ରାଜ୍ୟ |

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। ଆଗକୁ ସମଗ୍ର ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହାପୂର୍ବରୁ ଏଭଳି ପନ୍ଥା ଆପଣାଉଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର। ନିକଟରେ ରିଲିଜ ହୋଇଥିବା କେତେକ ହିନ୍ଦୀ ଫିଲ୍ମକୁ କେନ୍ଦ୍ର ସରକାରଙ୍କ ଇଲେକ୍ସନ୍‌ ପ୍ରୋପାଗାଣ୍ଡା କୁହାଯାଉଥିବା ବେଳେ ଏବେ ଏହି ଦୌଡରେ ରାଜ୍ୟ ସରକାର ସାମିଲ ହୋଇଥିବା ଚର୍ଚ୍ଚାହେଉଛି। ଫିଲ୍ମ ମାଧ୍ୟମରେ ‘ବ୍ରାଣ୍ଡ ନବୀନ’ର ପ୍ରଚାର ପ୍ରସାର ପାଇଁ ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ନବୀନ ପଟ୍ଟନାୟକ ସରକାରଙ୍କ ୧୮ବର୍ଷ ଶାସନର ଲୋକାଭିମୁଖୀ ଦିଗ ତଥା ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଫିଲ୍ମର ସାହାରା ନିଆଯାଇଛି। ଗତ ୧୫ ତାରିଖରେ ‘ବିଜୁ ବାବୁ’ ଫିଲ୍ମର ପୋଷ୍ଟର ରିଲିଜ ଓ ବୁଧବାର ରିଲିଜ ହୋଇଥିବା ଫିଲ୍ମ ‘ନିମ୍‌କି’ରେ ବିଜେଡି ନିଜ ବ୍ରାଣ୍ଡ ଇମେଜର ପ୍ରମୋଶନ କରୁଥିବା ନେଇ ଚର୍ଚ୍ଚାହେଉଛି। 

ଗତ ୧୧ ତାରିଖରେ ସମଗ୍ର ଦେଶରେ ରିଲିଜ ହୋଇଥିଲା ଦୁଇ ବହୁଚର୍ଚ୍ଚିତ ତଥା ବହୁ ବିବାଦୀୟ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ ମିନିଷ୍ଟର’ ଏବଂ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦି ସରକାରଙ୍କ ଇଲେକ୍ସନ କ୍ୟାମ୍ପେନ୍‌ର ଅଂଶଭାବେ ଉଭୟ ଫିଲ୍ମ ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ଟ୍ରେଲର୍‌ ଲଞ୍ଚ୍‌ ହେବା ପରଠାରୁ ହିଁ ବିବାଦ ଘେରରେ ରହିଥିଲା ‘ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ ମିନିଷ୍ଟର’। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଭାବେ ଭାରତର ଶାସନ ଭାର ସମ୍ଭାଳିଥିବା ମନମୋହନ ସିଂଙ୍କ ରାଜନୈତିକ ଜୀବନକୁ ନେଇ ଏହି ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ କଂଗ୍ରେସକୁ ନକାରାତ୍ମକଭାବେ ଦର୍ଶାଯାଇଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ପ୍ରତିବାଦ ହେବା ସହ ଏହା ଭାଜପାର ଇଲେକ୍ସନ ପ୍ରୋପାଗାଣ୍ଡା ବୋଲି ଅଭିଯୋଗ ଆଣିଥିଲା କଂଗ୍ରେସ। ସେହିଭଳି ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦେଇପାରି ନ ଥିବା ମୋଦି ସରକାର ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ଫିଲ୍ମକୁ ନିଜ ଫାଇଦା ପାଇଁ ତିଆରି କରିଥିବା ଅଭିଯୋଗ ଉଠିଥିଲା। ଉରି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୦୧୬ରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଏହି ଫିଲ୍ମ ଆଧାରିତ ହୋଇଥିବା ବେଳେ ଏଥିରେ ନରେନ୍ଦ୍ର ମୋଦି, ତତ୍‌କାଳୀନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇଥଲା। କେବଳ ଏତିକି ନୁହେଁ, ୨୫ ଜାନୁୟାରୀରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଠାକ୍‌ରେ’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ‘ପିଏମ୍‌ ନରେନ୍ଦ୍ର ମୋଦି’ ଭଳି ଦୁଇଟି ବାୟୋପିକ୍‌ରେ ନିର୍ବାଚନୀ ପ୍ରଚାରର ଗନ୍ଧ ବାରିହୋଇପଡୁଛି।

କେବଳ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଆଗାମୀ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ପ୍ରଥମଥର ପାଇଁ ଏକାଥରେ ଦୁଇ ଦୁଇଟି ଓଡ଼ିଆ ପଲିଟିକାଲ ଡ୍ରାମା ଫିଲ୍ମ ରିଲିଜ ହେଉଛି। ବୁଧବାର ସ୍ଥାନୀୟ ସିନେପଲିସରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘ନିମ୍‌କି - ନିମପୁରରୁ ନବୀନ ନିବାସ’ର ତାରକା ଖଚିତ ଗ୍ରାଣ୍ଡ ପ୍ରିମିୟର୍‌ ଶୋ’ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଭିନେତ୍ରୀ ତଥା ନେତ୍ରୀ ଜୟା ବଚ୍ଚନ ଯୋଗଦେଇଥିଲେ। ଏହି ଫିଲ୍ମରେ ନବୀନ ପଟ୍ଟନାୟକଙ୍କ ଶାସନକୁ ସକାରାତ୍ମକ ଦୃଷ୍ଟିକୋଣରୁ ଦର୍ଶାଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। କିଛିଦିନ ତଳେ ଫିଲ୍ମ ସମ୍ପର୍କରେ ଜଣାଇବାକୁ ବର୍ଷା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିଥିଲେ। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉପରେ ତିଆରି ଚାଲିଥିବା ଓଡିଆ ଫିଲ୍ମ ‘ବିଜୁବାବୁ’ ମଧ୍ୟ ବିଜେଡିକୁ ଫାଇଦା ଦେବ ବୋଲି କୁହାଯାଉଛି। ବିଜେଡି ଏମ୍‌ପି ତଥା ଅଭିନେତା ଅନୁଭବଙ୍କ ଅଭିନୀତ ଏହି ଫିଲ୍ମର ପ୍ରଯୋଜନା ପ୍ରଶାନ୍ତ ବେହେରା ଓ ଅକ୍ଷୟ ପରିଜା କରିଥିବା ବେଳେ ଏପ୍ରିଲ ୧ ମଧ୍ୟରେ ଏହା ରିଲିଜ ହେବା ଯୋଜନା ରହିଛି। ଏହାବ୍ୟତୀତ ନିକଟରେ ରିଲିଜ ହୋଇଥିବା ଦୁଇ ମ୍ୟୁଜିକ୍‌ ଭିଡିଓ ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ ଏବଂ ‘ଖୁସି ତ’ରେ ମଧ୍ୟ ରାଜ୍ୟ ସରକାର ନିଜ ସଫଳତାର ପ୍ରଚାର କରୁଥିବା ଶୁଣିବାକୁ ମିଳୁଛି।  

All Right Reserved By

ରାଜ୍ୟ |

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡିକରେ ହେବାକୁ ଥିବା ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆନ୍ଦୋଳନ ପରେ ଶେଷରେ ବିଶ୍ୱବିଦଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ମାନିବା ସହ ପରୀକ୍ଷା ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଜିଲାରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୫ଟି ପ୍ରଶ୍ନ ସର୍ବସାଧାରଣରେ ପଚାରିଛନ୍ତି। 

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁର, ୨୫।୪(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀରେ ଭାଜପ ପକ୍ଷରୁ ଗୁରୁବାର ଅପରାହ୍ନରେ ରୋଡ ଶୋ’ କରାଯିବା ସହିତ ଅସ୍ତରଙ୍ଗ ବ୍ଳକ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା।

ମାଲକାନଗିରିରେ  ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିର,୨୫ା୪(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଗତ କିଛିଦିନ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଏନେଇ ଲୋକେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଗୁରୁବାର ଜିଲାରେ ତାପମାତ୍ରା  ୪୩ ଡିଗ୍ରୀରେ ପହଞ୍ଚତ୍ଛି।  

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଚଳିତ ମାସ ଶେଷ ଭାଗ ବେଳକୁଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। 

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ନିଶ୍ଚିନ୍ତକୋଇଲି, ୨୫।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୋରିଲୋ ପଞ୍ଚାୟତ ହାଣ୍ଡିଭଙ୍ଗା ମେଡିକାଲ ନିକଟରେ ଗୁରୁବାର ଭାଜପାର ଏକ ନିର୍ବାଚନୀ ସଭା ଆୟୋଜନ ହେବାରଥିଲା। 

ପ୍ରଥମ ବୀମାଗ୍ରାମ ଭାବେ ମାନ୍ୟତା ପାଇଲା କଳାହାଣ୍ଡି ଜିଲାର ଲକଟାଖମନ

ଭବାନୀପାଟଣା, ୨୫।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ଏକ ଛୋଟିଆ ଗାଁ ଲକଟାଖମନ। ଏହି ଗାଁର ଜନସଂଖ୍ୟା ମାତ୍ର ୨୭୮ ଥିବା ବେଳେ ଗାଁର ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ତେବେ ଗାଁର ୧୦୩ ଜଣ ବ୍ୟକ୍ତି ଭାରତୀୟ ଜୀବନ ବୀମା ନିଗମ ଦ୍ୱାରା ବୀମାଭୁକ୍ତ ହୋଇଛନ୍ତି।

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଅଫିସ,୨୫।୪-ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ଜନୈକ ଯୁବକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।  ଯୁବକଜଣକ ସ୍ଥାନୀୟ କେନାଲପଡ଼ାର ନିବାସୀ ବୋଲି ସୂଚନା ମିଳିଛି ।

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ପକ୍ଷରୁ କେନ୍ଦ୍ରୀୟ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ଦେଖାଯାଇଛି।

୨ଟି ବୁଥ୍‌ରେ ସାନି ମତଦାନ

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି ୨ଟି ବୁଥ୍‌ରେ ସାନି ମତଦାନ ହେଉଛି। 

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହଡ଼ି,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ତଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତରେ ଗୁରୁବାର ବିଜେଡିର ରୋଡ୍‌ ଶୋ’ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହିସାବନିକାଶ ଚାଲିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri