ରାଜ୍ୟ |

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡିଶାରେ ଅସାଧାରଣ ମୃତ୍ୟୁ ଘଟିଲେ କିମ୍ବା ପ୍ରାକୃତିକ ଦୁର୍ବିପାକରେ କ୍ଷୟକ୍ଷତି ହେଲେ ଆର୍ଥିକ ଅନୁକମ୍ପା(କମ୍ପେନସେସନ୍‌) ନିଶ୍ଚିତ। ସେହି କ୍ରମରେ ରାଜ୍ୟରେ ଏଭଳି କିଛି ଘଟଣା ଘଟିବା ମାତ୍ରେ ସରକାରଙ୍କ ପକ୍ଷରୁ କାଳବିଳମ୍ବ କରାଯାଉନାହିଁ। ଅସାଧାରଣ ମୃତ୍ୟୁ ଘଟିବାର ଖବର ଆସିବା କ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(ସିଏମ୍‌ଆର୍‌ଏଫ୍‌)ରୁ ଅନୁକମ୍ପା ରାଶି ଯୋଗାଇଦେବାକୁ ତୁରନ୍ତ ଘୋଷଣା କରୁଛନ୍ତି। ଯଦି ୨୦୧୯ ଜାନୁୟାରୀ ପହିଲାରୁ ୨୩ ତାରିଖ ଭିତରେ ଦେଖାଯାଏ, ତେବେ ଏହା ଭିତରେ ଘଟିଥିବା ୩ଟି ଘଟଣାରେ ମୁଖ୍ୟମନ୍ତ୍ରୀ ୫୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ଘୋଷଣା କରିସାରିଛନ୍ତି। ଏହାଛଡ଼ା ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମଧ୍ୟ ସରକାର ଘୋଷଣା କରିଚାଲିଛନ୍ତି। ତେବେ ପୂର୍ବରୁ ଏଭଳି ଅନେକ ଘୋଷଣା କରାଯାଇଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ ଦର୍ଶାଉଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ସରକାରଙ୍କ ଘୋଷଣାର ଗୋଟିଏ ଉଦାହରଣରୁ ପ୍ରକୃତ ଚିତ୍ର ବୁଝାପଡୁଛି। ଏନେଇ ଧରିତ୍ରୀ ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ପଚରାଯାଇଥିଲା। ମନ୍ତ୍ରୀ ମହାନ୍ତି ଉତ୍ତରରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ଅନୁକମ୍ପା ଯୋଗାଇଦେବାକୁ ଯେତେସବୁ ଘୋଷଣା କରାଯାଇଛି ସବୁ ଲୋକଙ୍କ ପାଖରେ ପହଞ୍ଚିଛି। ସେଭଳି କିଛି ଘଟଣା ନାହିଁ ଯେଉଁଠାରେ ଘୋଷଣା ହୋଇ ଅନୁକମ୍ପା ରାଶି ମିଳିନାହିଁ। ସେହିପରି ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଘର ମରାମତି ପାଇଁ ଯେଉଁ ଅର୍ଥ ଦିଆଯିବା କଥା ତାହା ମିଳିଛି ନା ନାହିଁ ପଚରାଯିବାରୁ ମନ୍ତ୍ରୀ କହିଛନ୍ତି ଯେ, ସେ ଏବେ ପୁରୀରେ ଅଛନ୍ତି, ତାଙ୍କ ପାଖରେ ବର୍ତ୍ତମାନ ସେ ନେଇ ତଥ୍ୟ ନାହିଁ।  

ତେବେ ଘୋଷଣା ପରେ ଲୋକମାନଙ୍କ ପାଖରେ ଏହା କେତେମାତ୍ରାରେ ପହଞ୍ଚୁଛି ସେ ନେଇ ଧରିତ୍ରୀ ପକ୍ଷରୁ ରିପୋର୍ଟ ସଂଗ୍ରହ କରାଯାଇଥିଲା। ନିକଟରେ ତାଳଚେରରୁ କଟକ ଫେରୁଥିବା ଏକ ବସ୍‌ ମଇଁଷିକୁ ଧକ୍କାଦେଇ ଭାରସାମ୍ୟ ହରାଇବା ପରେ ମହାନଦୀ ବ୍ରିଜ୍‌ ତଳକୁ ଖସି ପଡିଥିଲା। ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୨ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ଦିଆଯିବା ପାଇଁ ଘୋଷଣା କରାଯାଇଥିଲା। ହେଲେ ଘୋଷଣା ମୁତାବକ ଏ ଯାବତ୍‌ ମୃତକଙ୍କ ପରିବାର ପାଖରେ ଟଙ୍କା ପହଞ୍ଚିନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଘୋଷଣା କରୁଥିବା ଅର୍ଥ ସବୁ ଲୋକଙ୍କ ପାଖରେ ପହଞ୍ଚୁଥିବା ମନ୍ତ୍ରୀ ଦାବି କରୁଛନ୍ତି। ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ବତୀପୁର ପଞ୍ଚାୟତର ଭରତ ମଲ୍ଲିକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମାତ୍ର ଏଯାଏ ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପା ରାଶି ମିଳି ନ ଥିବା ଭରତଙ୍କ ସ୍ତ୍ରୀ ଉମାମଣି ମଲ୍ଲିକ କହିଛନ୍ତି। ଉମା କହିଛନ୍ତି ଯେ, ଏଥିପାଇଁ କାଗଜପତ୍ର ଦେଇଛୁ ହେଲେ ଟଙ୍କା ପାଇନାହୁଁ। ନଭେମ୍ବରତରୁ ସରକାର ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଥିବାବେଳେ ଏଯାଏ ଅର୍ଥ ନ ମିଳିବା ଦୁର୍ଭାଗ୍ୟଜନକ। ଏଥିରୁ ହିଁ ସରକାରଙ୍କ ଘୋଷଣା ଏବଂ କାର୍ଯ୍ୟକାରିତା ମଧ୍ୟରେ କେତେ ଫରକ ତାହା ସ୍ପଷ୍ଟ ବାରିହୋଇପଡୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

କେବଳ ଏହି ଘଟଣା ନୁହେଁ, ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆହୁରି ଅନେକ ସହାୟତା ଅର୍ଥ ଏ ପର୍ଯ୍ୟନ୍ତ ଲୋକେ ପାଇନାହାନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ଦୁର୍ଘଟଣା ଘଟି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୭କୋଟି ୨୯ଲକ୍ଷ ୬୫ହଜାର ଟଙ୍କା ଦିଆଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଚିକିତ୍ସା ବାବଦକୁ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ରାଶି ବାବଦକୁ ୬କୋଟି ୫୧ଲକ୍ଷ ୬ହଜାର ୧୩୩ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ଏହି ଅର୍ଥ ପ୍ରକୃତରେ ଲୋକଙ୍କ ନିକଟରେ ପହଞ୍ଚିଛି ନା ବାସ୍ତବ ଚିତ୍ର ଭିନ୍ନ ସେଥିରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡର ନିୟମାବଳୀକୁ ମଧ୍ୟ ସରକାର ଠିକ୍‌ ଢଙ୍ଗରେ ପାଳନ କରିନାହାନ୍ତି। ଅସମର୍ଥିତ ସୂତ୍ର ଅନୁଯାୟୀ, ଏହି ପାଣ୍ଠିରୁ ଅର୍ଥ ନେଇ ସରକାର ସ୍କୁଲ ପିଲାମାନଙ୍କୁ ଅତୀତରେ ସାଇକେଲ୍‌ ବାଣ୍ଟିଛନ୍ତି, ଯାହା ନିୟମ ବାହାରେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତି ବାବଦକୁ ଯେଉଁ ସହାୟତା ଦେବାକୁ ଘୋଷଣା ହୋଇଥିଲା ତାହା ଲୋକଙ୍କୁ ମିଳିନାହିଁ। 

ତିତ୍‌ଲି ପ୍ରଭାବରେ ପ୍ରାଣ ହରାଇଥିବା ଏବଂ ଘରଦ୍ୱାର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ସରକାର ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ଘୋଷଣା କରିଥିଲେ। ତିତ୍‌ଲିରେ ଘର ଭାଙ୍ଗିଥିବା ପରିବାରକୁ ୧ଲକ୍ଷ ୫ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଅକ୍ଟୋବରରୁ ସରକାର ଏହି ଘୋଷଣା କରିଥିଲେ। ଧରିତ୍ରୀ ପକ୍ଷରୁ ତିତ୍‌ଲି ଦ୍ୱାରା ପ୍ରଭାବିତ ହୋଇଥିବା କେତେଗୁଡିଏ ଗାଁକୁ ଭ୍ରମଣ କରାଯାଇଥିଲା। ଗଜପତି ଜିଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମର ସରୋଜ ଶବରଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ସରକାରଙ୍କ ପକ୍ଷରୁ ବାତ୍ୟା ସମୟରେ ୩ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ଘର ଭାଙ୍ଗିଯାଇଥିଲେ ମଧ୍ୟ ସରକାର ଏଯାଏ ଘୋଷଣା କରିଥିବା ରାଶି ପ୍ରଦାନ କରିନାହାନ୍ତି। 

ସରକାରଙ୍କ ପକ୍ଷରୁ ୧ଲକ୍ଷ ୫ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏ ବିଷୟରେ ସରପଞ୍ଚଙ୍କୁ ପଚାରିବାରୁ ସେ ଖୁବ୍‌ଶୀଘ୍ର ମିଳିଯିବ ବୋଲି କହିଛନ୍ତି। ଗାଁର ଅନେକ ଲୋକ ପାଇନାହାନ୍ତି ବୋଲି ସେ କହିଛନ୍ତି।  ସେହି ଗ୍ରାମର ଗୁର୍‌ରା ଶବର କହିଛନ୍ତି ଯେ, ବାତ୍ୟାରେ ମୋର ସବୁ ଘର ଭାଙ୍ଗିଯାଇଛି। ଏ ପର୍ଯ୍ୟନ୍ତ ତାକୁ ତିଆରି କରିପାରିନାହିଁ। ବାହାରେ ଶୋଇବାକୁ ପଡୁଛି। ସରକାରଙ୍କ ପକ୍ଷରୁ ଟଙ୍କା ଦେବାକୁ କୁହାଯାଇଥିଲା, ହେଲେ ବହୁବାର ଦୌଡ଼ିବା ପରେ ମଧ୍ୟ ଅନୁକମ୍ପା ରାଶି ମିଳିପାରିନାହିଁ ବୋଲି ସେ କହିଛନ୍ତି। 

ଗଜପତି ଜିଲାରେ ଅନୁକମ୍ପା ରାଶି ଦେବା ଦାୟିତ୍ୱରେ ଥିବା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ଅରୁଣ କୁମାର ତ୍ରିପାଠୀ କହିଛନ୍ତି ଯେ, ପ୍ରାୟ ସମସ୍ତଙ୍କୁ ଘୋଷଣା କରାଯାଇଥିବା ସହାୟତା ଏବଂ ଘର ବାବଦ ଅର୍ଥ ମିଳିଯାଇଛି। ମାତ୍ର ଅଳ୍ପ କେତେଜଣ ଲୋକଙ୍କ କିଛି ସମସ୍ୟା ଥିବାରୁ ସେମାନଙ୍କୁ ମିଳିପାରିନାହିଁ ବୋଲି ସେ କହିଛନ୍ତି।

ସୁନୀତ୍‌ ମିଶ୍ର

All Right Reserved By

ରାଜ୍ୟ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

ପୁରୀ ଅଫିସ,୨୪ା୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲାର କେତେକ ବୁଥ୍‌ରେ ହିଂସାକାଣ୍ଡ ଘଟିଛି। ତେବେ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏ ବୁଥ୍‌ରେ ଭିଭିପିଏଟି ଏବଂ ଇଭିଏମ୍‌କୁ ଲୋକେ ଭାଙ୍ଗିଦେଇଛନ୍ତି। 

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri