ମନୋରଞ୍ଜନ |

ଟୁ-ଇନ୍‌-ଓ୍ବାନ ସମ୍ବିତ

ଟୁ-ଇନ୍‌-ଓ୍ବାନ ସମ୍ବିତ

ଅଭିନେତାକୁ ପ୍ରଯୋଜକ ହେବା କିଛି ନୂଆ କଥା ନୁହେଁ। ଓଲିଉଡ୍‌ରେ ଏହାର ଅନେକ ନଜୀର ରହିଛି। ନିକଟରେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ନାୟକ ସମ୍ବିତ ଆଚାର୍ଯ୍ୟ। ତାଙ୍କ ସହ ହାତ ମିଳାଇଛନ୍ତି ସମରେଶ ରାଉତରାୟ ଏବଂ ଅଭିନେତା ବୁଲୁ। ଏମାନଙ୍କ ପ୍ରଯୋଜନାରେ ତଥା ଏସ-ଥ୍ରୀ ମୁଭିଜ, ଲାବନ୍ୟ ଫିଲ୍ମସ ଏବଂ ଡିକେଏଫ ବ୍ୟାନରରେ ଏକାଥରେ ନିର୍ମିତ ହେବାକୁ ଯାଉଛି ଦୁଇଟି ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଆଓ୍ବାରା ଦିଲ୍‌’ ଏବଂ ‘ଟିକେ ଲଭ୍‌ ଟିକେ ଟ୍ବିଷ୍ଟ’। ଖାସ୍‌ କଥା ହେଲା ଏହି ଫିଲ୍ମଦ୍ୱୟରେ ସମ୍ବିତ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ଏବଂ ତାଙ୍କର ନାୟିକା ସାଜୁଛନ୍ତି ପୁନମ ମିଶ୍ର। ‘ଆଓ୍ବାରା ଦିଲ୍‌’ର  ନିର୍ଦ୍ଦେଶନା ସୁଧାକର ବସନ୍ତ ଦେବେ ଏବଂ ଗୀତଗୁଡିକର ସ୍ବର ସଂଯୋଜନା କରୁଛନ୍ତି ଅଭିଜିତ ମଜୁମଦାର। ଅନ୍ୟପକ୍ଷରେ  ‘ଟିକେ ଲଭ୍‌ ଟିକେ ଟ୍ବିଷ୍ଟର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ ଏସ.କେ.ମୁରଲୀଧରନ ଏବଂ ଏହାର  ସଙ୍ଗୀତ ନିର୍ଦ୍ଦେଶକ ସାଜିଛନ୍ତି ପ୍ରେମ ଆନନ୍ଦ। ଏହି ଫିଲ୍ମଦ୍ୱୟର ସଂଳାପ ରଚନା କରୁଛନ୍ତି ଡ. ରଜନୀ ରଞ୍ଜନ। ଫିଲ୍ମର ଅବଶିଷ୍ଟ କାଷ୍ଟିଂ ଶୀଘ୍ର ଶେଷ ହେବା ସହ ଶୁଟିଂ ନିକଟରେ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

All Right Reserved By

ମନୋରଞ୍ଜନ |

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅମିତାଭ୍‌ଙ୍କ ୫୦ବର୍ଷ ପୂର୍ତ୍ତି

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅମିତାଭ୍‌ଙ୍କ ୫୦ବର୍ଷ ପୂର୍ତ୍ତି

ମୁମ୍ବାଇ: ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଶୁକ୍ରବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି। ପୁତ୍ର ତଥା ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ମେଗାଷ୍ଟାରଙ୍କ ‘ଜ୍ଞାନ ଓ ଦକ୍ଷତା’କୁ ପ୍ରଶଂସା କରିଛନ୍ତି।

୩୬୫ରୁ ୩୬୬ଦିନ ଆମିଷ ଖାଇବାକୁ ଭଲପାଏ: ଅନୁଭବ

୩୬୫ରୁ ୩୬୬ଦିନ ଆମିଷ ଖାଇବାକୁ ଭଲପାଏ: ଅନୁଭବ

୨୦୦୪ରେ ‘ଆଇ ଲଭ୍‌ ୟୁ’ ଫିଲ୍ମ ମାଧ୍ୟମରେ ଓଡ଼ିୃଆ ଚଳଚ୍ଚିତ୍ର ଜଗତକୁ ଏଣ୍ଟ୍ରି କରିଥିଲେ ବର୍ତ୍ତମାନର ସୁପରଷ୍ଟାର୍‌ ଅନୁଭବ ମହାନ୍ତି। ପ୍ରଥମ ଫିଲ୍ମରୁ ଦର୍ଶକଙ୍କ ମନରେ ନିଜପାଇଁ ଏକ ସ୍ବତନ୍ତ୍ର ଛାପା ଛାଡିଥିବା ଏହି ଅଭିନେତା ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। 

ପାକିସ୍ତାନ ଯିବେ ନାହିଁ ଶବାନା-ଜାଭେଦ

ପାକିସ୍ତାନ ଯିବେ ନାହିଁ ଶବାନା-ଜାଭେଦ

ମୁମ୍ବାଇ,୧୫।୨: ବଲିଉଡ୍‌ ନାୟିକା ଶବାନା ଆଜମୀ ଓ ତାଙ୍କ ସ୍ବାମୀ ତଥା ଗୀତିକାର ଜାଭେଦ ଅଖତର ନିକଟରେ ପାକିସ୍ତାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଏକ ଲିଟରେଚର କନଫରେନ୍ସରେ ଯୋଗ ଦେଇଥାଆନ୍ତେ। 

ପ୍ରେମିକଙ୍କୁ ନିଜର କରିପାରି ନ ଥିବା ଅଭିନେତ୍ରୀ

ପ୍ରେମିକଙ୍କୁ ନିଜର କରିପାରି ନ ଥିବା ଅଭିନେତ୍ରୀ

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମନ ଦେଇ ପ୍ରେମ କରିବା ସତ୍ତ୍ୱେ ସେମାନଙ୍କ ପ୍ରେମିକଙ୍କୁ ନିଜର କରିପାରିନାହାନ୍ତି। ଜାଣନ୍ତୁ ସେମାନଙ୍କ ସମ୍ପର୍କରେ...

ପ୍ରିୟଙ୍କା ଗର୍ଭବତୀ: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ୍‌!

ପ୍ରିୟଙ୍କା ଗର୍ଭବତୀ: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ୍‌!

ମୁମ୍ବାଇ, ୧୫।୨:  ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସଙ୍କ ବିବାହ ନେଇ ଚର୍ଚ୍ଚା ହୋଇଥିଲା। ଏବେ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଥମିନି ସୋସିଆଲ ମିଡ଼ିଆରେ ଚର୍ଚ୍ଚା।

ଟାଇଗର୍‌-ଦିଶା ଲୁଚାଛପାରେ କଲେ ନିର୍ବନ୍ଧ!

ଟାଇଗର୍‌-ଦିଶା ଲୁଚାଛପାରେ କଲେ ନିର୍ବନ୍ଧ!

ମୁମ୍ବାଇ,୧୫।୨: ବଲିଉଡ୍‌ର ଲଭ୍‌ବାର୍ଡ ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ଲୁଚାଛପାରେ ନିର୍ବନ୍ଧ କରିଥିବା ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦୁଇଜଣ ଦୀର୍ଘ ଦିନ ଧରି ଡେଟିଂ କରୁଥିବା ଖବର ମିଳିଥିଲା।

ନିଜ ବାୟୋପିକ୍‌ରେ ନିର୍ଦ୍ଦେଶନା ଦେବେ କଙ୍ଗନା

ନିଜ ବାୟୋପିକ୍‌ରେ ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଖୁବ୍‌ ଶୀଘ୍ର ନିଜ ବାୟୋପିକ୍‌ (ଜୀବନକାହାଣୀ ଭିତ୍ତିକ ଫିଲ୍ମ)ର ନିର୍ଦ୍ଦେଶନା ଦେବାକୁ ଚାହଁୁଛନ୍ତି। ତେବେ ଏହି ପ୍ରକଳ୍ପ ଜନମତକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶିକ୍ଷା ଉପରେ ଆଧାରିତ ସିନେମା

ଶିକ୍ଷା ଉପରେ ଆଧାରିତ ସିନେମା

ମଣିଷ ଜୀବନରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଶିକ୍ଷା। ଶିକ୍ଷା ବିନା ମଣିଷ କିଛି ବି ନୁହେଁ। ତେବେ ଏଥିରୁ ବାଦ୍‌ ପଡ଼ିନି ଆମ ବଲିଉଡ୍‌। ଭାରତୀୟ ଶିକ୍ଷା ଉପରେ ଆଧାରିତ ଅନେକ ବଲିଉଡ୍‌ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତିି ନିର୍ମାତା ନିର୍ଦ୍ଦେଶକ। ଏହି ଫିଲ୍ମଗୁଡିକୁ ଦେଖିଲେ ଆମକୁ ଶିକ୍ଷା ଉପରେ ଅନେକ ଜ୍ଞାନ ମିଳିଥାଏ।  ଜାଣିବା ସେମିତି ସିନେମା ବିଷୟରେ...

ଧୁମ୍‌ ମଚାଇବ ସଲମାନ୍‌ଙ୍କ ଲୋକପ୍ରିୟ ଗୀତ ‘ଓ ଓ ଜାନେ ଜାନା...’

ଧୁମ୍‌ ମଚାଇବ ସଲମାନ୍‌ଙ୍କ ଲୋକପ୍ରିୟ ଗୀତ ‘ଓ ଓ ଜାନେ ଜାନା...’

ବଲିଉଡ୍‌ରେ ପୁରୁଣା ସୁପରହିଟ୍‌ ଗୀତକୁ ଏବେ ରିକ୍ରିଏଟ୍‌ କରାଯାଉଛି। ଏହି ତାଲିକାରେ ଏବେ ସାମିଲ ହେବାକୁ ଯାଉଛି ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ର ସୁପରହିଟ୍‌ ଗୀତ ‘ଓ ଓ ଜାନେ ଜାନା...’। 

ବ୍ରେକ୍‌ଅପ୍‌ ପରେ କେମିତି ଭାଲେଣ୍ଟାଇନ୍ସ ଡେ’ ପାଳିଲେ ନେହା କକ୍କର

ବ୍ରେକ୍‌ଅପ୍‌ ପରେ କେମିତି ଭାଲେଣ୍ଟାଇନ୍ସ ଡେ’ ପାଳିଲେ ନେହା କକ୍କର

ମୁମ୍ବାଇ,୧୪।୨: ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ବ୍ରେକ୍‌ଅପ୍‌ ଖବର ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏଥର ସେ ବିନା ସାଥିରେ ପାଳିଛନ୍ତି ଭାଲେଣ୍ଟାଇନ୍ସ ଡେ’। ଏହାକୁ ନେଇ ସେ ଏକ ମନଲୋଭା ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ନିଜଠାରୁ କମ୍‌ ବୟସ୍କଙ୍କୁ ଜୀବନ ସାଥୀ ଭାବେ ଚୟନ କରିଛନ୍ତି ଏସବୁ ବଲିଉଡ୍‌ ଅଭିନେତ୍ରୀ...

ନିଜଠାରୁ କମ୍‌ ବୟସ୍କଙ୍କୁ ଜୀବନ ସାଥୀ ଭାବେ ଚୟନ କରିଛନ୍ତି ଏସବୁ ବଲିଉଡ୍‌ ଅଭିନେତ୍ରୀ...

ବଲିଉଡ୍‌ରେ  ବହୁ ସେଲିବ୍ରିଟିଙ୍କ ବିବାହରେ ବିପରୀତ ରୀତି ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜ ଠାରୁ ବହୁ କମ୍‌ ବୟସର ଜୀବନସାଥି ବାଛିଥିବା ଦେଖାଯାଇଥାଏ। ଏହିଧାରା ୬୦ ଦଶକରୁ ବଲିଉଡ୍‌ରେ ଜାରି ରହିଛି। 

ବିଦେଶୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ସେଲିବ୍ରିଟି

ବିଦେଶୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ସେଲିବ୍ରିଟି

ସ୍ବପ୍ନର ଦୁନିଆ ବଲିଉଡ୍‌। ଏଇଠି ନିତି କିଣାବିକା ହୁଏ ସପନ। ସପନର ଏଇ ଶିଳ୍ପରେ କିଛି ନା କିଛି ନୂଆ ଘଟୁଥାଏ।