ରାଜ୍ୟ |

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

କଟକ ଅଫିସ, ୨୪ା୧- ଫେବୃୟାରୀ ୧୦ରୁ ଭାଜପା ଆରମ୍ଭ କରିବ ଜନ ଅଦାଲତ କାର୍ଯ୍ୟକ୍ରମ। ରାଜ୍ୟର ୨୧ଟି ଲୋକ ସଭା ଆସନରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ କରାଯିବ। ଏଥିପାଇଁ ଭାଜପା ପକ୍ଷରୁ ଶାସକ ଦଳ ବିରୋଧରେ ଚାର୍ଜଶିଟ ପ୍ରସ୍ତୁତ କରାଯାଇଛି। ଜନ ଅଦାଲତରେ ଏହି ଚାର୍ଜଶିଟର ଉତ୍ତର ଦେବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଜେଡି ଏମ୍‌ପି ଓ ବିଧାୟକମାନଙ୍କୁ ଆହ୍ବାନ ଦିଆଯିବ। ମଙ୍ଗଳବାର ଭାଜପା ପକ୍ଷରୁ ପାନ୍ଥନିବାସଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଭାଜପା ଉପସଭାପତି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି, ଶାସକ ଦଳର ଏମ୍‌ପି, ମନ୍ତ୍ରୀ, ବିଧାୟକମାନଙ୍କର ଲୋକଙ୍କ ପ୍ରତି ଯାହା ଉତ୍ତର ଦାୟିତ୍ୱ ରହିବା କଥା ତାହା ରାଜ୍ୟରେ ଦେଖିବାକୁ ମିଳୁନାହିଁ ା ୧୯ ବର୍ଷ ଶାସନରେ ରାଜ୍ୟରେ କଳାକନା ବୁଲାଇଥିବା ବିଜେଡି ସରକାର ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନ କାରଣରୁ ସାରା ଓଡିଶାରେ ଆଜି ଲୋକମାନେ ତ୍ରାହିତ୍ରାହି ଡାକିଲେଣି। ଚାଷୀ, ମହିଳା, ଯୁବକ ସମସ୍ତେ ଆଜି ଅସୁରକ୍ଷିତ ଓ ଅସହାୟ।  ଏପରି ସମ୍ବେଦନହୀନ, ସ୍ଥାଣୁ, ଅପାରଗ, ଭ୍ରଷ୍ଟ ସରକାରଙ୍କୁ ଜବାବ ମାଗିବା ସହ ଲୋକଙ୍କ ଅଦାଲତରେ ଛିଡା କରିବ ଭାଜପା। 

ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, କଟକ ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଭାଜପା ନେତୃବୃନ୍ଦ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତେବେ ଭାଜପାର ଏଭଳି ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସୁବାସ ସିଂ କହିଛନ୍ତି, ରାଜ୍ୟବାସୀଙ୍କୁ ଆମେ ଦୈନିକ ଉତ୍ତର ଦେଉଛୁ। ଭାଜପାକୁ ଉତ୍ତର ଦେବାର କୌଣସି ଆବଶ୍ୟକତା ନାହିଁ। କୃଷିଠୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ସବୁଥିରେ ନବୀନ ସରକାର ନୂଆ ଇତିହାସ ସୃଷ୍ଟି କରିଛି। ଏବେ ଭାଜପା ପରିଚାଳିତ କେନ୍ଦ୍ରର ମୋଦି ସରକାରଙ୍କୁ ଦେଶବାସୀ ଜବାବ ମାଗି କାଠଗଡ଼ାରେ ଛିଡ଼ା କରିଥିବାବେଳେ ରାଜ୍ୟ ଭାଜପା ବାଉଳା ହୋଇ ଏଭଳି କାର୍ଯ୍ୟକ୍ରମ କରୁଛି।

All Right Reserved By

ରାଜ୍ୟ |

ଶହୀଦ ଯବାନ ମନୋଜଙ୍କ ପାଇଁ ନିଆଳିରେ ଶୋକାକୁଳ ପରିବେଶ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ପାକିସ୍ତାନକୁ ଜବାବ ଦିଅ

ଶହୀଦ ଯବାନ ମନୋଜଙ୍କ ପାଇଁ ନିଆଳିରେ ଶୋକାକୁଳ ପରିବେଶ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ପାକିସ୍ତାନକୁ ଜବାବ ଦିଅ

ନିଆଳି,୧୬।୨(ଡି.ଏନ୍‌.ଏ.): ଜମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ପଞ୍ଚାୟତ ଗଜାବର ଗ୍ରାମର ମନୋଜ ବେହେରା(୩୨)। ଏହି ଖବର ମିଳିବା ପରେ ମନୋଜଙ୍କ ଗ୍ରାମ ସହିତ ସମଗ୍ର ନିଆଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଚଳ ହେବ ସମସ୍ତ ଶୀତଳ ଭଣ୍ଡାର, ସହାୟତା ନ କଲେ ୨୨ରୁ ବନ୍ଦ ରହିବ

