ବାଲେଶ୍ୱର

ଟ୍ରେନ୍‌ରେ କଟି ଯୁବକ ମୃତ

ଟ୍ରେନ୍‌ରେ କଟି ଯୁବକ ମୃତ

ବାହାନଗା, ୨୪।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ବେଗୁନିଆ ଗ୍ରାମର ଜଣେ ବିବାହିତ ଯୁବକ ଗୁରୁବାର ସକାଳ ସାଢ଼େ ୯ଟାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗ୍ରାମର ୫ ନମ୍ବର ୱାର୍ଡର କାଶିଆ ବେହେରା(୩୩)। ପ୍ରକାଶ ଯେ, କାଶିଆ ନିକଟସ୍ଥ ଟ୍ରେନ ଲାଇନ ନିକଟକୁ ଯାଇଥିଲେ। ସେହି ସମୟରେ ଡାଉନ୍‌ଲାଇନରେ ଆସୁଥିବା ଶତାବ୍ଦୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜିଆର୍‌ପିଏଫ ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜିଆର୍‌ପିଏଫ୍‌  ଇନ୍ସପେକ୍ଟର ଇନ୍ଦୁମତୀ ଶୁକ୍ଳା, ଏସ୍‌ଆଇ ପି. କେ. ନାୟକ, ଆର୍‌ପିଏଫ୍‌ ଏଏସ୍‌ଆଇପି ଲାକ୍ରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

All Right Reserved By

ବାଲେଶ୍ୱର

ପାଣି ପାଇପ୍‌ ଚୋରି ଘଟଣା: ଜଣେ ଗିରଫ

ଯୋଡ଼ା, ୧୮।୪(ଡି.ଏନ.ଏ.)-ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦାମପୁର ଗ୍ରାମରେ ଗତ ୧୫ ତାରିଖ ସୋମବାର ଭୋର ସମୟରେ ଗ୍ରାମୀଣ ଜଳ ଯୋଗାଣ ସଂସ୍ଥା ଦ୍ୱାରା ପାଣି ଯୋଗାଣ ପାଇଁ ରଖାଯାଇଥିବା ପାଇପଗୁଡିକୁ ଚୋରି ଉଦ୍ୟମ କରୁଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି।  

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୮।୪-ବିହାର ମୁଜାଫରପୁରଠାରେ ଅନୁଷ୍ଠିତ ୨ୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶାର ବାଲେଶ୍ୱର ଜିଲା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ ହୋଇଛି।

ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ

ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ

ଭୋଗରାଇ, ୧୮।୪(ଡି.ଏନ.ଏ.)-ଭାଜପା ଓ ବିଜେଡିକୁ ଆସନ୍ତା ନିର୍ବାଚନରେ ପରାସ୍ତ କରି କେନ୍ଦ୍ର ଓ ରାଜ୍ୟରେ ଏକ ଧର୍ମନିରପେକ୍ଷ ସରକାର ଗଠନ ଲାଗି ଭୋଗରାଇ ବିଧାନସଭା କ୍ଷେତ୍ରର ସିପିଏମ୍‌ ଶାଖା ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l

ବିଲଣାରେ ବିଜେଡିର କର୍ମୀ ସମ୍ମିଳନୀ

ବିଲଣାରେ ବିଜେଡିର କର୍ମୀ ସମ୍ମିଳନୀ

ତିହିଡି,୧୮।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ତଳୀ ଅଧୀନ ବିଲଣା ପଞ୍ଚାୟତରେ ଗୁରୁବାର ପୂର୍ବାହ୍ନରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି କେନ୍ଦୁଝରରେ ଭାଜପାର ଷ୍ଟାର ପ୍ରଚାର: ବାବୁସାନଙ୍କ ବଦଳରେ ଶ୍ରୀତମଙ୍କ ରୋଡ୍‌ ଶୋ’

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି କେନ୍ଦୁଝରରେ ଭାଜପାର ଷ୍ଟାର ପ୍ରଚାର: ବାବୁସାନଙ୍କ ବଦଳରେ ଶ୍ରୀତମଙ୍କ ରୋଡ୍‌ ଶୋ’

କେନ୍ଦୁଝର,୧୮।୪(ସ୍ବ.ପ୍ର.): ଆସନ୍ତା ୨୩ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ କେନ୍ଦୁଝର ସହରରେ ଭାଜପାର ଷ୍ଟାର ପ୍ରଚାରକ ଶ୍ରୀତମ ଦାସଙ୍କ ରୋଡ ଶୋ’ ଗୁରୁବାର ଅନୁଷ୍ଠିତ ହୋଇଛିି।

ରାଣୀପୁରରେ ଜଣ୍ଡିସ ଆତଙ୍କ

ରାଣୀପୁରରେ ଜଣ୍ଡିସ ଆତଙ୍କ

ବନ୍ତ,୧୮ା୪(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ରାଣୀପୁର ଗ୍ରାମରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ମେଡିକାଲ ଟିମ ଗୁରୁବାର ପହଞ୍ଚି ଚିକିତ୍ସା ଆରମ୍ଭ କରିଛି। 

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିତିଆ ପଞ୍ଚାୟତର ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଛି l ନାବାଳିକାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲେ ଅଭିଯୁକ୍ତ।

ବିଭିନ୍ନ ଦାବି ନେଇ ବଡ଼ଶାଳ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ବିଭିନ୍ନ ଦାବି ନେଇ ବଡ଼ଶାଳ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

କପ୍ତିପଦା,୧୮।୪(ଡି.ଏନ.ଏ): କପ୍ତିପଦା ବ୍ଲକ ଅଧିନ ଲାବଣ୍ୟଦେଇପୁର ପଞ୍ଚାୟତର ବଡ଼ଶାଳ ଗଁ।ର ଆଗାମୀ ନିର୍ବାଚନ ଅର୍ଥାତ୍‌ ଏପ୍ରିଲ ୨୯ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗଁ।ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

କେନ୍ଦୁଝର, ୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ ବୁଧବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ କୁଆପଥର ମାଡ଼ ହୋଇଥିଲା। ବ୍ୟାପକ ଫସଲ ନଷ୍ଟ ହୋଇଛି।

ବିଦ୍ୟାଳୟରେ ଦୈତାରିଙ୍କୁ ସମ୍ବର୍ଦ୍ଧନା

ବିଦ୍ୟାଳୟରେ ଦୈତାରିଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର, ୧୮ା୪(ସ୍ବ.ପ୍ର.): ପଦ୍ମଶ୍ରୀ  ଦୈତାରୀ ନାଏକଙ୍କୁ ସଦର ବ୍ଲକ ଅନ୍ତର୍ଗତ ବନାଯୋଡ଼ିସ୍ଥିତ ଆନନ୍ଦାଶ୍ରମ ଓ ସାଇଆନନ୍ଦ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି। 


Model This Week

କ୍ରିଷ୍ଣା
Why Dharitri