ରାୟଗଡା

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ୧୫ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ୧୫ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜୟପୁର,୧।୨(ଡି.ଏନ୍‌.ଏ.): ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଦେଢ଼ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଆଇନଜୀବୀଙ୍କ କୋର୍ଟ ବର୍ଜନ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଫେବୃୟାରୀ ୧୫ ପର୍ଯ୍ୟନ୍ତ ଚାଲିବ। ଜିଲା ଆଇନଜୀବୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କେନ୍ଦ୍ରିୟ ସମନ୍ବୟ ଓ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ବିରେଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲା। ସୁପ୍ରିମକୋର୍ଟରେ ଏକ ଲିଖିତ ଆବେଦନ ଦାଖଲ କରାଯିବ। ଅବିଭକ୍ତ କୋରାପୁଟ ଜିଲାରେ ଅନୁସୂଚିତ ଜନଜାତି ଏବଂ ଗରିବ ଶ୍ରେଣୀର ଲୋକେ ବାସ କରୁଥିବା ଯୋଗଁୁ ବିଭିନ୍ନ କମିଟିର ସୁପାରିସ ଅନୁଯାୟୀ ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବା ଯୁକ୍ତିଯୁକ୍ତ ଅଟେ ।ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯିବ। ଏହି ଆନ୍ଦୋଳନ ୧୫ ଦିନ ମଧ୍ୟରେ ଏକ ପ୍ରତିନିଧି ଦଳ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିବା ସହ ବେଞ୍ଚ ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରିବାକୁ ନିବେଦନ କରାଯିବ । ଅବିଭକ୍ତ କୋରାପୁଟ ଜିଲାର କେତେକ ଲୋକ ପ୍ରତିନିଧି ଆନ୍ଦୋଳନକୁ ସମର୍ଥନ କିମ୍ବା ସହାୟତା କରିନଥିବା ଯୋଗଁୁ ଏହାକୁ ବୈଠକରେ ନିନ୍ଦା କରାଯାଇଥିଲା । ଆଗାମୀ ନିର୍ବାଚନରେ ସେମାନଙ୍କୁ ଅସହଯୋଗ କରିବା ସହ ଆବଶ୍ୟକସ୍ଥଳେ ଭୋଟିଂ ବର୍ଜନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ କମିଟିର ଆବାହକ ରବିନ୍ଦ୍ର ପାତ୍ର, କୋଟପାଡ଼ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, କୋରାପୁଟ ସଂଘର ସୁଦର୍ଶନ ଗୌଡ଼, ସୁନିଲ ଜେନା, ସେମିଳିଗୁଡ଼ାର ପୀତାମ୍ବର ସାହୁ ଏବଂ ନବରଙ୍ଗପୁର, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ସଂଘ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବୋଲି ଆବାହକ ପାତ୍ର କହିଛନ୍ତି।

All Right Reserved By

ରାୟଗଡା

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି, ୧୯ା୩(ସ୍ବ.ପ୍ର.): ଗଜପତି ଜିଲା ବିଜେଡିର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ସମେତ ୬୭ଜଣ ନେତା ମଙ୍ଗଳବାର ବିଜେଡିରୁ ସମୂହ ଭାବେ ଇସ୍ତଫା ଦେଇଛନ୍ତି ା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାରାୟଣ ରାଓଙ୍କ ପରିବର୍ତ୍ତେ କଲ୍ୟାଣୀ ଗଜପତିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଦଳ ଛାଡ଼ିଥିବା ନେତାମାନଙ୍କ ମଧ୍ୟରେ ୨ଜଣ ବ୍ଲକ ଅଧ୍ୟକ୍ଷ, ୩ଜଣ ଜିଲା ପରିଷଦ ସଦସ୍ୟ, ୩୦ଜଣ ସରପଞ୍ଚ, ୩୨ଜଣ ସମିତି ସଭ୍ୟ ରହିଛନ୍ତି। 

ଦକ୍ଷିଣ ଭାରତରେ ଫସିଛନ୍ତି ୪ ପଞ୍ଚାୟତର ୨ ହଜାର ଶ୍ରମିକ

ଦକ୍ଷିଣ ଭାରତରେ ଫସିଛନ୍ତି ୪ ପଞ୍ଚାୟତର ୨ ହଜାର ଶ୍ରମିକ

କୁନ୍ଦୁରା,୧୯।୩(ଡ଼ି.ଏନ.ଏ): ଏମଜିଏନଆରଇଜିଏରେ ବିଭିନ୍ନ କାର୍ଯ୍ୟ  ଶ୍ରମିକମାନଙ୍କ ଦ୍ୱାରା କରାଯିବା ନେଇ ନିୟମ ରହିଛି । ହେଲେ ଜିଲା ବ୍ଲକ ଏବଂ ପଞ୍ଚାୟତସ୍ତରରେ ରହିଥିବା ଅଧିକାରୀମାନେ ନିୟକୁ ଉଲ୍ଲଂଘନ କରି ମେଶିନ ଦ୍ୱାରା ରାତାରାତି କାର୍ଯ୍ୟ କରୁଛନ୍ତି । ଯାଦ୍ୱାରା ଗ୍ରାମାଞ୍ଚଳଗୁଡ଼ିକରେ  ଶ୍ରମିକ ଶ୍ରେଣୀର ଲୋକେ ୧୦୦ ଦିନିଆ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବର୍ତ୍ତମାନ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଫଶିଥିବା ଦେଖିବାକୁ ମିଳିଛି ।

ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ: ବଦଳିପାରେ ରାଜନୀତିର ଚିତ୍ରପଟ୍ଟ

ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ: ବଦଳିପାରେ ରାଜନୀତିର ଚିତ୍ରପଟ୍ଟ

ଗୁଣପୁର, ୧୯ା୩ (ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି। ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଏହା ମଧ୍ୟରେ ସୋମବାର ଗୁଣପୁର ବିଧାୟକ  ତ୍ରିନାଥ ଗମାଙ୍ଗ ଦଳ ଛାଡିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା କେଉଁ ଦଳରେ ମିଶିବେ କି ସ୍ବାଧୀନ ଭାବେ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି। ତେବେ ବିଧାୟକଙ୍କ ଏହି ନିଷ୍ପତ୍ତି ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ସମୀକରଣ ସୃଷ୍ଟି କରିପାରେ। 

ଚିତ୍ରକୋଣ୍ଡାର କଂଗ୍ରେସ ପ୍ରାର୍ଥୀ  ଲକ୍ଷ୍ମୀପ୍ରିୟା: ଝିଆରି, ଦାଦାଙ୍କ ମଧ୍ୟରେ ହେବ ଲଢେଇ

ଚିତ୍ରକୋଣ୍ଡାର କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା: ଝିଆରି, ଦାଦାଙ୍କ ମଧ୍ୟରେ ହେବ ଲଢେଇ

ମାଲକାନଗିରି,୧୯ା୩ (ଡି.ଏନ୍‌.ଏ.)-ମାଲକାନଗିରି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଳିତ ଥର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ୍‌ ଦେଇଛି। ଲକ୍ଷ୍ମୀପ୍ରିୟା  ବର୍ତ୍ତମାନ ମାଥିଲି  ବ୍ଲକ ଅଧ୍ୟକ୍ଷ ଅଛନ୍ତି।   ସୋମବାର ବିଜେଡି ଟିକେଟ ପାଇଥିବା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନିଜ ଝଆରି ହେଉଛନ୍ତି ଲକ୍ଷ୍ମୀପ୍ରିୟା। ଏଠାରେ ଦାଦା ଝିଆରିଙ୍କ ମଧ୍ୟରେ ଲଢେଇ ହେବ।

ଘରକୁ ଫେରିବା ବେଳେ ଦାଦନ ଶ୍ରମିକଙ୍କୁ ଆକ୍ରମଣ

ଘରକୁ ଫେରିବା ବେଳେ ଦାଦନ ଶ୍ରମିକଙ୍କୁ ଆକ୍ରମଣ

ପାପଡାହାଣ୍ଡି,୧୯।୩(ଡି.ଏନ.ଏ.)-ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଶ୍ରମିକ । ହେଲେ ଫେରିବା ବେଳେ ବାଟରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ । ଗୁରୁତର ଅବସ୍ଥାରେ ଘରକୁ ଫେରିଲେ ।

ଉଷ୍ମ ହେଲା ନିର୍ବାଚନୀ ବାତାବରଣ

ଉଷ୍ମ ହେଲା ନିର୍ବାଚନୀ ବାତାବରଣ

ଚନ୍ଦାହାଣ୍ଡି,୧୯।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ନିର୍ବାଚନ ବାତାବରଣ ସରଗରମ ରହିଛି ।

ଅନ୍ଧବିଶ୍ୱାସ:ଗାଁ ଦେବତାଙ୍କୁ ଘୁଞ୍ଚାଇବାରୁ ବ୍ୟାପିଛି ଝାଡ଼ାବାନ୍ତି

ଅନ୍ଧବିଶ୍ୱାସ:ଗାଁ ଦେବତାଙ୍କୁ ଘୁଞ୍ଚାଇବାରୁ ବ୍ୟାପିଛି ଝାଡ଼ାବାନ୍ତି

ଦଶମନ୍ତପୁର, ୧୯।୩(ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା  ପଞ୍ଚାୟତରେ   ପଦାବାଗ୍ରୀ ଗ୍ରାମରେ କିଛି ଦିନ ହେବ ଝାଡାବାନ୍ତି ବ୍ୟାପୀବାରେ ଲାଗିଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।  ଗ୍ରାମର ଦେବତାଙ୍କୁ ଘୁଞ୍ଚାଇବାରୁ ଝାଡ଼ାବାନ୍ତି ଲାଗି ରହିଥିବା ଗ୍ରାମବାସୀ ପ୍ରକଶ କରିଛନ୍ତି । 

ପ୍ରାଥମିକ ବିଦ୍ୟାଳୟକୁ ଉ.ପ୍ରା. ମାନ୍ୟତା ଦାବି: ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ପ୍ରାଥମିକ ବିଦ୍ୟାଳୟକୁ ଉ.ପ୍ରା. ମାନ୍ୟତା ଦାବି: ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ପାରଳାଖେମୁଣ୍ଡି, ୧୯ା୩(ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକ ଘରୋଣୀ ପଞ୍ଚାୟତ ମାଖନପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ସୋମବାର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। 

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଢୁଛି କନ୍ଦଳ

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଢୁଛି କନ୍ଦଳ

ନବରଙ୍ଗପୁର,୧୯।୩(ବି.ପ୍ର.): ନବରଙ୍ଗପୁର ଜିଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେହିଭଳି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରମେଶ ଚନ୍ଦ୍ର ମାଝୀଙ୍କ ନାମ ଘୋଷଣା ହୋଇଛି। ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ସୁବାଷ ଗଣ୍ଡ, ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆଁ ମୁହଁ ସଦାଶିବ ପ୍ରଧାନୀଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦଳରେ କନ୍ଦଳ ବଢିବାରେ ଲାଗିଛି।

୬ ମାସ ପରେ ନିଖୋଜ ଦାଦନଙ୍କ ମିଳିଲା ସନ୍ଧାନ

୬ ମାସ ପରେ ନିଖୋଜ ଦାଦନଙ୍କ ମିଳିଲା ସନ୍ଧାନ

ନବରଙ୍ଗପୁର,୧୯।୩(ବି.ପ୍ର.): ଭାଷାଗତ ସମସ୍ୟା ଯୋଗୁ ଦୀର୍ଘ ୬ମାସ ଧରି ପରିବାରଠାରୁ ଦୂରରେ ରହି କାଳତିପାତ କରୁଥିବା ନବରଙ୍ଗପୁର ଜିଲାର ଦାଦନ ଶ୍ରମିକ କୃତିବାସ ସାନ୍ତାଙ୍କ ସନ୍ଧାନ ବାଙ୍ଗାଲୋର ନିକଟରୁ ମିଳିଛି। ବାଙ୍ଗାଲୋରର ଏକ ହୋଟେଲରେ ସେ ବର୍ତ୍ତମାନ କାମ କରୁଛନ୍ତି। ସେଠାରେ ଥିବା ଜଣେ ଓଡିଆ ଯୁବକ  ଏ ସମ୍ପର୍କରେ ନବରଙ୍ଗପୁରର ଖବରଦାତାଙ୍କ ସହ ଯୋଗାଯୋଗ କରି ସୂଚନା ଦେଇଛନ୍ତି।

ଘୋଡ଼ାଧନୁଆଁ ଗାଁରେ ଜଳକଷ୍ଟ: ୮ ନଳକୂପରୁ ୩ କାର୍ଯ୍ୟକ୍ଷମ

ଘୋଡ଼ାଧନୁଆଁ ଗାଁରେ ଜଳକଷ୍ଟ: ୮ ନଳକୂପରୁ ୩ କାର୍ଯ୍ୟକ୍ଷମ

କୋଡିଙ୍ଗା,୧୯।୩(ଡି.ଏନ୍‌ଏ.)-ଗ୍ରୀଷ୍ମ ବଢିବା ସହ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସନ୍ତୋଷପୁର ପଞ୍ଚାୟତର ଘୋଡ଼ାଧନୁଆଁ ଗାଁରେ ଜଳକଷ୍ଟ ବଢିବାରେ ଲାଗିଛି। ପାଣି ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ବିଜେଡି ଛାଡିଲେ ତ୍ରିନାଥ

ବିଜେଡି ଛାଡିଲେ ତ୍ରିନାଥ

ଗୁଣପୁର,୧୮ା୩(ଡି.ଏନ.ଏ)-: ବିଜେଡି ଛାଡିଲେ ଗୁଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତ୍ରିନାଥ ଗମାଙ୍ଗ। ସେ ସୋମବାର ନିଜର ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା