଟିଏ ତା’ର ମନର ଗଣିତ-ବିଶ୍ୱାସକୁ ନେଇ ଜୀବନଯାପନ କରେ। ତା’ର ଅନ୍ୟ ଛଅ ଭାଇଭଉଣୀ ଆରପାରିକୁ ଚାଲି ଯାଇଥିଲେ ବି ସେ ତା’ ହିସାବ ଜାରି ରଖି କହେ, ‘ଏତେ ଜଣ ସାମୁଦ୍ରିକ ଅଭିଯାନରେ ଯାଇଛନ୍ତି, ଏତେଜଣ ଗୀର୍ଜାକୁ ଯାଇଛନ୍ତି, ଗଛମୂଳରେ ଏତେଜଣ ଶୋଇଛନ୍ତି, ତେଣୁ ଆମେ ସାତଜଣ।’ ତା’ର ନୈତିକ ପୃଥିବୀରେ ମୃତ୍ୟୁର ସ୍ଥାନ ନାହିଁ। ଅଥଚ ଆମ ଗଣିତ ବହିରେ ଆମେ ଅବାଞ୍ଛିତ ପ୍ରଶ୍ନ ଦେଖୁ- ମାଙ୍କଡ଼ କିପରି ତୈଳାକ୍ତ ଖମ୍ବ ପାଞ୍ଚଫୁଟ୍‌ ଚଢ଼ି, ତିନିଫୁଟ୍‌ ତଳକୁ ଖସିଲା; ପାଞ୍ଚ ଲିଟର କ୍ଷୀରରେ କିପରି ତିନି ଲିଟର ପାଣି ମିଶାଗଲା ଏବଂ ତା’ର ଅନୁପାତ କେତେ ହେଲା ଇତ୍ୟାଦି। କେଉଁ ମାଙ୍କଡ଼ କେବେ ତୈଳାକ୍ତ ଖମ୍ବ ଚଢ଼ିଥିଲା? କ୍ଷୀରରେ କାହିଁକି ପାଣି ମିଶାଯିବ? ଅନୁପାତ ବୁଝାଇବା ପାଇଁ ଆଉ କିଛି ଉଦାହରଣ ନାହିଁ? ଥରେ କେହି ଭାବନ୍ତି ନାହିଁ, ଏ ପ୍ରକାର ଗଣିତ ପ୍ରଶ୍ନ ପିଲାଟିର ନୈତିକ ଗଣିତକୁ କିପରି ଛାରଖାର କରିଦିଏ। ଖାଲି ସେତିକି ନୁହେଁ ପ୍ରାଥମିକ ସ୍ତରରେ, ଆପାତତଃ ତୃତୀୟ ବା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଟିଏ ଯଦି ତା’ର ଆଞ୍ଚଳିକ, ଘରୋଇ ବା ଉପଜାତିର ଭାଷା ଠାଏ ଠାଏ ବ୍ୟବହାର କରୁଛି, ତା’ ଉପରେ ଆକ୍ରମଣ କାହିଁକି? ତା’ଉପରେ ମାନକ ଭାଷାର ବୋଝ ଏତେ କଅଁଳ ବୟସରେ କାହିଁକି ଲଦି ଦିଆଯାଉଛି? ପରେ କ’ଣ ସେ ତାହା ସମ୍ଭାଳି ନେବନି? ସେ ଯଦି କେଉଁଆଡ଼େ, କୁଆଡ଼େ ପରିବର୍ତ୍ତେ ‘କିଆଡ଼େ ଯାଇଥିଲୁ?’ ବୋଲି କହୁଛି ତାକୁ ଏତେ ‘ମାରଧର’ କାହିଁକି? ବରଂ ସହାନୁଭୂତିର ସହ ତା’ର ଏହି ବ୍ୟତିକ୍ରମକୁ ସହ୍ୟ କରି ତାକୁ ଆଗେଇ ଯିବାକୁ ବାଟ କଢ଼େଇ ନେବାକୁ ପଡ଼ିବ। ସବୁ କଥାରେ ‘ମାନକ ଭାଷାର’ ଚାବୁକ ହଲେଇଲେ ସେ ନିଜକୁ ଭାଷା-ଅଯୋଗ୍ୟ ଭାବି ପାଠ ଛାଡ଼ିଦେବ।

