ଜୀବନଚର୍ଯ୍ୟା |

ଫଳ ଖାଇବାର ଉଚିତ୍‌ ସମୟ

ଫଳ ଖାଇବାର ଉଚିତ୍‌ ସମୟ

ସ୍ବାସ୍ଥ୍ୟକର ଖାଦ୍ୟ ହେଉଛି ଫଳ। ସେଥିପାଇଁ ସକାଳୁ ରାତି ପର୍ଯ୍ୟନ୍ତ ସବୁ ସମୟରେ ଫଳ ଆମର ପ୍ରଥମ ପସନ୍ଦ ହୋଇଥାଏ। ମାତ୍ର ସବୁ ଫଳ ଖାଇବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ଜାଣନ୍ତୁ ସେ ବିଷୟରେ... 


ଅମୃତଭଣ୍ଡା: ଓଜନ କମ୍‌ କରିବାକୁ ଚାହୁଁଥିଲେ ଅମୃତଭଣ୍ଡା ସର୍ବୋକୃଷ୍ଟ। ମାତ୍ର ଏହାକୁ ଠିକ୍‌ ସମୟରେ ନ ଖାଇଲେ ଏହା ଓଜନ କମ୍‌ କରିବା ପରିବର୍ତ୍ତେ ଓଜନ ବଢାଇଥାଏ। ପାଚିଲା ଅମୃତଭଣ୍ଡାକୁ ସକାଳ ଜଳଖିଆ ଖାଇବା ପରେ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଖାଇବା ଉଚିତ୍‌। ଖାଇବା ପରେ ଏହାକୁ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। 


କମଳା: ଅଧିକାଂଶ ଲୋକେ ସକାଳ ଖାଇବାରେ କମଳା ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ମାତ୍ର ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଖାଲି ପେଟରେ କମଳା ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ହେବାର ସମ୍ଭାବନା ଥାଏ। ଏହାକୁ ଖାଇବାର ସବୁଠାରୁ ଭଲ ସମୟ ହେଉଛି ସନ୍ଧ୍ୟାରେ ଜଳଖିଆ ସମୟରେ। 


ଡାଳିମ୍ବ: ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ଶକ୍ତି ଆସିଥାଏ। ସକାଳ ଜଳଖିଆ ସହିତ ଏହାକୁ ଖାଇବା ଦ୍ୱାରା ପୁରା ଦିନ ଶରୀରକୁ ଏନର୍ଜି ମିଳିଥାଏ। 


ସେଓ: ସେଓରେ ପେକ୍ଟିନ୍‌ ନାମକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି; ଯାହାକି କୋଲେଷ୍ଟ୍ରଲ ଏବଂ ବିପିର ମାତ୍ରାକୁ କମ୍‌ କରିଥାଏ। ସେଓ ହଜମ ହେବାକୁ ଅଧିକ ସମୟ ଲାଗିଥାଏ ତେଣୁ ଏହାକୁ ରାତିରେ ନ ଖାଇବା ସବୁଠାରୁ ଭଲ। ସକାଳ ଜଳଖିଆରେ ସେଓ ଖାଇବା ଦ୍ୱାରା ଏହାର ପୁରା ଲାଭ ଶରୀରକୁ ମିଳିଥାଏ।


ଅଙ୍ଗୁର: ଅଙ୍ଗୁରରେ ପାଣିର ପରିମାଣ ଭରପୂର ମାତ୍ରାରେ ରହିଛି। ସକାଳେ ଖାଲି ପେଟରେ ଅଙ୍ଗର ଖାଇବା ଭଲ। 


କଦଳୀ: ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଇମ୍ୟୁନିଟି ପାଓ୍ବାର ବଢିଥାଏ। ତେଣୁ କଦଳୀ ମଧ୍ୟାହ୍ନ ସମୟରେ ଖାଇବା ଉଚିତ।  ରାତିରେ କଦଳୀ ନ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। 


ଆମ୍ବ: ଆମ୍ବ ହେଉଛି ଖରାଦିନିଆ ଫଳ। ତେଣୁ ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଶରୀରକୁ କୌଣସି ପ୍ରକାରର କ୍ଷତି ହୋଇ ନ ଥାଏ। ଏହାକୁ ସକାଳେ ଖାଇବା ସବୁଠାରୁ ଲାଭଦାୟକ।

 

All Right Reserved By

ଜୀବନଚର୍ଯ୍ୟା |

ଖରାଦିନେ କାହିଁକି ଖାଇବେ ପଖାଳ...

