ସମ୍ବଲପୁର

୨ ନାବାଳିକାଙ୍କୁ ଅପହରଣ ଉଦ୍ୟମ:ଗାଡ଼ି ଫସିଗଲା, ଖସିଆସିଲେ

୨ ନାବାଳିକାଙ୍କୁ ଅପହରଣ ଉଦ୍ୟମ:ଗାଡ଼ି ଫସିଗଲା, ଖସିଆସିଲେ
କୋଲାବିରା,୨୨।୮(ଡି.ଏନ୍‌.ଏ.):କୋଲାବିରା ଥାନା ଅନ୍ତର୍ଗତ କୁଲିତା ସମାସିଂହା ଗ୍ରାମର ଦୁଇଜଣ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରାଯାଇଛି। ଗାଡ଼ିଟି ନାଳରେ ଫସିଯିବାରୁ ନାବାଳିକା ଦ୍ୱୟ କୌଶଳ କ୍ରମେ ଖସିଆସିଥିବା ଜଣାପଡ଼ିଛି। ସୋମବାର ସକାଳେ ଏକ ବୋଲେରୋ ଗାଡ଼ି ବାହାରେ କାମ କରୁଥିବା କିଛି ଶ୍ରମିକଙ୍କୁ ତରେଇକେଲା ଗ୍ରାମରେ ଛାଡ଼ିଥିଲା। ଶ୍ରମିକଙ୍କୁ ଛାଡ଼ି ବୋଲେରୋଟି ସମ୍ବଲପୁର ଆଡ଼କୁ ଯାଉଥିଲା। ବୋଲେରୋରେ ଡ୍ରାଇଭର ସହ ଅନ୍ୟ ଦୁଇଜଣ ବ୍ୟକ୍ତି ଥିଲେ। ଏତିକିବେଳେ କୁଲିତା ସମାସିଂହା ଗ୍ରାମର ଦୁଇଜଣ ନାବାଳିକା ସାଇକେଲ ଯୋଗେ ନଦୀକୁ ଗାଧୋଇବାକୁ ଯାଉଥିଲେ। ବୋଲେରୋରେ ଥିବା ବ୍ୟକ୍ତି ଦ୍ୱୟ ସାଇକେଲ ସହ ଦୁଇ ନାବାଳିକାଙ୍କୁ ବୋଲେରୋ ଭିତରକୁ ଟାଣିନେଇ ସୋଢ଼ାମାଳ, ଲପଙ୍ଗା ଦେଇ ଦ୍ରୁତଗତିରେ ସମ୍ବଲପୁର ଆଡ଼କୁ ଚାଲି ଯାଇଥିଲେ। ତେବେ ଭୀମଯୋର ନାଳରେ ବୋଲେରୋ ଫସିଯାଇଥିଲା। ଅପହର୍ତ୍ତା ଦ୍ୱୟ ଭୟରେ ଗାଡ଼ି ବାହାର କରିବାକୁ ଉଦ୍ୟମ କରୁଥିବାବେଳେ ଦୁଇ ନାବାଳିକା କୌଶଳ କ୍ରମେ ସେଠାରୁ ଖସି ଆସି କୁଲିତା ସମାହିଂହା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ଏମାନଙ୍କଠାରୁ ସବୁକଥା ଶୁଣି ଗ୍ରାମର କିଛି ଯୁବକ ବାଇକ୍‌ରେ ବୋଲେରୋ ପିଛା କରିଥିଲେ ମଧ୍ୟ ଅପହର୍ତ୍ତାମାନେ ସେଠାରୁ ପଳାଇ ଯାଇଥିଲେ। ନାବାଳିକାଙ୍କ କହିବା ମୁତାବକ ବୋଲେରୋରେ ୩ଜଣ ଯୁବକ ଥିଲେ। ସେମାନେ ମୁହଁରେ କଳା କପଡ଼ା ବାନ୍ଧିଥିଲେ। ତେବେ ଗାଡ଼ିର ନମ୍ବର ସେମାନେ ମନେ ରଖିପାରି ନ ଥିବା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କୋଲାବିରା ଥାନାରେ ଏପର୍ଯ୍ୟନ୍ତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ କୋଲାବିରା ଥାନାଧିକାରୀ ଅଜୟ କୁମାର ଜେନା ତୁରନ୍ତ ଘଟଣାସ୍ଥଲରେ ପହଞ୍ଚି ନାବାଳିକା ଦ୍ୱୟଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି।
All Right Reserved By

ସମ୍ବଲପୁର

ଲୋକଙ୍କୁ ଠକୁଛି ଉଦ୍ୟାନ ବିଭାଗ

ଲୋକଙ୍କୁ ଠକୁଛି ଉଦ୍ୟାନ ବିଭାଗ

ଅତାବିରା, ୧୯।୯ (ଡି.ଏନ.ଏ)- ବରଗଡ ଜିଲାରେ ଉଦ୍ୟାନ ବିଭାଗ ତରଫରୁ ଡାଳିମ୍ବ, ଅମୃତଭଣ୍ଡା, ଆମ୍ବ ଆଦି ଚାଷ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ସଚେତନ କରଛନ୍ତି।

କେନାଲରେ ଭାସିଗଲେ ୩ ବର୍ଷର ପୁଅ

କେନାଲରେ ଭାସିଗଲେ ୩ ବର୍ଷର ପୁଅ

ଅତାବିରା, ୧୯।୯ (ଡି.ଏନ.ଏ)- ବରଗଡ ଜିଲା ଅତାବିରା ଥାନା ତଥା ଗୋଡଭଗା ଫାଣ୍ଡି ଅଧୀନ ଲହଣ୍ଡା ବଲିପଡା ଗ୍ରାମର ସନୁ ମିର୍ଦ୍ଧାଙ୍କ ୩ବର୍ଷର ପୁଅ ଜିତୁ ବୁଧବାର ସକାଳେ ଘର ନିକଟରେ ଥିବା ଲହଣ୍ଡା ମାଇନର୍‌ କେନାଲରେ ଭାସିଯାଇଛନ୍ତି। ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା କରିବାକୁ ନେଇଥିଲେ । ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ। ତେବେ କେନାଲ ହିଡରେ ଘର କରିବା ସନୁଙ୍କ ପାଇଁ କାଳ ହୋଇଛି।

ଆରଏମ୍‌ସିରେ ୮ଶହ ପଦ ଖାଲି

ଆରଏମ୍‌ସିରେ ୮ଶହ ପଦ ଖାଲି

ରାଉରକେଲା ଅଫିସ,୧୯।୯
ମହାନଗର ନିଗମ ରାଉରକେଲା(ଆରଏମସି)ରେ ୮୦୦ଶହରୁ ଊର୍ଦ୍ଧ ବିଭିନ୍ନ ପାହ୍ୟାର ପଦବୀ ଖାଲି ପଡ଼ିଛି। ଏଣୁ ସହରର ବିକାଶ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଉଠାଇଥିବା ଏହି ପ୍ରସଙ୍ଗ ଉପରେ ନଗର ଉନ୍ନୟନ୍ନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି ବିବରଣୀ ଦେଇଛନ୍ତି। ଆରଏମସି ଓ ରାଉରକେଲା ସ୍ମାର୍ଟ ସିଟି ପାଇଁ କେଉଁ ପାହ୍ୟାରେ କେତେ ମଞ୍ଜୁରିପ୍ରାପ୍ତ ପଦ ରହିଛି। ସେଥିରୁ କେତେ ଖାଲି ପଡିଛି ଓ ଆଉ କେତେ ପଦର ଆବଶ୍ୟକ ରହିଛି ସଂକ୍ରାନ୍ତରେ ବିଧାୟକ ରାୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ।

କୁନି ହାତ ଗଢ଼ୁଛି ମୂର୍ତ୍ତି

କୁନି ହାତ ଗଢ଼ୁଛି ମୂର୍ତ୍ତି

ରାଉରକେଲା ଅଫିସ,୧୯।୯
କୁନି ହାତ ଗଢ଼ୁଛି ମୂର୍ତ୍ତି। ମାଟିରେ ବିଭିନ୍ନ ଦେବାଦେବୀ ପ୍ରତିମାକୁ ଗଢ଼ିବା ପରେ ରଙ୍ଗ ତୁଳିର ସ୍ପର୍ଶ ଦେଉଛି। ଏହି କୁନି ମୂର୍ତ୍ତିଶିଳ୍ପୀଜଣକ ହେଲେ ରାଉରକେଲା ମଧୁସୂଦନପାଲ୍ଲୀ ଅଞ୍ଚଳର ଅଶୋକ ବେରାଙ୍କ ୧୧ ବର୍ଷର ପୁଅ ଆୟୁଷ। ୪ର୍ଥ ଶ୍ରେଣୀର ଛାତ୍ର। ଚମତ୍କାର ହେଉଛି, ସେ ଏହି ବିଦ୍ୟା କାହାଠାରୁ ଶିଖିନାହନ୍ତି କି କେହି ତାଙ୍କୁ ପ୍ରେରିତ କରିନାହାନ୍ତି। 

ରେଢ଼ାଖୋଲ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମଦମୁକ୍ତ ଦାବି

ରେଢ଼ାଖୋଲ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମଦମୁକ୍ତ ଦାବି

ରେଢ଼ାଖୋଲ,୧୯।୯(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଦାବିରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନ ଓ ରେଢ଼ାଖୋଲ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ବୁଧବାର ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ବିଶିକେସନ ଦେହୁରିଙ୍କୁ ପ୍ରଦାନ କରାଯାଇଛି।

ସ୍କୁଲ-କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି: ପଦଯାତ୍ରାରେ ଗାଁ ବୁଲି ଲୋକଙ୍କୁ ବୁଝାଇଲେ

ସ୍କୁଲ-କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି: ପଦଯାତ୍ରାରେ ଗାଁ ବୁଲି ଲୋକଙ୍କୁ ବୁଝାଇଲେ

ବୀରମହାରାଜପୁର, ୧୯।୯ (ଡି.ଏନ.ଏ)- ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ଭଳି ୫ଦଫା ଦାବି ନେଇ ବ୍ଲକ ଗ୍ରାଣ୍ଟ ସ୍କଲ-କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି ରହିଛି। ଫଳରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୭ଟି ହାଇସ୍କୁଲ ଏବଂ ଏକମାତ୍ର ଭୁତିଆପାଲି୍‌ସ୍ଥିତ ପରମେଶ୍ୱରୀ କଲେଜରେ ଏବେ ତାଲା ଝୁଲୁଛି । ଫଳରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କର ପାଠପଢ଼ା ବାଧାପ୍ରାପ୍ତ ହୋଇଛି । 

ହାତୀ ମୃତଦେହ ମିଳିଲା, ଲିଙ୍ଗ ନିର୍ଣ୍ଣୟ ନେଇ ଉତ୍ତେଜନା

ହାତୀ ମୃତଦେହ ମିଳିଲା, ଲିଙ୍ଗ ନିର୍ଣ୍ଣୟ ନେଇ ଉତ୍ତେଜନା

ବଲାଙ୍ଗୀର ଅଫିସ/ଦେଓଗାଁ, ୧୯।୯ (ଡି.ଏନ.ଏ.)- ବଲାଙ୍ଗୀର ବନଖଣ୍ଡ ଅଧୀନରେ ଥିବା ଦେଓଗାଁ ବ୍ଳକ୍‌ ଅନ୍ତର୍ଗତ ଉପରଝର ଗାଁ ନିକଟ ଏକ କ୍ଷେତରେ ଗୋଟିଏ ହାତୀର ମୃତଦେହକୁ ବୁଧବାର ସକାଳେ ଠାବ କରାଯାଇଛି। ହେଲେ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ଘଟିଛି ଏହା ସ୍ପଷ୍ଟ ହୋଇନି। ହାତୀ ମୃତଦେହ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିବା ଏକ ଖୁଣ୍ଟ ଢ଼ଳି ପଡିଛି। ଏହାର ଆର୍ଥିଂୱେର ଛିଣ୍ଡି ପଡିଛି। ଏଣୁ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହାତୀଟି ନିଜେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଛି ନ କେହି ବିଦ୍ୟୁତ୍‌ ତାର ଫାଶ ଲଗାଇଥିଲା ତାହା ଜଣାପଡିନାହିଁ। 

ଛେଳିପଲ ଫେରିଲେ, କିନ୍ତୁ ବ୍ରହ୍ମା ଫେରିଲେନି

ଛେଳିପଲ ଫେରିଲେ, କିନ୍ତୁ ବ୍ରହ୍ମା ଫେରିଲେନି

ରେଢାଖୋଲ, ୧୯।୯ (ଡି.ଏନ.ଏ.)-ମଙ୍ଗଳବାର ଘରୁ ଛେଳି ପଲକୁ ଧରି ଜଙ୍ଗଲକୁ ଚରାଇବା ଲାଗି ଯାଇଥିଲେ। ସଞ୍ଜ ନଇଁବାରୁ ଛେଳିପଲ ଘରକୁ ଫେରିଲେ। ଏ ଘଡି ସେ ଘଡି ଅନେଇ ଅନେଇ ଘର ଲୋକେ ରହିଲେ। ହେଲେ ରାତି ୯ଟା ସୁଦ୍ଧା ସେ କିନ୍ତୁ ଘରକୁ ଫେରିଲେନି। ଖୋଜାଖୋଜି କଲେ କିନ୍ତୁ ନିରାଶ ହେବାକୁ ପଡିଲା। ଆଶା ଆଶଙ୍କାରେ ରହିଲେ। ରାତିରେ କାହାକୁ ନିଦ ହେଲାନି। ବୁଧବାର ମୁହଁ ଫର୍ଚ୍ଚା ହେବା ପରେ ଘର ଲୋକେ ଜଙ୍ଗଲକୁ ଗଲେ ଖୋଜିବାକୁ। ହେଲେ ଯାହା ଦେଖିଲେ ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇ ପଡିଥିଲା। ଗୋଟିଏ ମହୁଲ ଗଛକୁ ଲାଗି ସେ ଆଉଜି ହୋଇ ବସିଥିଲେ। ଦେହ କଳା ପଡି ଯାଇଥିଲା। ଗଛ ବି ପୋଡ଼ି ଯାଇଥିଲା। ଏଥିରେ ଆଉ କିଛି ଅବୁଝା ରହିଲାନି। ଘର ଲୋକେ ଜାଣିଗଲେ ଯେ, ବଜ୍ରପାତରେ ସେ ଗଛ ତଳେ ଟଳି ପଡିଛନ୍ତି। ସମ୍ବଲପୁର ଜିଲା ରେଢାଖୋଲ ସହର ୮ ନମ୍ବର ଓ୍ବାର୍ଡ ଅଧୀନ ଲୁକାପାଲିରେ ଏହି ଘଟଣା ଘଟିଛି। ବଜ୍ରପାତ ଯୋଗୁ ଲୁକାପାଲିର ବ୍ରହ୍ମା ପ୍ରଧାନ (୬୨)ନାମକ ଜଣେ ବକ୍ତିଙ୍କ ଜୀବନ ଯାଇଛି।

ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ

ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ

ସୋନପୁର,୧୯।୯(ନି.ପ୍ର.):ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଦୈନନ୍ଦିନ ସଞ୍ଚୟର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଜିଲାସ୍ତରୀୟ ଉଦ୍‌ଘାଟନୀ ଉତ୍ସବ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ କିପରି ନିୟମିତ ପାଠପଢା ସହିତ କିଛି ସଞ୍ଚୟ କରିପାରିବେ, ବ୍ୟାଙ୍କରେ ଜମାଖାତା କରି ପରିଚାଳନା କରିବା ସହ ନିଜର ଆର୍ଥିକ ପରିଚାଳନା ଦକ୍ଷତା ବୃଦ୍ଧି କରିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଛାତ୍ରୀଛାତ୍ରମାନଙ୍କୁ ସ୍ବାବଲମ୍ବୀ, ସୁରକ୍ଷିତ ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଉପରେ ଜିଲାପାଳ ମିଶ୍ର ଗୁରୁତ୍ୱ ଦେଇଥିଲେ। ଜିଲାରେ ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟିତ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଧାନଗଛରେ ରୋଗପୋକଙ୍କ ପ୍ରାଦୁର୍ଭାବ

ଧାନଗଛରେ ରୋଗପୋକଙ୍କ ପ୍ରାଦୁର୍ଭାବ

ଅମରପାଲି/ସୋନପୁର,୧୯।୯(ନି.ପ୍ର./ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁରେ ଧାନ ଗଛରେ ରୋଗପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଧାନ ଗଛରେ କାଣ୍ଡବିନ୍ଧା ପୋକ ଲାଗିବା ଯୋଗୁଁ ଗଛ ତଳୁ ପଚି ମରିଯାଉଛି। ସେହିପରି ପତ୍ରରେ ନଳିପୋକ ଲାଗୁଛନ୍ତି। ଏହି ପୋକ ପତ୍ରଗୁଡିକୁ କାଟି ଖାଇବା ଫଳରେ ଗଛର ପତ୍ର ଧଳା ପଡି ଯାଉଛି। ପ୍ରତିକାର ପାଇଁ ଚାଷୀ ଦୋକାନୀଙ୍କ କଥାରେ କୀଟନାଶକ କିଣି ଜମିରେ ପ୍ରୟୋଗ କରୁଛି। କିନ୍ତୁ ପୋକ ମରୁନାହାନ୍ତି। କୃଷି ବିଭାଗ ପକ୍ଷରୁ କୌଣସି ପରାମର୍ଶ ଦିଆଯାଉନି। କୃଷି ଅଧିକାରୀଙ୍କ ଦେଖା ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି।

ଦୋହରା ମତଦାତାଙ୍କ ନାମ ବାଦ୍‌, ଯୁବ ଭୋଟରଙ୍କୁ ସାମିଲ ଉପରେ ଗୁରୁତ୍ୱ

ଦୋହରା ମତଦାତାଙ୍କ ନାମ ବାଦ୍‌, ଯୁବ ଭୋଟରଙ୍କୁ ସାମିଲ ଉପରେ ଗୁରୁତ୍ୱ

ବୀରମହାରାଜପୁର, ୧୯।୯(ଡି.ଏନ.ଏ):ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଅୟୁକ୍ତଙ୍କ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୧୯ଅଭିଯାନ ଆଗେଇ ଚାଲିଛି। ଏହିକ୍ରମରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସୁବର୍ଣ୍ଣପୁର ଜିଲାର ୩ଟି ବ୍ଲକ ବିନିକା, ଉଲୁଣ୍ଡା ଓ ବୀରମହାରାଜପୁରକୁ ନେଇ ଗଠିତ ଉକ୍ତ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ୨୨୫୮ ଜଣ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ଉଲ୍ଲେଖଥିବା ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ୧୮ରୁ ୧୯ବର୍ଷ ବୟସର ବହୁ ଯୁବ ଭୋଟରଙ୍କ ନାମ ସ୍ଥାନିତ ହୋଇ ପାରି ନ ଥିବାରୁ ସଂଶୋଧିତ ତାଲିକାରେ ସୁଧାର ଆଣିବାକୁ ପ୍ରଶାସନ ଗୁରୁତ୍ୱ ଦେଇଛି।