ରାୟଗଡା

କଲେଜ ଛାତ୍ରଙ୍କ ଆମତ୍ହତ୍ୟା

କଲେଜ ଛାତ୍ରଙ୍କ ଆମତ୍ହତ୍ୟା

ରାଇଘର,୨୪।୧ (ଡି.ଏନ୍‌.ଏ)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ନାକଟିସିମଡା ପଞ୍ଚାୟତ କମକାମାଟି ଗ୍ରାମର ଛାତ୍ର  ରିଙ୍କୁ ଗଣ୍ଡ  ବେକରେ ଗାମୁଛା ବାନ୍ଧି ଆମତ୍ହତ୍ୟା କରିଛନ୍ତି। ସେ ରାଇଘର ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଯୁକ୍ତ ୨ କଳାରେ ପଢୁଥିଲେ।  କମକାମାଟି ଗ୍ରାମର  ଆଇତୁ ଗଣ୍ଡଙ୍କ ପୁଅ ରିଙ୍କୁ ୬ ମାସ ତଳେ ମହାବିଦ୍ୟାଳୟ ନିକଟରେ ଏକ ଘର ଭଡା ନେଇ ୨ ଜଣଙ୍କ ସହ ରହୁଥିଲେ ।  କଲେଜ ଯିବାକୁ ୩ଜଣ ବାହାରି ଥିଲେ। କିଛି ସମୟ ପରେ ରିଙ୍କୁ କଲେଜ ଯିବ ନାହଁି କହି ରହିଯାଇଥିଲେ।ଅନ୍ୟ ଦୁଇ ଜଣ କଲେଜକୁ  ଯାଇଥିଲେ ।  ସାଙ୍ଗମାନେ କଲେଜରୁ ରୁମ୍‌କୁ ଆସି କବାଟ ବାଡେଇଥିଲେ।  ରିଙ୍କୁ କବାଟ ନ ଖୋଲିବାରୁ ଘରର ଫାଙ୍କରେ ରିଙ୍କୁଙ୍କ ଝୁଲନ୍ତା ଶରୀର ଦେଖି ରାଇଘର ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ରାଇଘର ଥାନା ଏସ୍‌ଆଇ ଶଙ୍କର ମାଝି ପହଞ୍ଚି ମୃତଦେହ ଜବତ କରିଥିଲେ । ରିଙ୍କୁ ପକେଟରୁ ୁ ୩ଟି ଚିଠି ବାହାରିଥିବା ଜଣା ପଡିଛି। ରାଇଘର ପୋଲିସ  ଚିଠି ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନାରେ କେସ ନଂ. ୭/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି। 

All Right Reserved By

ରାୟଗଡା

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) - ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। 

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ପାପଡାହାଣ୍ଡି,୧୮।୪(ଡ.ିଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ଯୁବକ ଜଣକ  ହେଉଛନ୍ତି କଚିଆଗୁଡା ଗାଁର ମନ କାତି ।

କୃଷିଭିତ୍ତିକ ପର୍ବ ବିହନ ଛିନା

କୃଷିଭିତ୍ତିକ ପର୍ବ ବିହନ ଛିନା

ଚନ୍ଦାହାଣ୍ଡି, ୧୮ା୪ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ମୋହରା ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ କୃଷିଭିତ୍ତିକ ପର୍ବ ବିହନ ଛିନା ପାଳନ କରାଯାଇଛି । ଏହି ବ୍ଲକରେ ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ଭାବରେ ତିଥି ବାର ଦେଖି ପୂଜାରୀଙ୍କ ନିର୍ଦ୍ଦେଶରେ ବିହନ ଛିନା ଅନୁଷ୍ଠିତ ହୋଇଥାଏ। 

ବିପଦ ଆଶଙ୍କା: ଟ୍ରେନ ଯାଉଛି, ଲେଭଲ କ୍ରସିଂ ଗେଟ ପଡୁନି

କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା କରେ।  ଅଥଚ ଦିନରାତି କେବେ ବି ଗେଟ ପଡେ  ନାହିଁ ।

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ବୈପାରୀଗୁଡ଼ା,୧୮।୪(ଡି.ଏନ୍‌.ଏ.): ମହାଦେବଙ୍କ ଲିଙ୍ଗ ଆକୃତିର ପଣସକୁ ନେଇ ଏବେ ବୈପାରୀଗୁଡ଼ା ଅଞ୍ଚଳରେ ଚର୍ଚ୍ଚା ।

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି  ବିଦ୍ୟୁତ ସଂଯୋଗ

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି। ଏବେ ଖରା ଦିନେ ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା ।  

କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଝରିଗାଁ,୧୭।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ନିଖୋଜ ହେବାର ୮ ଦିନ ପରେ ବୁଧବାର ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। 

ଶ୍ରାଦ୍ଧ  ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଜେଡିର କେହି ନେତା ଓ କର୍ମୀ ଫୁଲମାଳଟିଏ ସୁଦ୍ଧା ପକାଇ ନାହାନ୍ତି। 

ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୧୭।୪(ଡି.ଏନ୍‌.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ  କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ଥିଲା। ବୁଧବାର ଏହି ଘଟଣାର ରାୟ ପ୍ରକାଶ ପାଇଛି। 

ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ଏବେ ବି ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତ ଅଣ୍ଡ୍ରାହାଲ, ପଣସପୁଟ, ଜଡାମ୍ବ, ଗାଜଲମାମୁଡି ଓ ଯନ୍ତ୍ରୀ ଗ୍ରାମର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳ ଏଠାରେ ମାଓବାଦୀଙ୍କ କବ୍‌ଜାରେ ରହିଛି। ଗମନାଗମନ କହିଲେ ଏଠାରେ ୨ଟି ଭଙ୍ଗା ଦଦରା ଲଞ୍ଚକୁ ବୁଝାଏ। ପଣସପୁଟଠାରୁ ପ୍ରତ୍ୟହ ଏହି ଲଞ୍ଚ ୬୦ କିଲୋମିଟର ଦୂର  ଚିତ୍ରକୋଣ୍ଡା ଆସିବାକୁ ୮ ଘଣ୍ଟା  ଲାଗେ। ୧୯୬୬ରେ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ସମୟରେ ସାବେରୀ, ସିଲେରୁ ଓ ଗୁରୁପ୍ରିୟା ମଧ୍ୟରେ ରହି ଯାଇଥିଲା ୭ଟି ପଞ୍ଚାୟତର ୨୨୯ଟି ଗ୍ରାମ।  ଗୋଟିଏ ଗ୍ରାମରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ଲୋକଙ୍କୁ ୬୦ କିଲୋମିଟର ଅତିକ୍ରମ କରିବାକୁ ପଡେ।


Model This Week

କ୍ରିଷ୍ଣା
Why Dharitri