ଜୀବନଚର୍ଯ୍ୟା |

ଘରେ ଅଫିସ୍‌ କାମ କରୁଥିଲେ

ଘରେ ଅଫିସ୍‌ କାମ କରୁଥିଲେ

ଓ୍ବାର୍କ ଫ୍ରମ୍‌ ହୋମ୍‌ର କନସେପ୍ଟ ଏବେ ବଢ଼ିବାରେ ଲାଗିଛି। ଖାସ୍‌କରି ମହିଳାମାନେ ଏହାର ବିଶେଷ ଲାଭ ଉଠାଉଛନ୍ତି। ଏମାନେ ଘରେ ରହି ଉଭୟ ଘର ଓ ଅଫିସ୍‌ କାମ କରୁଛନ୍ତି। ଅଫିସ୍‌ରେ ନୀତି ନିୟମ ଥିବାବେଳେ ଘରେ ରହି କାମ କରିବାରେ କର୍ମଚାରୀଙ୍କ ପାଇଁ କୌଣସି ନିୟମ ନ ଥାଏ। ତେଣୁ ଅଧିକାଂଶ ସମୟରେ କୌଣସି କାମ ଠିକ୍‌ ଭାବେ ହୋଇପାରି ନ ଥାଏ। ଜାଣନ୍ତୁ କିଛି ଟିପ୍ସ ଯାହାଦ୍ୱାରା ଉଭୟ କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିବ।

  • ପ୍ରତ୍ୟେକ କାମ କରିବା ପୂର୍ବରୁ ଓ୍ବାର୍କ ସିଡ୍ୟୁଲ୍‌ ପ୍ରସ୍ତୁତ କରନ୍ତୁ। ଯାହାଦ୍ୱାରା ଆପଣ ଜାଣିପାରିବେ କେଉଁ କାମ କେତେବେଳେ ଆରମ୍ଭ କରିବେ ଓ କେତେବେଳେ ଶେଷ କରିବେ। ଏହାଦ୍ୱାରା କମ୍‌ ସମୟରେ ଅଧିକ କାମ କରିପାରିବେ। 
  • ଯେତେବେଳେ ଇଚ୍ଛା ସେତେବେଳେ କାମ କରିବାକୁ ବସି ପଡ଼ନ୍ତୁ ନାହିଁ। ଏପରି କଲେ କାମ ସହ ସ୍ବାସ୍ଥ୍ୟ ବିଗିଡ଼ିଯିବାର ସମ୍ଭାବନା ଥାଏ। କାମ ସହ ନିଜକୁ ଫିଟ୍‌ ରଖିବା ପାଇଁ ସମୟ ନିର୍ଘଣ୍ଟ କରନ୍ତୁ। ଏହାଦ୍ୱାରା କାମ ଠିକ୍‌ରେ ହେବ ଏବଂ ଆପଣ ଟେନ୍‌ସନ୍‌ ଫ୍ରି ରହିବେ।
  • କାମ କଲାବେଳେ ମୋବାଇଲ୍‌ରେ ଚାଟିଂ ବା ଗପ କରନ୍ତୁ ନାହିଁ। ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ କୁହନ୍ତୁ ଯେ ଆପଣ ଫ୍ରି ଥିବା ସମୟରେ ସେମାନଙ୍କ ସହ କଥା ହେବେ।
  • ଘରେ ରହି କାମ କରୁଥିଲେ ଅଫିସ୍‌ ଯିବାକୁ ପଡ଼ିବନି। କିନ୍ତୁ ଏହାର ମାନେ ନୁହେଁ ଯେ ଆପଣ ଲୋକମାନଙ୍କ ସହ ମିଳାମିଶା ଓ କଥାବାର୍ତ୍ତା କରିବେ ନାହିଁ। ବରଂ ଫିଲ୍ଡ୍‌ ଓ୍ବାର୍କ କରୁଥିବା ଲୋକଙ୍କ ସହ ସମ୍ପର୍କ ରଖନ୍ତୁ। ଏହାଦ୍ୱାରା ନୂଆ ନୂଆ କଥା ଜାଣିବାକୁ ପାଇବେ।
  • ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ ଯେ ଆପଣଙ୍କୁ ନୂଆ କଥା ଶିଖିବାର ଅଛି। ଫଳରେ ଆପଣଙ୍କ ମଧ୍ୟରେ କାମକୁ ନେଇ ଜୋସ୍‌ ବଜାୟ ରହିବ। ଇମେଲ୍‌ ମ୍ୟାନର୍ସର ବି ଧ୍ୟାନ ରଖନ୍ତୁ। କେବଳ ଓକେ, ଥ୍ୟାଙ୍କ୍‌ ୟୁ କହି ରିପ୍ଲାୟ ଦିଅନ୍ତୁ ନାହିଁ। କାମ କରିବାର ପ୍ରେସର ପରିବାର ଲୋକଙ୍କ ଉପରେ ଦିଅନ୍ତୁ ନାହିଁ।

All Right Reserved By

ଜୀବନଚର୍ଯ୍ୟା |

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ। 

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। 

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। 

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...

ଗର୍ଭାବସ୍ଥାରେ  ଲୁପସ୍‌

ଗର୍ଭାବସ୍ଥାରେ ଲୁପସ୍‌

ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦମେଟୋସସ୍‌ ଏକ ଗୁରୁତର ଅଟୋଇମ୍ୟୁନ୍‌ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ  କରିଥିବା ବିଷଦ୍ରବ୍ୟକୁ  ଧ୍ୱଂସ କରିବା ପାଇଁ  ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ । 

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ମାଛ ସ୍ତନ କର୍କଟ ସମସ୍ୟାର ଦୂର କରିଥାଏ।

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି । 

ଔଷଧ ବ୍ୟବହାର

ଔଷଧ ବ୍ୟବହାର

ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ଖୁସି ଖବର।