ସମ୍ବଲପୁର

ସ୍ତ୍ରୀ ଓ ୩ ସନ୍ତାନ ହତ୍ୟାକାରୀକୁ ଆଜୀବନ ଜେଲ୍‌

ସ୍ତ୍ରୀ ଓ ୩ ସନ୍ତାନ ହତ୍ୟାକାରୀକୁ ଆଜୀବନ ଜେଲ୍‌
ଭବାନୀପାଟଣା, ୨୨।୮ (ଡି.ଏନ୍‌.ଏ.): ମଙ୍ଗଳବାର ଜିଲା ଓ ଦୌରାଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଗୋପାଳ ମାଝିଙ୍କୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ପିଙ୍ଗଳ କୋର୍ଟ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫୦୦୦ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି। ପ୍ରକାଶଯୋଗ୍ୟ ଜିଲାର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦେହେତା ଗ୍ରାମରେ ୨୦୧୨ ମାର୍ଚ୍ଚ ୨୨ତାରିଖ ରାତି ପ୍ରାୟ ୩ଟାରେ ଗୋପାଳ ମାଝିଙ୍କ ଘରୁ ଧୁଆଁ ବାହାରୁଥିବା ଦେଖି ଗ୍ରାମର ଜାମୁ ମାଝି ପାଟି କରି ଗ୍ରାମବାସୀଙ୍କୁ ଡାକିଥିଲେ। ପରେ ଗ୍ରାମବାସୀ ନିଆଁ ଲିଭାଇ ଗୋପାଳଙ୍କ ଘର ଭିତରକୁ ଯାଇ ଦେଖିଲା ବେଳକୁ ଗୋପାଳଙ୍କ ସ୍ତ୍ରୀ ସାବିତ୍ରୀ ମାଝି(୩୩) ଓ ୩ ଝିଅ ତିଳ ମାଝି(୩), ପ୍ରତିମା ମାଝି(୨) ଏବଂ ୨ ମାସର ସାନ ଝିଅ ଘରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ। ଗୋପାଳ ଏମାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଏବଂ ପ୍ରମାଣ ଅଭାବରୁ ଘରେ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏ ନେଇ ବିଶ୍ୱନାଥପୁର ଥାନାରେ କେସ୍‌ (ନଂ. ୬, ୨୨।୩।୨୦୧୨)ରେ ଜାମୁ ମାଝିଙ୍କ ଦ୍ୱାରା ୩୦୨/୨୦୧ ଦଫାରେ ମାମଲା ରୁଜୁ କରାଯାଇଥିଲା ା ଏହି ମାମଲାର ବିଚାର କରି ଜିଲା ଓ ଦୌରାଜଜ୍‌ ମଙ୍ଗଳବାର ଅଭିଯୁକ୍ତ ଗୋପାଳ ମାଝିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ା ଏହି ମାମଲାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସ୍ୟୁକୁଟର ଭବାନୀ ଶଙ୍କର ମିଶ୍ର ମାମଲା ପରିଚାଳନା କରିଥିଲେ ।
All Right Reserved By

ସମ୍ବଲପୁର

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀର ଅଫିସ,୨୨।୩: ଉତ୍ସାହ, ଉଦ୍ଦୀପନାର ସହ ବଲାଙ୍ଗୀର ସହରରେ ହୋଲି ଉତ୍ସବ ପାଳନ କରାଯାଇଛି। ସକାଳ ୮ଟାରୁ ବିଭିନ୍ନ ପଡ଼ାର ପିଲାଠୁ ବଡ଼ଯାଏ ପରସ୍ପର ଦେହରେ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇଥିଲେ।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଲୋଇସିଂହା,୨୧।୩ (ଡି.ଏନ.ଏ)  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଖଲିଆପାଲି ଗାଁର ଧୁବା ଝାଙ୍କର(୬୫)। ମାଏକିନା ଆରପାରକେ ଚାଲିଯାଇଥିଲା ବେଲେ ଧୁବା ପୁଓ ବହ ପାସେ ରହୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସରକାରୀ ଯୋଜ୍‌ନାରେ ଘରଖଁଡ଼େ ପାଏବାର ଲାଗି କେଭ୍‌ଠାନୁ ଚାହିଁ ରହିଛନ୍‌। 

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। 

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼,୨୧।୩(ସ୍ବ.ପ୍ର.) -ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ମାଝିଚାକୁଣ୍ଡାପାଳ ଗ୍ରାମରେ ଗଭୀର ନଳକୂଅ ଖୋଳା ଯାଇଛି। ବର୍ଷେ ହେଲା ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ସରିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଜଣାପଡିଛି। 

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ସୁନ୍ଦରଗଡ଼, ୨୧।୩ (ଡି.ଏନ୍‌.ଏ) -ସୁନ୍ଦରଗଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସୁନ୍ଦରଗଡ ପବ୍ଲିକ ସ୍କୁଲ, ବନବିଭାଗ ଓ ଏନ୍‌ଟିପିସିର ମିଳିତ ଆନୁକୂଲ୍ୟରେ ସ୍କାଉଟ ତଥା ବିଭିନ୍ନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। 

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା