ଅନଗୁଳ-ଢେଙ୍କାନାଳ

କଳ୍ପତରୁ ଆଶ୍ରମରୁ ନିଖୋଜ ବାଳକ ଉଦ୍ଧାର: ନିସ୍ତୁକ ମାଡ଼ ଅଭିଯୋଗ

କଳ୍ପତରୁ ଆଶ୍ରମରୁ ନିଖୋଜ ବାଳକ ଉଦ୍ଧାର: ନିସ୍ତୁକ ମାଡ଼ ଅଭିଯୋଗ

ଢେଙ୍କାନାଳ ଅଫିସ, ୨୬।୧- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଧୀନ କଣ୍ଟେଇକୋଳିଆସ୍ଥିତ କଳ୍ପତରୁ ଆଶ୍ରମରୁ ନିଖୋଜ ବାଳକ ଛୋଟୁ ରୋହିତଦାସ(୯)ଙ୍କୁ ଶୁକ୍ରବାର ଅପରାହ୍ନରେ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ଷ୍ଟେଶନରୁ ଉଦ୍ଧାର କରାଯାଇଛି। ଛୋଟୁକୁ ଆଶ୍ରମରେ ଅକଥନୀୟ ନିର୍ଯାତନା ଦିଆଯାଇଛି, ତାଙ୍କ ଶରୀରର କ୍ଷତ ଚିହ୍ନରୁ ଏହା ସ୍ପଷ୍ଟ ହୋଇଛି। ଆଶ୍ରମ ମୁଖ୍ୟ ବାବା ମୁରାରି ଦାସ କଣ୍ଟା ବାଡ଼ିରେ ତାଙ୍କୁ ନିସ୍ତୁକ ପିଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପଟେ ନାବାଳକ ନିଖୋଜ ମାମଲା ପରେ ସକାଳେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଆଶ୍ରମରେ ପଶି ଖୋଳତାଡ଼ କରିଛନ୍ତି। ଗୋଶାଳା ପଞ୍ଜୀକରଣରେ ଉକ୍ତ ଆଶ୍ରମ ଚାଲିଥିବା ଥାନାଧିକାରୀ ମଳୟ ନାୟକ ସୂଚନା ଦେଇଛନ୍ତି।

ଛୋଟୁଙ୍କ ନିଖୋଜ ପରେ ପରିବାର ଲୋକେ ଆଶାଆଶଙ୍କା ଭିତରେ ଥିଲେ। ଶୁକ୍ରବାର ସକାଳେ କୌଣସି ସୂତ୍ରରୁ ସୂଚନା ପାଇ ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଏବଂ ପୋଲିସ କର୍ମଚାରୀ ଷ୍ଟେଶନରୁ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଆଶ୍ରମରେ ଶିଶୁ ନିର୍ଯାତନା ଜଣାପଡ଼ିବା ପରେ ତହସିଲଦାର ଉଦୟନାଥ ମହାପାତ୍ର,  ଏସ୍‌ଡିପିଓ ଶେଖ ଅବଦୁଲ କରିମ୍‌, ଥାନାଧିକାରୀ ମଳୟ ନାୟକ ସଦଳବଳ ଚଢ଼ାଉ କରିଥିଲେ।  ଛାନ୍‌ଭିନ୍‌ ବେଳେ ଆଶ୍ରମ ମୁଖ୍ୟଙ୍କୁ ପୋଲିସ ପାଇ ନ ଥିଲେ। ଆଶ୍ରମରେ ଚଢ଼ାଉ ସୂଚନା ପାଇ ବହୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ନେଇଯିବାକୁ ରୁଣ୍ଡ ହୋଇଥିଲେ।

ଆଶ୍ରମ ପଞ୍ଜୀକରଣ ସମ୍ପର୍କରେ ଉପଜିଲାପାଳ ପୀତାମ୍ବର ସାମଲ କୁହନ୍ତି, ଏ କଥା ଶିଶୁ ସୁରକ୍ଷା ବିଭାଗ ଜାଣିଥିବ। ସେ କହିପାରିବେ ନାହିଁ ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ସେହିପରି ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତାଙ୍କ ଫୋନ୍‌ ନଂ. ୯୮୬୧୨୦୯୬୦୩ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଜିଲା ସଦରଠାରୁ ମାତ୍ର ୩ କିମି ଏବଂ ଗୋବିନ୍ଦପୁର ଫାଣ୍ଡିଠାରୁ ମାତ୍ର ୧ କିମି ଦୂର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଗଢ଼ିଉଠିଥିବା ଆଶ୍ରମ ସମ୍ପର୍କରେ ପ୍ରଶାସନ ନିକଟରେ ସୂଚନା ନ ରହିବା ଆଲୋଚନାର ବିଷୟ ହୋଇଛି। ଜିଲା ପ୍ରଶାସନ, ଶିଶୁ ବିଭାଗ ଏବଂ  ପୋଲିସ ମଧ୍ୟରେ ସଲାସୁତରାରେ ଆଶ୍ରମ ଚାଲିଥିବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ ଥାନାଧିକାରୀ କୁହନ୍ତି, ଉଦ୍ଧାର ଶିଶୁଙ୍କୁ ପରିବାର ଜିମା ଦିଆଯାଇଛି। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଆଶ୍ରମ ପରିଚାଳକଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୨୦ା୩: ମହିମାଧର୍ମର ମୌଳିକ ତତ୍ତ୍ୱକୁ ଜନମାନସରେ ପ୍ରଚାର କରିବା ଉଦ୍ଦେଶ୍ୟରେ  କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତର କମଗରାପାଟଣା ମହିମା ଟୁଙ୍ଗିରୁ ବାହାରିଥିବା ମହିମା ବ୍ରହ୍ମଜ୍ୟୋତିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୨୦।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍‌ର ସାଆନ୍ଦା ପଞ୍ଚାୟତ ସାଆନ୍ଦା ହାଟ ପଡ଼ିଆରେ ବୁଧବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  "ହକ୍‌ ମାଗୁଛି ଓଡିଶା"ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଅନୁଗୋଳ ଅଫିସ, ୨୦।୩- ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୨୦ା୩(ଡି.ଏନ.ଏ.)(ସ୍ବ.ପ୍ର.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ଅନୁଗୋଳ ଅଫିସ, ୨୦।୩- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି।

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୨୦।୩- ଢେଙ୍କାନାଳ ସଦର ଥାନା ବାଙ୍ଗୁଆଳ ଗ୍ରାମରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ସଙ୍ଗଠିତ ଘରପୋଡ଼ି ମାମଲାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ନ୍ୟାୟ ଦାବି କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୨୦।୩- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ସୋମବାର ମଧ୍ୟାହ୍ନରେ ୬ଷ୍ଠ ମହିମା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ଚୋରା କାଠ ଚାଲାଣ:ଜିଲାପାଳଙ୍କୁ ଅଭିଯୋଗ କଲା ନାଗରିକ ମଞ୍ଚ

ବଇଣ୍ଡା,୨୦।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ ଥିବା ମଇମୁରା, କେଞ୍ଚୁଆନାଳୀ, ବିପ୍ରଡ଼ିହ, କଂସାବ ଜଙ୍ଗଲରୁ କିଛି ମାସ ହେବ ମୂଲ୍ୟବାନ କାଠ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଶହେ ପେଟି ମଦ ଜବତ, ୨ ଗିରଫ

ଶହେ ପେଟି ମଦ ଜବତ, ୨ ଗିରଫ

ତାଳଚେର,୧୯ା୩(ନି.ପ୍ର.)- କଲିୟାରୀ ପୋଲିସ ସୋମବାର ରାତିରେ ତାଳଚେର ବ୍ଲକ ଡଅଁରା ଗ୍ରାମରୁ ଏକ ଗାଡ଼ି ସହ ଶହେ ପେଟି ବିଦେଶୀ ମଦ ଜବତ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା