ରାଜ୍ୟ |

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଗତ କିଛିଦିନ ହେବ ଉପକୂଳ ଓଡିଶାକୁ କୁହୁଡି ଘେରି ରହୁଛି। ଆସନ୍ତା ୨୫ ତାରିଖ ଯାଏ କୁହୁଡି ରହିବ। ୨୬ ତାରିଖରୁ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତି ଜିଲା କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା ଆଦିର କେତେକ ସ୍ଥାନରେ ଘନକୁହୁଡି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କୁହୁଡି ଯୋଗୁ ରାସ୍ତାରେ ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ସତର୍କ କରାଯାଇଛି। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନବେଳେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ରାତ୍ରିରେ ଥଣ୍ଡା ଅନୁଭୂତ ହେଉଛି। ଏଭଳି ପାଗ ଫେବୃୟାରୀ ଶେଷ ଯାଏ ରହିବ ବୋଲି ପୂର୍ବାନୁମାନ କରାଯାଇଛି। 


All Right Reserved By

ରାଜ୍ୟ |

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡିକରେ ହେବାକୁ ଥିବା ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆନ୍ଦୋଳନ ପରେ ଶେଷରେ ବିଶ୍ୱବିଦଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ମାନିବା ସହ ପରୀକ୍ଷା ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଜିଲାରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୫ଟି ପ୍ରଶ୍ନ ସର୍ବସାଧାରଣରେ ପଚାରିଛନ୍ତି। 

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁର, ୨୫।୪(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀରେ ଭାଜପ ପକ୍ଷରୁ ଗୁରୁବାର ଅପରାହ୍ନରେ ରୋଡ ଶୋ’ କରାଯିବା ସହିତ ଅସ୍ତରଙ୍ଗ ବ୍ଳକ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା।

ମାଲକାନଗିରିରେ  ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିର,୨୫ା୪(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଗତ କିଛିଦିନ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଏନେଇ ଲୋକେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଗୁରୁବାର ଜିଲାରେ ତାପମାତ୍ରା  ୪୩ ଡିଗ୍ରୀରେ ପହଞ୍ଚତ୍ଛି।  

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଚଳିତ ମାସ ଶେଷ ଭାଗ ବେଳକୁଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। 

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ନିଶ୍ଚିନ୍ତକୋଇଲି, ୨୫।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୋରିଲୋ ପଞ୍ଚାୟତ ହାଣ୍ଡିଭଙ୍ଗା ମେଡିକାଲ ନିକଟରେ ଗୁରୁବାର ଭାଜପାର ଏକ ନିର୍ବାଚନୀ ସଭା ଆୟୋଜନ ହେବାରଥିଲା। 

ପ୍ରଥମ ବୀମାଗ୍ରାମ ଭାବେ ମାନ୍ୟତା ପାଇଲା କଳାହାଣ୍ଡି ଜିଲାର ଲକଟାଖମନ

ଭବାନୀପାଟଣା, ୨୫।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ଏକ ଛୋଟିଆ ଗାଁ ଲକଟାଖମନ। ଏହି ଗାଁର ଜନସଂଖ୍ୟା ମାତ୍ର ୨୭୮ ଥିବା ବେଳେ ଗାଁର ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ତେବେ ଗାଁର ୧୦୩ ଜଣ ବ୍ୟକ୍ତି ଭାରତୀୟ ଜୀବନ ବୀମା ନିଗମ ଦ୍ୱାରା ବୀମାଭୁକ୍ତ ହୋଇଛନ୍ତି।

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଅଫିସ,୨୫।୪-ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ଜନୈକ ଯୁବକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।  ଯୁବକଜଣକ ସ୍ଥାନୀୟ କେନାଲପଡ଼ାର ନିବାସୀ ବୋଲି ସୂଚନା ମିଳିଛି ।

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ପକ୍ଷରୁ କେନ୍ଦ୍ରୀୟ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ଦେଖାଯାଇଛି।

୨ଟି ବୁଥ୍‌ରେ ସାନି ମତଦାନ

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି ୨ଟି ବୁଥ୍‌ରେ ସାନି ମତଦାନ ହେଉଛି। 

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହଡ଼ି,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ତଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତରେ ଗୁରୁବାର ବିଜେଡିର ରୋଡ୍‌ ଶୋ’ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହିସାବନିକାଶ ଚାଲିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri