ରାୟଗଡା

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ଯୁବତୀଙ୍କ ଝୁଲନ୍ତା ମୃତଦେହ  ଉଦ୍ଧାର କଲା ପୋଲିସ

କାଲିମେଳା,୩୧।୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି  ପଞ୍ଚାୟତର ଏମଭି-୧୧୪ ଗ୍ରାମରେ ଜଣେ  ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣକ ହେଉଛନ୍ତି ଏମଭି-୧୧୪ ଗ୍ରାମର କାଲିପଦ ମଣ୍ଡଳଙ୍କ ଝିଅ ସୁଷମା ମଣ୍ଡଳ(୧୮) । ଖବରରୁ ଜଣାପଡିଛି ସୁଷମାଙ୍କ ବାପା କାଲିପଦ ଓ ମା ଆନ୍ଧ୍ରରେ ରହି କାର୍ଯ୍ୟ କରନ୍ତି । ଗ୍ରାମରେ ସୁଷମା ତାଙ୍କ ବଡଭାଇ ଚନ୍ଦନଙ୍କ ସହିତ ନିଜ ଘରେ ରହୁଥିଲେ । ତେବେ ସୁଷମା ଦୁଇଦିନ ହେଲା ଘର ଛାଡି କେଉଁ ଆଡେ ଚାଲି ଯାଇଥିଲେ। ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର  ସନ୍ଧାନ ମିଳିପାରି ନ ଥିଲା।  ସୁଷମାଙ୍କ ମୃତ ଶରୀର ଗ୍ରାମ ନୀକଟବର୍ତ୍ତୀ ରାସ୍ତା କଡରେ ଥିବା ଏକ ଗଛରେ ଝୁଲୁଥିବା ଲୋକେ  ଦେଖିବାକୁ ପାଇଥିଲେ । ଖବରପାଇ ଘଟଣା ସ୍ଥଳରେ ମୋଟୁ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ  ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡିନାହଁି । ଏ ସମ୍ପର୍କରେ ତାଙ୍କ ଭାଇ ଚନ୍ଦନ ମୋଟୁ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଏହାକୁ ଭିତ୍ତି କରି ମୋଟୁ ପୋଲିସ ଏକ ଅପମୃତ୍ୟୁ ମାମଲା ୧ା୧୯ ରୁଜୁ କରିଛି।  ଥାନା ଅଧିକାରୀ ରଘୁନାଥ ମାଝିଙ୍କ ନେତୃତ୍ୱରେ ଏଏସଆଇ ହେମ ସାଗର ମାଝି ଘଟଣାର ତଦନ୍ତ ଜାରି ରହିଛ। 


All Right Reserved By

ରାୟଗଡା

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି, ୧୯ା୩(ସ୍ବ.ପ୍ର.): ଗଜପତି ଜିଲା ବିଜେଡିର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ସମେତ ୬୭ଜଣ ନେତା ମଙ୍ଗଳବାର ବିଜେଡିରୁ ସମୂହ ଭାବେ ଇସ୍ତଫା ଦେଇଛନ୍ତି ା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାରାୟଣ ରାଓଙ୍କ ପରିବର୍ତ୍ତେ କଲ୍ୟାଣୀ ଗଜପତିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଦଳ ଛାଡ଼ିଥିବା ନେତାମାନଙ୍କ ମଧ୍ୟରେ ୨ଜଣ ବ୍ଲକ ଅଧ୍ୟକ୍ଷ, ୩ଜଣ ଜିଲା ପରିଷଦ ସଦସ୍ୟ, ୩୦ଜଣ ସରପଞ୍ଚ, ୩୨ଜଣ ସମିତି ସଭ୍ୟ ରହିଛନ୍ତି। 

ଦକ୍ଷିଣ ଭାରତରେ ଫସିଛନ୍ତି ୪ ପଞ୍ଚାୟତର ୨ ହଜାର ଶ୍ରମିକ

ଦକ୍ଷିଣ ଭାରତରେ ଫସିଛନ୍ତି ୪ ପଞ୍ଚାୟତର ୨ ହଜାର ଶ୍ରମିକ

କୁନ୍ଦୁରା,୧୯।୩(ଡ଼ି.ଏନ.ଏ): ଏମଜିଏନଆରଇଜିଏରେ ବିଭିନ୍ନ କାର୍ଯ୍ୟ  ଶ୍ରମିକମାନଙ୍କ ଦ୍ୱାରା କରାଯିବା ନେଇ ନିୟମ ରହିଛି । ହେଲେ ଜିଲା ବ୍ଲକ ଏବଂ ପଞ୍ଚାୟତସ୍ତରରେ ରହିଥିବା ଅଧିକାରୀମାନେ ନିୟକୁ ଉଲ୍ଲଂଘନ କରି ମେଶିନ ଦ୍ୱାରା ରାତାରାତି କାର୍ଯ୍ୟ କରୁଛନ୍ତି । ଯାଦ୍ୱାରା ଗ୍ରାମାଞ୍ଚଳଗୁଡ଼ିକରେ  ଶ୍ରମିକ ଶ୍ରେଣୀର ଲୋକେ ୧୦୦ ଦିନିଆ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବର୍ତ୍ତମାନ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଫଶିଥିବା ଦେଖିବାକୁ ମିଳିଛି ।

ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ: ବଦଳିପାରେ ରାଜନୀତିର ଚିତ୍ରପଟ୍ଟ

ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ: ବଦଳିପାରେ ରାଜନୀତିର ଚିତ୍ରପଟ୍ଟ

ଗୁଣପୁର, ୧୯ା୩ (ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି। ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଏହା ମଧ୍ୟରେ ସୋମବାର ଗୁଣପୁର ବିଧାୟକ  ତ୍ରିନାଥ ଗମାଙ୍ଗ ଦଳ ଛାଡିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା କେଉଁ ଦଳରେ ମିଶିବେ କି ସ୍ବାଧୀନ ଭାବେ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି। ତେବେ ବିଧାୟକଙ୍କ ଏହି ନିଷ୍ପତ୍ତି ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ସମୀକରଣ ସୃଷ୍ଟି କରିପାରେ। 

ଚିତ୍ରକୋଣ୍ଡାର କଂଗ୍ରେସ ପ୍ରାର୍ଥୀ  ଲକ୍ଷ୍ମୀପ୍ରିୟା: ଝିଆରି, ଦାଦାଙ୍କ ମଧ୍ୟରେ ହେବ ଲଢେଇ

ଚିତ୍ରକୋଣ୍ଡାର କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା: ଝିଆରି, ଦାଦାଙ୍କ ମଧ୍ୟରେ ହେବ ଲଢେଇ

ମାଲକାନଗିରି,୧୯ା୩ (ଡି.ଏନ୍‌.ଏ.)-ମାଲକାନଗିରି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଳିତ ଥର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ୍‌ ଦେଇଛି। ଲକ୍ଷ୍ମୀପ୍ରିୟା  ବର୍ତ୍ତମାନ ମାଥିଲି  ବ୍ଲକ ଅଧ୍ୟକ୍ଷ ଅଛନ୍ତି।   ସୋମବାର ବିଜେଡି ଟିକେଟ ପାଇଥିବା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନିଜ ଝଆରି ହେଉଛନ୍ତି ଲକ୍ଷ୍ମୀପ୍ରିୟା। ଏଠାରେ ଦାଦା ଝିଆରିଙ୍କ ମଧ୍ୟରେ ଲଢେଇ ହେବ।

ଘରକୁ ଫେରିବା ବେଳେ ଦାଦନ ଶ୍ରମିକଙ୍କୁ ଆକ୍ରମଣ

ଘରକୁ ଫେରିବା ବେଳେ ଦାଦନ ଶ୍ରମିକଙ୍କୁ ଆକ୍ରମଣ

ପାପଡାହାଣ୍ଡି,୧୯।୩(ଡି.ଏନ.ଏ.)-ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଶ୍ରମିକ । ହେଲେ ଫେରିବା ବେଳେ ବାଟରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ । ଗୁରୁତର ଅବସ୍ଥାରେ ଘରକୁ ଫେରିଲେ ।

ଉଷ୍ମ ହେଲା ନିର୍ବାଚନୀ ବାତାବରଣ

ଉଷ୍ମ ହେଲା ନିର୍ବାଚନୀ ବାତାବରଣ

ଚନ୍ଦାହାଣ୍ଡି,୧୯।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ନିର୍ବାଚନ ବାତାବରଣ ସରଗରମ ରହିଛି ।

ଅନ୍ଧବିଶ୍ୱାସ:ଗାଁ ଦେବତାଙ୍କୁ ଘୁଞ୍ଚାଇବାରୁ ବ୍ୟାପିଛି ଝାଡ଼ାବାନ୍ତି

ଅନ୍ଧବିଶ୍ୱାସ:ଗାଁ ଦେବତାଙ୍କୁ ଘୁଞ୍ଚାଇବାରୁ ବ୍ୟାପିଛି ଝାଡ଼ାବାନ୍ତି

ଦଶମନ୍ତପୁର, ୧୯।୩(ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା  ପଞ୍ଚାୟତରେ   ପଦାବାଗ୍ରୀ ଗ୍ରାମରେ କିଛି ଦିନ ହେବ ଝାଡାବାନ୍ତି ବ୍ୟାପୀବାରେ ଲାଗିଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।  ଗ୍ରାମର ଦେବତାଙ୍କୁ ଘୁଞ୍ଚାଇବାରୁ ଝାଡ଼ାବାନ୍ତି ଲାଗି ରହିଥିବା ଗ୍ରାମବାସୀ ପ୍ରକଶ କରିଛନ୍ତି । 

ପ୍ରାଥମିକ ବିଦ୍ୟାଳୟକୁ ଉ.ପ୍ରା. ମାନ୍ୟତା ଦାବି: ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ପ୍ରାଥମିକ ବିଦ୍ୟାଳୟକୁ ଉ.ପ୍ରା. ମାନ୍ୟତା ଦାବି: ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ପାରଳାଖେମୁଣ୍ଡି, ୧୯ା୩(ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକ ଘରୋଣୀ ପଞ୍ଚାୟତ ମାଖନପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ସୋମବାର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। 

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଢୁଛି କନ୍ଦଳ

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଢୁଛି କନ୍ଦଳ

ନବରଙ୍ଗପୁର,୧୯।୩(ବି.ପ୍ର.): ନବରଙ୍ଗପୁର ଜିଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେହିଭଳି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରମେଶ ଚନ୍ଦ୍ର ମାଝୀଙ୍କ ନାମ ଘୋଷଣା ହୋଇଛି। ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ସୁବାଷ ଗଣ୍ଡ, ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆଁ ମୁହଁ ସଦାଶିବ ପ୍ରଧାନୀଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦଳରେ କନ୍ଦଳ ବଢିବାରେ ଲାଗିଛି।

୬ ମାସ ପରେ ନିଖୋଜ ଦାଦନଙ୍କ ମିଳିଲା ସନ୍ଧାନ

୬ ମାସ ପରେ ନିଖୋଜ ଦାଦନଙ୍କ ମିଳିଲା ସନ୍ଧାନ

ନବରଙ୍ଗପୁର,୧୯।୩(ବି.ପ୍ର.): ଭାଷାଗତ ସମସ୍ୟା ଯୋଗୁ ଦୀର୍ଘ ୬ମାସ ଧରି ପରିବାରଠାରୁ ଦୂରରେ ରହି କାଳତିପାତ କରୁଥିବା ନବରଙ୍ଗପୁର ଜିଲାର ଦାଦନ ଶ୍ରମିକ କୃତିବାସ ସାନ୍ତାଙ୍କ ସନ୍ଧାନ ବାଙ୍ଗାଲୋର ନିକଟରୁ ମିଳିଛି। ବାଙ୍ଗାଲୋରର ଏକ ହୋଟେଲରେ ସେ ବର୍ତ୍ତମାନ କାମ କରୁଛନ୍ତି। ସେଠାରେ ଥିବା ଜଣେ ଓଡିଆ ଯୁବକ  ଏ ସମ୍ପର୍କରେ ନବରଙ୍ଗପୁରର ଖବରଦାତାଙ୍କ ସହ ଯୋଗାଯୋଗ କରି ସୂଚନା ଦେଇଛନ୍ତି।

ଘୋଡ଼ାଧନୁଆଁ ଗାଁରେ ଜଳକଷ୍ଟ: ୮ ନଳକୂପରୁ ୩ କାର୍ଯ୍ୟକ୍ଷମ

ଘୋଡ଼ାଧନୁଆଁ ଗାଁରେ ଜଳକଷ୍ଟ: ୮ ନଳକୂପରୁ ୩ କାର୍ଯ୍ୟକ୍ଷମ

କୋଡିଙ୍ଗା,୧୯।୩(ଡି.ଏନ୍‌ଏ.)-ଗ୍ରୀଷ୍ମ ବଢିବା ସହ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସନ୍ତୋଷପୁର ପଞ୍ଚାୟତର ଘୋଡ଼ାଧନୁଆଁ ଗାଁରେ ଜଳକଷ୍ଟ ବଢିବାରେ ଲାଗିଛି। ପାଣି ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ବିଜେଡି ଛାଡିଲେ ତ୍ରିନାଥ

ବିଜେଡି ଛାଡିଲେ ତ୍ରିନାଥ

ଗୁଣପୁର,୧୮ା୩(ଡି.ଏନ.ଏ)-: ବିଜେଡି ଛାଡିଲେ ଗୁଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତ୍ରିନାଥ ଗମାଙ୍ଗ। ସେ ସୋମବାର ନିଜର ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା