ଖେଳ |

ଭାରତକୁ ଜିତାଇଲେ ମନ୍ଧାନା

 ଭାରତକୁ ଜିତାଇଲେ ମନ୍ଧାନା

ନାପିଏର,୨୪।୧- ପୁରୁଷ ଦଳ ଭଳି ଭାରତୀୟ ମହିଳା ମ୍ୟାକଲିନ ପାର୍କଠାରେ ସହଜ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଛି। ଭାରତୀୟ ସ୍ପିନରଙ୍କ ଭଲପ୍ରଦର୍ଶନ ଯୋଗୁ ନ୍ୟୁଜିଲାଣ୍ଡ ୧୯୨ ରନ୍‌ ସୀମିତ ରହିଥିଲା। ଜବାବରେ ସ୍ମ୍ରିତି ମନ୍ଧାନାଙ୍କ ଶତକ ଓ ଜେମିମା ରୋଡ୍ରିଗୁଏଜଙ୍କ ୮୧ ରନ୍‌ର ଅପରାଜିତ ଇନିଂସ ଯୋଗୁ ଭାରତ ୧୭ ଓଭର ପୂର୍ବରୁ ଗୋଟିଏ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଛି। ଏହି ବିଜୟ ସହ ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ଡବ୍ଲ୍ୟୁ. ଭି. ରମଣ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଭାରତୀୟ ଦଳର ପ୍ରଥମ ବିଜୟ। 

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳର ଉପରକ୍ରମର ବ୍ୟାଟ୍ସଓ୍ବିମେନମାନେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସୁଜି ବାଟେ ୩୬, ଅଧିନାୟିକା ଆମି ସାଟରଥଓ୍ବେଟ ୩୧, ସୋଫି ଡେଭିନ ୨୮ ଓ ଆମେଲିଆ କେର ୨୮ ରନ୍‌ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଦଳ ୪୮.୪ ଓଭରରେ ୧୯୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଭ୍ରମଣକାରୀ ବୋଲରଙ୍କ ମଧ୍ୟରେ ଇକ୍ତା ବିଷ୍ଟ ଓ ପୁନମ ଯାଦବ ୩ ଲେଖାଏ ଉଇକେଟ ନେଇଥିବାବେଳେ ଦୀପ୍ତି ଶର୍ମା ୨ ଉଇକେଟ ହାସଲ କରିଥିଲେ। ଜବାବରେ ମନ୍ଧାନା ଓ ରୋଡ୍ରିଗୁଏଜ ପ୍ରଥମ ଉଇକେଟ ପାଇଁ ୧୯୦ ରନ୍‌ର ଭାଗୀଦାରି କରି ଭାରତୀୟ ଦଳର ବିଜୟ ନିଶ୍ଚିତ କରିଥିଲେ। କ୍ୟାରିୟରର ୪ର୍ଥ ଶତକ ପୂରଣ କରିସାରିଥିବା ମନ୍ଧାନା (୧୦୫) ଏକମାତ୍ର ଭାରତୀୟ ବ୍ୟାଟ୍ସଓ୍ବିମେନ ଭାବେ ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୩ ଛକା ଓ ୯ ଚୌକା ସାମିଲ ଥିଲା। ଏହାପରେ ଅନ୍ୟତମ ଓପନର ରୋଡ୍ରିଗୁଏଜ ଦଳକୁ ବିଜୟୀ କରାଇଥିଲେ। ସେ ୯ ଚୌକା ସହାୟତାରେ ୮୧ ରନ୍‌ କରି ଅପରାଜିତ ଥିଲେ। ମ୍ୟାଚ୍‌ରେ ଶତକ ହାସଲ କରିଥିବା ମନ୍ଧାନାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

All Right Reserved By

ଖେଳ |

ମୁମ୍ବାଇ ୪୦ ରନରେ ବିଜୟୀ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। 

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।  

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

କଟକ ଅଫିସ,୧୯ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଗୁରୁବାର ସୁଦ୍ଧା ଟୁର୍ନାମେଣ୍ଟର ୪ ରାଉଣ୍ଡ ଖେଳ ଶେଷ ହୋଇଛି ।

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି। ଏବେ ତାଙ୍କ ସମୟ ଆସିଛି। କୌଣସି ସମାଲୋଚନାକୁ ଖାତିର ନ କରି ସେ ଧୋନୀଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। 

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

କେପ୍‌ ଟାଉନ୍‌, ୧୯।୪- ଆଗାମୀ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି। 

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ପାକିସ୍ତାନ ଦଳ ଘୋଷିତ ହୋଇଛି। 

କର ବା ମର ସ୍ଥିତିରେ ବାଙ୍ଗାଲୋର

କର ବା ମର ସ୍ଥିତିରେ ବାଙ୍ଗାଲୋର

କୋଲକାତା,୧୯।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୫ତମ ମୁକାବିଲାରେ ଶୁକ୍ରବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। 

ସନ୍ତୋଷ ଟ୍ରଫି:   ପଞ୍ଜାବ-ଗୋଆ, ସର୍ଭିସେସ୍‌-କର୍ନାଟକ ସେମିଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ଗୋଆ, ସର୍ଭିସେସ୍‌-କର୍ନାଟକ ସେମିଫାଇନାଲ

ଲୁଧିଆନା, ୧୮ା୪- (ପି.ଟି.)-ସନ୍ତୋଷ ଟ୍ରଫି ଫୁଟ୍‌ବଲ ଟୁର୍ନାମେଣ୍ଟରେ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଏହି ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ ଗୋଆ ସହିତ ମୁକାବିଲା କରିବାକୁ ଥିବାବେଳେ ସର୍ଭିସେସ୍‌କୁ କର୍ନାଟକ ଭେଟିବ। ସୂଚନାଯୋଗ୍ୟ, ଜୋନାଲ କ୍ୱାଲିଫାୟର୍ସ ପରେ ୧୦ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସର୍ଭିସେସ, ଗୋଆ, ଦିଲ୍ଲୀ ମେଘାଳୟ ଏବଂ ଓଡ଼ିଶା ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବାବେଳେ  କର୍ନାଟକ, ମହାରାଷ୍ଟ୍ର, ଆସାମ, ସିକ୍କିମ ଏବଂ ଘରୋଇ ଦଳ ପଞ୍ଜାବ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିଲେ।

 ରୋସୋଙ୍କୁ ଆଇସିସିର ଶ୍ରଦ୍ଧାଞ୍ଜଳି

ରୋସୋଙ୍କୁ ଆଇସିସିର ଶ୍ରଦ୍ଧାଞ୍ଜଳି

ଦୁବାଇ, ୧୮ା୪ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ପ୍ୟାଟ୍ରିକ୍‌ ରୋସୋଙ୍କ ପରଲୋକରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିିସି) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ରୋସୋଙ୍କୁ ୮୫ ବର୍ଷ ହୋଇଥିଲା। ସେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ୟାରବିୟନ କ୍ରିକେଟ ମୁଖ୍ୟ ଥିଲେ। ସେ ଆଇସିସି ବୋର୍ଡର ମଧ୍ୟ ଜଣେ ସଦସ୍ୟ ଥିଲେ। 

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୮।୪-ବିହାର ମୁଜାଫରପୁରଠାରେ ଅନୁଷ୍ଠିତ ୨ୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶାର ବାଲେଶ୍ୱର ଜିଲା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ ହୋଇଛି।

ବିରାଟ,ରାଇନାଙ୍କ ପରେ ଏଲିଟ୍‌ କ୍ଲବରେ ସାମିଲ ହେବେ ରୋହିତ୍‌

ବିରାଟ,ରାଇନାଙ୍କ ପରେ ଏଲିଟ୍‌ କ୍ଲବରେ ସାମିଲ ହେବେ ରୋହିତ୍‌

ନୂଆଦିଲ୍ଲୀ, ୧୮।୪-  ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। 

ଟୋକିଓ ଅଲିମ୍ପିକ୍ସ: ଅତ୍ୟଧିକ ଗରମରୁ ବର୍ତ୍ତିବା ଲାଗି ସକାଳ ୬ରୁ ମାରାଥନ

ଟୋକିଓ ଅଲିମ୍ପିକ୍ସ: ଅତ୍ୟଧିକ ଗରମରୁ ବର୍ତ୍ତିବା ଲାଗି ସକାଳ ୬ରୁ ମାରାଥନ

ଟୋକିଓ, ୧୮।୪- କ୍ରୀଡ଼ାର ମହାକୁମ୍ଭ ଭାବେ ପରିଚିତ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ୨୦୨୦ରେ ଜାପାନର ରାଜଧାନୀ ଟୋକିଓଠାରେ ଅନୁଷ୍ଠିତ ହେବ। ତେବେ ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ମାରାଥନ ଇଭେଣ୍ଟକୁ ସ୍ଥାନୀୟ ସମୟ ସକାଳ ୬ଟାରୁ ଆରମ୍ଭ କରିବାକୁ ଆୟୋଜକଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।


Model This Week

କ୍ରିଷ୍ଣା
Why Dharitri