ଅଚଳ ହେବ ସମସ୍ତ ଶୀତଳ ଭଣ୍ଡାର, ସହାୟତା ନ କଲେ ୨୨ରୁ ବନ୍ଦ ରହିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ)-ରାଜ୍ୟରେ ଶୀତଳ ଭଣ୍ଡାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ୨୦୦୦ ସୁଦ୍ଧା ୧୧୦ଟି ଶୀତଳ ଭଣ୍ଡାର ରାଜ୍ୟରେ ଥିବା ବେଳେ ଏବେ ମାତ୍ର ୧୨ରୁ ୧୫ଟି କାର୍ଯ୍ୟକ୍ଷମ ରହିଛି। ବୁଡିଯାଉଥିବା ଶୀତଳ ଭଣ୍ଡାରକୁ ସହାୟତା ନ କଲେ ଆସନ୍ତା୨୨ ତାରିଖରୁ ସମସ୍ତ ଶୀତଳ ଭଣ୍ଡାରରେ ତାଲା ପକାଯିବ। ଓଡିଶା ଶୀତଳ ଭଣ୍ଡାର ସଂଘ ରାଜ୍ୟ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି।

 ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ସୋସିଆଲ ମିଡିଆରେ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିବେ ତେବେ ତାହାକୁ ସେହି ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚରେ ଯୋଡ଼ା ଯିବ। ଭାରତର ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା  ୬ଜଣିଆ ଟିମ୍‌ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  

୬ଜିଲାରେ ଝଡ଼ବର୍ଷା, ଉପକୂଳରେ ପ୍ରବଳ କୁହୁଡ଼ି ସମ୍ଭାବନା

୬ଜିଲାରେ ଝଡ଼ବର୍ଷା, ଉପକୂଳରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲାରେ ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର ଏବଂ ନୂଆପଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

କଟକ ଅଫିସ, ୧୬।୨: ସିଡିଏ କାଠଯୋଡ଼ି ବିହାର ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା ଦୈନିକ ନୂଆମୋଡ଼ ନେବାରେ ଲାଗିଛି। ସାନଭଉଣୀ ଘରକୁ ଫେରି ମା’ଙ୍କ ସହ ମର୍କତନଗର ଥାନାକୁ ଯାଇ ଅପହରଣ ଅଭିଯୋଗ କରିଥିଲେ। ଏହାର ୧୨ ଘଣ୍ଟା ମଧ୍ୟରେ ସେ ଆତ୍ମହତ୍ୟା କରିଥିଲେ। ଗୁରୁବାର ତାଙ୍କ ବଡ଼ଭଉଣୀ ଉଦ୍ଧାର ହେବା ପରେ ମା’ ପାଖରେ ରହିବାକୁ ରାଜି ହୋଇନାହାନ୍ତି।

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୧୧ଲୋକ ସଭା, ୭୭ ବିଧାନସଭା ଆସନ ପାଇଁ ବଛାଗଲା

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୧୧ଲୋକ ସଭା, ୭୭ ବିଧାନସଭା ଆସନ ପାଇଁ ବଛାଗଲା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ ଲୋକ ସଭା ଓ ଏହା ଅନ୍ତର୍ଗତ ୭୭ ବିଧାନସଭା ଆସନ ପାଇଁ ଏହି ତାଲିକା ପ୍ରସ୍ତୁତ ହୋଇଛି।

ଏନ୍‌ଜିଟିଙ୍କ କଡ଼ା ଆଦେଶ: ବିଛାଯାଇଥିବା ପାଇପ୍‌ରେ ପାଣି ନେଇପାରିବନି ମଦ କମ୍ପାନୀ

ଏନ୍‌ଜିଟିଙ୍କ କଡ଼ା ଆଦେଶ: ବିଛାଯାଇଥିବା ପାଇପ୍‌ରେ ପାଣି ନେଇପାରିବନି ମଦ କମ୍ପାନୀ

କଟକ ଅଫିସ, ୧୬।୨- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ତିତିରିକଟା ଗ୍ରାମରେ ସ୍ଥାପିତ ହୋଇଥିବା ବୌଦ୍ଧ ଡିଷ୍ଟିଲେରି (ମଦ କମ୍ପାନୀ) ଉପରେ ଏନ୍‌ଜିଟି ଅଙ୍କୁଶ ଲଗାଇଛନ୍ତି। ଆଗତ ମାମଲାର ଶୁଣାଣି କରି ଏନ୍‌ଜିଟିଙ୍କ ଦିଲ୍ଲୀସ୍ଥିତ ମୁଖ୍ୟ ଖଣ୍ଡପୀଠ  କମ୍ପାନୀ ପକ୍ଷରୁ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ବିଛାଯାଇଥିବା  ପ୍ରାୟ ୪ କିଲୋମିଟର ବ୍ୟାପି ପାଣି ପାଇପ୍‌ ଲାଇନକୁ ବ୍ୟବହାର କରିବା ଉପରେ ରୋକ ଲଗାଇଛନ୍ତି।

ପୁଲଓ୍ବାମା ଆକ୍ରମଣ ଘଟଣା: ଶହୀଦ୍‌ଙ୍କ ପରିବାରକୁ  ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା, ଆଜି ସବୁ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା

ପୁଲଓ୍ବାମା ଆକ୍ରମଣ ଘଟଣା: ଶହୀଦ୍‌ଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା, ଆଜି ସବୁ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ସିଆର୍‌ପିଏଫ୍‌ ଯବାନ୍‌ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

ଆରମ୍ଭ ହେଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ଆରମ୍ଭ ହେଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ସାରା ଦେଶରେ ୧୨ଲକ୍ଷ ୮୭ହଜାର ଛାତ୍ରୀଛାତ୍ର ଚଳିତବର୍ଷ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଦେଉଥିବା ବେଳେ ଓଡ଼ିଶାରୁ ପ୍ରାୟ ୧୬ହଜାର ପରୀକ୍ଷାର୍ଥୀ ରହିଛନ୍ତି।

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ।