ସମ୍ପାଦକୀୟ |

ନିର୍ବାଚନ ଆସିଗଲେ

ନିର୍ବାଚନ ଆସିଗଲେ

ସୌମ୍ୟା ପରିଡ଼ା 

ଆଜି ଅମୁକ ଜାଗାରେ ଶିଳାନ୍ୟାସ, କାଲି ସମୁକ ଜାଗାରେ ଗଛ ବଣ୍ଟା, କମ୍ବଳ ବଣ୍ଟା...ଏମିତି ଅନେକ କଥା। ଏଥିରୁ ଜାଣିବେ ନିର୍ବାଚନ ପାଖେଇ ଆସିଲା। କୁଜି ନେତାଙ୍କଠୁ ଆରମ୍ଭକରି ବଡ଼ ନେତାଙ୍କ ଯାଏ ସମସ୍ତେ ଜାଗିଉଠିଲେ। ଏଇ ତପତ୍ରତା ଯଦି ସବୁବେଳେ ଦେଖାଯାଆନ୍ତା ତା’ହେଲେ ଦେଶ ସୁଧୁରିଯାଆନ୍ତା। ଏବେ ସୋସିଆଲ୍‌ ମିଡ଼ିଆ ଏସବୁ ଫଟୋରେ ଆଉ ସାଧାରଣ ଭୋଟରଙ୍କ ମୋବାଇଲ୍‌ ରାଜନିତିଆଙ୍କର ଏସବୁ ମେସେଜ୍‌ରେ ଫୁଲ୍‌। ଆଗରୁ ଶୋଇଥିବା ଏସବୁ ଲୋକେ ଏବେ ଜାଗି ଉଠିଛନ୍ତି। କିହୋ ବାବୁମାନେ ଏଯାଏ ଶୋଇଥିଲ, ଏବେ ସମୟ ଆସିଗଲା ଘରଘର ବୁଲିବାର! କାହା ଘରେ ପଖାଳ ଖାଇବେ, କାହା ଛୁଆଙ୍କୁ କାଖେଇବେ, କେଉଁ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବେ, ଏସବୁ ପୂର୍ବ ନିର୍ଦ୍ଧାରିତ। ଖୋଲା ଜିପ୍‌ କେଉଁଠୁ ଆସିବ, ଏଥିରେ କେତେ ଫୁଲ ଲାଗିବ, ସାର୍‌-ମ୍ୟାଡାମ୍‌ମାନେ କେଉଁ ଜ୍ୟାକେଟ୍‌ କି ଶାଢ଼ୀ କେମିତି ପିନ୍ଧିବେ, ଆଉ କେତେ ଡିଗ୍ରୀ ନଇଁକରି କୋଉ ଲୋକଙ୍କୁ ନମସ୍କାର କରିବେ ସେସବୁର ଲିଷ୍ଟ୍‌ ବି ଆଗରୁ ତୟାର୍‌। ଅଧିକାଂଶ ନିର୍ବାଚନ ବୈତରଣୀ ପାର ହେଲା ପରେ ଶୋଇପଡ଼ନ୍ତି। ପୁଣି ନିର୍ବାଚନ ପାଖେଇ ଆସିଲେ ଜନତା ଜନାର୍ଦ୍ଦନଙ୍କ କାନ୍ଧରେ-କୋଳରେ ମୁଣ୍ଡ ଥୋଇ ବାପଲୋ, ଧନଲୋ, ମାଆଲୋ କହି ଆସନ ବଞ୍ଚେଇବାକୁ ଚେଷ୍ଟା କରନ୍ତି। ସମସ୍ତେ ଯେ ଏମିତି ତା’ ନୁହେଁ। କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ବର୍ଷତମାମ କାମ କରନ୍ତି। ହେଲେ ନା ନିର୍ବାଚନ ପୂର୍ବରୁ ନା ପରେ ସେମାନେ ଏତେ ଟଙ୍କା ବ୍ୟୟରେ ନିଜର ପତିଆରା ଦେଖାନ୍ତି। କିନ୍ତୁ ସାଧାରଣ ଜନତା ତାଙ୍କୁ ଜାଣନ୍ତି-ବୁଝନ୍ତି ଓ ନିଜ ମତ ସାବ୍ୟସ୍ତ କରି ତାଙ୍କୁ ବାରବାର ଜିତାନ୍ତି। ଆଗରୁ ଲୋକେ ନିଜ ଚିନ୍ତାଧାରାରେ ବେଶ୍‌ ଦୃଢ଼ ଥିଲେ। ସେମାନେ କାହାକୁ ସମର୍ଥନ କରିବେ, କେଉଁ ଦଳରେ ରହିବେ, କେଉଁ ଚିନ୍ତାଧାରା ନେଇ ନିଜର ନିତିଦିନିଆ ଜୀବନ ଜିଇବେ, ସବୁ ଯେମିତି ସ୍ଥିର ଥିଲା। ହେଲେ ଏବେ ଆମ କଥା, କାମ, ଚିନ୍ତାଧାରା ଅତିଶୀଘ୍ର ବଦଳୁଛି। ଯେମିତି କୌଣସି ଇଲେକ୍‌ଟ୍ରୋନିକ୍‌ ଜିନିଷ କିଣିବାର କିଛି ଦିନ ପରେ ହିଁ ପୁଣିଥରେ ରିମଡେଲିଙ୍ଗ୍‌ ହୋଇ ନୂଆ ରୂପରେ ବଜାରକୁୁ ଆସୁଛି।

ଆମ ଜୀବନର ଅଧିକାଂଶ କଥା ପରୋକ୍ଷ ଭାବରେ ରାଜନୀତି ଦ୍ୱାରା ପ୍ରଭାବିତ। ପିଲା ଜନ୍ମଠୁ ଆରମ୍ଭକରି ଆମ କର୍ମକ୍ଷେତ୍ର, ଏମିତିକି ଆମ ରୋଜଗାରର କେତେ ପ୍ରତିଶତ ଆମେ ଟ୍ୟାକ୍ସ ଦେବା, ଏସବୁ ସେଇ ରାଜନୀତିର ପୃଷ୍ଠଭୂମିରେ ହିଁ ଆମ ପାଇଁ ନିର୍ଦ୍ଧାରିତ ହୋଇଥାଏ। ଜନ୍ମମୃତ୍ୟୁ ପଞ୍ଜୀକରଣ ନିୟମକାନୁନ୍‌ ହେଉ କି ଚାଷୀଙ୍କଠାରୁ ଫସଲ କିଣିବାର ମୂଲ୍ୟ, ରାସ୍ତା ଦୁର୍ଘଟଣା ହେଉ ସରକାରଙ୍କ ପକ୍ଷରୁ କେତେ ସହାୟତା ରାଶି ଦିଆଯିବ, କି ଆମ ରାଜ୍ୟକୁ କେନ୍ଦ୍ରରୁ କେତେ ସହାୟତା ମିଳିବ ସବୁ କଥାର ନିଷ୍ପତ୍ତି ଆସିଥାଏ ରାଜନୀତିର ଚକ୍ରବୂ୍ୟହରୁ। ତଥାପି ଯେତେବେଳେ ରାଜନୀତି କଥା ଆସେ ଆମ ଭିତରୁ ଅଧିକାଂଶ ନାକ ଟେକନ୍ତି। କିନ୍ତୁ ଅନ୍ୟ ରାଜନୀତିଆ ଲୋକ ଯିଏ କିଛି କରନ୍ତି, ତାଙ୍କ ଉପରେ ଆଲୋଚନା, ପର୍ଯ୍ୟାଲୋଚନା କରି ଟିପ୍ପଣୀ ଦେବାକୁ ସହଜ ଭାବନ୍ତି।

ଆଗରୁ ଲୋକ ଦଳକୁ ଭଲ ପାଉଥିଲେ, ଦଳର ଆଦର୍ଶକୁ ସମ୍ମାନ କରୁଥିଲେ। ଲୋକହିତକର ନୂଆ ନୂଆ କଥା ତଥା କାମକୁ ପ୍ରାଧାନ୍ୟ ଦେଉଥିଲେ। ସମାଜସେବାର ମନୋବୃତ୍ତି ନେଇ ସେମାନେ ରାଜନୀତିରେ ମିଶୁଥିଲେ। ହେଲେ ଏବେ ଆଉ ସେ ଅବସ୍ଥା ନାହିଁ। ଆଗ ନିଜର ଫାଇଦା ଦେଖ, ପରେ ଯାଇ ଯାହା। ସବୁରି ମୂଳରେ ଆସନ, କ୍ଷମତା ଓ ଅର୍ଥ ଲୋଭ। ଯେ ପର୍ଯ୍ୟନ୍ତ ଆମ ଦେଶର ରାଜନୀତି ଭ୍ରଷ୍ଟାଚାରମୁକ୍ତ ହୋଇନି, ସେ ଯାଏ ଆମର ଉନ୍ନତି ହେବାର ନାହିଁ। ଯଦି ସବୁ ଜିନିଷର ଟ୍ରାନ୍‌ସପରେନ୍‌ସି ପରଖାଯାଉଛି, ତା’ହେଲେ କର୍ପୋରେଟ୍‌ ଫଣ୍ଡିଂ ନାଁରେ ବିଭିନ୍ନ ରାଜନୈତିକ ଦଳକୁ ଆର୍ଥିକ ସହାୟତା ଦିଆଯାଉଥିବା କଥା ବି ବିଚାର କରାଯିବା ଉଚିତ। ଜଣେ ମନଇଚ୍ଛା ଦାନ ନାଁରେ ଶହଶହ କୋଟି ଟଙ୍କା ଏମିତି କୌଣସି ରାଜନୈତିକ ଦଳକୁ ଦେଇପାରିବେ ନାହିଁ। ବରଂ ନିର୍ବାଚନ କମିଶନ ସବୁ ରାଶିକୁ ଦଳର ସଫଳତା-ବିଫଳତା ଓ କାମ ଦେଖି ବାଣ୍ଟିବା ଦରକାର, ଯାହାଫଳରେ ରାଜନୈତିକ ଦଳଙ୍କ ଦ୍ୱାରା କର୍ପୋରେଟ୍‌ ଫଣ୍ଡିଂ ନାଁରେ ଶହଶହ କୋଟି ଟଙ୍କାର ବାଟମାରଣାକୁ ରୋକାଯାଇପାରିବ। ଆଉ ରାଜନୀତିକୁ ଆସିବାକୁ ହେଲେ ଲୋକଙ୍କୁ ଟଙ୍କାବିଡ଼ାର ଆବଶ୍ୟକତା ପଡ଼ିବ ନାହିଁ। ଭଲ ଲୋକେ ବି ଏଥିରେ ବିନା ଦ୍ୱନ୍ଦ୍ୱରେ ସାମିଲ୍‌ ହୋଇପାରିବେ। ସମାଜସେବୀ, ଖେଳାଳି, କଳାକାର- ଏମାନଙ୍କ ପାଇଁ ରାଜନୀତିରେ କୋଟା ରହିଛି। ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳର ସଭ୍ୟ ଭାବେ ମନୋନୀତ କରାଯାଉଛି। ବାକି ଅନ୍ୟ ସଭ୍ୟମାନଙ୍କ ପାଇଁ ଅନ୍ତତଃ ସ୍ନାତକ ପାସ୍‌ କରିବା ବାଧ୍ୟତାମୂଳକ ରଖାଯିବା ଉଚିତ। ବିଭିନ୍ନ ରାଜନୈତିକ ଦଳର ସଭ୍ୟମାନଙ୍କୁ ଟ୍ରେନିଂ ନାଁରେ ଭିନ୍ନ ଭିନ୍ନ ରାଜ୍ୟ ତଥା ଦେଶକୁ କେବଳ ବୁଲିବାକୁ ନ ପଠାଇ, ପ୍ରକୃତରେ ସେମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯିବା ଉଚିତ, ଯାହାଦ୍ୱାରା ସେମାନେ ବାହାର ଦୁନିଆର ଉନ୍ନୟନମୂଳକ କାର୍ଯ୍ୟଶୈଳୀକୁ ନିଜ ଜାଗାରେ ଲଗାଇପାରିବେ। ନିଜ କୋଠାବାଡ଼ି, ବ୍ୟାଙ୍କ୍‌ ବାଲାନ୍‌ସ ବଢ଼ଇବା ପୂର୍ବରୁ ଅନ୍ତତଃ ଗାଁ ଦାଣ୍ଡକୁ ସଜାଡ଼ିପାରିବେ। ଏକବିଂଶ ଶତାବ୍ଦୀର ଭାରତରେ ବି ଅପାଠୁଆମାନେ ଯଦି ଆମ ପାଇଁ ନିୟମ ପ୍ରଣୟନ କରିବେ, ୟାଠୁ ବଡ଼ ଲଜ୍ଜାକର ବିଷୟ ଆଉ କିଛି ହୋଇ ନ ପାରେ।

ନିଜ ଜନ୍ମସ୍ଥାନଠୁ ଦୂରରେ ରହି ଅନେକ ଲୋକ ଭୋଟ୍‌ ଦେବାର ଅଧିକାରରୁ ବଞ୍ଚିତ ହୁଅନ୍ତି। ଯଦି ଦେଶର ଯେକୌଣସି ସ୍ଥାନରେ ରହି ଲୋକଟିଏ ବ୍ୟାଙ୍କ ଖାତା ଖୋଲିପାରୁଛି, ଆଧାର କାର୍ଡ କରି ବ୍ୟବହାର କରିପାରୁଛି, ଟେଲିଭିଜନରେ ନିଜ ଆଞ୍ଚଳିକ ଭାଷାର କାର୍ଯ୍ୟକ୍ରମ ଦେଖିପାରୁଛି, ତା’ହେଲେ ଭୋଟ୍‌ କାହିଁକି ଦେଇପାରିବନି? ଡିଜିଟାଲ୍‌ ଇଣ୍ଡିଆର ସେବେ ସଫଳ ରୂପାୟନ ହେବ, ଯେତେବେଳେ ସମସ୍ତେ ଯେକୌଣସି ସ୍ଥାନରେ ରହିଲେ ବି ନିଜର ମତ ସାବ୍ୟସ୍ତ କରିପାରିବେ। 

ମୋ-୯୩୩୮୫୬୬୫୮୭, saumya.consultant@gmail.com  

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..