ଖରାଦିନେ କାହିଁକି ଖାଇବେ ପଖାଳ...

‘ପଖାଳ’ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଗତ ଦିନମାନଙ୍କରେ ଏହା ଗରିବ ପରିବାରର ଅଙ୍ଗ ଥିବା ବେଳେ ଏବେ ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଆଦିରେ ଲୋକପ୍ରିୟ ଖାଦ୍ୟ ଭାବେ ପରିଗଣିତ ହେଲାଣି।

ରାସ୍ତାକଡ଼ର ଏହି ମିଠାକୁ ଖାଇବାକୁ ଅଟକେ ମୁକେଶ ଅମ୍ବାନୀଙ୍କ ଗାଡ଼ି

ରାସ୍ତାକଡ଼ର ଏହି ମିଠାକୁ ଖାଇବାକୁ ଅଟକେ ମୁକେଶ ଅମ୍ବାନୀଙ୍କ ଗାଡ଼ି

ଭାରତର ସବୁଠୁ ଧନୀ ବ୍ୟକ୍ତି ତାଲିକା ଶୀର୍ଷରେ ରହିଛନ୍ତି ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ। ଜଣେ ଏତେ ବଡ଼ ବ୍ୟବସାୟୀ ତଥା ଧନୀ ବ୍ୟକ୍ତିଙ୍କ ଜୀବନଶୈଳୀ, ଖାଦ୍ୟପେୟ ରୁଚି କ’ଣ ହୋଇଥାଇପାରେ ଜାଣିବା ଲାଗି ଅନେକେଙ୍କ ଉତ୍କଣ୍ଠା ଥାଏ।

ହନୁମାନଙ୍କ କେଉଁ ଫଟୋ ଘରେ ଲଗାଇଲେ ଲାଗି ରହେ ଅଶାନ୍ତି, କେଉଁଟି ଲଗାଇଲେ ଶୁଭ..

ହନୁମାନଙ୍କ କେଉଁ ଫଟୋ ଘରେ ଲଗାଇଲେ ଲାଗି ରହେ ଅଶାନ୍ତି, କେଉଁଟି ଲଗାଇଲେ ଶୁଭ..

ପ୍ରଭୁ ଶ୍ରୀହନୁମାନଙ୍କୁ ସଙ୍କଟମୋଚନ ବୋଲି କୁହାଯାଏ। ତାଙ୍କୁ ପୂଜା କରିବା ଦ୍ୱାରା ମନର ଭୟ, ଦୁଃଖ କଷ୍ଟ ଦୂର ହୋଇଥାଏ। ତେବେ ଅନେକେ ପ୍ରଭୁ ହନୁମାନଙ୍କ ଫଟୋଚିତ୍ର ଘରେ ରଖି ପୂଜା କରିଥାନ୍ତି। 

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ...

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ...

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ।

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ।

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ପ୍ରତ୍ୟେକ ଲୋକଙ୍କ ଶୋଇବା ଶୈଳୀ ଭିନ୍ନ ପ୍ରକାରର। ନିଜ ନିଜ ହିସାବରେ ଶୋଇବାରେ ଆରାମ ମିଳିଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି।

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। 

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ଯଦିଓ ଶଙ୍ଖକୁ ହିନ୍ଦୁ ଧର୍ମ ସହ ଯୋଡ଼ା ଯାଇଛି, କିନ୍ତୁ ଏହାର ବୈଜ୍ଞାନିକ ମହତ୍ତ୍ୱ ଢେର୍‌ ଅଧିକ। ଏହାର ପ୍ରୟୋଗ ଦ୍ୱାରା ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଲାଭ ମିଳିଥାଏ। ଫୁସ୍‌ଫୁସ୍‌ଠାରୁ ନେଇ ଚକ୍ଷୁ ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ସମସ୍ୟାରୁ ଏହା ରକ୍ଷା କରିଥାଏ। 

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। 

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌   ରସ ପିଇଲେ ଅନେକ ଉପକାର ମିଳିଥାଏ।  ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। 


Model This Week

କ୍ରିଷ୍ଣା
Why Dharitri