ରାଜ୍ୟ | ସମ୍ବଲପୁର

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି। ଗୁରୁବାର ଝାରସୁଗୁଡାର ଅମଲିପାଲି ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବ ବିଜେଡିରେ ଯୋଗଦେଇଛନ୍ତି। ଝାରସୁଗଡା ଜିଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୫ଟି ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଓ ସଭାପତି ମଧ୍ୟ ବିଜେଡିରେ ଯୋଗଦେଇଥିବା ଜଣାପଡିଛିି। ଅପରପକ୍ଷରେ ଗୁରୁବାର ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୬୧୮କୋଟି ୬୬ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୂଚନାଯୋଗ୍ୟ, ନବ କିଛିଦିନ ଧରି ଦଳୀୟ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖୁଥିଲେ। ଗତ ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ।  

All Right Reserved By

ରାଜ୍ୟ | ସମ୍ବଲପୁର

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଜୋର୍‌ ଧରିଲା ପ୍ରଶାସନିକ ପ୍ରସ୍ତୁତି  : ବରଦାସ୍ତ କରାଯିବନି ବେଆଇନ କାର୍ଯ୍ୟ: ଜିଲାପାଳ

ଜୋର୍‌ ଧରିଲା ପ୍ରଶାସନିକ ପ୍ରସ୍ତୁତି : ବରଦାସ୍ତ କରାଯିବନି ବେଆଇନ କାର୍ଯ୍ୟ: ଜିଲାପାଳ

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର କାମାକ୍ଷାନଗର (୫୭) ଏବଂ ପରଜଙ୍ଗ (୫୮) ନିର୍ବାଚନମଣ୍ଡଳୀରେ ସ୍ବଚ୍ଛ, ଅବାଧ ମତଦାନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍‌ ଧରିଛି। ଭୋଟରେ କୌଣସି ବେଆଇନ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ। 

ନୂଆଁ ଅରଖକୁଦ ଗ୍ରାମରେ ଘୂର୍ଣ୍ଣିଝଡ଼: ଉଡ଼ିଗଲା ୨୫ରୁ ଊର୍ଦ୍ଧ୍ୱ ଛପର

ନୂଆଁ ଅରଖକୁଦ ଗ୍ରାମରେ ଘୂର୍ଣ୍ଣିଝଡ଼: ଉଡ଼ିଗଲା ୨୫ରୁ ଊର୍ଦ୍ଧ୍ୱ ଛପର

ବଇଣ୍ଡା,୨୦।୪ (ଡି.ଏନ.ଏ)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ନୂଆଁ ଅରଖକୁଦ ଗ୍ରାମରେ ଶୁକ୍ରବାର ରାତିରେ ଘୂର୍ଣ୍ଣିଝଡ଼ ହୋଇଛି। ଏଥିଯୋଗୁ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ  ଚାଳ ଓ ଆଜବେଷ୍ଟସ ଛପର ଘର ଉଡ଼ିଯାଇଛି। 

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ବଇଣ୍ଡା,୨୦।୪ (ଡି.ଏନ.ଏ)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ  ହଣ୍ଡପା ରେଞ୍ଜ  ଅଧୀନରେ ଥିବା ବାତ୍ରାଖୋଳ, ଲକ୍ଷ୍ମୀପୁର ଗ୍ରାମରେ  ହାତୀ ଉପଦ୍ରବ ଚଳାଇଛନ୍ତି।    ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଔପଦାରେ ତିନି ଦଳର ମାରାଥନ ପ୍ରଚାର

ଔପଦାରେ ତିନି ଦଳର ମାରାଥନ ପ୍ରଚାର

ଔପଦା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଲୋକ ସଭା ଓ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଔପଦା ବ୍ଲକ ସଦର ବଜାର ସହ ୬ଟି ପଞ୍ଚାୟତର ୩ ପ୍ରମୁଖ କଂଗ୍ରେସ, ଭାଜପା ଓ ବିଜେଡିର ବାଇକ୍‌ ରାଲି, ରୋଡ଼ ଶୋ’ ତଥା ଗ୍ରାମ ପରିକ୍ରମାରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଛି।

ନକଲି ବିଦେଶୀ ମଦ କାରଖାନା ଠାବ, ୪ ଗିରଫ

ନକଲି ବିଦେଶୀ ମଦ କାରଖାନା ଠାବ, ୪ ଗିରଫ

ସୋର, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଗୋଇନ୍ଦା ବିଭାଗ, ମୋବାଇଲ ସ୍କ୍ବାଡ଼, ସୋର ଅବକାରୀ ଓ ନୀଳଗିରି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଖଇରା ଓ ସିମୁଳିଆ ଥାନା ଅଧିନରେ ନକଲି ମଦ କାରଖାନା ଠାବ କରାଯାଇଛି।

ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ହେଲେ ଗଦାଧର ମଲ୍ଲିକ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଶନିବାର ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ଭାବେ ଗଦାଧର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଭାବେ କମଳାକାନ୍ତ ମହାପାତ୍ରଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି। 

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।


Model This Week

କ୍ରିଷ୍ଣା
Why Dharitri