
କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବାଇକ୍ ଆରୋହୀମାନଙ୍କୁ ହେଲମେଟ୍ ପିନ୍ଧିବା, କାର ଚାଳକଙ୍କୁ ସିଟ ବେଲ୍ଟ ବାନ୍ଧିବା ସହ ଟ୍ରାଫିକ୍ ନିୟମ ପାଳନ ଉପରେ ସଚେତନ କରାଯାଇଛି। ଯମ ବେଶରେ ସୁସଜ୍ଜିତ ଜଣେ କଳାକାର ଚାଳକଙ୍କୁ ଫୁଲ ଦେଇ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତିର ସଦସ୍ୟ, ପୋଲିସ ବାହିନୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଓ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ।