ଖେଳ |

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଜାକାର୍ତ୍ତା(ଇଣ୍ଡୋନେସିଆ),୨୪।୧(ପି.ଟି.)- ଷ୍ଟାର ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍‌ ସିନ୍ଧୁ ଘରୋଇ ଫେଭରାଇଟ୍‌ ଜର୍ଜିଆ ମାସିସ୍କା ତୁଞ୍ଜୁଙ୍ଗଙ୍କୁ ୨୩-୨୧, ୨୧-୭ ଗେମ୍‌ରେ ହରାଇ ଦେଇଛନ୍ତି। ଏହି ବିଜୟ ଲାଗି ସିନ୍ଧୁଙ୍କୁ ୩୭ ମିନିଟ୍‌ ଲାଗିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଚାମ୍ପିୟନଶିପ, ଏସିଆନ୍‌ ଗେମ୍ସ ରୌପ୍ୟ ପଦକଧାରୀ ସିନ୍ଧୁ ସେମିଫାଇନାଲ ସ୍ପଟ୍‌ ପାଇଁ ସ୍ପେନର କାରୋଲିନା ମାରିନଙ୍କ ସହ ଲଢ଼େଇ କରିବେ। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ଖେଳାଳି ୮ମ ସିଡ୍‌ ଶ୍ରୀକାନ୍ତ ୨୧-୧୪, ୨୧-୯ ଗେମ୍‌ରେ ଜାପାନର ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକଧାରୀ କେଣ୍ଟୋ ନିଶିମୋଟୋଙ୍କୁ ପରାସ୍ତ କରିଛନ୍ତି। ସେ ଏହି ବିଜୟ ସହ ନିଶିମୋଟାଙ୍କଠାରୁ ଗତ ମାଲେସିଆ ମାଷ୍ଟର୍ସରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଶ୍ରୀକାନ୍ତଙ୍କ ପ୍ରତିପକ୍ଷ ଖେଳାଳି ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ନାହାନ୍ତି।

All Right Reserved By

ଖେଳ |

ଝାଡ଼ଖଣ୍ଡର ଯୁବା ସଂଗଠନକୁ ଲୌରିୟସ କ୍ରୀଡ଼ା ପୁରସ୍କାର

ଝାଡ଼ଖଣ୍ଡର ଯୁବା ସଂଗଠନକୁ ଲୌରିୟସ କ୍ରୀଡ଼ା ପୁରସ୍କାର

ମୋନାକୋ, ୧୯।୨- ବିଶ୍ୱର ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିବା ‘ଯୁବା’ ସଂଗଠନ ୨୦୧୯ ବର୍ଷ ଲାଗି ‘ଲୌରିୟସ ସ୍ପୋଟର୍‌ସ ଫର୍‌ ଗୁଡ୍‌ ଆଓ୍ବାର୍ଡ’ ହାସଲ କରିଛି। 

ଜୋକୋଭିଚ୍‌ଙ୍କୁ ୪ର୍ଥ ଲୌରିୟସ କ୍ରୀଡ଼ା ସମ୍ମାନ

ଜୋକୋଭିଚ୍‌ଙ୍କୁ ୪ର୍ଥ ଲୌରିୟସ କ୍ରୀଡ଼ା ସମ୍ମାନ

ମୋନାକୋ, ୧୯।୨(ପି.ଟି.)- ଟେନିସ ଷ୍ଟାର୍‌ ନୋଭାକ ଜୋକୋଭିଚ୍‌, ଜିମ୍ନାଷ୍ଟ ସିମୋନ ବାଇଲ୍ସ, ଲିଜେଣ୍ଡ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଓ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫୁଟ୍‌ବଲ ଟିମ୍‌ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଜିତିଛନ୍ତି। 

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ପ୍ରେମ ଶାଶ୍ୱତ, ଚିରନ୍ତନ। ଦୁଇ ମନର ମିଳନ ହିଁ ପ୍ରେମକୁ ସାକାର କରେ। କୌଣସି କାରଣରୁ କିଛି ପ୍ରେମୀଯୁଗଳଙ୍କର ସମ୍ପର୍କ ତୁଟିଛି, ବିବାହ ବିଚ୍ଛେଦ ହୋଇଛି। ତଥାପି ଅଧିକାଂଶ ସେମାନଙ୍କ ଭଲପାଇବାକୁ ବଜାୟ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମିତି କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ  :ଫାଇନାଲରେ ଜରୀନ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ :ଫାଇନାଲରେ ଜରୀନ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲଗେରିଆର ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ପୂର୍ବତନ ଜୁନିୟର ମହିଳା ବିଶ୍ୱ ଚାମ୍ପିୟନ ନିଖାତ ଜରୀନ ୫୧ କେ.ଜି. ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି। ଜରୀନଙ୍କ ସମେତ ଆଉ ଦୁଇ ଭାରତୀୟ ମହିଳା ବକ୍ସର ମଧ୍ୟ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ଦୁଇଥର ଜାତୀୟ ଚାମ୍ପିୟନଶିପ୍‌ ହାସଲ କରିଥିବା ଜରୀନ ସେମିରେ ପୋଲାଣ୍ଡର ସାଣ୍ଡ୍ରା ଡ୍ରାବିକ୍‌ଙ୍କୁ ୩-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ। 

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ପୁରୁଣା ଭୁବନେଶ୍ୱର, ୧୯।୨(ସ୍ପୋଟର୍‌ସ ବ୍ୟୁରୋ)- ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଜଟଣୀର ଫ୍ରେଣ୍ଡ୍ସ ପାରାଡାଇଜ୍‌ କ୍ଲବ୍‌  ଓ ଶବର ସ୍ପୋର୍ଟିଂ ମୁହଁାମୁହିଁ ହେବେ। 

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏକାଧିକ କ୍ରୀଡ଼ାର ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମ କେନ୍ଦ୍ରବିନ୍ଦୁ ପାଲଟି ସାରିଥିବାବେଳେ ଏବେ ଏଠାରେ ଉପଲବ୍ଧ ହୋଇଛି ବିଶ୍ୱସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର(ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର)।  

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ହାଇପରଫରମାନ୍ସ ଟ୍ରେନିଂ ଏବଂ ରିହାବ ସେଣ୍ଟର ଉପଲବ୍ଧ ହୋଇଥିବାରୁ ମଁୁମୁଁ ବହୁତ ଖୁସି। ଆଗାମୀ ୪-୫ ବର୍ଷରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ। 

ନବ ଦାସ ମେମୋରିଆଲ ଟି୨୦  ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ନବ ଦାସ ମେମୋରିଆଲ ଟି୨୦ ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଜେବି କଲେଜ ଗ୍ରାଉଣ୍ଡରେ ଚାଲିଥିବା ୨ୟ ନବ ଦାସ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ଓ ବିହାରିଲାଲ ଫାଇଟର୍ସ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ପାରାମାଉଣ୍ଟ ୮୧ ରନରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ୨୦ ଓଭରରେ ୪ ଉଇକେଟ ହରାଇ ୨୦୯ ରନ କରିଥିଲା। 

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

ନୂଆଦିଲ୍ଲୀ, ୧୯ା୨ (ପି.ଟି.)- ଗତଥରର ଆଇ-ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ଏଫ୍‌ସି ଦିଲ୍ଲୀ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ସେମାନଙ୍କ ଆଇ-ଲିଗ୍‌ ମ୍ୟାଚ ଅନ୍ୟତ୍ର ଆୟୋଜନ କରିବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ରାଜି ନ ହେବାରୁ ଫୁଟ୍‌ବଲ କ୍ଲବ ତରଫରୁ  ଏହି ପଦକ୍ଷେପ ନିଆଯାଇଛି।  ମିନର୍ଭା ପଞ୍ଜାବ ଟିମ୍‌ କହିଛି ଆମେ ଯେଉଁ ଭଳି ସୁରକ୍ଷା ପ୍ରତିଶ୍ରୁତି ଚାହୁଁଥିଲୁ ତାହା ନ ମିଳିବାରୁ  ମ୍ୟାଚ ଖେଳିବା ଲାଗି ଆମେ ଜମ୍ମୁ କଶ୍ମୀର ରାଜଧାନୀକୁ ଗସ୍ତ କରି ନାହୁଁ।

ଭାରତ, ଇଂଲଣ୍ଡ ଫେଭରାଇଟ୍‌

ଭାରତ, ଇଂଲଣ୍ଡ ଫେଭରାଇଟ୍‌

ବମ୍ବେ, ୧୯ା୨ (ପି.ଟି.)-ମେ ୩୦ରୁ ଆରମ୍ଭ ହେବାକୁଥିବା ଆଇସିସି ବିଶ୍ୱକପ୍‌ ପାଇଁ ଭାରତ ଓ ଆୟୋଜକ ଇଂଲଣ୍ଡ ହେଉଛନ୍ତି ମୁଖ୍ୟ ଦାବିଦାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ହର୍ଶେଲ ଗିବ୍ସ ମତବ୍ୟକ୍ତ କରିଛନ୍ତି। 

ଦନଞ୍ଜୟଙ୍କୁ ବୋଲିଂ ପାଇଁ ଅନୁମତି

ଦନଞ୍ଜୟଙ୍କୁ ବୋଲିଂ ପାଇଁ ଅନୁମତି

ନୂଆଦିଲ୍ଲୀ, ୧୯ା୨ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ(ଆଇସିସି) ସୋମବାର ଶ୍ରୀଲଙ୍କା ସ୍ପିନ ବୋଲର ଆକିଲା ଦନଞ୍ଜୟଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ ପାଇଁ ଅନୁମତି ଦେଇଛି। 

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା

ଦୁବାଇ, ୧୯।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର ପ୍ରକାଶିତ ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଷ୍ଟାର୍‌ ଓପନର୍‌ ସ୍ମୃତି ମନ୍ଧାନା ବ୍ୟାଟିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୨୨ ବର୍ଷୀୟା ମନ୍ଧାନା ୭୭୪ ପଏଣ୍ଟ ସହ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦୁଇ ଖେଳାଳି ଏଲିସ ପେରୀ ଓ ମେଗ୍‌ ଲାନ୍ନିଂ ଏହି ତାଲିକାରେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି। ସେହିଭଳି ଭେଟେରାନ ଭାରତୀୟ କ୍ରିକେଟର ମିଥାଲି ରାଜ ତାଲିକାରେ ନ୍ୟୁଜିଲାଣ୍ଡର ଆମି ସେଟ୍ଟରଓ୍ବେଟ୍‌ଙ୍କ ପଛକୁ ୫ମ ସ୍ଥାନ ପାଇଛନ୍ତି। ଟପ୍‌-୨୦’ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଭାରତୀୟ ମହିଳା କ୍ରିକେଟର ହେଲେ ଦୀପ୍ତି ଶର୍ମା ଓ ହରମନପ୍ରୀତ୍‌ କୌର। ଦୀପ୍ତି ଏକାଥରରେ ୧୭ଟି ପାହାଚ ଲମ୍ଫ ପ୍ରଦାନ କରି ସପ୍ତଦଶ ସ୍ଥାନରେ ରହିଥିବାବେଳେ ଟି୨୦ ଅଧିନାୟିକା ହର୍‌ମନପ୍ରୀତ୍‌ଙ୍କୁ ୧୯ତମ ସ୍ଥାନ ହାସଲ କରିଛନ୍ତି। ନିକଟରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆଇସିସି ଓମେନ୍ସ ଚାମ୍ପିୟନଶିପ୍‌ରେ ନିଜ ନିଜ ସିରିଜ ଜିତିଥିବାରୁ ଏହାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।