ରାୟଗଡା

ଚଇତି କଳାକାରଙ୍କୁ ଠକିଲା ପ୍ରଶାସନ: ଜିଲା ସଂସ୍କୃତି ଅଧିକାରୀଙ୍କୁ ଫେରାଇଲେ ଚେକ୍‌

ଚଇତି କଳାକାରଙ୍କୁ ଠକିଲା ପ୍ରଶାସନ: ଜିଲା ସଂସ୍କୃତି ଅଧିକାରୀଙ୍କୁ ଫେରାଇଲେ ଚେକ୍‌

ରାୟଗଡା ଅଫିସ୍‌, ୩୦।୧: ରାୟଗଡା ଜିଲା ଲୋକ ମହୋତ୍ସବ ଚଇତି ୨୦୧୮  ଡିସେମ୍ବର ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଚଇତି ସରିବାର ୧ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଜିଲା ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ପ୍ରଦାନ କରାଯାଇଥିବା ଚେକ୍‌ର ଅର୍ଥ ବର୍ତ୍ତମାନ ସେମାନେ ପାଇପାରିନାହଁାନ୍ତି । ଫଳରେ ସେମାନେ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି । ସେମାନଙ୍କୁ ଯେଉଁ ଚେକ୍‌ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ତାହା କାର୍ଯ୍ୟରେ ଲାଗୁନାହିଁ । ନିଜ ବ୍ୟାଙ୍କ ଆକାଉଣ୍ଟରେ ଚେକ୍‌ ଡିପୋଜିଟ କରିବା ପରେ ତାହା ଫେରସ୍ତ ହେଉଛି। ଏନେଇ କଳାକାରମାନେ ଜିଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ  ଚେକ୍‌ଗୁଡିକ ଫେରସ୍ତ କରିଛନ୍ତି । ଜିଲା ଲୋକ ମହୋତ୍ସବର କଳାକାରଙ୍କୁ ଏପରି ଠକେଇ କରାଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି । ଜିଲା ପ୍ରଶାସନର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । 

  ଯେ, ଚଇତି ଅବସରରେ ଅନେକ କଳାକାର ଗ୍ରୁପ୍‌କୁ ନନ-ସିଟିଏସ୍‌ ଚେକ୍‌ ପ୍ରଦାନ ହୋଇଛି। ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟର ଚେକ୍‌ ପ୍ରଦାନ କରାଯାଇଛି । ନନ-ସିଟିଏସ୍‌ ଚେକ୍‌ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ବେଳେ ସେଗୁଡିକ କିଭଳି ପ୍ରଦାନ କରାଯାଇଛି ତାହା ଜଣାପଡିନାହିଁ । ଫଳରେ ନନ-ସିଟିଏସ ଚେକ୍‌କୁ ବ୍ୟାଙ୍କ ଗ୍ରହଣ ନ କରି ଫେରସ୍ତ କରିଛି । ଏଭଳିକି ଚେକ୍‌ରେ ବାରମ୍ବାର ଭୁଲ ସୁଧାର ଗ୍ରହଣଯୋଗ୍ୟ ନ ଥିବା ବେଳେ ତାହା ମଧ୍ୟ ପାଳନ କରାଯାଇନାହିଁ। ଫଳରେ ଏହିଭଳି ସମସ୍ୟା ଉପୁଜିଥିବା ଜଣାପଡିଛି । କଳକାରମାନେ ଚେକ୍‌ଗୁଡ଼ିକୁ ଜିଲା ସଂସ୍କୃତି ଅଧିକାରୀ ଦାୟୀତ୍ୱରେ ଥିବା ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ  ଫେରସ୍ତ କରିଛନ୍ତିି । ଯାହା କଳାକାରଙ୍କ ପାଇଁ ଏକ ଉପହାସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଇତି ପଡିଆରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦିଆଯାଇଥିବା ଇଣ୍ଟରନେଟ୍‌ କନେକ୍ସନର ଚେକ୍‌ ମଧ୍ୟ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କକୁ ଯାଇପାରିନାହିଁ।  ଡିସେମ୍ବର ୨୪ତାରିଖରେ ଚେକ୍‌ ନମ୍ବର ୦୨୫୩୦୯ରେ ବିଏସ୍‌ଏନ୍‌ଏଲ୍‌କୁ ୧୬୯୯ଟଙ୍କା ପ୍ରଦାନ ହୋଇଥିଲା । ତାହା ମଧ୍ୟ ସେହି ସମାନ ସମସ୍ୟା ଯୋଗୁ ବ୍ୟାଙ୍କ ଦ୍ୱାରା ଗ୍ରହଣ ହେଲାନାହିଁ । କଳାକାର ସିନ୍ଧ ଓ୍ବାଡକାଙ୍କୁ ଚେକ୍‌ ନମ୍ବର ୦୧୨୦୫୮ରେ ଡିସେମ୍ବର ୨୭ ତାରିଖରେ ୫ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଥିଲା । ତାହା ମଧ୍ୟ ଫେରସ୍ତ ହୋଇଛି । ସେହିପରି ଟି.ଶିବା ଭାସ୍କରଙ୍କ ପକ୍ଷରୁ ୨ଟି ନୃତ୍ୟଦଳ କଳା ପ୍ରଦର୍ଶନ କରିଥିଲେ । ଗୋଟିଏ ସୁପର ମମ ଗ୍ରୁପ୍‌ର ଓ ଅନ୍ୟଟି ମରାଠି ନୃତ୍ୟଦଳର । ମରାଠି ଦଳପାଇଁ ଡିସେମ୍ବର ୨୭ରେ ଚେକ୍‌ ନମ୍ବର ୦୧୨୦୫୪ରେ ୫ ହଜାର ଟଙ୍କା ଓ ସୁପର ମମ ଗ୍ରୁପ୍‌ ପାଇଁ ୩୦ତାରିଖରେ ଚେକ୍‌ ନମ୍ବର ୦୨୫୩୨୨ରେ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ୨ଟି ଚେକ୍‌ ମଧ୍ୟ   ମାସେ ହେବ ଟଙ୍କାରେ ପରିବର୍ତ୍ତନ ହେଉନାହିଁ । ନନ-ସିଟିଏସ୍‌ ଚେକ୍‌ ହୋଇଥିବାରୁ ତାହା ପରିବର୍ତ୍ତନ ହେଉ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଟି.ଶିବା ଭାସ୍କରଙ୍କୁ କହିଛନ୍ତି। ମଙ୍ଗଳବାର ସେ ଉଭୟ ଚେକ୍‌କୁ ସଂସ୍କୃତି ବିଭାଗକୁ ଫେରସ୍ତ କରିଛନ୍ତି । ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଦାୟୀତ୍ୱରେ ଥିବା ଜିଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କୁ ପଚାରିବାରୁ, କିଛି ଚେକ୍‌ରେ ଏହିଭଳି ସମସ୍ୟା ଉପୁଜିଥିବା ନଜରକୁ ଆସିଛି । ସେମାନଙ୍କୁ ଆରଟିଜିଏସ୍‌ ମାଧ୍ୟମରେ ଇ-ପେମେଣ୍ଟ କରିବା ନିମନ୍ତେ ଆମେ ପଦକ୍ଷେପ ଗ୍ରହଣ କରୁଛୁ । ଖୁବଶୀଘ୍ର ଫେରସ୍ତ ହୋଇଥିବା ଚେକ୍‌ଗୁଡିକ ବାବଦର ଅର୍ଥ ପ୍ରଦାନ କରି ଦିଆଯିବ ବୋଲି କହିଥିଲେ ।

All Right Reserved By

ରାୟଗଡା

ବିଶ୍ୱ ବନ ଦିବସ:  ଜଙ୍ଗଲ  ସୁରକ୍ଷା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ବିଶ୍ୱ ବନ ଦିବସ: ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି, ୨୧।୩(ଡି.ଏନ୍‌.ଏ.) -ମାଲକାନଗିରି ବନ ବିଭାଗ ପକ୍ଷରୁ ଗୁରୁବାର ବିଶ୍ୱ ବନ ଦିବସ ପାଳନ କରାଯାଇଛି। ଖଣ୍ଡୀୟ ବନାଧିକାରୀଙ୍କ  କାର୍ଯ୍ୟାଳୟ ସଭାଗୃହରେ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଡିଏଫ୍‌ଓ ଦେବଦାଶ ମିରାଶେ, ଅଧ୍ୟାପକ ରଞ୍ଜନ ସ୍ବାଇଁ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଦୁର୍ଯ୍ୟୋଧନ ପାତ୍ର ଅତିଥିଭାବେ ଉପସ୍ଥିତ ଥିଲେ। ଜଙ୍ଗଲ ସୁରକ୍ଷା ନ ହେଲେ ଭବିଷ୍ୟତରେ ପ୍ରଦୂଷଣ ଭୟଙ୍କର ରୂପ ନେବ ବୋଲି ଅତିଥିମାନେ କହିଥିଲେ। 

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ: ମାଲା ମାଢିଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମାଲକାନଗିରି, ୨୧।୩(ଡି.ଏନ୍‌.ଏ.) -ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ନେଇ ମାଲା ମାଢିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେ ଦୋଷ ସ୍ବୀକାର କରିବା ସହ ଆଗାମୀ ଦିନରେ ଏଭଳି ହେବ ନାହିଁ ବୋଲି କହିଛନ୍ତି। 

ଗୁଣପୁରରେ ବିଭିନ୍ନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଗୁଣପୁରରେ ବିଭିନ୍ନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଗୁଣପୁର, ୨୧।୩(ଡି. ଏନ୍‌. ଏ.): ରାୟଗଡା ଜିଲା ଗୁଣପୁରରେ ଗୁରୁବାର ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନାମାଙ୍କନପତ୍ର ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ଡା. ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କୁ ଦେଇଛନ୍ତି। ପ୍ରାର୍ଥୀମାନେ ନିଜ  ସମର୍ଥକଙ୍କ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ନାମାଙ୍କନପତ୍ର ଦେଇଛନ୍ତି। ଗୁଣପୁର ନିର୍ବାଚନମଣ୍ଡଳୀରୁ  ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ, ବିଷମକଟକ ନିର୍ବାଚନମଣ୍ଡଳୀରୁ ଜଗନ୍ନାଥ ସାରକା ସେମାନଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିଭଳି ବିଷମକଟକରୁ ଭାଜପା ପ୍ରାର୍ଥୀ ଶିବ ଉଲକା, ବିଏସ୍‌ପି ପ୍ରାଥୀ ଜିତୁ ଝାକାଶିକା ମଧ୍ୟ ଆଜି ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। 

ପଟ୍ଟାଙ୍ଗୀରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ବିଜେଡି, ଭାଜପା

ପଟ୍ଟାଙ୍ଗୀରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ବିଜେଡି, ଭାଜପା

କୋରାପୁଟ,୨୧।୩(ସ୍ବ.ପ୍ର.): ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ ରହିଛି।  ଏଥିପାଇଁ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀ  ନାମାଙ୍କନପତ୍ର ଦାଖଲ କରିବେ। କିନ୍ତୁ ଏଯାଏଁ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀରୁ ବିଜେଡି କିମ୍ବା ଭାଜପା ଏପର୍ଯ୍ୟନ୍ତ  ନିଜ ଦଳର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବୁଧବାର  ପଟ୍ଟାଙ୍ଗୀ ବିଧାନସଭା ଆସନ ପାଇଁ ପ୍ରଥମ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସର ରାମଚନ୍ଦ୍ର କାଡ଼ାମ।

ନିର୍ବାଚନ ବେଳେ ବିଏସ୍‌ଏନ୍‌ଏଲ୍‌ ଫେଲ୍‌

ନିର୍ବାଚନ ବେଳେ ବିଏସ୍‌ଏନ୍‌ଏଲ୍‌ ଫେଲ୍‌

ପଟ୍ଟାଙ୍ଗି,୨୧।୩(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନ ପାଇଁ ସବୁଠି ତତ୍ପରତା। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଏସ୍‌ଏନ୍‌ଏଲ୍‌ ସେବା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କୋରାପୁଟ ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ସେମିଳିଗୁଡ଼ା ତଥା ପଟ୍ଟାଙ୍ଗି ବ୍ଲକ ମାଓବାଦୀ ଅଧ୍ୟୁଷିତ ହୋଇଥିବା ବେଳେ ସେଠାରେ ବିଏସ୍‌ଏନ୍‌ଏଲ୍‌ର ଦୁର୍ବଳ ସେବା ନିର୍ବାଚନୀ ଯୋଗାଯୋଗ ଓ ସମନ୍ବୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଏହା ରାଜନେତା, କର୍ମୀ, ପ୍ରଶାସନିକ ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି। 

ପଦାବାଗ୍ରୀ ସ୍ଥିତି ଅନୁଧ୍ୟାନ କଲା ଡାକ୍ତରୀ ଦଳ

ପଦାବାଗ୍ରୀ ସ୍ଥିତି ଅନୁଧ୍ୟାନ କଲା ଡାକ୍ତରୀ ଦଳ

ଦଶମନ୍ତପୁର,୨୧।୩(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକରେ ବିଭିନ୍ନ ଗାଁରେ ଆନ୍ଥ୍ରାକ୍ସ, ଝାଡ଼ାବାନ୍ତି ଆତଙ୍କ ଖେଳିଥିବା ବେଳେ ଡୁମ୍ବାଗୁଡ଼ା ପଞ୍ଚାୟତ ପଦାବାଗ୍ରୀ ଗାଁରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଝାଡ଼ାବାନ୍ତିରେ ଅଞ୍ଚଳରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ପଦାବାଗ୍ରୀ ଗାଁ ଗସ୍ତ କରିଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ଦଧିବାମନ ତ୍ରିପାଠୀ, ଏଡିଏମ୍‌ଓ ଅରୁଣ ପାଢ଼ୀ, ଡିଏସ୍‌ଏମ୍‌ଓ ଡାକ୍ତର ଏସ୍‌. ପଟ୍ଟନାୟକ ସେହି ଗାଁରେ ନିଜ ଟିମ୍‌ ସହ ପହଞ୍ଚତ୍ଛନ୍ତି। ରୋଗ ବ୍ୟାପିବାର କାରଣ, ଗାଁର ପରିବେଶ, ଆକ୍ରାନ୍ତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲା 

ଚୂଡାନ୍ତ ପ୍ରାର୍ଥୀ ପାଇଁ ଭାଜପା ଅଙ୍କ ଛିଣ୍ଡୁନି

ଚୂଡାନ୍ତ ପ୍ରାର୍ଥୀ ପାଇଁ ଭାଜପା ଅଙ୍କ ଛିଣ୍ଡୁନି

ଗୁଣପୁର,୨୧।୩(ଡି.ଏନ୍‌.ଏ)-୨୧ ଓ ୨୫ ଏହି ଦୁଇଦିନ  ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାବେଳେ  ଦୁଇ ପ୍ରମୁଖ ରାଜନୈତିକ ଦଳ ଭାଜପା ଏବଂ କଂଗ୍ରେସର ରାୟଗଡା ଜିଲାର କେତେକ ସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଭାଜପା ପକ୍ଷରୁ ଗୁଣପୁର ନିର୍ବାଚନମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକା, ପୋଲିସ ଚାକିରି ଛାଡି ଭାଜପାରେ ଯୋଗ ଦେଇଥିବା ରବି ଗମାଙ୍ଗ ଏବଂ ରାଜ୍ୟ ସମ୍ପାଦକ ଶିଶିର ଗମାଙ୍ଗଙ୍କ ମଧ୍ୟରେ ଛକାପଞ୍ଝା ଲାଗିଛି।  ଫଳରେ ଘୋଷଣା ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି।  ସେପଟ ତ୍ରିନାଥ ଗମାଙ୍ଗ ଭାଜପାକୁ ଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ତାହା ଏଯାଏ ସ୍ପଷ୍ଟ ହୋଇନି।  ଜିଲାର ୩ ନିର୍ବାଚନମଣ୍ଡଳୀ  ରାୟଗଡା, ବିଷମକଟକ ଏବଂ ଗୁଣପୁର ପାଇଁ ବର୍ତ୍ତମାନ ସୁଦ୍ଧା ଭାଜପା ପ୍ରାର୍ଥୀ ଘୋଷଣା କରିନି

ବର୍ଷେ ହେଲା ୪୨ ଶ୍ରମିକ ପାଇନାହାନ୍ତି ପ୍ରାପ୍ୟ

ବର୍ଷେ ହେଲା ୪୨ ଶ୍ରମିକ ପାଇନାହାନ୍ତି ପ୍ରାପ୍ୟ

କୁନ୍ଦୁରା,୨୧।୩(ଡି.ଏନ୍‌.ଏ.) କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ତେନ୍ତୁଳିପାଇରେ ଦେଢ଼ବର୍ଷ ହେଲା ମହାବନ୍ଧ କାମ କରାଯାଇଥିଲେ ମଧ୍ୟ ୪୨ ଶ୍ରମିକ ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି। 

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ନାରାୟଣ ରାଓ

ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ନାରାୟଣ ରାଓ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଭାଜପା ପକ୍ଷରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। 

ନବରଙ୍ଗପୁର ଲୋକସଭା ଓ ବିଧାନସଭା ପାଇଁ ୬ ପ୍ରାର୍ଥିପତ୍ର ଦାଖଲ

ନବରଙ୍ଗପୁର ଲୋକସଭା ଓ ବିଧାନସଭା ପାଇଁ ୬ ପ୍ରାର୍ଥିପତ୍ର ଦାଖଲ

ନବରଙ୍ଗପୁର,୨୦ା୩(ଡି.ଏନ.ଏ)- ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଦୀପ ମାଝୀ ବୁଧବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅଜିତ କୁମାର ମିଶ୍ରଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ନେତ୍ରାନନ୍ଦ କଲାର, ପିସିସି ସମ୍ପାଦକ ସରୋଜ ପାତ୍ର ଉପସ୍ଥିତ ଥିଲେ।

ପଟ୍ଟାଙ୍ଗି ପାଇଁ ପ୍ରଥମ ପ୍ରାର୍ଥିପତ୍ର ଦେଲେ ରାମଚନ୍ଦ୍ର କାଡାମ

ପଟ୍ଟାଙ୍ଗି ପାଇଁ ପ୍ରଥମ ପ୍ରାର୍ଥିପତ୍ର ଦେଲେ ରାମଚନ୍ଦ୍ର କାଡାମ

କୋରାପୁଟ,୨୦ା୩(ସ୍ବ.ପ୍ର.): ପ୍ରାର୍ଥତ୍ପତ୍ର ଦାଖଲର ତୃତୀୟ ଦିନରେ ବୁଧବାର ପଟ୍ଟାଙ୍ଗି ବିଧାନସଭା ଆସନ ପାଇଁ ପ୍ରଥମ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସର ରାମଚନ୍ଦ୍ର କାଡାମ। ଅନ୍ୟପକ୍ଷରେ ବିଜେଡି କିମ୍ବା ଭାଜପା ଏପର୍ଯ୍ୟନ୍ତ ଏଠାରୁ ନିଜ ଦଳର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବୁଧବାର ଅପରାହ୍ନରେ ସରକାରୀ କନିଷ୍ଠ ମହାବିଦ୍ୟାଳୟ ଛକରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସେ କୋରାପୁଟ ଉପଜିଲାପାଳ ଲଳିତ କହଁରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା