ସମ୍ପାଦକୀୟ |

ଅପପୁଷ୍ଟି: ଏକ ସାମାଜିକ ବ୍ୟାଧି

ଅପପୁଷ୍ଟି: ଏକ ସାମାଜିକ ବ୍ୟାଧି
ଡା. ବାସୁଦେବ ପ୍ରଧାନ ମଣିଷର ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ଉତ୍ତମ ଖାଦ୍ୟ ମଣିଷକୁ ପୁଷ୍ଟି ଯୋଗାଏ। ଶରୀରକୁ ନୀରୋଗ ଓ ସୁସ୍ଥ ରଖେ। ସୁଷମ ଖାଦ୍ୟ ଅଭାବରୁ ମଣିଷ ବିଭିନ୍ନ ବ୍ୟାଧିର ଶିକାର ହୁଏ। ଦାରିଦ୍ର୍ୟ ଏବଂ ଶିକ୍ଷାର ଅଭାବ ଅପପୁଷ୍ଟିକୁ ଖୋରାକ ଯୋଗାଏ। ଅପପୁଷ୍ଟି କେବଳ କେତେକ ରାଜ୍ୟର ସମସ୍ୟା ନୁହେଁ, ଏହା ସମଗ୍ର ବିଶ୍ୱରେ ମଧ୍ୟ ଦେଖାଯାଏ। ତେବେ ଯେଉଁ ଦେଶରେ ଆର୍ଥିକ ଅବସ୍ଥା ସୁଦୃଢ, ନାଗରିକମାନେ ଶିକ୍ଷିତ, ସେମାନେ ଅପପୁଷ୍ଟିର ଶିକାର କମ୍‌ ହୋଇଥାନ୍ତି। ଶାରୀରିକ ସୁସ୍ଥତା ମଣିଷକୁ ରୋଜଗାରକ୍ଷମ କରୁଥିବା ବେଳେ ଶିକ୍ଷା ଜୀବନଶୈଳୀରେ ପରିବର୍ତ୍ତନ ଆଣେ। କିନ୍ତୁ ଶିକ୍ଷା ଅପେକ୍ଷା ପ୍ରଥମ ଆବଶ୍ୟକତା ସ୍ବାସ୍ଥ୍ୟ। ଯେଉଁ ପରିବାରର ମୁଣ୍ଡପିଛା ଆୟ କମ୍‌ ସେହି ପରିବାରର ପିଲାମାନେ ଅଧିକ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଅପପୁଷ୍ଟିର ଲକ୍ଷଣଗୁଡିକ ହେଲା: ଦୁର୍ବଳ ଶରୀର, ଚୁଟି କହରା ଓ ରୁକ୍ଷ, ପେଟ ବାହାରିପଡ଼ିବା ବା ଏକ ପୁଟୁଳି ପରି ଦେଖାଯିବା, ଆଖି ଶେତା ଦେଖାଯିବା, ଶରୀରରେ ରକ୍ତ ଏବଂ ଗ୍ଲୁକୋଜର ମାତ୍ରା କମିଯିବା, ଅସ୍ଥି ଦୁର୍ବଳ, ଓଜନ ହ୍ରାସ, ଗାଲର ମାଂସପେଶୀ ଶିଥିଳ ହେବା କାରଣରୁ ପାଟି ମେଲା ହୋଇ ରହିବା, ଜିଭରେ ଆସ୍ତରଣ ଜମିବା। ସେହିପରି ଅନ୍ଧାରକଣା, ଥଣ୍ଡା, କାଶ, ଟନ୍‌ସିଲାଇଟିସ୍‌, ବ୍ରୋଙ୍କାଇଟିସ୍‌, ନିମୋନିଆ, ଝାଡାବାନ୍ତି ଓ ବିଭିନ୍ନ ପ୍ରକାର ଚର୍ମରୋଗ ଆକ୍ରାନ୍ତ କରିଥାଏ। ପିଲାମାନେ ଚିଡିଚିଡା, କ୍ରନ୍ଦନରତ ରହନ୍ତି, ଏପରି କି ମା’କୋଳ ଛାଡନ୍ତି ନାହିଁ। ଅପପୁଷ୍ଟିର ଦୁଇଟି ବଳିଷ୍ଠ ଉଦାହରଣ ହେଲା କ୍ୱାସିର୍‌କର ଏବଂ ମାରାସମସ୍‌ ରୋଗ।