ଅନଗୁଳ-ଢେଙ୍କାନାଳ

ଦୋକାନ ଭଡ଼ା ବୃଦ୍ଧି ପ୍ରତ୍ୟାହାର ଦାବି

ଦୋକାନ ଭଡ଼ା ବୃଦ୍ଧି ପ୍ରତ୍ୟାହାର ଦାବି

ତାଳଚେର,୬ା୨(ନି.ପ୍ର.)- ତାଳଚେର ପୌରପରିଷଦ ଅଧୀନରେ ନିର୍ମିତ ସମସ୍ତ ଦୋକାନ ଘର ଭଡ଼ା ଅହେତୁକ ଭାବେ ବୃଦ୍ଧି ପାଇବାକୁ ନେଇ  ଉଦ୍‌ବେଗ ପ୍ରକାଶ କରିଛନ୍ତି| ହାଟତୋଟା ମ୍ୟୁନିସିପାଲିଟି ବଜାର ବ୍ୟବସାୟୀ। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ମଙ୍ଗଳବାର ଅପରାହ୍ନରେ ତାଳଚେର ପ୍ରେସ କ୍ଲବଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେମାନେ ଦାବି କରିଛନ୍ତି।

       ହାଟତୋଟା ବଜାରରେ ମ୍ୟୁନିସିପାଲିଟି ଦ୍ୱାରା ଆବଣ୍ଟିତ ଦୋକାନ ଘରର ସଂଖ୍ୟା ପ୍ରାୟ ୨୦୦ ରହିଛି। ୨୦୧୫ ପୂର୍ବରୁ ମ୍ୟୁନିସିପାଲିଟି ଦ୍ୱାରା ଆବଣ୍ଟିତ ଦୋକାନଘର ଗୁଡ଼ିକର ଭଡ଼ା ବର୍ଗଫୁଟ ପ୍ରତି ୩ ଟଙ୍କା ୫୦ପଇସା ଥିଲା। ତେବେ ୨୦୧୫ରେ ମ୍ୟୁନିସିପାଲିଟି କର୍ର୍ତ୍ତୃପକ୍ଷ ଦୋକାନ ଘର ଭଡା ବର୍ଗଫୁଟ ପ୍ରତି ୫ ଟଙ୍କାକୁ ବୃଦ୍ଧି କରିଥିଲେ। କିନ୍ତୁ ଗତ ଜାନୁୟାରୀ ୧ରୁ ଏହାକୁ ୫ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି  କରାଯାଇଛି। ହାଟତୋଟାରେ ମ୍ୟୁନିସିପାଲିଟି ଠାରୁ ଘର ନେଇଥିବା କ୍ଷୁଦ୍ର ବ୍ୟବସାୟୀ ବର୍ଦ୍ଧିତ ଭଡ଼ା ଦେବାରେ ଅକ୍ଷମତା ପ୍ରକାଶ କରିଛନ୍ତି। ତାଳଚେର ମ୍ୟୁନିସିପାଲିଟି ମଧ୍ୟଭାଗରେ ଥିବା ତାମଡ଼ାର ତାମ୍ରିତ ମାର୍କେଟରେ ବର୍ଗଫୁଟ ୫ ଟଙ୍କା ଏବଂ ଅନୁଗୋଳ ମ୍ୟୁନିସିପାଲିଟି ଦୋକାନଘର ବର୍ଗଫୁଟ ଭଡ଼ା ୬ ଟଙ୍କା ହୋଇଥିବାବେଳେ ତାଳଚେର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କେଉଁ ଆଧାରରେ ଭଡ଼ା ବୋଝ କ୍ଷୁଦ୍ର ବ୍ୟବସାୟୀଙ୍କ କାନ୍ଧରେ ଲଦି ଦେଇଛନ୍ତି  ସେ ନେଇ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ହାଟତୋଟା ମ୍ୟୁନିସିପାଲିଟି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ତାଳଚେର ଉପଜିଲାପାଳ ତଥା ପୌର ପ୍ରଶାସକ ଏବଂ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ, ଗୃହ ଓ ସହରାଞ୍ଚଳ ଉନ୍ନୟନ ସଚିବ ଏବଂ ଅନୁଗୋଳ ଜିଲାପାଳଙ୍କୁ ମଧ୍ୟ ଅନଲାଇନ୍‌ ଜରିଆରେ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏଣୁ ତାଳଚେର ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ବର୍ଦ୍ଧିତ ଭଡ଼ାକୁ ନୂତନ କାଉନସିଲ ବଡ଼ି ଗଠନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି ହୋଇଛି। ଏଥିରେ  ସଂଘର ସଦସ୍ୟ ଧୀରମୋହନ ରାୟ, ଦୁଃଶାସନ ସାହୁ, ନିରାକାର ସାମଲ, ମହେନ୍ଦ୍ର ପାଢ଼ୀ, ଗତିକୃଷ୍ଣ ସାହୁ,କପିଳେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

All Right Reserved By

ଅନଗୁଳ-ଢେଙ୍କାନାଳ

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

କଣିହଁା, ୨୧।୩(ଡି.ଏନ.ଏ.)-ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ହରିନାମକୁ ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବା ସନ୍ଥ ଶ୍ରୀଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଗୁରୁବାର କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ପାଳିତ ହୋଇଛି ।

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଭୁବନ/ପରଜଙ୍ଗ/ବଅଁରପାଳ, ୨୧।୩(ଡି.ଏନ.ଏ.)-ଦୋଳ ଉତ୍ସବ ଲାଗି ଚଳଚଞ୍ଚଳ ହୋଇଉଠିଛି ଗ୍ରାମ୍ୟ ପରିବେଶ। ଦୋଳବେଦିରେ ଚାଲିଛି ରାଧାକୃଷ୍ଣଙ୍କ ଆରାଧନା। ଭାଇଚାରର ଏହି ପର୍ବରେ ସଭଁିଏ ନିଜକୁ ସାମିଲ କରିଥିବାବେଳେ ଏହାକୁ ନେଇ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲି।

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୧।୩-ରଙ୍ଗର ପର୍ବ ହୋଲି। ଭାଇଚାରାର ଏହି ଉତ୍ସବରେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିଲାଗି ତୀକ୍ଷ୍ଣ ନଜର ରଖିଛି ଅନୁଗୋଳ ଅବକାରୀ ବିଭାଗ। 

ଦୋଳଯାତ୍ରା ଲାଗି ପୋକତୁଙ୍ଗା ଉତ୍ସବମୁଖର

ଦୋଳଯାତ୍ରା ଲାଗି ପୋକତୁଙ୍ଗା ଉତ୍ସବମୁଖର

ବନ୍ତଳା, ୨୧।୩(ଡି.ଏନ୍‌.ଏ.)-ଦୋଳଯାତ୍ରା ଲାଗି ଉତ୍ସବମୁଖର ହୋଇଉଠିଛି ପୋକତୁଙ୍ଗା ଗ୍ରାମ। 

ବିଜେଡିର ବୈଠକ

ବିଜେଡିର ବୈଠକ

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ଧଡ଼ରପାଳ ପଞ୍ଚାୟତ ନତଡ଼ାରେ ଗୁରୁବାର ବିଜେଡିର ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ କାଳିନ୍ଦୀଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ରମେଶ ଚନ୍ଦ୍ର ସାଏ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମୀ ନିର୍ବାଚନ ଲାଗି ତୃଣମୂଳସ୍ତରରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିଲାଗି ସମସ୍ତେ ଏକଜୁଟ୍‌ ହୋଇ କାମ କରିବାକୁ ସେ ଉପସ୍ଥିତ କର୍ମୀଙ୍କୁ ଆହ୍ବାନ କରିଥିଲେ।


ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ବଇଣ୍ଡା ଛକରେ ବ୍ୟାଙ୍କ ଅଫ୍‌ ବରୋଦା (ଜାମୁନାଳି ଶାଖା) ପକ୍ଷରୁ ଗୁରୁବାର ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଶାଖା ପରିଚାଳକ ବିଦେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ବିଦ୍ୟୁତ୍‌ ଆଘାତରେ ବଳଦ ମୃତ, ଉତ୍ତେଜନା

ବିଦ୍ୟୁତ୍‌ ଆଘାତରେ ବଳଦ ମୃତ, ଉତ୍ତେଜନା

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ ବାଲିସାହି ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ପୀତବାସ ଭୂତିଆଙ୍କ ଏକ ବଳଦର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।

ଅବକାରୀ ଚଢ଼ାଉ, ୨ ଗିରଫ

ଅବକାରୀ ଚଢ଼ାଉ, ୨ ଗିରଫ

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-ଆଠମଲ୍ଲିକ ଥାନା ଅଧୀନ ତେଣ୍ଠେଇପାଲ୍ଲି ଗ୍ରାମ  ମୁଣ୍ଡାସାହିରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି।

ପରିବେଶ ସୁରକ୍ଷା ସମସ୍ତଙ୍କ ପାଇଁ ଆହ୍ବାନ

ପରିବେଶ ସୁରକ୍ଷା ସମସ୍ତଙ୍କ ପାଇଁ ଆହ୍ବାନ

ଢେଙ୍କାନାଳ ଅଫିସ, ୨୧ା୩-ପରିବେଶ ଉପରେ ମାତ୍ରାଧିକ ହସ୍ତକ୍ଷେପ ସବୁଜଗ୍ରହର ସ୍ବାସ୍ଥ୍ୟକୁ ବିଗାଡ଼ିଦେଲାଣି। ବର୍ଷକୁ ବର୍ଷ ତାପମାତ୍ରା ବଢ଼ିଚାଲିଛି। ଲକ୍ଷଲକ୍ଷ ବର୍ଷ ଧରି ଜମାଟ ବାନ୍ଧିଥିବା ହିମବାହ ତରଳିବା ଆରମ୍ଭ କଲାଣି। ପ୍ରତିକୂଳ ପରିବେଶ ଯୋଗୁ ଅନେକ ଜୀବଜନ୍ତୁ, ବୃକ୍ଷରାଜି ଲୋପ ପାଇଗଲେଣି। ଏପରି ଧାରା ଜାରି ରହିଲେ ସବୁଜ ଗ୍ରହ ସତ୍ତା ହରାଇବ।

ରାଜ୍ୟ ହକ୍‌ ମାଗିଲା ବିଜେଡି

ରାଜ୍ୟ ହକ୍‌ ମାଗିଲା ବିଜେଡି

ଢେଙ୍କାନାଳ ଅଫିସ, ୨୧ା୩-କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି ଓଡ଼ିଶା। ହକ୍‌ ଦାବିରୁ ରାଜ୍ୟବାସୀଙ୍କୁ ବଞ୍ଚତ୍ତ କରାଯାଉଛି। ମହାନଦୀ ଜଳ ବିବାଦ ହେଉ କି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ସବୁଥିରେ ବୈମାତୃକ ମନୋଭାବ ପୋଷଣ କରାଯାଉଛି। ଆଗାମୀ ଦିନରେ ଏହାକୁ ନେଇ ଜୋର୍‌ଦାର ପ୍ରତିବାଦ କରାଯିବ।

୬ବର୍ଷର ପୁଅ ଆଣିଲେ ଅଭିଯୋଗ:  ଧାର ଟଙ୍କା ମାଗିବାରୁ ମା’ଙ୍କୁ ଜବରଦସ୍ତ ବିଷ ପିଆଇଦେଲେ

୬ବର୍ଷର ପୁଅ ଆଣିଲେ ଅଭିଯୋଗ: ଧାର ଟଙ୍କା ମାଗିବାରୁ ମା’ଙ୍କୁ ଜବରଦସ୍ତ ବିଷ ପିଆଇଦେଲେ

ଅନୁଗୋଳ ଅଫିସ, ୨୧।୩-ଧାରରେ ଦେଇଥିଲେ ଟଙ୍କା। ଆଉ ସେହି ଟଙ୍କା ମାଗିବାକୁ ଯାଇଥିବାବେଳେ ଜବରଦସ୍ତ ମହିଳାଙ୍କୁ ବିଷ ପିଆଇଦେଲେ। ଏପରି ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳାଙ୍କ ୬ବର୍ଷର ପୁଅ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ସମ୍ବେଦନଶୀଳ ଘଟଣା ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା