ରାୟଗଡା

ତିତ୍‌ଲି କ୍ଷତିପୂରଣକୁ ନେଇ ଆର୍‌ଆଇଙ୍କୁ ମାଡ଼

କାଶୀନଗର, ୨୪।୧(ଡି.ଏନ.ଏ.)- ତିତ୍‌ଲି କ୍ଷତିପୂରଣ ଟଙ୍କାକୁ ନେଇ ଗଜପତି ଜିଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତର ରାଜସ୍ବ ନିରୀକ୍ଷକ(ଆର୍‌.ଆଇ) ଗୋବିନ୍ଦ ପାତ୍ରଙ୍କୁ ୩ ଜଣ ବ୍ୟକ୍ତି ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପାତ୍ର କାଶୀନଗର ଥାନାରେ ଏତଲା ଦେଇଛନ୍ତି। ସେହିପରି ଅପରପକ୍ଷରୁ ମଧ୍ୟ ରାଜସ୍ବ ନିରୀକ୍ଷକ ପାତ୍ରଙ୍କ ବିରୋଧରେ ଏକ ଏତଲା ଦିଆଯାଇଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଜାରି ରଖିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ରାଜସ୍ବ ନିରୀକ୍ଷକ ପାତ୍ର ହାଡୁବାଙ୍ଗି ପଞ୍ଚାୟତର ବିସ୍ତଳା ଗ୍ରାମ ଛକରେ ଥିଲେ। ଏହି ସମୟରେ ଖାରଡା ପଞ୍ଚାୟତ ତାଡବା ଗ୍ରାମର ଲୁଡିଆ ମଣ୍ଡଳ, ଏଣ୍ଡ୍ରିୟ ଗମାଙ୍ଗ ଏବଂ ଏଲିୟ ଗମାଙ୍ଗ ସେଠାରେ ପହଞ୍ଚତ୍ ତାଙ୍କୁ ‘ଆମର ତିତ୍‌ଲି ବାତ୍ୟା କ୍ଷତିପୂରଣ ଟଙ୍କା କାହିଁକି କମ୍‌ ମିଳିଛି’ ବୋଲି ପଚାରିବା ସହ ହଠାତ୍‌ ମାଡ ମାରିଥିଲେ। ସେହିପରି ରାଜସ୍ବ ନିରୀକ୍ଷକ ପାତ୍ର ତାଙ୍କୁ ଅସଦ ବ୍ୟବହାର କରିଥିବା ଅପରପକ୍ଷର ଲୁଡିଆ ମଣ୍ଡଳ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କେସ୍‌ ନଂ. ୬/୧୯ ଏବଂ ୭/୧୯ କ୍ରମେ ପୃଥକ ମାମଲା ରୁଜୁ ହୋଇଛି । 

All Right Reserved By

ରାୟଗଡା

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ପାରଳାଖେମୁଣ୍ଡି, ୧୬ା୨(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ରାଜନଅର ସମ୍ମୁଖ ରାସ୍ତା ଉପରେ ଦୀର୍ଘଦିନ ହେଲା ୬ଟି ହ୍ୟୁମ୍‌ ପାଇପ ପଡ଼ିରହିଛି ା ଏହି ପାଇପଗୁଡିକ ଡ୍ରେନ୍‌ ନିର୍ମାଣରେ ବ୍ୟବହାର କରାଯିବା ପାଇଁ ଆସିଥିଲା। ମାତ୍ର ଏପର୍ଯ୍ୟନ୍ତ ସେଗୁଡ଼ିକ କାମରେ ଲାଗିପାରିନାହିଁ।

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ଦଶମନ୍ତପୁର,୧୫।୨(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପେଡିସିଲ ଗ୍ରାମରେ ଜଣେ ୫ ବର୍ଷୀୟ ଶିଶୁ ନିଆଁ ପୋଉଁଥିବା ବେଳେ ପୋଡ଼ିହୋଇଯାଇଛନ୍ତି। ସେ ହେଲେ ସେନାପତି ମୁଦୁଲିଙ୍କ ସାନଝିଅ ସସ୍ମିତା। ସାଙ୍ଗମାନଙ୍କ ସହ ଘରବାରିରେ ନିଆଁ ପୋଉଁଥିବା ବେଳେ ସସ୍ମିତା ଘୋଡ଼ାଇ ହୋଇଥିବା ତଉଲିଆରେ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ପାପଡ଼ାହାଣ୍ଡି,୧୫।୨(ଡି.ଏନ.ଏ.)-ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାଲ ପଞ୍ଚାୟତ ସଦର ମହକୁମାରେ ଶୁକ୍ରବାର ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର କମଳଲୋଚନ ହରିଜନ(୬୦)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି,୧୫।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ର ବିଭିନ୍ନ ସ୍ଥାନରେ  ଅପରାହ୍ନରେ କୁଆପଥର ବର୍ଷା ହୋଇଛି। ସକାଳୁ ପାଗ ନିର୍ମଳ ଥିଲେ ମଧ୍ୟ ମଧ୍ୟାହ୍ନ ପରେ ଆକାଶ ମେଘାଚ୍ଛନ୍ନ ହୋଇ କୁଆପଥର ସହ ବର୍ଷା ହୋଇଥିଲା।

 ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ୨୮ ଯାଏ  କୋର୍ଟବର୍ଜନ ଜାରି

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ୨୮ ଯାଏ କୋର୍ଟବର୍ଜନ ଜାରି

ଜୟପୁର,୧୫।୨(ନି.ପ୍ର.)-ଜୟପୁର ଜିଲା ଓକିଲ  ସଂଘ କାର୍ଯ୍ୟାଳୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଓକିଲଙ୍କ କୋର୍ଟବର୍ଜନ ଆନ୍ଦୋଳନ ଆସନ୍ତା ୨୮ ତାରିଖ ଯାଏ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି । 

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଭିଡ଼

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଭିଡ଼

ଜୟପୁର,୧୫।୨(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁରସ୍ଥିତ କଂଗ୍ରେସ ଭବନରେ ଶୁକ୍ରବାର କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଲମ୍ବାଧାଡ଼ି  ା କୋରାପୁଟ ଲୋକ ନିର୍ବାଚନ ମଣ୍ଡଳୀ ଏବଂ ରାୟଗଡ଼ା ଜିଲାର ୩ ଏବଂ କୋରାପୁଟ ଜିଲାର ୪ଟି ସମୁଦାୟ ୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ନେଇ ଏହି ସ୍କ୍ରିନିଂ କମିଟି ଆଶାୟୀ ପ୍ରାର୍ଥୀ, ଜିଲା, ଜୋନ ଏବଂ ବ୍ଲକ୍‌ ସଭାପତିଙ୍କ ମତାମତ ଗ୍ରହଣ କରିଛନ୍ତି। 

ବିଡ଼ି ଶ୍ରମିକଙ୍କ ପ୍ରାପ୍ୟ ଦେଇ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବିଡ଼ି ଶ୍ରମିକଙ୍କ ପ୍ରାପ୍ୟ ଦେଇ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ମାଲକାନଗିରି, ୧୫।୨ ( ଡି.ଏନ.ଏ.)- ମାଲକାନଗିରି ଜିଲା ପରିଷଦ ସଭାଗୃହରେ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ଦଶରଥ ପଡ଼ିଆମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ମାନସ ମାଡ଼କାମି, ଜିଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ଡି.ଆର.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଉପ ଜିଲାପାଳ ରାମେଶ୍ୱର ପ୍ରଧାନ, ଡି.ଆର.ଡି.ଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର ଯୋଗଦେଇ  ଜିଲାର ବିଡ଼ି ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀଙ୍କୁ ଯେଉଁ ବ୍ୟବସାୟୀ ପ୍ରାପ୍ୟ ଅର୍ଥ ପୈଠ କରିନାହାନ୍ତିି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। 

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ପାପଡ଼ାହାଣ୍ଡି,୧୫।୨(ଡି.ଏନ.ଏ.)-ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାଲ ପଞ୍ଚାୟତ ସଦର ମହକୁମାରେ ଶୁକ୍ରବାର ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର କମଳଲୋଚନ ହରିଜନ(୬୦)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

ଦଶମନ୍ତପୁର,୧୫ା୨(ଡି.ଏନ୍‌.ଏ.)- ସ୍କୁଲକୁ ୫୪ ବର୍ଷ ପୂରିଲାଣି।  ସ୍ଥାପନା ବର୍ଷକୁ ଦେଖିଲେ ପ୍ରାପ୍ତ ବୟସରେ ପହଞ୍ଚିଛି ସ୍କୁଲ। କିନ୍ତୁ ଏବେ ଏଠାରେ ପ୍ରଥମରୁ ପଞ୍ଚମ ଯାଏ ମାତ୍ର ୧୬ଜଣ ପିଲା ନାମ ଲେଖାଇଛନ୍ତି। 

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଜାଳିଲେ ଯାତ୍ରୀବାହୀ ବସ୍‌, କାର୍‌ ସହ ହାଇଓ୍ବା

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଜାଳିଲେ ଯାତ୍ରୀବାହୀ ବସ୍‌, କାର୍‌ ସହ ହାଇଓ୍ବା

ମାଲକାନଗିରି,୧୪।୨(ଡି.ଏନ.ଏ.)-ମାଲକାନଗିରି  ଜିଲା ସୀମାନ୍ତବର୍ତ୍ତୀ ପଡିଆଠାରୁ ୭ କିମି ଦୂର ଜଗଦଲପୁର-ହାଇଦ୍ରାବାଦ ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ଲାଲବାହିନୀ ଲଙ୍କାକାଣ୍ଡ ସୃଷ୍ଟି କରିଛି। ମାଓବାଦୀମାନେ ଯାତ୍ରୀବାହୀ ବସ୍‌, କାର ସହ ଏକ  ହାଇଓ୍ବା ମେଶିନ ପୋଡିଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। 

ନିଆଁଲାଗି  ୩୦ ଏକର ଆଖୁ ଫସଲ ନଷ୍ଟ

ନିଆଁଲାଗି ୩୦ ଏକର ଆଖୁ ଫସଲ ନଷ୍ଟ

ନବରଙ୍ଗପୁର,୧୪।୨(ବି.ପ୍ର.)- ନବରଙ୍ଗପୁର ଜିଲା କୋଷାଗୁମୁଡା  ବ୍ଲକ   ପଣ୍ଡୁଗୁଡା ପଞ୍ଚାୟତ ଅଧିନ ବାଦେପୁର ଗାଁ  ନିକଟରେ ଥିବା  ଆଖୁ କିଆରିରେ ଗୁରୁବାର ନିଅଁାଲାଗି ୩୦ ଏକର  ଫସଲ ଜଳିଯାଇଛି । ଖବର ପାଇ କୋଷାଗୁମୁଡା ବ୍ଲକ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଖୁ ଅମଳ ସମୟରେ ପତ୍ର ଗୁଡିକ ଶୁଖା ପଡିଥିବା ଓ ଖୋଲା ଅଞ୍ଚଳ ହୋଇଥିବାରୁ ତୀବ୍ର ଗତିରେ ଏକରରୁ ଏକରକୁୁ ନିଆଁ  ବ୍ୟାପି ଯାଇଥିଲା। ତେବେ କିପରି ଆଖୁ ଫସଲରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ। 

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼,୧୪ା୨(ଡି.ଏନ୍‌.ଏ.)- କୋରାପୁଟ ଜିଲା କୋଟପାଡ଼ ଉପକାରାଗାରରୁ ଗୁରୁବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ଫେରାର୍‌ ଥିବା କଏଦୀ ନବରଙ୍ଗପୁର ଜିଲା କତେଙ୍ଗା ଅଞ୍ଚଳର ମୋତିସିଂହ ଚାଲାଣ(୫୭)। ସେ ନିଜ ପୁଅ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଉକ୍ତ ଉପକାରଗାରରେ ୧୦ ବର୍ଷ ସଜା କାଟୁଛନ୍ତି। ୨୧ା୯ା୨୦୨୨ରେ ତାଙ୍କର ଜେଲଦଣ୍ଡ ଶେଷ ହେବ।