ଅପପୁଷ୍ଟିକୁ ରୋକିବା ପାଇଁ ଆମକୁ ମା’ର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ। ଅର୍ଥାତ୍‌ ଗର୍ଭାବସ୍ଥାରେ ମା’ର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ମା’କୁ ଉତ୍ତମ ଖାଦ୍ୟ ଦେବା ଆବଶ୍ୟକ। ମା’ ସୁସ୍ଥ ରହିଲେ ଉତ୍ତମ ସନ୍ତାନ ଜନ୍ମଦିଏ। ତା’ ସାଙ୍ଗକୁ ଛୁଆର ଲାଳନପାଳନ ଉତ୍ତମ ରୂପେ କରିପାରିଥାଏ। କେଉଁ ଅତୀତ କାଳରୁ ବୋହୂଟି ମା’ ହେବାକୁ ଥିଲେ ଘରକୁ ‘ସ୍ବାଦଭାର’ ଅର୍ଥାତ୍‌ ଉତ୍ତମ ପିଠାପଣା, ବ୍ୟଞ୍ଜନ ବୋହୂ ପାଇଁ ଆସିଥାଏ। ସ୍ବାଦଖିଆରେ ଆମିଷ ଦିଆଯାଏ ନାହିଁ। ଅପପୁଷ୍ଟି ରୋକିବା ପାଇଁ ଆମ ପାଖରେ ଅନେକ ଉପାୟ ରହିଛି। ସେଗୁଡିକ ହେଲା- ଗର୍ଭାବସ୍ଥାରେ ଆଇରନ୍‌ ଏବଂ କ୍ୟାଲ୍‌ସିୟମର ଆବଶ୍ୟକତା ଯଥେଷ୍ଟ। ସେଥିପାଇଁ ବିଭିନ୍ନ ପ୍ରକାର ଶାଗ ଖାଇବା ଦରକାର। ଶାଗ ମଧ୍ୟରେ ପୁରୁଣି ଶାଗ ଶ୍ରେଷ୍ଠ। ଏହା ଖାଇଲେ ରକ୍ତହୀନତା ଦୂର ହୁଏ। ଏଥିପାଇଁ ଉପାଦେୟ ଔଷଧ ହେଉଛି ପୁନର୍ନବାଦି ମଣ୍ଡୁର, ଧାତ୍ରିଲୌହ। ଏହି ଔଷଧ ପ୍ରସବ ପୂର୍ବରୁ ଏବଂ ପରେ ଦିଆଯାଇଥାଏ। ସେହିପରି କ୍ୟାଲ୍‌ସିୟମ ପାଇଁ ମୁକ୍ତାଶୁକ୍ତି ଉପଯୁକ୍ତ ଔଷଧ। ମାଣ୍ଡିଆରେ ପ୍ରଚୁର କ୍ୟାଲ୍‌ସିୟମ୍‌ ଅଛି। କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟାନ୍ୟ ଖାଦ୍ୟ, ଦହି, ଛେନା ଲାଭଦାୟକ ହୋଇଥାଏ। ପ୍ରସବ ପରେ କ୍ଷୀର ବୃଦ୍ଧି ପାଇଁ ଜିରା, ଶତାବରୀ ଦିଆଯାଇପାରିବ। କଳମ ଶାଗ ମଧ୍ୟ ଉପାଦେୟ। ଦଶମୂଳାରିଷ୍ଟ, ମୃତସଞ୍ଜୀବନୀ ସୁରା ଏବଂ ଜୀରକାଦି ମୋଦକ ମା’କୁ ଦେଲେ ମା’ ନୀରୋଗ ରୁହେ। ମାତୃସ୍ତନ୍ୟରୁ ଉତ୍ତମ ଏବଂ ଉପଯୁକ୍ତ ମାତ୍ରାରେ କ୍ଷୀର ସୃଷ୍ଟି ହୁଏ। ୬ ମାସ ପାଇଁ ଛୁଆକୁ କେବଳ ମା’କ୍ଷୀର ଦେବା ଉଚିତ। ୬ ମାସ ପରେ ବହଳିଆ ଖାଦ୍ୟ ଦେବା ସାଙ୍ଗକୁ ୨ ବର୍ଷ ପର୍ଯ୍ୟନ୍ତ ମା’କ୍ଷୀର ଦେବା ଉଚିତ। ସେହିପରି ଢିଙ୍କିକୁଟା ଉଷୁନାଚାଉଳ ଭାତ, ତୋରାଣି ଏବଂ ଚକିପେଷା ଅଟା, ମାଣ୍ଡିଆ, ଯଅ ମଧ୍ୟ ଉତ୍ତମ ପୋଷକ ଖାଦ୍ୟ ଭାବେ ନିଆଯାଇପାରିବ। ପ୍ରସବ ପରେ ଲୁଣ ଓ ଲେମ୍ବୁଦିଆ ତୋରାଣି ହେଉଛି ଶ୍ରେଷ୍ଠ ଟନିକ୍‌। ଏଥିରେ ଭିଟାମିନ୍‌ ବି ଓ ସି ଅଛି। ତୋରାଣିରେ ସାମାନ୍ୟ ପରିମାଣରେ ଭଜା ଜିରାଗୁଣ୍ଡ ପକାଇ ଖାଇଲେ ମା’ର ସ୍ବାସ୍ଥ୍ୟ ଭଲ ରହେ। ହର୍ଲିକ୍ସ କିମ୍ବା ଅନ୍ୟାନ୍ୟ ଡବା ଖାଦ୍ୟର ଆବଶ୍ୟକତା ନାହିଁ। ଏହା ବ୍ୟୟବହୁଳ। ତା’ଅପେକ୍ଷା ଘରେ ଛତୁଆ ତିଆରି କରି ସେଥିରେ କ୍ଷୀର ଓ ଗୁଡ଼ ମିଶାଇ ଖାଇଲେ ଆମେ କମ୍‌ ପଇସାରେ ଉତ୍ତମ ପୁଷ୍ଟିସାର ପାଇପାରିବା। ଆମ ବାଡିବଗିଚାରେ ପୁଷ୍ଟିକର ଖାଦ୍ୟର ଅଭାବ ନାହିଁ। କେବଳ ମାନସିକ ପ୍ରସ୍ତୁତି ରହିଲେ ଆମେ ଅପପୁଷ୍ଟିର ସରଳ ଚିକିତ୍ସା କରିପାରିବା।ଆମେ ଦେଶୀ ଗାଈଟିଏ ରଖିଲେ କ୍ଷୀର, ଘିଅ, ଦହି, ଛେନା ପାଇପାରିବା। କିଚେନ ଗାର୍ଡେନଟିଏ କଲେ ସବୁଜ ପନିପରିବା ପାଇପାରିବା। କ୍ଷେତରୁ ମିଳୁଥିବା ଡାଲି, ଶିମ୍ବଠାରୁ ଅଧିକ ପୁଷ୍ଟିକର ଖାଦ୍ୟ ନାହିଁ। ବାଡିରେ ଯଦି କଦଳୀ, ଅମୃତଭଣ୍ଡା, ଶଜନା ଗଛ ଅଛି ତେବେ ଉତ୍ତମ ଆହାର ପାଇପାରିବା। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ବ୍ୟବସ୍ଥା କରୁଛନ୍ତି। ଏହାର ସୁଯୋଗ ନେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ବ୍ୟବସ୍ଥା ଏବଂ ପଥିପାଚନ କରାଗଲେ ମା’ ଓ ଛୁଆ ସୁସ୍ଥ ରହିବେ। ପିଲାମାନେ ଅପପୁଷ୍ଟିର ଶିକାର ହେବେ ନାହିଁ। ଅପପୁଷ୍ଟି କେବଳ ପରିବାରର ସମସ୍ୟା ନୁହେଁ, ଏହା ଏକ ସାମାଜିକ ବ୍ୟାଧି। ଏହି ବ୍ୟାଧି ଦୂର ହେବା ଦରକାର। ମୋ-୯୪୩୯୯୯୦୦୬୦
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...