ମନୋରଞ୍ଜନ |

ପରଦାରେ ତୁ ମୋ ସୁନା ଚଢ଼େଇ

ପରଦାରେ ତୁ ମୋ ସୁନା ଚଢ଼େଇ

ସବୁ କଳ୍ପନା ଜଳ୍ପନା ଅବସାନ ଘଟାଇ ସୁଶାନ୍ତ ପଣ୍ଡାଙ୍କ ଓଡ଼ିଆ ସିନେମା ‘ତୁ ମୋ ସୁନା ଚଢ଼େଇ’ ଚଳିତ ମାସ ୨୫ରେ ପରଦା ଉପରକୁ ଆସୁଛି। ଲଭ୍‌, ଇମୋସନ, ଆକ୍ସନ ଏବଂ କମେଡିକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ। ନିଜ ମନର ସୁନା ଚଢ଼େଇକୁ ପାଇବାକୁ ନାୟକ ନିଜ ଜୀବନକୁ ବାଜି ଲଗାଇ ଦେଇଛି। ଫିଲ୍ମରେ ନିଜ ରୋମାଣ୍ଟିକ ଭୂମିକାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅଭିନେତା ଜ୍ୟୋତି।  ଏଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ବଙ୍ଗୀୟ ଅଭିନେତ୍ରୀ ଏଲସା ଘୋଷ। ଖାସ୍‌ କଥା ହେଲା, ଏଥିରେ  ତାନ୍ତ୍ରିକ ଅଘୋରି ଭୂମିକା ପାଇଁ ରାଇମୋହନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି। ନୀତିନ ପଣ୍ଡା-ଭୁପେଶ ପଣ୍ଡାଙ୍କ ପ୍ରଯୋଜନାରେ ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଦିଲୀପ ପଣ୍ଡା। ଡ. ରଜନୀ ରଞ୍ଜନ ସଂଳାପ ରଚନା କରିଥିବାବେଳେ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। ଲୀନା ପଣ୍ଡାଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ଅନ୍ୟତମ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଶ୍ରେୟା। ଓଡ଼ିଆ ଅପେରା ଜଗତର ନାମୀ ଖଳନାୟକ ଦୈତାରି ପଣ୍ଡା, ଭୂପତି ତ୍ରିପାଠୀ, ଚିନ୍ତାମଣି, କେକେ,  ବାବୁ ପ୍ରଧାନ, ଶିବୁ, ଅମର, ବୁଲୁ , ବିଟୁ, ମିତା ଚକ୍ରବର୍ତ୍ତୀ ପ୍ରମୁଖ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ।

All Right Reserved By

ମନୋରଞ୍ଜନ |

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। 

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ସେଲିବ୍ରିଟିମାନେ ନୂଆ ନୂଆ ବଙ୍ଗଳା କିଣୁଥିବା ଖବର ବରାବର ଆସୁଛି। ବଲିଉଡ୍‌ର ଶାହାରୁଖ୍‌, ଅମିତାଭ  ବଚ୍ଚନ, ସୈଫ୍‌ ଅଲ୍ଲୀ ଖାନ୍‌, ଶିଳ୍ପା ସେଟ୍ଟୀ, ଅକ୍ଷୟ କୁମାର, ଅମୀର ଖାନ୍‌ଙ୍କଠାରୁ ବି ଦାମୀ ବଙ୍ଗଳା କିଣିଛନ୍ତି ଇଶା ଅମ୍ବାନୀ। 

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। 

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। 

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୩’ ମଞ୍ଚରେ ଏକାଠି ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ ବଲିଉଡ୍‌ ଅରିଜନାଲ୍‌ ଦିଭା ଭାନୁରେଖା ଗଣେଶନ୍‌(ରେଖା)।

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। 

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। 

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। 

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବମ୍ବେ: ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲେ ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସୋନାକ୍ଷୀ। ସଲମାନ ଖାନଙ୍କ ନାୟିକା ଭାବେ ‘ଦବଙ୍ଗ’ରେ କାମ କରିବା ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। 

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

ହଲିଉଡ୍‌ର କମିକ୍‌ ବା ହାସ୍ୟ ଅଭିନେତା ତଥା ଫିଲ୍ମ ନିର୍ମାତା ଚାର୍ଲି ଚାପ୍‌ଲିନ୍‌ଙ୍କୁ କିଏ ବା ନ ଜାଣେ। ଏହି ନାଁଟି ଶୁଣିବା ମାତ୍ରେ ମୁଣ୍ଡରେ ଟୋପି, ହାତରେ ବାଡ଼ି ଏବଂ ଛୋଟ ନିଶ ଥିବା ସେହି ବ୍ୟକ୍ତିଙ୍କ ମୁହଁଟି ଆଖି ଆଗରେ ନାଚିଉଠେ। 

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ବମ୍ବେ: ପୁଣି ଛୋଟ ପରଦାକୁ ଫେରୁଛି ‘କୌନ ବନେଗା କରୋଡପତି’ର ଆଉ ଏକ ସଂସ୍କରଣ। ପୁଣିଥରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଏହାକୁ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ। 

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି।


Model This Week

କ୍ରିଷ୍ଣା
Why Dharitri