ସମସ୍ତ କୃଷକ, ନିର୍ମାଣ ଶ୍ରମିକ, ଅଙ୍ଗନଓ୍ବାଡ଼ି କର୍ମୀ, କଳାକାର, ଖେଳାଳି, କର୍ମଚାରୀଙ୍କ ପାଇଁ ଯୋଜନା ଅଛି କିନ୍ତୁ ଶିଶୁର ମାନସିକ ବିକାଶ ପାଇଁ ନା ଅଛି ଯୋଜନା ନା ଅଛି ତା’ ପାଇଁ ସ୍ଥାନ। ରାସ୍ତାରେ ଫୁଟପାଥ୍‌ଟିଏ ହେଉ ଅବା କୌଣସି ଖୋଲାସ୍ଥାନ, ଯେଉଁଠି ଯାଉ ଯାଉ ବା ଠିଆହୋଇ ସେ ଆଖପାଖର ଦୃଶ୍ୟରାଜି, ପ୍ରାକୃତିକ ଘଟଣାବଳୀକୁ କିଛି ସମୟ ମୁଗ୍ଧଚକିତ ହୋଇ ଦେଖିପାରନ୍ତା, ସେକଥା ତା ପାଇଁ ସ୍ବପ୍ନ। ଶିଶୁଟିର ସବୁ ସମୟ ଓ ସ୍ଥାନ ବୟସ୍କମାନେ ମାଡ଼ି ବସିଛନ୍ତି। ତା’ର ଅନୁସନ୍ଧିତ୍ସାର ବିକାଶ ଓ ପ୍ରଶମନ ପାଇଁ ନା ଅଛି କିଛି ବ୍ୟବସ୍ଥା ନା ଅଛନ୍ତି ତା’ ପଛରେ କେହି ବ୍ୟକ୍ତି। ସେ ତା’ର ଭାଗ୍ୟ ଆଦରି ବଢୁଛି।

ସୌଭାଗ୍ୟକୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ତାଙ୍କ ଶିକ୍ଷକ ସିନା ସମୁଦ୍ର କୂଳକୁ ନେଇ ଚଢ଼େଇ ଉଡ଼ିବା ଦେଖେଇବା ସହ ଉଡ଼ାଜାହାଜ ଉଡି଼ବା କଥା ବୁଝେଇଥିଲେ, ଯେଉଁ ଜ୍ଞାନରେ ପରେ ସେ କିଛି ଯୋଡ଼ି କ୍ଷେପଣାସ୍ତ୍ର ନିର୍ମାଣ କରିପାରିଥିଲେ, ଆମ ‘ଶିଶୁ ସମ୍ରାଟ୍‌’ମାନଙ୍କୁ ସେ ଭାଗ୍ୟ ମିଳିବ କେବେ? କେବେ ଆମ ମା’ବାପାମାନେ ‘ପଳାତକ’ ଭୂମିକାରୁ ଓ ଶିକ୍ଷକମାନେ ‘ଶାସକ’ ଭୂମିକାରୁ ଅବତରଣ କରି ସ୍ବଧର୍ମ ପାଳନ କରିବେ? କେବେ ଆମ ସରକାର ଶିଶୁମାନଙ୍କୁ ଭୋଟର ପଛେ ନ ହେଉ, ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟନିର୍ମାତା ଭାବି ସେମାନଙ୍କର ‘ସୁକୁମାର ମନ’ର ଲାଳନପାଳନ ପାଇଁ ସ୍ବତନ୍ତ୍ର ଯୋଜନା କରିବେ? 

ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର, ମୋ. : ୯୪୩୭୩୭୬୨୧୯, subashbls56@gmail.com


All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..