
ଭୁବନେଶ୍ୱର,୫ା୨ (ବ୍ୟୁରୋ):-ପ୍ରେମିକ ୪୨୦। ନିଜକୁ ଡାକ୍ତର,ପୋଲିସ ଓ ବ୍ୟାଙ୍କ ଅଫିସର ଆଦି ବିଭିନ୍ନ କଥା କହି ଫସାଉଥିଲେ ଏକାଧିକ ଯୁବତୀ ଓ ମହିଳାଙ୍କୁ। ସେମାନଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଗଢି ଉଠେ। ଏହାପରେ ଯୁବତୀଙ୍କ ଓ ମହିଳାଙ୍କ ସଂ ଶାରୀରିକ ସମ୍ପର୍କ ରଖି ବ୍ଲାକ୍ ମେଲିଂ କରି ଅର୍ଥ ଆଦାୟ। କରେ ଶେଷରେ ଏଭଳି ଏକ ୪୨୦ ପ୍ରେମିକର କଳାକାରନାମା ପଦାରେ ପଡିଛି। ଏଭଳି ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି। ଶେଷରେ ମହିଳା ଥାନା ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କନ୍ଧମାଳ ଜିଲି ଦାରିଙ୍ଗବାଡିର ପ୍ରିୟରଞ୍ଜନ ନାୟକ। ପୋଲିସ ବୁଧବାର କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।