ଖେଳ |

ବଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ: ଗମ୍ଭୀର, ଛେତ୍ରୀଙ୍କୁ ପଦ୍ମଶ୍ରୀ ସମ୍ମାନ

ବଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ: ଗମ୍ଭୀର, ଛେତ୍ରୀଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ, ୨୬।୧(ପି.ଟି.)- ୨୦୧୯ ପାଇଁ ଭାରତ ସରକାର ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି। ମହିଳା ପର୍ବତାରୋହୀ ବଛେନ୍ଦ୍ରୀ ପାଲଙ୍କୁ ପଦ୍ମ ଭୂଷଣ, କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଫୁଟବଲର ସୁନୀଲ ଛେତ୍ରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି।  ରେସଲର ବରଜଙ୍ଗ ପୁନିଆଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଚେସ୍‌ ଖେଳାଳି ଦ୍ରୋନାଭାଲି ହାରିକା, ଟେବୁଲ ଟେନିସ ଖେଳାଳି ଶରଥ କମଲ, ତୀରନ୍ଦାଜ ବମ୍ବେଲା ଦେବୀ ଲାଇଶ୍ରମ, କବାଡ଼ି ଖେଳାଳି ଅଜୟ ଠାକୁର ଓ ବାସ୍କେଟବଲ ଖେଳାଳି ପ୍ରଶାନ୍ତି ସିଂଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ୬୪ ବର୍ଷୀୟ ବଛେନ୍ଦ୍ରୀ ପ୍ରଥମ ଭାରତୀୟ ମହିଳା ଭାବେ ୧୯୮୪ରେ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିଥିଲେ। ସରକାର ୯୪ଜଣ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ, ୪ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

All Right Reserved By

ଖେଳ |

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ ଅଧିକାର କରିଛନ୍ତି। ରବିବାର ଫାଇନାଲରେ ସେ ସର୍ବୀୟାର ଦୁସାନ ଲାଜୋଭିଚ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ତାଙ୍କର ପ୍ରଥମ ମାଷ୍ଟର୍ସ ଟ୍ରଫି ହାସଲ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।  ଫଗନିନି ୬ ସ୍ଥାନ ଉପରକୁ ଉଠି ଟପ୍‌ ୧୦ ନିକଟତର ହୋଇଥିବା ବେଳେ ଲାଜୋଭିଚ୍‌ ୨୪ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସର୍ବୀୟାର ନୋଭାକ ଜୋକୋଭିଚ୍‌ (୧୧,୧୬୦ ପଏଣ୍ଟ) ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିବା ସହ  ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନର ରାଫାଲ ନାଡାଲ (୮,୦୮୫) ଙ୍କଠାରୁ ପଏଣ୍ଟ ବ୍ୟବଧାନ ବୃଦ୍ଧି କରିପାରିଛନ୍ତି।  ଗତ ସପ୍ତାହରେ ପ୍ରିନ୍ସିପାଲିଟିଠାରେ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଡାନିଲ ମେଦଭେଦେଭଙ୍କଠାରୁ ପରାଜିତ  ହୋଇଥିଲେ ମଧ୍ୟ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କଠାରୁ ୩୦୦୦ ପଏଣ୍ଟ ଆଗରେ ରହିଛନ୍ତି।

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛି। ଜାମସେଦପୁରଠାରେ ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦଳ ଜାମସେଦପୁର ଫୁଟବଲ ଏକାଡେମୀ (ଜେଏଫସି)କୁ ୨-୧ ଗୋଲରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବଦୁର ରହମନ ଓ ତୁଶାର ବାହାଦୂର ରଣା ଗୋଲ ଦେଇଥିଲେ। ଏହି ଦଳ ସୁପ୍ରସନ୍ନ ନାୟକ, ସୁଶାନ୍ତ ମହାନ୍ତି ଓ ଗୀତାଞ୍ଜଳି ଖୁଣ୍ଟିଆଙ୍କଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ। ଟିମ୍‌ ମ୍ୟାନେଜରଭାବେ ସେଶୁକାନ୍ତ ଛେତ୍ରୀ ଦଳସହ ଯାତ୍ରା କରିଛନ୍ତି। କେଏଫଏ ଏହାର ପରବର୍ତ୍ତୀ ମ୍ୟାଚ ୨୪ରେ ଧାନବାଦ ଫୁଟବଲ ଏକାଡେମୀ (ଡିଏଫଏ) ବିପକ୍ଷରେ ଖେଳିବ। ଏଥିରେ ଭାଗ ନେଇଥିବା ଫାଓ ଏକାଡେମୀ କିନ୍ତୁ ନିଜର ପ୍ରଥମ ମ୍ୟାଚ ହାରି ଯାଇଛି। ଏହି ଦଳ ଧାନବାଦ ଫୁଟବଲ ଏକାଡେମୀଠାରୁ ୦-୩ ଗୋଲରେ ପରାସ୍ତ ହୋଇଛି। ୨୪ ତାରିଖରେ ଫାଓ ଏହାର ପରବର୍ତ୍ତୀ ମ୍ୟାଚରେ ଜାମସେଦପୁର ଏଫସିକୁ ଭେଟିବ।

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ ପ୍ରଥମେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସରେ ପୂର୍ଣ୍ଣିମା ୧୩.୭୯ ସେକେଣ୍ଡ ସମୟ ନେଇ ନିଜ ୧ ନମ୍ବର ହିଟ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। 

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍‌ରେ ୧୧.୨୮ ସେକେଣ୍ଡ ସମୟ ନେଇ ନିଜ ନାମରେ ଥିବା ଜାତୀୟ ରେକର୍ଡରେ ଉନ୍ନତି ଆଣିଥିବା ଦୂତୀ ସୋମବାର ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ ଏହାକୁ ଦ୍ୱିତୀୟଥର ଭାଙ୍ଗିଛନ୍ତି। 

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ କରିଥିଲେ ହେଁ  ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଜିତାଇପାରି ନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୪ ଉଇକେଟ ବିନିମୟରେ ହାସଲ କରିନେଇଛି। ଦଳକୁ ଜିତାଇବାରେ ଉଇକେଟକିପର ରିଷଭ ପନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୩୬ ବଲ୍‌ରେ ୬ ଚୌକା ଓ ୪ ଛକା ସହ ୭୮ ରନ କରି ଅପରାଜିତ ରହିଥିଲେ। 

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ପଦକ ନିଶ୍ଚିତ କଲେ କବିନ୍ଦର, ଅମିତ୍‌

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ପଦକ ନିଶ୍ଚିତ କଲେ କବିନ୍ଦର, ଅମିତ୍‌

ବ୍ୟାଙ୍କକ୍‌, ୨୨।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ସୋମବାର ଭାରତୀୟ ବକ୍ସର କବିନ୍ଦର ସିଂ ବିସ୍ତ କାଜାଖସ୍ତାନର ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ କାଇରାତ୍‌ ୟେରାଲିଏଭଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ୫୬ କିଗ୍ରା ବର୍ଗରେ କବିନ୍ଦର ଏହି ସଫଳତା ପାଇଛନ୍ତି। 

ଖେଳ ଦେଖାଇ ନ ଦେବାରୁ ତେଲୁଗୁ ଟିଭି ଅଭିନେତ୍ରୀଙ୍କ ନାମରେ ଏତଲା

ଖେଳ ଦେଖାଇ ନ ଦେବାରୁ ତେଲୁଗୁ ଟିଭି ଅଭିନେତ୍ରୀଙ୍କ ନାମରେ ଏତଲା

ହାଇଦ୍ରାବାଦ,୨୨।୪-  ସ୍ଥାନୀୟ ରାଜୀବ ଗାନ୍ଧୀ କ୍ରିକେଟ୍‌ ଷ୍ଟାଡିୟମ୍‌ଠାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦର୍ଶକଙ୍କୁ ଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। 

ଦେଶ ପାଇଁ ନୁହେଁ ଆଇପିଏଲ୍‌ରେ ଖେଳିବେ ସାକିବ

ଦେଶ ପାଇଁ ନୁହେଁ ଆଇପିଏଲ୍‌ରେ ଖେଳିବେ ସାକିବ

ହାଇଦ୍ରାବାଦ,୨୨।୪- ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ତ୍ରିରାଷ୍ଟ୍ରୀୟ ସିରିଜ୍‌ ପୂର୍ବରୁ ହେବାକୁ ଥିବା ବାଂଲାଦେଶ ଅଭ୍ୟାସ ଶିବିରରେ ଯୋଗଦେବେ ନାହିଁ। 

ସିଜନ ମଝିରେ ଅଧିନାୟକ ପରିବର୍ତ୍ତନ

ସିଜନ ମଝିରେ ଅଧିନାୟକ ପରିବର୍ତ୍ତନ

ମୁମ୍ବାଇ,୨୨।୪- ନିକଟରେ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଦାୟିତ୍ୱ ଅଜିଙ୍କ୍ୟ ରାହାନେଙ୍କ ବଦଳରେ ଷ୍ଟିଭ ସ୍ମିଥ୍‌ଙ୍କୁ ଦିଆଯାଇଥିଲା।

‘ଧୋନୀ ଅନ୍ତିମ ବଲ ମିସ କରିବେ ଚିନ୍ତା କରିି ନ ଥିଲି’

‘ଧୋନୀ ଅନ୍ତିମ ବଲ ମିସ କରିବେ ଚିନ୍ତା କରିି ନ ଥିଲି’

ବେଙ୍ଗାଲୁରୁ,୨୨।୪(ପିଟି)- ଡାଇରେକ୍ଟ ଥ୍ରୋରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଜିତାଇ ଦେଇଥିବା ପାର୍ଥତ୍ବ ପଟେଲ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ପରେ କହିଛନ୍ତି

ଧୋନୀଙ୍କ ନାମରେ ଡବଲ ରେକର୍ଡ

ଧୋନୀଙ୍କ ନାମରେ ଡବଲ ରେକର୍ଡ

ବେଙ୍ଗାଲୁରୁ,୨୨।୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ  ଏଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଡବଲ ରେକର୍ଡର ଅଧିକାରୀ 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri