ରାଜ୍ୟ |

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

କଟକ ଅଫିସ, ୨୪ା୧:ଚାଷୀଙ୍କ ସ୍ବାର୍ଥକୁ ବଳିଦେଇ ସରକାରୀ ଅଧିକାରୀମାନେ କିଭଳି ମିଲର୍‌ ସ୍ବାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ତାହାର ଏକ ପ୍ରମାଣ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ହୋଇଛି ଏଭଳି ଦୁର୍ନୀତି। ଯେଉଁଥିରେ ସିଧା ୪ କୋଟି ୧୦ ଲକ୍ଷ ୩୭ହଜାର ୨୭୯ ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଛି। ଏହାକୁ ନେଇ କୋରାପୁଟ ଭିଜିଲାନ୍ସ ଡିଭିଜନରେ ୩୭ଟି ମାମଲା ରୁଜୁ କରାଯାଇଛି। ମାମଲାରେ କୋରାପୁଟର ଲାର୍ଜ ଏରିଆ ମଲ୍‌ଟି ପର୍ପୋଜ କୋଅପରେଟିଭ ସୋସାଇଟିଜ୍‌ (ଲାମ୍ପସ୍‌)ର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ କୋରାପୁଟ ସମବାୟ ଉପନିବନ୍ଧକଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାର ତଦନ୍ତ ଚାଲିଛି। ଏଥିରେ କାହାରିକୁ ଗିରଫ କରାଯାଇ ନ ଥିବା କୋରାପୁଟ ଭିଜିଲାନ୍ସ ଡିଭିଜନର ଏସ୍‌ପି ହରେକୃଷ୍ଣ ବେହେରା ସୂଚନା ଦେଇଛନ୍ତି। 

୨୦୧୨ରୁ ୨୦୧୫ ମଧ୍ୟରେ ଏହି ଦୁର୍ନୀତି ହୋଇଛି। ଏହି ୩ ବର୍ଷ ମଧ୍ୟରେ କୋରାପୁଟ ଜିଲାରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ୪୮ଟି ଲାମ୍ପସ୍‌କୁ ଦାୟିତ୍ୱ ଦିଆଯାଇଥିଲା। ମଣ୍ଡିଗୁଡ଼ିକରେ ଧାନ କିଣିବା ସମୟରେ ଚାଷୀଙ୍କ ଧାନବସ୍ତାକୁ ଓଜନ କରିବା, ମିଲର୍‌ଙ୍କ ବସ୍ତାରେ ଏହି ଧାନକୁ ପୁନଃ ପ୍ୟାକିଂ କରିବା ଆଦି କାର୍ଯ୍ୟ (ମଣ୍ଡି ହ୍ୟାଣ୍ଡେଲିଂ ଚାର୍ଜେସ୍‌) ବାବଦରେ ସରକାର କୁଇଣ୍ଟାଲ ପିଛା ୫ଟଙ୍କା ୬୭ ପଇସା ଧାର୍ଯ୍ୟ କରିଥିଲେ। କିନ୍ତୁ ଏଥିରେ ନିୟମ ଉଲ୍ଲଂଘନ କରାଯାଇ ମଣ୍ଡିଗୁଡ଼ିକରେ ହ୍ୟାଣ୍ଡେଲିଂ ଚାର୍ଜେସ ବାବଦରେ ୮ ଟଙ୍କା ୮ ପଇସା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। ଅର୍ଥାତ୍‌ କୁଇଣ୍ଟାଲ ପିଛା ୨ ଟଙ୍କା ୪୧ ପଇସା ଅଧିକ ଖର୍ଚ୍ଚ ହୋଇଥିଲା। ଏହି ହାରରେ ଦୁଇବର୍ଷରେ ଧାର୍ଯ୍ୟଠାରୁ ଅଧିକ ୪ କୋଟି ୧୦ ଲକ୍ଷ ୩୭ହଜାର ୨୭୯ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସରକାରଙ୍କ ବିନା ମଞ୍ଜୁରୀରେ ଏତେ ଟଙ୍କା ଖର୍ଚ୍ଚ ହେବା ନେଇ ସ୍ପେଶାଲ ଅଡିଟ କରାଯାଇଥିଲା। ସ୍ପେଶାଲ ଅଡିଟ୍‌ରେ ଏଭଳି ଅନିୟମିତତା ଧରାପଡ଼ିଥିଲା। ଫଳରେ ଏହାର ତଦନ୍ତ ଦାୟିତ୍ୱ ସରକାର ଭିଜିଲାନ୍ସକୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ତଦନ୍ତ ଅନୁଯାୟୀ ୩୭ଟି ମାମଲା ରୁଜୁ କରାଯାଇଥିବା 

ଡିଭିଜନ ଏସ୍‌ପି ବେହେରା କହିଛନ୍ତି। ସୂଚନାଥାଉ କି, ରାଜ୍ୟବ୍ୟାପୀ ଧାନକିଣାକୁ ନେଇ ଅବ୍ୟବସ୍ଥା ଲାଗି ରହିଛି। କେଉଁଠି ମଣ୍ଡିରେ ଚାଷୀଙ୍କଠାରୁ ଧାନ ରଖାଯାଉନି ତ କେଉଁଠି ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଇ ଶୋଷଣର ଶିକାର ହେଉଛି। ସମ୍ପ୍ରତି କଟକ ଜିଲାରେ ଧାନକିଣାକୁ ନେଇ ଅନେକଗୁଡ଼ିଏ ଅଘଟଣ ସାମ୍ନାକୁ ଆସିଲାଣି। ଗତ ସପ୍ତାହରେ ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ରାସ୍ତା ଉପରେ ଗଦା କରି ପ୍ରତିବାଦ କରିଥିଲେ। ସେହିପରି ଅନୁରୂପ ଅବସ୍ଥା ବାରଙ୍ଗ ବ୍ଲକରେ ଉପୁଜିଛି। ହରିଅନ୍ତା ପଞ୍ଚାୟତର ବସନ୍ତ ଜେନା ନାମକ ଜଣେ ଚାଷୀଙ୍କ କହିବା ଅନୁଯାୟୀ, ୬୮ କୁଇଣ୍ଟାଲ ଧାନ ନେଇ ସେ ମଣ୍ଡିକୁ ଯାଇଥିଲେ। କିନ୍ତୁ ମଣ୍ଡି କର୍ମଚାରୀମାନେ ୩୦ କୁଇଣ୍ଟାଲ ଧାନ ରଖି ବାକିତକ ତାଙ୍କୁ ଫେରସ୍ତ ଦେଇଥିଲେ। ଏପରିକି ବସନ୍ତଙ୍କ ଅଖାକୁ ମଧ୍ୟ ମଣ୍ଡି କର୍ମଚାରୀମାନେ ରଖିଦେଇଥିବା ସେ କହିଛନ୍ତି। ଏହିଭଳି ଭାବେ ରାଜ୍ୟର ଅଧିକାଂଶ ମଣ୍ଡିରେ ଚାଷୀଙ୍କୁ ହଇରାଣ ହରକତ କରାଯାଉଛି।  

All Right Reserved By

ରାଜ୍ୟ |

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୨|୨(ବ୍ୟୁରୋ)- ଜମି ବିକ୍ରି ଆଳରେ ଜାଲ୍‌ କାଗଜପତ୍ରରେ ଜାତି ବଦଳାଇ ଏକାଧିକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ବାପ ଓ ପୁଅଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନାନବିହାର ଅଞ୍ଚଳର ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ।  

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍‌ ରହିଲା ନାହିଁ। ପରୀକ୍ଷାରେ ଫେଲ୍‌ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି।

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କାଉନ୍‌ସିଲ ଫର୍‌  ଇଣ୍ଡିଆନ  ସ୍କୁଲ  ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ)ର ଦଶମ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି। 

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି:  ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି: ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ିଆ ଅନର୍ସ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ:  କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ: କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କଳା ଏକତାର ମନ୍ତ୍ର ଦେଇଥାଏ। କଳାରେ ଜାତି, ଧର୍ମ ଓ ଭାଷାର ବିଭେଦ ନ ଥାଏ। କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ।

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ବଇଣ୍ଡା, ୨୧ା୨(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ଛକଠାରେ ଗୁରୁବାର ଭୋର ସମୟରେ ମାଟ୍ରିକ ପ୍ରଶ୍ନପତ୍ର ନେଇ ଯାଉଥିବା ଏକ କଣ୍ଟେନର ଓଲଟିପଡିଛି। ବଡି ଭୋର୍‌ରୁ କଣ୍ଟେନର(ନଂ. ଟିଏନ୍‌ ୧୮ କେ ୨୮୬୨)ଟି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। 

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଗୋପ, ୨୧।୨(ଡି.ଏନ୍‌.ଏ.)-ଖରାଦିନ ଆରମ୍ଭରୁ ଗୋପ ବ୍ଲକ ଅଧୀନ ଅଧିକାଂଶ ନଳକୂପରୁ ପିଇବା ପାଣି ନ ବାହାରିବା ଫଳରେ ସାଧାରଣ ଲୋକେ ଏବେ ଚିନ୍ତାରେ ରହିଛନ୍ତି। ଗୋପ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ନଳକୂପଗୁଡ଼ିକ ଭାଙ୍ଗି ରୁଜି ପଡ଼ିଥିବାବେଳେ ଅଧିକାଂଶ ନଳକୂପରୁ ଜଳସ୍ତର କମିଯିବାରୁ ପିଇବା ପାଣି ବାହାରୁନାହିଁ। ଫଳରେ ଗୋପ ବ୍ଲକ ଅଧୀନ ଅଧିକାଂଶ ଗାଁରେ ଏବେ ପାଣି ସମସ୍ୟା ଦେଖାଦେଇଛି। 

ଆଖି ବୁଜିଲା ‘ରୋଶନ’

ଆଖି ବୁଜିଲା ‘ରୋଶନ’

ବାରଙ୍ଗ,୨୧।୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୪ ତାରିଖରୁ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହାବଳ ବାଘ ‘ରୋଶନ’ ଶେଷରେ ଆଖି ବୁଜିଛି। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୨୦ରେ ତା’ର ମୃତ୍ୟୁ ଘଟିଛି। ତାକୁ ୧୭ବର୍ଷ ହୋଇଥିଲା। ପଛଗୋଡ଼ ପାରାଲିସିସ୍‌ରେ ଆକ୍ରାନ୍ତ ହେବାରୁ ସେ ଚଲାବୁଲା କରି ନ ପାରି ଗୋଟିଏ ଜାଗାରେ ପଡ଼ିରହୁଥିଲା। 

ପିଏମ-କିଷାନରେ ସାମିଲ ହେବ ଓଡିଶା

ପିଏମ-କିଷାନରେ ସାମିଲ ହେବ ଓଡିଶା

ଭୁବନେଶ୍ୱର,୨୧ା୨(ବ୍ୟୁରୋ)-ପ୍ରଧାନମନ୍ତ୍ରୀ (ପିଏମ)-କିଷାନ ଯୋଜନାରେ ଓଡିଶାର କୃଷକମାନଙ୍କୁ ସାମିଲ କରାଯିବ । ସେହି ଅନୁଯାୟୀ ଆବଶ୍ୟକ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ଅପଲୋଡ କରିବାକୁ କରିବାକୁ କୃଷି ଓ ଶସକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି। 

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

ଲାଞ୍ଜିଗଡ଼,୨୧।୨(ଡି.ଏନ.ଏ.): କିଛି ଦିନର ନିରବତା ପରେ ଗୁରୁବାର ମାଓବାଦୀ ସଙ୍ଗଠନ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ନିକଟସ୍ଥ କଦମ୍ବଗୁଡା ଛକରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛି। ପୂର୍ବରୁ କଦମ୍ବଗୁଡା ଛକ ନିକଟରେ ନିମ୍ନମାନର କାମକୁ ବିରୋଧ କରି ମାଓବାଦୀମାନେ ଜଣେ ଠିକାଦାରଙ୍କ ମିକ୍ସର ମେଶିନ ଜାଳି ଦେଇଥିଲେ। 

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ସୋହେଲା,୨୧।୨(ଡି.ଏନ୍‌.ଏ.)- ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ।