ରାୟଗଡା

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ: ୨ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଲେ

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ:   ୨ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଲେ

ମାଥିଲି,୨୪।୧(ସ୍ବ.ପ୍ର)- ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । ଦୁର୍ଘଟଣାରେ ୨ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ । ପରବର୍ତ୍ତୀ ସମୟରେ ଦୁର୍ଘଟଣା ସ୍ଥଳରେ ପଡିଥିବା ୫୦ ହଜାର ଟଙ୍କା ଗୋଟାଇ ତାଙ୍କୁ ହସ୍ତାନ୍ତର କରିଥିଲେ । ଏପରି ଘଟଣା ଜିଲାରେ ଆଲୋଚନାର ବିଷୟ ହୋଇଛି। ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କୋଷାବାହାଲ ନିକଟ ମୁଖ୍ୟରାସ୍ତାରେ  ବାଇକ୍‌ରେ ଆସୁଥିବାବେଳେ ହଠାତ୍‌ ଆଗଚକା ଫାଟିଯିବାରୁ ୨ ବାଇକ୍‌ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେମାନେ ହେଲେ ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳର ଭି. ଆପାଲ ରାଜୁ (୪୦) ଓ ଡି. ନାଗା ରାଜୁ (୪୫) । ଉଭୟେ ମିଶି ଜୟପୁର ଅଭିମୁଖେ କୌଣସି କାମରେ ୫୦ ହଜାର ଟଙ୍କା ଧରି ଯାଉଥିଲେ । କୋଷାବାହାଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟେ ରାସ୍ତା ଉପରେ ଛିଟିକି ପଡିଥିଲେ। ଧରିଥିବା ଅର୍ଥ ମଧ୍ୟ ରାସ୍ତା ଉପରେ ପଡିଥିଲା। ଏହି ରାସ୍ତା ଦେଇ ଅନ୍ୟ ଜଣେ ରୋଗୀଙ୍କୁ ଧରି ମାଥିଲି ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ।  ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଏ. କ୍ରିଷ୍ଣା ରାଓ ଏବଂ କାର୍ଯ୍ୟରତ ଫାର୍ମାସିଷ୍ଟ ରାମକୃଷ୍ଣ ସ୍ବାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣାରେ ପଡିଥିବା ୨ ବାଇକ୍‌ ଆରୋହୀଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ଏଥିସହ ରାସ୍ତା ଉପରେ ପଡିଥିବା ଟଙ୍କା ଗୋଟାଇ ଆଣିଥିଲେ । ଉଭୟ ଆରୋହୀଙ୍କ ଚେତା ଫେରିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ରାଓ ଏବଂ ଫାର୍ମାସିଷ୍ଟ ସ୍ବାଇଁ ସେମାନଙ୍କ ୫୦ ହଜାର ଟଙ୍କା ଫେରସ୍ତ କରିଥିଲେ । ମାନବିକତା ଦେଖାଇଥିବା ଏହି ୨ କର୍ମଚାରୀଙ୍କ ନିଃସ୍ବାର୍ଥପର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । 

All Right Reserved By

ରାୟଗଡା

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ପାରଳାଖେମୁଣ୍ଡି, ୧୬ା୨(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ରାଜନଅର ସମ୍ମୁଖ ରାସ୍ତା ଉପରେ ଦୀର୍ଘଦିନ ହେଲା ୬ଟି ହ୍ୟୁମ୍‌ ପାଇପ ପଡ଼ିରହିଛି ା ଏହି ପାଇପଗୁଡିକ ଡ୍ରେନ୍‌ ନିର୍ମାଣରେ ବ୍ୟବହାର କରାଯିବା ପାଇଁ ଆସିଥିଲା। ମାତ୍ର ଏପର୍ଯ୍ୟନ୍ତ ସେଗୁଡ଼ିକ କାମରେ ଲାଗିପାରିନାହିଁ।

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ଦଶମନ୍ତପୁର,୧୫।୨(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପେଡିସିଲ ଗ୍ରାମରେ ଜଣେ ୫ ବର୍ଷୀୟ ଶିଶୁ ନିଆଁ ପୋଉଁଥିବା ବେଳେ ପୋଡ଼ିହୋଇଯାଇଛନ୍ତି। ସେ ହେଲେ ସେନାପତି ମୁଦୁଲିଙ୍କ ସାନଝିଅ ସସ୍ମିତା। ସାଙ୍ଗମାନଙ୍କ ସହ ଘରବାରିରେ ନିଆଁ ପୋଉଁଥିବା ବେଳେ ସସ୍ମିତା ଘୋଡ଼ାଇ ହୋଇଥିବା ତଉଲିଆରେ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ପାପଡ଼ାହାଣ୍ଡି,୧୫।୨(ଡି.ଏନ.ଏ.)-ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାଲ ପଞ୍ଚାୟତ ସଦର ମହକୁମାରେ ଶୁକ୍ରବାର ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର କମଳଲୋଚନ ହରିଜନ(୬୦)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି,୧୫।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ର ବିଭିନ୍ନ ସ୍ଥାନରେ  ଅପରାହ୍ନରେ କୁଆପଥର ବର୍ଷା ହୋଇଛି। ସକାଳୁ ପାଗ ନିର୍ମଳ ଥିଲେ ମଧ୍ୟ ମଧ୍ୟାହ୍ନ ପରେ ଆକାଶ ମେଘାଚ୍ଛନ୍ନ ହୋଇ କୁଆପଥର ସହ ବର୍ଷା ହୋଇଥିଲା।

 ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ୨୮ ଯାଏ  କୋର୍ଟବର୍ଜନ ଜାରି

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ୨୮ ଯାଏ କୋର୍ଟବର୍ଜନ ଜାରି

ଜୟପୁର,୧୫।୨(ନି.ପ୍ର.)-ଜୟପୁର ଜିଲା ଓକିଲ  ସଂଘ କାର୍ଯ୍ୟାଳୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଓକିଲଙ୍କ କୋର୍ଟବର୍ଜନ ଆନ୍ଦୋଳନ ଆସନ୍ତା ୨୮ ତାରିଖ ଯାଏ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି । 

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଭିଡ଼

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଭିଡ଼

ଜୟପୁର,୧୫।୨(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁରସ୍ଥିତ କଂଗ୍ରେସ ଭବନରେ ଶୁକ୍ରବାର କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଲମ୍ବାଧାଡ଼ି  ା କୋରାପୁଟ ଲୋକ ନିର୍ବାଚନ ମଣ୍ଡଳୀ ଏବଂ ରାୟଗଡ଼ା ଜିଲାର ୩ ଏବଂ କୋରାପୁଟ ଜିଲାର ୪ଟି ସମୁଦାୟ ୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ନେଇ ଏହି ସ୍କ୍ରିନିଂ କମିଟି ଆଶାୟୀ ପ୍ରାର୍ଥୀ, ଜିଲା, ଜୋନ ଏବଂ ବ୍ଲକ୍‌ ସଭାପତିଙ୍କ ମତାମତ ଗ୍ରହଣ କରିଛନ୍ତି। 

ବିଡ଼ି ଶ୍ରମିକଙ୍କ ପ୍ରାପ୍ୟ ଦେଇ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବିଡ଼ି ଶ୍ରମିକଙ୍କ ପ୍ରାପ୍ୟ ଦେଇ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ମାଲକାନଗିରି, ୧୫।୨ ( ଡି.ଏନ.ଏ.)- ମାଲକାନଗିରି ଜିଲା ପରିଷଦ ସଭାଗୃହରେ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ଦଶରଥ ପଡ଼ିଆମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ମାନସ ମାଡ଼କାମି, ଜିଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ଡି.ଆର.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଉପ ଜିଲାପାଳ ରାମେଶ୍ୱର ପ୍ରଧାନ, ଡି.ଆର.ଡି.ଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର ଯୋଗଦେଇ  ଜିଲାର ବିଡ଼ି ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀଙ୍କୁ ଯେଉଁ ବ୍ୟବସାୟୀ ପ୍ରାପ୍ୟ ଅର୍ଥ ପୈଠ କରିନାହାନ୍ତିି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। 

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ପାପଡ଼ାହାଣ୍ଡି,୧୫।୨(ଡି.ଏନ.ଏ.)-ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାଲ ପଞ୍ଚାୟତ ସଦର ମହକୁମାରେ ଶୁକ୍ରବାର ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର କମଳଲୋଚନ ହରିଜନ(୬୦)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

ଦଶମନ୍ତପୁର,୧୫ା୨(ଡି.ଏନ୍‌.ଏ.)- ସ୍କୁଲକୁ ୫୪ ବର୍ଷ ପୂରିଲାଣି।  ସ୍ଥାପନା ବର୍ଷକୁ ଦେଖିଲେ ପ୍ରାପ୍ତ ବୟସରେ ପହଞ୍ଚିଛି ସ୍କୁଲ। କିନ୍ତୁ ଏବେ ଏଠାରେ ପ୍ରଥମରୁ ପଞ୍ଚମ ଯାଏ ମାତ୍ର ୧୬ଜଣ ପିଲା ନାମ ଲେଖାଇଛନ୍ତି। 

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଜାଳିଲେ ଯାତ୍ରୀବାହୀ ବସ୍‌, କାର୍‌ ସହ ହାଇଓ୍ବା

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଜାଳିଲେ ଯାତ୍ରୀବାହୀ ବସ୍‌, କାର୍‌ ସହ ହାଇଓ୍ବା

ମାଲକାନଗିରି,୧୪।୨(ଡି.ଏନ.ଏ.)-ମାଲକାନଗିରି  ଜିଲା ସୀମାନ୍ତବର୍ତ୍ତୀ ପଡିଆଠାରୁ ୭ କିମି ଦୂର ଜଗଦଲପୁର-ହାଇଦ୍ରାବାଦ ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ଲାଲବାହିନୀ ଲଙ୍କାକାଣ୍ଡ ସୃଷ୍ଟି କରିଛି। ମାଓବାଦୀମାନେ ଯାତ୍ରୀବାହୀ ବସ୍‌, କାର ସହ ଏକ  ହାଇଓ୍ବା ମେଶିନ ପୋଡିଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। 

ନିଆଁଲାଗି  ୩୦ ଏକର ଆଖୁ ଫସଲ ନଷ୍ଟ

ନିଆଁଲାଗି ୩୦ ଏକର ଆଖୁ ଫସଲ ନଷ୍ଟ

ନବରଙ୍ଗପୁର,୧୪।୨(ବି.ପ୍ର.)- ନବରଙ୍ଗପୁର ଜିଲା କୋଷାଗୁମୁଡା  ବ୍ଲକ   ପଣ୍ଡୁଗୁଡା ପଞ୍ଚାୟତ ଅଧିନ ବାଦେପୁର ଗାଁ  ନିକଟରେ ଥିବା  ଆଖୁ କିଆରିରେ ଗୁରୁବାର ନିଅଁାଲାଗି ୩୦ ଏକର  ଫସଲ ଜଳିଯାଇଛି । ଖବର ପାଇ କୋଷାଗୁମୁଡା ବ୍ଲକ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଖୁ ଅମଳ ସମୟରେ ପତ୍ର ଗୁଡିକ ଶୁଖା ପଡିଥିବା ଓ ଖୋଲା ଅଞ୍ଚଳ ହୋଇଥିବାରୁ ତୀବ୍ର ଗତିରେ ଏକରରୁ ଏକରକୁୁ ନିଆଁ  ବ୍ୟାପି ଯାଇଥିଲା। ତେବେ କିପରି ଆଖୁ ଫସଲରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ। 

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼,୧୪ା୨(ଡି.ଏନ୍‌.ଏ.)- କୋରାପୁଟ ଜିଲା କୋଟପାଡ଼ ଉପକାରାଗାରରୁ ଗୁରୁବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ଫେରାର୍‌ ଥିବା କଏଦୀ ନବରଙ୍ଗପୁର ଜିଲା କତେଙ୍ଗା ଅଞ୍ଚଳର ମୋତିସିଂହ ଚାଲାଣ(୫୭)। ସେ ନିଜ ପୁଅ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଉକ୍ତ ଉପକାରଗାରରେ ୧୦ ବର୍ଷ ସଜା କାଟୁଛନ୍ତି। ୨୧ା୯ା୨୦୨୨ରେ ତାଙ୍କର ଜେଲଦଣ୍ଡ ଶେଷ ହେବ।