ମନୋରଞ୍ଜନ |

ପିସିଙ୍କଠାରୁ ଅଧିକ ଚର୍ଚ୍ଚାରେ ତାଙ୍କ ପୋଷା କୁକୁର ‘ଡାଏନା’ଙ୍କ ଜ୍ୟାକେଟ୍‌, ମୂଲ୍ୟ ୩୫,୨୨୦ ଟଙ୍କା

ପିସିଙ୍କଠାରୁ ଅଧିକ ଚର୍ଚ୍ଚାରେ ତାଙ୍କ ପୋଷା କୁକୁର ‘ଡାଏନା’ଙ୍କ ଜ୍ୟାକେଟ୍‌, ମୂଲ୍ୟ ୩୫,୨୨୦ ଟଙ୍କା

ବମ୍ବେ: ନିଜଠାରୁ ବୟସରେ ସାନ ପ୍ରେମିକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଗତ ବର୍ଷ ଡିସେମ୍ବର ମାସରେ ନିକ୍‌ଙ୍କୁ ବିବାହ କରିବା ପରେ ପ୍ରିୟଙ୍କାଙ୍କ ଉପରେ ଗଣମାଧ୍ୟମର ନଜର ରହି ଆସୁଛି। ଏବେ କିନ୍ତୁ ପିସି ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାରେ। ସେ ବି ନିଜ ପୋଷା କୁକୁର ଡାଏନା ପାଇଁ। 

ପିସି ଡାଏନାକୁ ବହୁତ ଭଲ ପାଆନ୍ତି। ଏଥିଯୋଗୁ ସେ ଯେଉଁଠିକୁ ଯାଆନ୍ତୁ ନା କାହିଁକି ଡାଏନାକୁ ସାଙ୍ଗରେ ନେବାକୁ ଭୁଲନ୍ତି ନାହିଁ। ଏବେ ଲସ୍‌ ଆଞ୍ଜଲେସ୍‌ରେ ପିସି ଥିବା ବେଳେ ସେ ଡାଏନାଙ୍କୁ ନିଜ ସହ ନେଇ ଯାଇଛନ୍ତି। ସେଠାରେ ସେ ଡାଏନାର ବିଭିନ୍ନ ଫଟୋ ଉଠାଇ ନିଜର ଏବଂ ଡାଏନାର ଇନଷ୍ଟା ଆକାଉଣ୍ଟରେ ଶେୟାର କରୁଛନ୍ତି। ନିକଟରେ ଡାଏନାଙ୍କ ଏକ ସୁନ୍ଦର ଫଟୋ ସେ ଶେୟାର କରି ଲେଖିଥିଲେ, ଏଠାରେ ବହୁତ ଥଣ୍ଡା ପଡ଼ୁଛି। ଜ୍ୟାକେଟ ଡିଜାଇନ୍‌ କରିଥିବାରୁ ମୋକେଲରଙ୍କୁ ଧନ୍ୟବାଦ। ତେବେ ଡାଏନା ଫଟୋରେ ପିନ୍ଧିଥିବା ଜ୍ୟାକେଟ୍‌ର ଦାମ ୩୫,୩୨୦ଟଙ୍କା ବୋଲି ଜଣାପଡ଼ିଛି। କେବଳ ଯେ ଡାଏନା ଜ୍ୟାକେଟ୍‌କୁ ନେଇ ଚର୍ଚ୍ଚାକୁ ଆସିଛି ତାହା ନୁହେଁ ପୂର୍ବରୁ ମଧ୍ୟ ଅନେକ କାରଣକୁ ଲୋକଲୋଚନକୁ ଆସିଛି। ଯେପରି ପିସି ତାଙ୍କର ଏକ ଇନ୍‌ଷ୍ଟା ପେଜ୍‌ କରିଛନ୍ତି। ଏହାର ନାମ ରହିଛି ଡାଏନା ଚୋପ୍ରା। ଏହାକୁ ୯୬ ହଜାରରୁ ଅଧିକ ଲୋକ ଫଲୋ କରନ୍ତି। ଡାଏନାଙ୍କ କପଡ଼ାରୁ ଆରମ୍ଭ କରି ଶେଯ ସବୁ କିଛି ଡିଜାଇନର ଦ୍ୱାରା ଡିଜାଇନ୍‌ କରନ୍ତି ପିସି। 

All Right Reserved By

ମନୋରଞ୍ଜନ |

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। 

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ସେଲିବ୍ରିଟିମାନେ ନୂଆ ନୂଆ ବଙ୍ଗଳା କିଣୁଥିବା ଖବର ବରାବର ଆସୁଛି। ବଲିଉଡ୍‌ର ଶାହାରୁଖ୍‌, ଅମିତାଭ  ବଚ୍ଚନ, ସୈଫ୍‌ ଅଲ୍ଲୀ ଖାନ୍‌, ଶିଳ୍ପା ସେଟ୍ଟୀ, ଅକ୍ଷୟ କୁମାର, ଅମୀର ଖାନ୍‌ଙ୍କଠାରୁ ବି ଦାମୀ ବଙ୍ଗଳା କିଣିଛନ୍ତି ଇଶା ଅମ୍ବାନୀ। 

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। 

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। 

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୩’ ମଞ୍ଚରେ ଏକାଠି ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ ବଲିଉଡ୍‌ ଅରିଜନାଲ୍‌ ଦିଭା ଭାନୁରେଖା ଗଣେଶନ୍‌(ରେଖା)।

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। 

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। 

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। 

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବମ୍ବେ: ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲେ ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସୋନାକ୍ଷୀ। ସଲମାନ ଖାନଙ୍କ ନାୟିକା ଭାବେ ‘ଦବଙ୍ଗ’ରେ କାମ କରିବା ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। 

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

ହଲିଉଡ୍‌ର କମିକ୍‌ ବା ହାସ୍ୟ ଅଭିନେତା ତଥା ଫିଲ୍ମ ନିର୍ମାତା ଚାର୍ଲି ଚାପ୍‌ଲିନ୍‌ଙ୍କୁ କିଏ ବା ନ ଜାଣେ। ଏହି ନାଁଟି ଶୁଣିବା ମାତ୍ରେ ମୁଣ୍ଡରେ ଟୋପି, ହାତରେ ବାଡ଼ି ଏବଂ ଛୋଟ ନିଶ ଥିବା ସେହି ବ୍ୟକ୍ତିଙ୍କ ମୁହଁଟି ଆଖି ଆଗରେ ନାଚିଉଠେ। 

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ବମ୍ବେ: ପୁଣି ଛୋଟ ପରଦାକୁ ଫେରୁଛି ‘କୌନ ବନେଗା କରୋଡପତି’ର ଆଉ ଏକ ସଂସ୍କରଣ। ପୁଣିଥରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଏହାକୁ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ। 

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି।


Model This Week

କ୍ରିଷ୍ଣା
Why Dharitri